ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ ଜିଲ୍ଲାରେ ନିଶା କାରବାରକୁ ରୋକିବା ପାଇଁ ଏସ୍ପି ସିଦ୍ଧାର୍ଥ କଟାରିଆ ସମସ୍ତ ଥାନାକୁ କଡାକଡି ଭାବେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଭିଯାନରେ ଆଜି ନୟାଗଡ଼ ଟାଉନ୍ ପୁଲିସ୍ ସିନ୍ଦୁରିଆ ନିକଟରେ ଜଣେ ଚୋରା ବ୍ୟବସାୟୀ କୋରେକ୍ସ ବିକ୍ରି କରୁଥିବା ବେଳେ ଚଢଉ କରିଥିଲା । ଚଢଉ ସମୟରେ ଉକ୍ତ ବ୍ୟବସାୟୀ ଠାରୁ ୧୫୦ ବୋତଲ କୋରେକ୍ସ ଜବତ କରିବା ସହ ବ୍ୟବସାୟୀକୁ ଥାନାକୁ ଆଣି ପଚରାଉଚରା କରିଥିଲା। ଥାନାରେ କେସ୍ ନଂ-୨୪୨/୨୦୨୧ରେ ମାମଲା ରୁଜୁକରି ଦେଉଳପଲ୍ଲୀ ଗ୍ରାମର କୋରେକ୍ସ ବ୍ୟବସାୟୀ ମନୋରଂଜନ ପ୍ରଧାନ(୫୦)କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି ।
Read MoreYear: 2021
ରଣପୁର ଅଞ୍ଚଳର ବେଆଇନ ଖଣି ଉପରେ ଚଢ଼ଉ, ୧ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଯନ୍ତ୍ରାଂଶ ଜବତ
ରଣପୁର,(ନୟାଗଡ ଦର୍ପଣ): ରଣପୁର ଅଞ୍ଚଳରେ ବହୁଦିନ ଧରି ବେଆଇନ ଖଣି ମାଫିଆଙ୍କ ଅରାଜକତା ଚାଲୁ ରହିଥିଲା । ଯେଉଁଥିପାଇଁ ଅନେକ ସମୟରେ ସାଧାରଣ ଜନତା ଆନ୍ଦୋଳନର ପନ୍ଥା ଅବଲମ୍ବନ କରୁଥିଲେ । ଆସନ୍ତା ୨ ତାରିଖରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଡକାଯାଇଥିବା ବେଳେ ଏହା ପୂର୍ବରୁ ମଧ୍ୟ କମିଟି ପକ୍ଷରୁ ବେଆଇନ ଖଣି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଆନ୍ଦୋଳନ କରଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଞ୍ଜନ ଦାଶଙ୍କୁ ଖଣି ମାଫିଆଙ୍କ ଉପରେ କଡା ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରଣପୁର ଥାନା ଦାୟିତ୍ୱରେ ଥିବା ଚାନ୍ଦପୁର ଆଇଆଇସି ବିଭିନ୍ନ ବେଆଇନ ଖଣି ଉପରେ ଚଢ଼ଉ କରି ୧୬ ଜଣଙ୍କୁ ଗିରଫ କରିବା ସହ ୧ କୋଟି…
Read Moreରଣପୁର ନିର୍ବାଚନ ମଣ୍ଡଳୀ ସମୀକ୍ଷା କଲେ ବିଧାୟକ ଓ ଜିଲ୍ଲାପାଳ
ରଣପୁର,(ନୟାଗଡ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ । ଉକ୍ତ ସମୀକ୍ଷା କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ, ନୟାଗଡ଼ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତଥିଲେ । ଉକ୍ତ ନିର୍ବାଚନ ମଣ୍ଡଳୀର ୧୮ଗୋଟି ବିଭାଗର ସମୀକ୍ଷା କରାଯିବା ସହ ସମସ୍ତ କାର୍ଯ୍ୟକୁ ସଠିକ ସମୟରେ ତ୍ୱରାନିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ପଞ୍ଚାୟତ ସମିତି ଠାରୁ ଆରମ୍ଭ କରି ପାନୀୟ ଜଳ ଯୋଗାଣ, ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସମାଜ ମଙ୍ଗଳ, ସ୍ୱାସ୍ଥ୍ୟ, ଇରିଗେସନ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ସାମାଜିକ ସୁରକ୍ଷା, ପ୍ରମୁଖ ୧୮ ଗୋଟି ବିଭାଗର କାର୍ଯ୍ୟ ସମୀକ୍ଷା କରାଯାଇଥିଲା । ରଣପୁର ପଞ୍ଚାୟତ…
Read Moreକେ.ସି କ୍ଲବରେ ସହୀଦ ଦିବାକର ପରିଡ଼ାଙ୍କ ୧୧୧ତମ ଜୟନ୍ତୀ ପାଳିତ
ନୟାଗଡ଼,(ନୟାଗଡ ଦର୍ପଣ): ରାଜ୍ୟ ସ୍ତରୀୟ ସହୀଦ ରଘୁଦିବାକର ସ୍ମୃତି କମିଟି ଓ ମା’ ଫାଉଣ୍ଡେସନର ମିଳିତ ସହଯୋଗରେ ସହୀଦ ଦିବାକର ପରିଡ଼ାଙ୍କ ୧୧୧ ତମ ଜୟନ୍ତୀ ନୟାଗଡ଼ ସହରସ୍ଥିତ କେ.ସି କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ସହିଦ ରଘୁଦିବାକର ସ୍ମୃତି କମିଟି ସଭାପତି ସୌଦାମିନ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ନୟାଗଡ଼ ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ ଯୋଗ ଦେଇଥିବା ବେଳେ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ଦାମୋଦର ସାହୁ, ସାମ୍ବାଦିକ ପ୍ରଦିପ୍ତ ରଥ, କେ.ସି କ୍ଲବ ସଭାପତି କିଶାନ ଦାଶ, ମା’ ଫାଉଣ୍ଡେସନ ସମ୍ପାଦକ ରଞ୍ଜନରଶ୍ମୀ ଜେନା ପ୍ରମୁଖ ଯୋଗ ଦେଇଥିଲେ ।…
Read Moreସ୍ଵୟଂ ସହାୟକ ଗୋଷ୍ଠୀ ନାଁରେ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଠକେଇ
ଓଡ଼ଗାଁ,(ନୟାଗଡ ଦର୍ପଣ): ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ଉଦ୍ୟମ କରୁଥିବାବେଳେ ମହିଳାମାନେ ଅର୍ଥ ଠକେଇ କରିବା ଘଟଣା ବର୍ତ୍ତମାନ ଓଡ଼ଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଅର୍ଥ ରାଶିକୁ ଠକେଇ କରିଥିବା ନେଇ ଓଡ଼ଗାଁ ବିଡିଓ ୪ ଜଣ ମହିଳା ଓ ଜଣେ ପୁରୁଷଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଠକେଇ ଅଭିଯୋଗ ପାଇବା ପରେ ଘଟଣାକୁ ଗୁରୁତ୍ଵ ଭାବେ ନେଇଛି। ମୋଟ ୧୬ ଲକ୍ଷ ୪୯ ହଜାର ୨୫୦ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ବିଡିଓଙ୍କ ଅଭିଯୋଗ କ୍ରମେ, ଧବଳେଇ ଗ୍ରାମର ସ୍ଵପ୍ନାରାଣୀ ପଟ୍ଟନାୟକ ୪ଲକ୍ଷ ୪୫ହଜାର ୩.୬୦ଟଙ୍କା, ସଂଯୁକ୍ତା ପଟ୍ଟନାୟକ ୫ଲକ୍ଷ ୬୯ହଜାର ୮୩୫ଟଙ୍କା, ବାଣ୍ଠପୁର ଚେମେଡ଼ି ଗ୍ରାମର ରୀତାଞ୍ଜଳି ପ୍ରଧାନ ୩ଲକ୍ଷ ୯୨ହଜାର ୮୫୫ଟଙ୍କା, ବାଣ୍ଠପୁର ଗ୍ରାମର ଲିଲି…
Read Moreବାଲି ବୋଝେଇ ହାଇୱା ଜବତ, ୨୫ହଜାର ଟଙ୍କା ଜୋରିମାନା ଆଦାୟ
ଓଡ଼ଗାଁ,(ନୟାଗଡ ଦର୍ପଣ): ବାଲି ବୋଝେଇ ହାଇୱାକୁ ଓଡଗାଁ ତହସିଲଦାର ଜବତ କରିବା ସହ ୨୫ହଜାର ଟଙ୍କା ଜୋରିମାନା କରିଛନ୍ତି। ସୂଚନାଥାଉକି, ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବେଆଇନ୍ ଭାବେ ରାଜସ୍ବ ଫାଙ୍କି ବାଲି, ଇଟା, ପଥର ଆଦି ଚୋରା ଚାଲାଣ ହେଉଛି। ଆଜି ଓଡ଼ଗାଁ ଥାନା ନନ୍ଦିଘୋର ଠାରେ ଏକ ବାଲି ବୋଝେଇ ହାଇୱା ଗାଡ଼ିନଂ ଓଡ଼ି୦୨ଏଭି–୧୧୧୩ ଠିଆ ହୋଇଥିବା ବେଳେ ଓଡ଼ଗାଁ ତହସିଲଦାର ବିଜେୟୀତା ସାମନ୍ତସିଂହାର ଗାଡ଼ିକୁ ତନଖୀ କରିଥିଲେ। ଗତକାଲି ରାତିର ଚାଲାଣ ଥିବାରୁ ତାହା ବେଆଇନ ଦର୍ଶାଇ ୨୫ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ। ଗାଡ଼ିଟି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ପରିଛଳ ଗ୍ରାମର ଜଗନ୍ନାଥ ବରାଳଙ୍କର ବୋଲି ଜଣାପଡିଛି।
Read Moreନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର
ଉନ୍ନତମାନର ଚିକିତ୍ସା ସୁବିଧା ପାଇଲେ ୨ ହଜାର ରୋଗୀ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଏବଂ ଇଫକୋ ସହାୟତା କରିଛନ୍ତି । ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ବହୁ ଦକ୍ଷ ଚିକିତ୍ସକଙ୍କଠାରୁ ଚିକିତ୍ସା ସୁବିଧା ପାଇ ପାରିଛନ୍ତି । ୧୨ଟି ସ୍ୱାସ୍ଥ୍ୟ ସମ୍ପର୍କିତ ବିଭାଗ ପାଇଁ ୨୧ ଜଣ ଡାକ୍ତର ଶିବିରରେ ଯୋଗ ଦେଇଥିଲେ । ମୁଖ୍ୟତଃ ଆମ୍ରି ହସ୍ପିଟାଲର ୯ ଜଣ ଡାକ୍ତର ଯୋଗ ଦେଇ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ…
Read Moreମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ଚୂଡ଼ାନ୍ତ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ରବିବାର ଅନୁଷ୍ଠିତ ହେବ। ଏଥିପାଇଁ ଆଜି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସଭାଗୃହରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅରୁଣ ମହାନ୍ତି, ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସ୍ୱେଚ୍ଛାସେବୀ ମନବୃତ୍ତି ବୃଦ୍ଧି ପାଇଁ କାର୍ଯ୍ୟକ୍ରମର ଆବଶ୍ୟକତା ଥିବା କହିଛନ୍ତି । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ…
Read Moreଖୋର୍ଦ୍ଧା ଯୁବକ ତାପସ ନୟାଗଡ଼ରେ ନିଖୋଜ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଖୋର୍ଦ୍ଧା ଜିଲ୍ଲା ଜୟମଙ୍ଗଳ ଗ୍ରାମର ତାପସ କୁମାର ନାୟକ ଗତକାଲି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ସମ୍ପର୍କୀୟ ଆଇଙ୍କୁ ଭେଟିବା ପାଇଁ ନୟାଗଡ଼ ଆସିଥିଲେ । ନୟାଗଡ଼ ଡାକ୍ତରଖାନାରୁ କିଛି ସମ୍ପର୍କିୟଙ୍କୁ ନେଇ ବାହାଡ଼ଝୋଲା ନିକଟବର୍ତ୍ତୀ ଘଡ଼େଇ ବନ୍ଧ ଗ୍ରାମରେ ଛାଡ଼ିବାକୁ ଯାଇଥିଲେ । ସେଠାରୁ ରାତି ୮.୩୦ରୁ ଖୋର୍ଦ୍ଧା ଅଭିମୁଖେ ବାହାରିଥିବା ବେଳେ ଆଜି ସଂନ୍ଧ୍ୟା ସୁଦ୍ଧା ପହଞ୍ଚିନଥିବା ତାପସଙ୍କ ପତ୍ନୀ ତୁଳସୀ ସାମଲ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏକ ଗ୍ଲାମର ମୋଟର ସାଇକେଲ ଯୋଗେ ସେ ଫେରୁଥିବା ସମୟରେ କିଛି ଅଘଟଣା ଘଟିଥିବା ନେଇ ପରିବାର ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି । ତାପସ ବଲାଙ୍ଗୀର ଜିଲ୍ଲା ସଇଁତଳା ଗୋଳାବାରୁଦ କାରଖାନାରେ କାମ କରୁଥିବା ବେଳେ ସେ ଜୟମଙ୍ଗଳ ଗ୍ରାମ ନିକଟରେ ଏକ…
Read Moreଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଗଣଧାରଣା
ନୟାଗଡ଼,(ନୟାଗଡ଼ ଦର୍ପଣ): ଦିଲ୍ଲୀ କୃଷକ ଆନ୍ଦୋଳନର ଏକ ବର୍ଷ ପୂର୍ତ୍ତି ଅବସରରେ ଛଅ ଦଫା ଦାବି ନେଇ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ଏକ ଗଣଧାରଣା ଦିଆ ଯାଇଥିଲା। ନୟାଗଡ଼ ଜିଲ୍ଲାର ବରିଷ୍ଠ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣାରେ ଦଳର ଅନ୍ୟତମ ନେତା ଗୋଲକ ବିହାରୀ ମୁଦୁଲି, କୃଷ୍ଣଚନ୍ଦ୍ର ମହାପାତ୍ର, ପବିତ୍ର ଇନ୍ଦ୍ରଜିତ, ଏସ.ଏ.କରିମ, ଜୋତିପ୍ରଭା ଜେନା, ଭୋଗେଇ ଦାଶ, ସୁକାନ୍ତ ସାହୁ, ବୁଦ୍ଧି ନାୟକ, କାଳୁଚରଣ ସ୍ୱାଇଁ, ସହଦେବ ଡାକୁଆ ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନ ପ୍ରତ୍ୟାହାର ଘୋଷଣାକୁ ସଂସଦରେ ତୁରନ୍ତ ପାରିତ କରିବା, ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ କରିବା, ସ୍ୱାମୀନାଥନ କମିସନ ସୁପାରିଶ ମୁତାବକ କୃଷି ଉତ୍ପାଦନର ମୂଲ୍ୟ ବୃଦ୍ଧିକୁ ଆଇନ ଭାବେ…
Read More