ବାଲି ବୋଝେଇ ହାଇୱା ଜବତ, ୨୫ହଜାର ଟଙ୍କା ଜୋରିମାନା ଆଦାୟ

ଓଡ଼ଗାଁ,(ନୟାଗଡ ଦର୍ପଣ): ବାଲି ବୋଝେଇ ହାଇୱାକୁ ଓଡଗାଁ ତହସିଲଦାର ଜବତ କରିବା ସହ ୨୫ହଜାର ଟଙ୍କା ଜୋରିମାନା କରିଛନ୍ତି। ସୂଚନାଥାଉକି, ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବେଆଇନ୍ ଭାବେ ରାଜସ୍ବ ଫାଙ୍କି ବାଲି, ଇଟା, ପଥର ଆଦି ଚୋରା ଚାଲାଣ ହେଉଛି। ଆଜି ଓଡ଼ଗାଁ ଥାନା ନନ୍ଦିଘୋର ଠାରେ ଏକ ବାଲି ବୋଝେଇ ହାଇୱା ଗାଡ଼ିନଂ ଓଡ଼ି୦୨ଏଭି–୧୧୧୩ ଠିଆ ହୋଇଥିବା ବେଳେ ଓଡ଼ଗାଁ ତହସିଲଦାର ବିଜେୟୀତା ସାମନ୍ତସିଂହାର ଗାଡ଼ିକୁ ତନଖୀ କରିଥିଲେ। ଗତକାଲି ରାତିର ଚାଲାଣ ଥିବାରୁ ତାହା ବେଆଇନ ଦର୍ଶାଇ ୨୫ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ। ଗାଡ଼ିଟି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ପରିଛଳ ଗ୍ରାମର ଜଗନ୍ନାଥ ବରାଳଙ୍କର ବୋଲି ଜଣାପଡିଛି।

Related posts