ରଣପୁର ନିର୍ବାଚନ ମଣ୍ଡଳୀ ସମୀକ୍ଷା କଲେ ବିଧାୟକ ଓ ଜିଲ୍ଲାପାଳ

ରଣପୁର,(ନୟାଗଡ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ । ଉକ୍ତ ସମୀକ୍ଷା କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ, ନୟାଗଡ଼ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତଥିଲେ । ଉକ୍ତ ନିର୍ବାଚନ ମଣ୍ଡଳୀର ୧୮ଗୋଟି ବିଭାଗର ସମୀକ୍ଷା କରାଯିବା ସହ ସମସ୍ତ କାର୍ଯ୍ୟକୁ ସଠିକ ସମୟରେ ତ୍ୱରାନିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ପଞ୍ଚାୟତ ସମିତି ଠାରୁ ଆରମ୍ଭ କରି ପାନୀୟ ଜଳ ଯୋଗାଣ, ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସମାଜ ମଙ୍ଗଳ, ସ୍ୱାସ୍ଥ୍ୟ, ଇରିଗେସନ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ସାମାଜିକ ସୁରକ୍ଷା, ପ୍ରମୁଖ ୧୮ ଗୋଟି ବିଭାଗର କାର୍ଯ୍ୟ ସମୀକ୍ଷା କରାଯାଇଥିଲା । ରଣପୁର ପଞ୍ଚାୟତ ସମିତି ଠାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ରଣପୁର ତହସିଲଦାର ଯୁଗଳ କିଶୋର ମିଶ୍ର, ରଣପୁର ବିଡିଓ ରିତୁପୁର୍ଣ୍ଣା ମହାପାତ୍ର, ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୁପମା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ବିଭାଗର ସହକାରି ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Related posts