ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ଟାଉନ ରେଳ ଷ୍ଟେସନରେ ଏକ ମାଲଗାଡି ଲାଇନଚ୍ୟୁତ ହୋଇଛି। ବର୍ତ୍ତମାନ ଦଶପଲ୍ଲା ରେଳ ଷ୍ଟେସନର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଅନୁରୂପ ଭାବେ ରେଳ ଲାଇନ ବିଛାଇବା କାମ ମଧ୍ୟ ଆଗେଇ ଚାଲିଛି। ଏଥିପାଇଁ ଆବଶ୍ୟକ ମେଣ୍ଟାଲ ଏହି ମାଲ ଗାଡିରେ ଆସିଥାଏ। ଏହି ମେଣ୍ଟାଲ ବୋଝେଇ ମାଲଗାଡି ଆଜି ମଧ୍ୟାହ୍ନରେ ନୟାଗଡ଼ ଟାଉନ ଷ୍ଟେସନର ୧ନଂ ପ୍ଲାଟଫର୍ମରେ ଲାଇନଚ୍ୟୁତ ହୋଇଛି। ଖୋର୍ଦ୍ଧା ରୋଡ଼ରୁ ଏକ ସ୍ୱତନ୍ତ୍ର ଟିମ ଆସିବା ପରେ ଏହାକୁ ଲାଇନ ଉପରକୁ ଅଣାଯିବ ବୋଲି ଷ୍ଟେସନ ପରିଚାଳକ ସଞ୍ଜୟ ପ୍ରଧାନ ସୂଚନା ଦେଇଛନ୍ତି।
ଟାଉନ ଷ୍ଟେସନରେ ମାଲଗାଡ଼ି ଲାଇନଚ୍ୟୁତ
