ଦଶପଲ୍ଲା ଅଞ୍ଚଳରେ ସାବାଡ଼ ହେବେ ଅମାନିଆ

ଦଶପଲ୍ଲା: ଦଶପଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଗମ୍ଭୀର ସ୍ଥିତି ଆଡ଼କୁ ଯାଉଥିବା ବେଳେ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ଯେତେ ପ୍ରଚାର ପ୍ରସାର କଲେ କିଛି ଅମାନିଆ ବେଫିକର ଭାବେ ବଜାରରେ ବୁଲୁଛନ୍ତି। ସେଇମାନଙ୍କୁ ସାବାଡ଼ କରିବା ପାଇଁ ବୁଦ୍ଧିଜୀବୀମାନେ ପୋଲିସକୁ ଆହୁରି କଠୋର ହେବାକୁ ପଡ଼ିବ ବୋଲି ମତ ଦେଇଛନ୍ତି। ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି କିମ୍ବା ଅଯଥାରେ ବାହାରେ ବୁଲାବୁଲି କରୁଛନ୍ତି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି। ଦଶପଲ୍ଲା କୋଭିଡ ଅଧିକାରୀ ତଥା ତହସିଲଦାର ଅକ୍ଷୟ କୁମାର କୁମାର ଖେମୁଣ୍ଡୁ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେଵବ୍ରତ କର, ଦଶପଲ୍ଲା ଥାନା ଅଧିକାରୀ କିରଣ ହେମ୍ରମ ଏବଂ ଏସ.ଆଇ. ଚକ୍ରଧର ସିଂ, ସୁବାଷ ଚମ୍ପତ୍ତି ପ୍ରଭୁତିଙ୍କୁ ନେଇ ଏକ ଟିମ ଗଠନ…

Read More

ବଲାଙ୍ଗୀରକୁ କରୋନା ଆକ୍ରାନ୍ତଙ୍କ ସେବା କରିବାକୁ ଯାଉଥିବା ବେଳେ ଦୁର୍ଘଟଣା

ଦଶପଲ୍ଲା: କୋଭିଡ୍-୧୯ ଡ୍ୟୁଟି ପାଇଁ ଏସସିବି ମେଡିକାଲ କଲେଜର ଶେଷ ବର୍ଷର ୧୯ଜଣ ଛାତ୍ରଛାତ୍ରୀ କଟକରୁ ବଲାଙ୍ଗିର ଯାଉଥିବା ବେଳେ ୫୭ନଂ ଜାତୀୟ ରାଜପଥ ବାଣିଗୋଚ୍ଛା ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଛକ ନିକଟରେ ଏକ ବୁଲାଣିରେ ବସଟି ଏକ ପଣସ ଗଛରେ ଧକ୍କା ହୋଇଥିଲା। ଦୁର୍ଘଟଣାର ଖବର ପାଇ ନୟାଗଡ଼ ଟାଉନ୍ ଥାନା ଅଧିକାରୀ ଜୟଦୀପ୍ ମହାନ୍ତି ସଙ୍ଗେ ସଙ୍ଗେ ବାଣିଗୋଚ୍ଛା ଥାନାକୁ ଖବର ଦେଇଥିଲେ। ସେହି ଖବର ପାଇ ବିଳମ୍ବିତ ରାତିରେ ନୟାଗଡ଼ ଟାଉନ୍ ପୁଲିସ ଓ ବାଣିଗୋଚ୍ଛା ପୁଲିସ, ଦଶପଲ୍ଲା ତହସିଲଦାର, ଦଶପଲ୍ଲା ମେଡିକାଲର ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ ବସ୍ ଚାଳକ ଜଣକ ଗୁରୁତର ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହାତ ହୋଇଥିବା ନେଇ ବାଣିଗୋଚ୍ଛା ଥାନା…

Read More

କରୋନା ସମୟରେ ସର୍ଭେ କାର୍ଯ୍ୟକୁ ଶିକ୍ଷକ ସଂଘର ପ୍ରତ୍ୟାଖ୍ୟାନ

ନୟାଗଡ଼: କରୋନାକୁ ରାଜ୍ୟ ସରକାର ରାଜ୍ୟରେ ଗତ ୫ତାରିଖରୁ ଲକଡାଉନ ଘୋଷଣା କରିଥିବା ବେଳେ ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ମାନଙ୍କୁ ଡ୍ରପଆଉଟ ପିଲାଙ୍କ ସର୍ଭେ କାର୍ଯ୍ୟରେ ନିୟୋଜନକୁ ନେଇ ଜିଳ୍ଲା ପ୍ରାଥମିକ ଶିକ୍ଷକ ସଂଘ କଡ଼ା ବିରୋଧ କରିଛି । କୋଭିଡ-୧୯ ଗାଇଡଲାଇନର ସମସ୍ତ ନୀତିନିୟମକୁ ଉଲଂଘନ କରାଯାଇ ମହାମାରୀ ସଂକଟ ସମୟରେ ଶିକ୍ଷକମାନଙ୍କୁ ବିପଦ ମୁହଁକୁ ଠେଲି ଦିଆଯାଉଥିବା ନେଇ ଶିକ୍ଷକସଂଘ ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି । ଏ ନେଇ ଗତକାଲି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜିଳ୍ଲା ସଂଘ ପକ୍ଷରୁ ଏକ ଚିଠିମାଧ୍ୟମରେ ଶିକ୍ଷକମାନେ ଲକଡାଉନ ସମୟରେ ସର୍ଭେ କାର୍ଯ୍ୟ କରିବେ ନାହିଁ ବୋଲି ରୋକଠୋକ ଜଣାଇ ଦେଇଛନ୍ତି । ରାଜ୍ୟ ସରକାର ଗତ ଏପ୍ରିଲ ମାସରେ ଏହି ସର୍ଭେ କାର୍ଯ୍ୟ ସାରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶନାମା ଜାରି…

Read More

ଭାପୁର ବଜାର ହେଲା ସାନିଟାଇଜ

ଭାପୁର: ଭାପୁର ବଜାରରେ ଗୁରୁବାର ସକାଳୁ ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜ କରାଯାଇଥିଲା । ଭାପୁର ବଜାରର ଜଣେ ଯୁବ ବ୍ୟବସାୟୀଙ୍କ କରୋନାରେ ମୃତ୍ୟୁ ପରେ ଭାପୁର ତହସିଲଦାର ତୃପ୍ତି ମହାନ୍ତି ୧ତାରିଖ ଠାରୁ ୬ତାରିଖ ପର୍ଯ୍ଯନ୍ତ ଭାପୁର ବଜାରକୁ ମାଇକ୍ରୋ କଣ୍ଟନମେଣ୍ଟ ଜୋନ ଘୋଷଣା କରିଥିଲେ । ବଜାରକୁ ସମ୍ପୂର୍ଣ୍ଣ ଭାବେ ବାଉଁଶ ବ୍ୟାରିକେଟ କରି ବନ୍ଦ କରାଯାଇଥିଲା । ଗୁରୁବାର ସକାଳୁ ବ୍ୟାରିକେଟ୍ ଖୋଲା ଯାଇଥିଲା । ଅଗ୍ନିଶମ ବିଭାଗର ଅଫିସର ପ୍ରତାପ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଭାପୁର ବଜାରକୁ ସାନିଟାଇଜର କରିଥିଲେ ।

Read More

ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇ ଜଳିଗଲା କାର

ଦଶପଲ୍ଲା: ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣା ଦଶପଲ୍ଲା ଏବଂ ସୁବଳୟା ମଧ୍ୟବର୍ତ୍ତୀ ସ୍ଥାନରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇ ଜଳି ଯାଇଛି । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ କାରଟି ନୟାଗଡ଼ରୁ କନ୍ଧମାଳ ଅଭିମୁଖେ ଯାଉଥିବା ବେଳେ ଏକ ରାସ୍ତା କଡରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟିବା ପରେ କାର ଇଞ୍ଜିନରେ ହଠାତ ନିଆଁ ଲାଗି ଯାଇଥିବା ଦେଖା ଯାଇଥିଲା । ଖବରପାଇ ଦଶପଲ୍ଲା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତି ଆହାତ ହୋଇଥିବା ସୂଚନା ମିଳିଛି।

Read More

ମେଡିକାଲକୁ ଆଖି ଦେଖାଇବାକୁ ଆସି ନିଖୋଜ

ଭାପୁର: ଫତେଗଡ ଥାନା ଅନ୍ତର୍ଗତ ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତ ଗୋଳାପୋଖରୀ ଗ୍ରାମର ଜଣେ ବ୍ୟକ୍ତି ମେଡିକାଲକୁ ଆଖି ଦେଖାଇବାକୁ କହି ବସରେ ଯାଇ ନିଖୋଜ ଥିବାରୁ ପରିବାର ତରଫରୁ ଥାନାରେ ନିଖୋଜ ଥିବା ଲିଖିତ ଅଭିଯୋଗ ହୋଇଛି । ଗୋଳାପୋଖରୀ ଗାଁର କୁଳମଣି ବେହେରା (୫୩) ସୋମବାର ସକାଳୁ ଭୁବନେଶ୍ଵରର ଏକ ଘୋରୋଇ ମେଡିକାଲକୁ ଆଖି ଦେଖାଇବା ଲାଗି ଯାଇଥିଲେ। ସକାଳୁ ସକାଳୁ ସେହି ଗ୍ରାମ ଦେଇ ଯାଉଥିବା ନାରାୟଣୀ ନାମକ ଏକ ଯାତ୍ରୀବାହୀ ବସରେ ଚଢିଥିଲେ । ତା’ପରଦିନ ଅର୍ଥାତ ମଙ୍ଗଳବାର ଦିନ ନଫେରିବାରୁ ଘର ଲୋକ ଭୁବନେଶ୍ବର ଯାଇ ସେହି ମେଡିକାଲରେ ବୁଝାବୁଝି କରିବାରୁ ମେଡିକାଲ କତ୍ତୁର୍ପକ୍ଷ କୁଳମଣି ଆସି ନଥିବା କହିଥିଲେ। ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ଫୋନ ମାଧ୍ୟମରେ ବୁଝିଥିଲେ ହେଲେ ତାଙ୍କର କୌଣସି ସନ୍ଧାନ ନପାଇବାରୁ ତାଙ୍କ…

Read More

ଖଣ୍ଡପଡାର ନୂତନ ଏସଡ଼ିପିଓ ଭାବେ ଯୋଗଦେବେ ପ୍ରଭାତ କୁମାର ମଲ୍ଲିକ

ଖଣ୍ଡପଡା: ଖଣ୍ଡପଡାରେ କାର୍ଯ୍ୟରତ ଏସଡ଼ିପିଓଙ୍କ ବଦଳି ପରେ ତାଙ୍କ ସ୍ଥାନରେ ନୂତନ ଏସଡିପିଓ ଭାବେ ଯୋଗ ଦେବାକୁ ଯାଉଛନ୍ତି ପ୍ରଭାତ କୁମାର ମଲ୍ଲିକ। ଶ୍ରୀଯୁକ୍ତ ମଲ୍ଲିକ ପୂର୍ବରୁ କଟକ ଜିଲ୍ଲା ବଡମ୍ବା ଥାନା ଅଧିକାରୀଭାବେ କାର୍ଯ୍ୟରତ ଥିଲେ। ବଡ଼ମ୍ବା ପୂର୍ବରୁ ମାଲକାନଗିରିରେ ନିଜର ବହୁବର୍ଷ ଅଭିଜ୍ଞତା ଭିତରେ ଅନେକ ଜାଗାରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଶ୍ରୀଯୁକ୍ତ ମଲ୍ଲିକ। ଖଣ୍ଡପଡା ଅଞ୍ଚଳରେ ଆଇନ ଶୃଙ୍ଖଳା ଅବ୍ୟାହତ ରହିବ ବୋଲି ସ୍ଥାନୀୟ ଜନସାଧାରଣ ଆଶାବାଦୀ ଅଛନ୍ତି।

Read More