ଦଶପଲ୍ଲାରେ ଗୁରୁପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ନେତାଜୀ ମୈଦାନରେ ଗୁରୁପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ବ୍ଲକର କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସୌଜନ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାୟ ୨୫୦ଜଣ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ମାନପତ୍ର, ଉପାୟନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶାଲ, ଏନ୍‌ଏସି ଅଧ୍ୟକ୍ଷା ଇଂ. ପୁନମ୍ ପ୍ରୀୟଦର୍ଶିନୀ, ଏନ୍‌ଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ୍, ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ତହସିଲଦାର ଶ୍ରୀକୁମାର ରଥ, ବିଡିଓ ସଂଜୟ କୁମାର ଆଚାର୍ଯ୍ୟ, ଲକ୍ଷୀଧର ସାହୁ ଗୁରୁ ଦିବସର ମହତ୍ଵ ଉପରେ ପୁଖାନୁପୁଂଖ ଆଲୋଚନା…

Read More

ଗୁରୁ ଦିବସରେ ଡ.ସୁରେଶ ବରାଡ଼ଙ୍କ ପୁସ୍ତକ “ଗୁରୁ” ଉନ୍ମୋଚିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଶରଣକୁଳ ନିକଟସ୍ଥ ପଞ୍ଚିରିଡ଼ା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ଗୁରୁ ଦିବସ ଅବସରରେ ଏକ ଆୟୋଜିତ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ଡ଼. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ କବିତା ପୁସ୍ତକ “ଗୁରୁ” ଉନ୍ମୋଚିତ ହୋଇ ଯାଇଛି। ଏଥି ନିମନ୍ତେ ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦ ତଥା ଲୋକ ନୋଡ଼ାଲ ବିଦ୍ୟାପୀଠ ମିଳିତ ଆନୁକୁଲ୍ୟରେ ଆୟୋଜିତ ସଭାରେ ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରି ମହାପ୍ରଭୁ ଜଗନ୍ନାଥ ଓ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଛାତ୍ରୀମାନେ ଗୁରୁ ବନ୍ଧନା ତଥା ସ୍ବାଗତ ସଂଗୀତ ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵେତ ନାରାୟଣ ରଣସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗୁରୁ ଦିବସ ତଥା ପୁସ୍ତକ ଉନ୍ମୋଚନୀ ସଭାରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ଭାଗବତ ଆଶ୍ରମର ମଠାଧୀଶ ବାବାଜୀ ଭଗବାନ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଗୁରୁଦିବସ ପାଳନ

“ଗୁରୁ ହିଁ ଇଶ୍ବର” – ଶୀର୍ଷକ ଆଲୋଚନା ଚକ୍ର ନୟାଗଡ଼,(ନୟାଗଡ଼ ଦର୍ପଣ): ବିନା ଗୁରୁରେ ଜ୍ଞାନଲାଭ କରିବା ଅସମ୍ଭବ। ସୁତରାଂ ମୋକ୍ଷ ରୂପକ ମାର୍ଗ ଦେଖାଉଥିବା ବ୍ୟକ୍ତି ‘ଗୁରୁ’ ହିଁ ଅଟନ୍ତି। ଗୁରୁ ଶିଷ୍ୟ ମନରୁ କେବଳ ଅଜ୍ଞାନତା ନୁହେଁ, ତା’ ଭିତରେ ଥିବା ଅହଂକାରକୁ ମଧ୍ୟ ଦୂର କରନ୍ତି। ଗୁରୁ ହେଉଛନ୍ତି ସାକ୍ଷାତ ଈଶ୍ବର ବୋଲି ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ଆଲୋଚନା ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁ ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ମାନେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କର ପ୍ରତିଛବିରେ ଧୂପ ପୁଷ୍ପ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିବା ସହିତ ଗୁରୁଦିବସ ର ମାହାତ୍ମ୍ଯ ବିଷୟ ରେ ଆଲୋଚନା କରିଥିଲେ। ଅଜ୍ଞାନତା ହିଁ ସୁଖ-ଦୁଃଖ, ଜୀବନ-ମୃତ୍ୟୁ ମଧ୍ୟରେ ବିଭେଦ…

Read More

ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଗୁରୁଦିବସ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି। ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟ ର ବିଦ୍ୱତ ପରିଷଦ ସଭାପତି ଶ୍ରୀଯୁକ୍ତ ଭଗବାନ ସାହୁ ମା ସରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ବିଶ୍ୱକଲ୍ୟାଣ ନିମନ୍ତେ ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ର ପ୍ରଧାନଚାର୍ୟ୍ଯ ଶ୍ରୀଯୁକ୍ତ ଅମ୍ବିକାପ୍ରସାଦ ପଟ୍ଟନାୟକ ଅତିଥି ପରିଚୟ କରାଇଥିଲେ। ମୁଖ୍ୟବକ୍ତା ଶ୍ରୀ ସାହୁ “ଗୁରୁଦିବସ ର ମହତ୍ତ୍ୱ” ଓ ସମାଜରେ ଗୁରୁଙ୍କର ଭୂମିକା ବିଷୟରେ ବ୍ୟାଖ୍ୟା କରିଥିଲେ। ଶିଶୁ ମନରେ ମାନବିକ ମୂଲ୍ୟବୋଧ ସୃଷ୍ଟି କରିପାରିଲେ ଶିକ୍ଷକ ଜୀବନ ଧନ୍ୟ ବୋଲି କହିଥିଲେ। ଶିଶୁଭାରତୀ ଭାଇଭଉଣୀ ମାନେ ଖୁବ ଆଗ୍ରହ ଓ ଭକ୍ତିରେ ଗୁରୁପୂଜନ କରିଥିଲେ। ବିଦ୍ୟାଳୟ ର ଶିଶୁଭାଇଭଉଣୀ ମାନେ ଗୁରୁଦିବସ ନିମନ୍ତେ ସୁନ୍ଦର ଭାଷଣ ଦେଇଥିଲେ।ପ୍ରାୟ ୬୦୦ରୁ ଉର୍ଦ୍ଧ୍ବ…

Read More

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବଳକେନ୍ଦ୍ର ଉଦଘାଟନ କରିବା ସହ ଗୁରୁପୂଜନ ପର୍ବରେ ଯୋଗଦେଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସଂପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବଳ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମିପ୍ରିୟା ବେହେରା , ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ , ରାଜସୁନାଖେଳା ଡିଆଇଟି ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ବରିଷ୍ଠ ପ୍ରଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ମନୋରଞ୍ଜନ ମିଶ୍ର , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ବେହେରା, ଚିନ୍ତାମଣି ବିଦ୍ୟାପୀଠ ସଂପଡ଼ା ପ୍ରଧାନ ଶିକ୍ଷକ ଭୀମସେନ ସାହୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫୁଲୋଚନ କହଁର ପ୍ରମୁଖ ଯୋଗ ଦେଇଥିଲେ । ସଂପଡା…

Read More

ନୟାଗଡ଼ରେ ପବିତ୍ର ଗୁରୁ ଦିବସରେ ଗୁରୁ ପୂଜନ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ ସମାରୋହ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଓ କଲେଜ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ବାରା ଆୟୋଜିତ ଏହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ,ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଓ ବ୍ଲକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ, ପୌରାଧ୍ୟକ୍ଷ ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ମଞ୍ଚାସିନ ଥିଲେ।  ପ୍ରତି ବର୍ଷ ପରି ଏହି ବର୍ଷ ନିଆରା ଢଙ୍ଗରେ ପାଳନ ହୋଇଛି…

Read More

ନୟାଗଡ ଜିଲ୍ଲାରେ କଂଗ୍ରେସ ସାଙ୍ଗଠନିକ ସ୍ଥିତି ସମୀକ୍ଷା କଲେ ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ଼ଃ. ଏ. ଚେଲ୍ଲାକୁମାର

ନୟାଗଡ଼,(ନୟାଗଡ଼ ଦର୍ପଣ): କନ୍ଧମାଳ ବୌଦ୍ଧ ଜିଲ୍ଲାରୁ ଦୁଇଦିନିଆ ଗସ୍ତ ସାରି ଭୁବନେଶ୍ୱର ଯିବା ବାଟରେ ନୟାଗଡ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ନୟାଗଡ ଜିଲ୍ଲାରେ କଂଗ୍ରେସ ସାଙ୍ଗଠନିକ ସ୍ଥିତି ସମୀକ୍ଷା କରିଥିଲେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ଼ଃ. ଏ. ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ପୂର୍ଵ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ l ଜିଲ୍ଲାର ସମସ୍ତ ବ୍ଲକ କଂଗ୍ରେସ ସଭାପତିମାନଙ୍କ ସହ ସାଙ୍ଗଠନିକ ଶକ୍ତି ବୃଦ୍ଧି ଶୀର୍ଷକ ଆଲୋଚନା କରି ଜିଲ୍ଲା ପରିଷଦ ଜୋନ ସ୍ତରୀୟ ବୈଠକ କରି ପଞ୍ଚାୟତ ଏବଂ ବୁଥ କମିଟି ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ନୟାଗଡ ଜିଲ୍ଲାର ଲାଇଫଲାଇନ ତଥା କଂଗ୍ରେସ ସରକାର ପ୍ରସ୍ତାବିତ ବୃହତ ବୃତଙ୍ଗ ଜଳସେଚନ ଯୋଜନା, ପାଣିପୋଇଲା ଠାରେ ଦୁଇଲକ୍ଷ…

Read More

ଜାତୀୟ ସ୍ତରୀୟ ଟାଇକୋଣ୍ଡ ଚମ୍ପିୟାନସିପରେ ନୟାଗଡ଼ ଜିଲ୍ଲାର କୃତିତ୍ୱ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ସେପ୍ଟେମ୍ବର ମାସ ୨ ରୁ ୪ ତାରିଖ ମଧ୍ୟରେ ଝାରଖଣ୍ଡ ରାଞ୍ଚି ଠାରେ ୧୪ତମ ଭଗବାନ ବିର୍ଶାମୁଣ୍ଡା ଜାତୀୟ ଓପନ ଟାଇକୋଣ୍ଡ ଚମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ନୟାଗଡ଼ ଓ ଇଟାମାଟି ଅଞ୍ଚଳର ୮ ଛାତ୍ର ଓ ଦୁଇଜଣ କୋଚ ଶ୍ରୀ ପୃଥିବୀ ରାୟଗୁରୁ ଓ ଶ୍ରୀ ଶିବାନନ୍ଦ ରାୟଗୁରୁ ଓଡ଼ିଶା ଟାଇକୋଣ୍ଡ ଆସୋସିଏସନ୍ ଅଧୀନରେ ଝାରଖଣ୍ଡ ଯାତ୍ରା କରିଥିଲେ, ଏଥି ମଧ୍ୟରୁ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି ର ଛାତ୍ର ଶ୍ରୀ ପ୍ରିୟାନସୁ ପାଲ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ଇଟାମାଟି ପୃଥିବୀ ଟାଇକୋଣ୍ଡ ଆକାଡେମି ର ଛାତ୍ର ଶ୍ରୀ ଆସିସ୍ ସାହୁ ରୌପ୍ୟ ପଦକ ପାଇ ନୟାଗଡ଼ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି । ଅନୁଷ୍ଠାନର ଛାତ୍ରଛାତ୍ରୀ ତଥା ଅଭିଭାବକ ତଥା ନୟାଗଡ଼…

Read More

ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ବିଦ୍ୟାଳୟ ସମୂହର ପ୍ରତିଯୋଗୀତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଏବଂ ଦୌରା ଜଜ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧୀନରେ ଥିବା ୧୭ ଗୋଟି ବିଦ୍ୟାଳୟସ୍ଥ –”ବିଦ୍ୟାଳୟ ଆଇନ ସାକ୍ଷରତା ପରିଷଦ” ଗୁଡିକ ମଧ୍ୟରେ ତର୍କ, ପ୍ରବନ୍ଧ ,ଚିତ୍ରାଙ୍କନ ଏବଂ କ୍ଷୁଦ୍ର ନାଟକ ପ୍ରତିଯୋଗୀତା ହୋଇଅଛି । ଘରୋଇ ହିଂସା ନିରୋଧ / ପରିବେଶ ସଚେତନତା / ବାଳ ଶ୍ରମିକ ପ୍ରଥା /ବରିଷ୍ଠ ନାଗରିକଙ୍କ ଅଧିକାର | ମଧ୍ୟସ୍ଥତା | ମାନବ ଚାଲଣ |କାରାଗାର ଅନ୍ତେବାସୀଙ୍କ ସୁରକ୍ଷା | ଆଦିବାସୀଙ୍କ ଅଧିକାର | ଭିନ୍ନକ୍ଷମ ଅଧିକାର /ମହିଳାଙ୍କ ଉପରେ ଏସିଡ ଆକ୍ରମଣ/କନ୍ୟାଭୂନ ନଷ୍ଟ ନିରୋଧ ଆଇନ ଇତ୍ୟାଦି ଉପରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ପ୍ରାରମ୍ଭ ଅଧିବେଶନକୁ…

Read More

ଗବେଷଣା ପାଇଁ ମନୋନୀତ ହେଲେ ଯୁବ ସାମ୍ବାଦିକ ଜୟେନ୍ଦ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ଗବେଷଣା ପାଇଁ ମନୋନୀତ ହୋଇଛନ୍ତି ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗରେ ଗବେଷଣା କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା l ପ୍ରଥମେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଇଣ୍ଟରଭ୍ୟୁ ପାଇଁ ମନୋନୀତ ହୋଇଥିଲେ l ଉଭୟ ପରୀକ୍ଷାରେ ଭଲ ମାର୍କ ହାସଲ କରିଥିବାରୁ ଶେଷରେ ଗବେଷଣା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ତେବେ ରାଜନୀତି ବିଜ୍ଞାନ ଏବଂ ଗଣମାଧ୍ୟମ ସମ୍ପର୍କିତ ବିଷୟବସ୍ତୁ ଉପରେ ଗବେଷଣା କରିବା ପାଇଁ ମନୋନିବେଶ କରିଥିବା ଜଣାପଡିଛି l ଏପରିକି ସାକ୍ଷାତକାର ସମୟରେ ମଧ୍ୟ ଗଣମାଧ୍ୟମ ଏବଂ ରାଜନୀତି ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା ପ୍ରସ୍ତାବ ଉପସ୍ଥାପନା କରିଥିଲେ l ଯାହା ବିଭାଗର ବିଚାରକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା l ରଣପୁର ବ୍ଲକ ରାଜସୁନାଖଳା ନିକଟସ୍ଥ…

Read More