ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି। ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟ ର ବିଦ୍ୱତ ପରିଷଦ ସଭାପତି ଶ୍ରୀଯୁକ୍ତ ଭଗବାନ ସାହୁ ମା ସରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ବିଶ୍ୱକଲ୍ୟାଣ ନିମନ୍ତେ ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ର ପ୍ରଧାନଚାର୍ୟ୍ଯ ଶ୍ରୀଯୁକ୍ତ ଅମ୍ବିକାପ୍ରସାଦ ପଟ୍ଟନାୟକ ଅତିଥି ପରିଚୟ କରାଇଥିଲେ। ମୁଖ୍ୟବକ୍ତା ଶ୍ରୀ ସାହୁ “ଗୁରୁଦିବସ ର ମହତ୍ତ୍ୱ” ଓ ସମାଜରେ ଗୁରୁଙ୍କର ଭୂମିକା ବିଷୟରେ ବ୍ୟାଖ୍ୟା କରିଥିଲେ। ଶିଶୁ ମନରେ ମାନବିକ ମୂଲ୍ୟବୋଧ ସୃଷ୍ଟି କରିପାରିଲେ ଶିକ୍ଷକ ଜୀବନ ଧନ୍ୟ ବୋଲି କହିଥିଲେ। ଶିଶୁଭାରତୀ ଭାଇଭଉଣୀ ମାନେ ଖୁବ ଆଗ୍ରହ ଓ ଭକ୍ତିରେ ଗୁରୁପୂଜନ କରିଥିଲେ। ବିଦ୍ୟାଳୟ ର ଶିଶୁଭାଇଭଉଣୀ ମାନେ ଗୁରୁଦିବସ ନିମନ୍ତେ ସୁନ୍ଦର ଭାଷଣ ଦେଇଥିଲେ।ପ୍ରାୟ ୬୦୦ରୁ ଉର୍ଦ୍ଧ୍ବ ଶିଶୁ ଭାଇଭଉଣୀ ଉପସ୍ଥିତ ଥିଲେ। ପ୍ରଧାନଚାର୍ୟ୍ଯ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଗୁରୁଜୀଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇଥିଲା।

