ଇଟାମାଟି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ

ଇଟାମାଟି: (ନୟାଗଡ଼ ଦର୍ପଣ) ମୋ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା ନିମନ୍ତେ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ ଇଟାମାଟି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ସଭାପତି ଶରତ କୁମାର ସାହୁ ସମେତ ଅଶୋକ କୁମାର ନାୟକ, ଜଗନ୍ନାଥ ଦାସ, ଭାଗୀରଥୀ ବାଈ, ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖଙ୍କ ସହ ଆଲୋଚନା କରି ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ କରିବା ଏବଂ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସହ ଶୈକ୍ଷିକ ବାତାବରଣକୁ ସମୃଦ୍ଧ କରିବା ବିଷୟରେ ପରାମର୍ଶ ଦେଇଥିଲେ ।

ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସ୍ବାଇଁ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ବର୍ଷ ଅନୁସାରେ ପୁରାତନ ଛାତ୍ର ଛାତ୍ରୀଙ୍କ ଠିକଣା ଓ ଫୋନ ନଂ ତୁରନ୍ତ ସଂଗ୍ରହ କରି ସେମାନଙ୍କ ସହ ଯୋଗ ଯୋଗ ପୂର୍ବକ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥଲେ । ଏହି ସ୍କୁଲ ଉଚ୍ଚାକାଂକ୍ଷୀ ରୂପାନ୍ତରିକରଣ ଯୋଜନାରେ ସାମିଲ ହୋଇଥିବାରୁ ନିର୍ମାଣ ଚାଲିଥିବା ସ୍ମାର୍ଟ କ୍ଳାସ ରୁମ, ଇ-ଲାଇବ୍ରାରୀ, ବିଜ୍ଞାନାଗାର ଆଦିକୁ ମନ୍ତ୍ରୀ ପରିଦର୍ଶନ କରିବା ସହ ଖେଳପଡ଼ିଆ ଓ ପାଚେରୀ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।

Related posts