କେ.ସି କ୍ଲବରେ ସହୀଦ ଦିବାକର ପରିଡ଼ାଙ୍କ ୧୧୧ତମ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ ଦର୍ପଣ): ରାଜ୍ୟ ସ୍ତରୀୟ ସହୀଦ ରଘୁଦିବାକର ସ୍ମୃତି କମିଟି ଓ ମା’ ଫାଉଣ୍ଡେସନର ମିଳିତ ସହଯୋଗରେ ସହୀଦ ଦିବାକର ପରିଡ଼ାଙ୍କ ୧୧୧ ତମ ଜୟନ୍ତୀ ନୟାଗଡ଼ ସହରସ୍ଥିତ କେ.ସି କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ସହିଦ ରଘୁଦିବାକର ସ୍ମୃତି କମିଟି ସଭାପତି ସୌଦାମିନ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ନୟାଗଡ଼ ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ ଯୋଗ ଦେଇଥିବା ବେଳେ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ଦାମୋଦର ସାହୁ, ସାମ୍ବାଦିକ ପ୍ରଦିପ୍ତ ରଥ, କେ.ସି କ୍ଲବ ସଭାପତି କିଶାନ ଦାଶ, ମା’ ଫାଉଣ୍ଡେସନ ସମ୍ପାଦକ ରଞ୍ଜନରଶ୍ମୀ ଜେନା ପ୍ରମୁଖ ଯୋଗ ଦେଇଥିଲେ । ସହୀଦ ଦିବାକର ପରିଡ଼ାଙ୍କର ୧୧୧ ତମ ଜୟନ୍ତୀ ଉପଲକ୍ଷେ ଅତିଥିମାନେ ତାଙ୍କ ସ୍ମୃତି ଚାରଣ କରିବ ସହ ସହୀଦ ଦିବାକର ପରିଡାଙ୍କର ସାହସିକତା ମନୋବୃତିକୁ ନେଇ ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ପରିଶେଷରେ ସାମ୍ବାଦିକ ରଜତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts