ରକ୍ତର ଘୋର ଅଭାବରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ନୟାଗଡ଼: (ନୟାଗଡ଼ ଦର୍ପଣ) “ଛାତ୍ର ଓ ଯୁବକ ଏକାଠି ହେବେ ଯୋଉଠି ରକ୍ତର ଅଭାବ ଦୂର ହେବ ସେଇଠି” । ନୟାଗଡ ଜିଲ୍ଲାରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଛି। ଅଭାବକୁ ଦୃଷ୍ଟିରେ ରଖି ଆଜି ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ସାଇ ଶୁଭମ୍ ଏବଂ ଭାଗିରଥି ବାଇଙ୍କ ତତ୍ତ୍ଵାବଧାନରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମକୁ ମାନ୍ୟବର ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ଉଦଘାଟନ କରିବା ସହ କରୋନାକୁ କିପରି ଦୁରେଇହବ ସେଇ କଥା ମଧ୍ୟ ରକ୍ତ ଦାତାଙ୍କୁ ସଂକ୍ଷେପରେ ବୁଝାଇଥିଲେ। ଏହି କାର୍ଯକ୍ରମରେ ୩୪ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ତତ୍ ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଡିଓ ମନୋଜ କୁମାର ପାତ୍ର, ଯୋଗଦେଇଥିଲେ। ଉକ୍ତ କାର୍ଯକ୍ରମରେ କଲେଜ ଅଧକ୍ଷ ଅଶୋକ ନାୟକ, ସୋନାଲିକା ମନ୍ଥନ, ଜିଲ୍ଲା କୋରଡ଼ିନେଟର ଗୁରୁ ପ୍ରସାଦ ଜେନା, ଅଜିତ ସାହୁ, ଦୁର୍ୟୋଧନ ବେହେରା, ଦାମ ସାର, କୃପାସିନ୍ଧୁ ପ୍ରଧାନ, ପାର୍ଥସାରଥୀ ବାଇ, ଆଶିଷ ଅଗ୍ରୱାଲ, ଦିଲ୍ଲୀପ ସାହୁ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶୁଭଙ୍କର ପ୍ରଧାନ, ଦେବାଶିଷ ମାର୍ଥା, ଚିନ୍ମୟ ବେହେରା, ଇମ୍ରାନ ଖାଁ, ଶୁଭମ୍ ମହାନ୍ତି, ରୋନୀ, ଶିବ ଦାସ ପ୍ରମୁଖ ସହଯୋଗ କରିଥିଲେ।

Related posts