ଖଣ୍ଡପଡା: (ନୟାଗଡ଼ ଦର୍ପଣ) କରୋନା ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ନୟାଗଡ଼ ରକ୍ତଭଣ୍ଡାରରେ ଏବେ ରକ୍ତସଙ୍କଟ ଦେଖାଦେଇଛି l ଏଣୁ, ଏହି ସମୟରେ ରକ୍ତଭଣ୍ଡାରରେ ରକ୍ତଭାବକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲାବ୍ୟାପି ଏକ ମାରାଥନ ରକ୍ତଦାନ ଶିବିର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି l ଏହି ଅବସରରେ ଶୁକ୍ରବାର ଖଣ୍ଡପଡା ବ୍ଲକ ଗୁଣ୍ଠୁଣି ପ୍ରାଥମିକ ବିଦ୍ୟାଳୟ ପରିସରରେ ନୟାଗଡ଼ ସେବା ଉତ୍ସବ ସମିତି ଓ ଗୁଣ୍ଠୁଣି ଯୁବକ ସଙ୍ଘ ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସମସ୍ଥ ରକ୍ତଦାତାଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବା ସହ ସମସ୍ଥ କୋଭିଡ କଟକଣା ମଧ୍ୟରେ ରକ୍ତ ସଂଗ୍ରହ କରାଯାଇଥିଲା l ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଓ ଗୁଣ୍ଠୁଣି ଯୁବକ ସଙ୍ଘର ସଭାପତି ଅଶୋକ…
Read MoreYear: 2021
ଯାହାର କେହି ନାହିଁ ତାର ସାହା ଭରସା “ଅନନ୍ୟା”
ନୟାଗଡ଼: (ନୟାଗଡ଼ ଦର୍ପଣ) ନିରବଚ୍ଛିନ୍ନ ଭାବେ ସମାଜସେବା କରି ଆସୁଥିବା ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଅନନ୍ୟା ଫାଉଣ୍ଡେସନ’ ପକ୍ଷରୁ ଆଜି ଜନୈକ କୋଭିଡ ସନ୍ଦିଗ୍ଧ ମହିଳାଙ୍କ ଶବ ସତ୍କାର କରି ମାନବୀୟ ଗୁଣର ନିଦର୍ଶନ ସୃଷ୍ଟି କରିଛନ୍ତି। କୋଭିଡ ଭୟରେ ନିଜ ସାଇପଡିଶା ତଥା ବନ୍ଧୁବାନ୍ଧବ ଚାରି କାନ୍ଧ ଦେବା ପାଇଁ ପଛଘୁଞ୍ଚା ଦେଇଥିବା ବେଳେ ଅନନ୍ୟା ଫାଉଣ୍ଡେସନ ଏହି ମହାନ କାର୍ଯ୍ୟ ପାଇଁ ଆଗେଇ ଆସିଥିଲା। ଖବରରୁ ପ୍ରକାଶ ଯେ ନୟାଗଡ଼ ଉପକଣ୍ଠ ଘଡୁଆଳ ଗ୍ରାମର ଦୋଇତ ଦେଈ ନାମ୍ନୀ ଜନୈକ ମହିଳା କିଛି ଦିନ ଜ୍ବରରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । କିନ୍ତୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତ ଦେହ ଘର ମଧ୍ୟରେ ପଡ଼ି ରହିଥିବା ବେଳେ ଗ୍ରାମବାସୀମାନେ କରୋନା ସନ୍ଦେହରେ ଶବଦାହ କରି ନଥିଲେ…
Read Moreଇଟାମାଟି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ
ଇଟାମାଟି: (ନୟାଗଡ଼ ଦର୍ପଣ) ମୋ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା ନିମନ୍ତେ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ ଇଟାମାଟି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ସଭାପତି ଶରତ କୁମାର ସାହୁ ସମେତ ଅଶୋକ କୁମାର ନାୟକ, ଜଗନ୍ନାଥ ଦାସ, ଭାଗୀରଥୀ ବାଈ, ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖଙ୍କ ସହ ଆଲୋଚନା କରି ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ କରିବା ଏବଂ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସହ ଶୈକ୍ଷିକ ବାତାବରଣକୁ ସମୃଦ୍ଧ କରିବା ବିଷୟରେ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସ୍ବାଇଁ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ବର୍ଷ ଅନୁସାରେ ପୁରାତନ ଛାତ୍ର ଛାତ୍ରୀଙ୍କ…
Read Moreରକ୍ତର ଘୋର ଅଭାବରେ ରକ୍ତ ଦାନ ଶିବିର ଅନୁଷ୍ଠିତ
ନୟାଗଡ଼: (ନୟାଗଡ଼ ଦର୍ପଣ) “ଛାତ୍ର ଓ ଯୁବକ ଏକାଠି ହେବେ ଯୋଉଠି ରକ୍ତର ଅଭାବ ଦୂର ହେବ ସେଇଠି” । ନୟାଗଡ ଜିଲ୍ଲାରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଛି। ଅଭାବକୁ ଦୃଷ୍ଟିରେ ରଖି ଆଜି ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ସାଇ ଶୁଭମ୍ ଏବଂ ଭାଗିରଥି ବାଇଙ୍କ ତତ୍ତ୍ଵାବଧାନରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମକୁ ମାନ୍ୟବର ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ଉଦଘାଟନ କରିବା ସହ କରୋନାକୁ କିପରି ଦୁରେଇହବ ସେଇ କଥା ମଧ୍ୟ ରକ୍ତ ଦାତାଙ୍କୁ ସଂକ୍ଷେପରେ ବୁଝାଇଥିଲେ। ଏହି କାର୍ଯକ୍ରମରେ ୩୪ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ତତ୍ ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଡିଓ ମନୋଜ କୁମାର ପାତ୍ର, ଯୋଗଦେଇଥିଲେ। ଉକ୍ତ କାର୍ଯକ୍ରମରେ କଲେଜ ଅଧକ୍ଷ…
Read Moreଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ପକ୍ଷରୁ ବିଶ୍ଵ ପରିବେଶ ଦିବସରେ ବୃକ୍ଷରୋପଣ
ନୟାଗଡ଼: (ନୟାଗଡ଼ ଦର୍ପଣ) ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ସକାଳ ୭ଟା ସମୟରେ କୋଭିଡ୍ ନିୟମ ପାଳନ କରି ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ ପରିସରରେ ପରିଷଦର ଅଧ୍ଯକ୍ଷ ହରେକୃଷ୍ଣ ସାହୁଙ୍କ ସଂଯୋଜନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଖ୍ଯାତ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ବଉଳ, ବେଲ ଓ ଦେବଦାରୁ ଆଦି ବିଭିନ୍ନ ଗଛ ଗୁଡିଏ ରୋପଣ କରାଯାଇଥିଲା। ଅପରାହ୍ନ ୪ଟା ସମୟରେ ଭର୍ଚୁଆଲ ମାଧ୍ୟମରେ ପର୍ଯ୍ଯାବରଣ ଦିବସ ସମ୍ପର୍କୀତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡି ଯୋଗଦେଇ ଜଙ୍ଗଲ ଓ ପଶୁପକ୍ଷୀ ମାନଙ୍କୁ ସୁରକ୍ଷା…
Read Moreବହୁ ପ୍ରତିକ୍ଷୀତ ମାନଧାତାପୁର ଉପ-ଡାକଘରେ କୋର୍ ବ୍ୟାଙ୍କିଙ୍ଗ ସେବା ଉଦ୍ଘାଟିତ
ନୟାଗଡ଼: (ନୟାଗଡ଼ ଦର୍ପଣ) ଆଜି ବହୁ ପ୍ରତିକ୍ଷିତ ନୟାଗଡ ଡାକ ମଣ୍ଡଳ ଅଧିନରେ ଥିବା ମାନଧାତାପୁର ଉପ-ଡାକଘରେ କୋର୍ ବ୍ୟାଙ୍କିଙ୍ଗ ସେବା ପରିସର ଭୁକ୍ତ ହୋଇଛି । ଏହାକୁ ଶ୍ରୀଯୁକ୍ତ ଶରତ କୁମାର ପାତ୍ର ଡାକ ଅଧୀକ୍ଷକ ନୟାଗଡ ଡ଼ାକମଣ୍ଡଳ ଉଦ୍ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ବିଭୂତି ଭୂଷଣ ପଣ୍ଡା ଡାକ ନିରୀକ୍ଷକ ନୟାଗଡ ପୂର୍ବାଞ୍ଚଳ ଉପ-ଡାକମଣ୍ଡଳ ଯୋଗଦାନ କରି କୋର ବ୍ୟାଙ୍କିଙ୍ଗ ସେବା ଦ୍ଵାରା କଣ ସବୁ ସୁବିଧା ପାଇପାରିବେ ସେ ବିଷୟରେ ସମ୍ୟକ୍ ସୂଚନା ଦେଇଥିଲେ ଏବଂ ଏଥି ସହ ଶ୍ରୀଯୁକ୍ତ ବିଜୟ କୁମାର ସାହୁ ଡାକ ଅଧୀକ୍ଷକ ନୟାଗଡ଼ ଡାକମଣ୍ଡଳ ଡାକଘର ଆଧୁନିକିକରଣ ଦ୍ଵାରା କିପରି ଜନସାଧାରଣ ଲାଭବାନ ହେଉଛନ୍ତି ତାହା ଆଲୋକପାତ କରିଥିଲେ ଓ ଏହି ଡାକଘର କୁ କୋର୍ ବ୍ୟାଙ୍କିଙ୍ଗ ରେ ପରିଣତ କରିବା ପାଇଁ ଅଙ୍କୁଲାଈ ୟୁଥ୍…
Read Moreସଂଠଣା
ପ୍ରଭାସିନୀ ବରାଡଙ୍କ ଲିଖିତ ‘ସଂଠଣା’ଆଜ୍ଞା , ଜେଜେ କହି ହାତଯୋଡି ବସିପଡିଲା ଶୁକୁଟା, ପିଣ୍ଡାତଳେ ପଡିଥିବା ଏକ ପଥର ଚଟାଣରେ ।କିରେ ଶୁକୁଟା କ’ଣ ହେଲା କିରେ ? ଟିମାଦାସେ ପିଣ୍ଡାଉପରେ ବସି ପ୍ରଶ୍ନ କଲେ ।ନାଇଁ ଆଜ୍ଞା, କହୁଥିଲି କ’ଣ କି ଏଇ ଯୋଉ ହାଣ୍ଡି ଶିରାଦ କଥା, ବେଗିବେଗି ଦିନବାର ଦେଖି ଟିକିଏ ପକେଇଦେଲେ ଭଲହନ୍ତାନି । ଆମେ ହେଲୁ ଦିନମଜୁରିଆ ଲୋକ ବସିଲେ କୋଉଠୁ ଆସିବ କହୁନ। ଭାବୁଚି ଶିରାଦ ପକେଇଦେଇ କୁଆଡେ ବାହାରକୁ ପଳେଇବି ବଡବଡିଆ ଟେକା ହଉନହଉ । ଜେଜିବୋପା ତ ସଂପତ୍ତି ବିକିଭାଙ୍ଗି ନାଟତାମସା କରି ଖଜାଭୁଜା ଖାଇ ଉଡେଇଥିଲା, ଆଉ ବୋପା ପରର ଖଟିଖଟି ଦିହକଗଲା । ମୋ କରମରେ ସେଇ ଏକା ଲେଖା ଆଜ୍ଞା ମୂଲମଜୁରି ଲାଗି ପରର ଖଟିଲେ ଚୁଲି ଜଳିବ ନହେଲେ ଉପାସ…
Read Moreଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ବିଧାୟକଙ୍କ ଦ୍ଵାରା ମାସ୍କ, ସାନିଟାଇଜର ବଣ୍ଟନ
ଦଶପଲ୍ଲା; ମହାମାରୀ କରୋନା ପ୍ରକୋପରୁ ଜନସାଧାରଣଙ୍କୁ ସୁରକ୍ଷା ଓ ସଚେତନ କରିବା ଲକ୍ଷରେ, ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଟାକରା ପଂଚାୟତର ଟାକରା, ବୁରୁସାହି, ବୁଗୁଡା କଲୋନୀ, ମିଟୁକୁଳି, ତିଳାବାଡି ଗ୍ରାମର ଘରଘର ବୁଲି ମାସ୍କ ଓ ସାନିଟାଇଜର୍ ବଣ୍ଟନ କରିବା ସଂଗେ ସଂଗେ, ଜନସାଧାରଣଙ୍କୁ ଘରେ ରହିବା ସହିତ, ସାମାଜିକ ଦୂରତ୍ବ ଓ କୋଭିଡ୍ ନିୟମ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ବିଧାୟକ ଶ୍ରୀ ବେହେରାଙ୍କ ସହିତ ସାଂସଦ ପ୍ରତିନିଧି ପ୍ରସନ୍ନ କୁମାର ସାହୁ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ କୁମାର ସାହୁ, ଟାକରା ଗ୍ରାମ ପଂଚାୟତର ସରପଂଚ ସଂଯୁକ୍ତା ନାୟକ ଓ ଆଦିବାସୀ ନେତା ଧନେଶ୍ୱର ଜାନୀଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ। କରୋନା…
Read Moreଗଞ୍ଜେଇ ବେପାରୀଙ୍କ ପାଇଁ ୫୭ନଂ ଜାତୀୟ ରାଜପଥ ସୁରକ୍ଷିତ
ଦଶପଲ୍ଲା: ଆଜି ଭୋର୍ ସମୟରେ ଦଶପଲ୍ଲା ପୁଲିସ ପକ୍ଷରୁ ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରାଯାଉଥିବା ସମୟରେ ଦଶପଲ୍ଲା ଏସ୍ଆର୍ ପେଟ୍ରୋଲ ପମ୍ପ ନିକଟରୁ ୬ ଜଣ ଗଞ୍ଜେଇ ବେପାରୀ ଧରାପଡିଛନ୍ତି । ସୂଚନାନୁସାରେ ଉକ୍ତ ଗଞ୍ଜେଇ ବେପାରୀମାନେ ଚାଲାକ କରି ଗାଡିର ଉପରେ ବାଇଗଣ ଭିତରେ ଗଞ୍ଜେଇ ଚାଲାଣ କରୁଥିଲେ । ଦଶପଲ୍ଲା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେହି ଗାଡି ଉପରେ ଚଢାଉ କରି ୯୧ କେଜି ଗଞ୍ଜେଇ ଜବତ କରିବା ସହ ଦୁଇଗୋଟି ଗାଡ଼ିକୁ ଜବତ କରିଛନ୍ତି । ଏଥିରେ ସମ୍ପୃକ୍ତ ଥିବା ୬ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି । ଦଶପଲ୍ଲା ଥାନାରେ ୯୧/୨୧ରେ ଏକ ମାମଲା ରୁଜୁ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଛି । ଫୁଲବାଣୀରୁ ଭୁବନେଶ୍ୱର ଉକ୍ତ ଗଞ୍ଜେଇ ଚାଲାଣ ହେଉଥିବାର ସନ୍ଦେହ କରାଯାଉଛି। ଦଶପଲ୍ଲା…
Read Moreପ୍ରାତଃ ଭ୍ରମଣରେ ଯାଉଥିବାବେଳେ ଦୁଇ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ
ଇଟାମାଟି: ନୟାଗଡ଼ ବ୍ଲକ ଇଟାମାଟି ଥାନା ଅଞ୍ଚଳରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭୋର ସମୟରେ ଦୁଇ ଜଣ ନାବାଳିକା ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଜଣେ ଅସମାଜିକ ଯୁବକ ନାବାଳିକା ମାନଙ୍କୁ ଅସଦାଚରଣ କରିବା ସହ ଦୁଃଷ୍କର୍ମ ଉଦ୍ୟମ କରିଥିବା ଇଟାମାଟି ଥାନାରେ ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ହେଉଛନ୍ତି ଇଟାମାଟି ଗ୍ରାମ ଜଗତିପାଟଣାର କାଶିନାଥ ବେହେରାଙ୍କ ପୁଅ କିରଣ କୁମାର ବେହେରା(କିରୁ) । ସେ ଜଣେ ବିବାହିତ ବ୍ୟକ୍ତି ବୋଲି ଜଣାଯାଇଛି । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବାପରେ ୮୦/୨୧ ରେ ମାମଲା ରୁଜୁ ହୋଇଥିବା ଇଟାମାଟି ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। କିରଣ ବର୍ତ୍ତମାନ ଫେରାର ହୋଇଯାଇଥିବା ବେଳେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି…
Read More