ନୟାଗଡ଼,(ନୟାଗଡ଼ ଦର୍ପଣ): କନ୍ଧମାଳ ବୌଦ୍ଧ ଜିଲ୍ଲାରୁ ଦୁଇଦିନିଆ ଗସ୍ତ ସାରି ଭୁବନେଶ୍ୱର ଯିବା ବାଟରେ ନୟାଗଡ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ନୟାଗଡ ଜିଲ୍ଲାରେ କଂଗ୍ରେସ ସାଙ୍ଗଠନିକ ସ୍ଥିତି ସମୀକ୍ଷା କରିଥିଲେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ଼ଃ. ଏ. ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ପୂର୍ଵ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ l ଜିଲ୍ଲାର ସମସ୍ତ ବ୍ଲକ କଂଗ୍ରେସ ସଭାପତିମାନଙ୍କ ସହ ସାଙ୍ଗଠନିକ ଶକ୍ତି ବୃଦ୍ଧି ଶୀର୍ଷକ ଆଲୋଚନା କରି ଜିଲ୍ଲା ପରିଷଦ ଜୋନ ସ୍ତରୀୟ ବୈଠକ କରି ପଞ୍ଚାୟତ ଏବଂ ବୁଥ କମିଟି ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ l

ନୟାଗଡ ଜିଲ୍ଲାର ଲାଇଫଲାଇନ ତଥା କଂଗ୍ରେସ ସରକାର ପ୍ରସ୍ତାବିତ ବୃହତ ବୃତଙ୍ଗ ଜଳସେଚନ ଯୋଜନା, ପାଣିପୋଇଲା ଠାରେ ଦୁଇଲକ୍ଷ ଟନ କ୍ରସିଂଙ୍ଗ କାପାସିଟି ନୂତନ ଚିନିକଳ ସ୍ଥାପନା ଏବଂ ନୟାଗଡ ରେ ମେଡିକାଲ କଲେଜ ପ୍ରସଙ୍ଗରେ କଂଗ୍ରେସ ରାଜରାସ୍ତା କୁ ଓଲ୍ଲାଇବା ସହ ପଦଯାତ୍ରା କରି ଲୋକଙ୍କ ପାଖରେ ପହଂଚିବା ପାଇଁ ଡିସିସି ସଭାପତି ଙ୍କୁ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି l

ପ୍ରାକ ନିର୍ବାଚନ ପ୍ରସ୍ତୁତି ପାଇଁ ଜିଲ୍ଲାର ଚାରିଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ଲୋକଙ୍କ ପାଖେ ଆଦୃତ ପ୍ରାର୍ଥୀ ଚୟନ ଉପରେ ଦଳ ଫୋକସ କରିବ ବୋଲି ପିସିସି ସଭାପତି କହିଛନ୍ତି l ଏହି ସମୀକ୍ଷା ବୈଠକ ରେ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବି ରଣଜିତ ଦାଶ, ବରିଷ୍ଠ ନେତା ହୁସେନ ଖାଁ, କମଳ ଚରଣ ସାହୁ, ମନୋଜ ସାହୁ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଫକୀର ଚରଣ ମଲ୍ଲ, ଅମଜାଦ ଖାଁ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ପ୍ରମୋଦ ମହାପାତ୍ର,ଇଂ ଦେବବ୍ରତ ବେହେରା, ଅଶୋକ ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଯଶୋଦା କାଣ୍ଡି, ମହିଳା କଂଗ୍ରେସ ନେତ୍ରୀ ସସ୍ମିତା ଦାଶ, ସେବାଦଳ ସଂଯୋଜକ ବିମଳ ଦାଶ ଜିଲ୍ଲା କିଷାନ ସେଲ ଅଧ୍ୟକ୍ଷ ଧ୍ରୁବଚରଣ ପରିଡା ଯୁବନେତା ଅକ୍ଷୟ କୁମାର ମଲ୍ଲ, ଦିଲ୍ଲୀପ ଖୁଣ୍ଟିଆଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ଡ ଚେଲ୍ଲାକୁମାର ଆଲୋଚନା କରିଥିଲେ l ବିଜେଡ଼ି-ବିଜେପି ସଲାସୁତୁରା ରାଜନୀତି ଲୋକେ ଜାଣିବା ପରେ ଜିଲ୍ଲାର ଚାରିଗୋଟି ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ସହ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରତିଦ୍ବନ୍ଦିତା ହେବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି l
