ଭାପୁର ବଜାର ହେଲା ସାନିଟାଇଜ

ଭାପୁର: ଭାପୁର ବଜାରରେ ଗୁରୁବାର ସକାଳୁ ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜ କରାଯାଇଥିଲା । ଭାପୁର ବଜାରର ଜଣେ ଯୁବ ବ୍ୟବସାୟୀଙ୍କ କରୋନାରେ ମୃତ୍ୟୁ ପରେ ଭାପୁର ତହସିଲଦାର ତୃପ୍ତି ମହାନ୍ତି ୧ତାରିଖ ଠାରୁ ୬ତାରିଖ ପର୍ଯ୍ଯନ୍ତ ଭାପୁର ବଜାରକୁ ମାଇକ୍ରୋ କଣ୍ଟନମେଣ୍ଟ ଜୋନ ଘୋଷଣା କରିଥିଲେ । ବଜାରକୁ ସମ୍ପୂର୍ଣ୍ଣ ଭାବେ ବାଉଁଶ ବ୍ୟାରିକେଟ କରି ବନ୍ଦ କରାଯାଇଥିଲା । ଗୁରୁବାର ସକାଳୁ ବ୍ୟାରିକେଟ୍ ଖୋଲା ଯାଇଥିଲା । ଅଗ୍ନିଶମ ବିଭାଗର ଅଫିସର ପ୍ରତାପ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଭାପୁର ବଜାରକୁ ସାନିଟାଇଜର କରିଥିଲେ ।

Related posts