ବହୁ ପ୍ରତିକ୍ଷୀତ ମାନଧାତାପୁର ଉପ-ଡାକଘରେ କୋର୍ ବ୍ୟାଙ୍କିଙ୍ଗ ସେବା ଉଦ୍ଘାଟିତ

ନୟାଗଡ଼: (ନୟାଗଡ଼ ଦର୍ପଣ) ଆଜି ବହୁ ପ୍ରତିକ୍ଷିତ ନୟାଗଡ ଡାକ ମଣ୍ଡଳ ଅଧିନରେ ଥିବା ମାନଧାତାପୁର ଉପ-ଡାକଘରେ କୋର୍ ବ୍ୟାଙ୍କିଙ୍ଗ ସେବା ପରିସର ଭୁକ୍ତ ହୋଇଛି । ଏହାକୁ ଶ୍ରୀଯୁକ୍ତ ଶରତ କୁମାର ପାତ୍ର ଡାକ ଅଧୀକ୍ଷକ ନୟାଗଡ ଡ଼ାକମଣ୍ଡଳ ଉଦ୍ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ବିଭୂତି ଭୂଷଣ ପଣ୍ଡା ଡାକ ନିରୀକ୍ଷକ ନୟାଗଡ ପୂର୍ବାଞ୍ଚଳ ଉପ-ଡାକମଣ୍ଡଳ ଯୋଗଦାନ କରି କୋର ବ୍ୟାଙ୍କିଙ୍ଗ ସେବା ଦ୍ଵାରା କଣ ସବୁ ସୁବିଧା ପାଇପାରିବେ ସେ ବିଷୟରେ ସମ୍ୟକ୍ ସୂଚନା ଦେଇଥିଲେ ଏବଂ ଏଥି ସହ ଶ୍ରୀଯୁକ୍ତ ବିଜୟ କୁମାର ସାହୁ ଡାକ ଅଧୀକ୍ଷକ ନୟାଗଡ଼ ଡାକମଣ୍ଡଳ ଡାକଘର ଆଧୁନିକିକରଣ ଦ୍ଵାରା କିପରି ଜନସାଧାରଣ ଲାଭବାନ ହେଉଛନ୍ତି ତାହା ଆଲୋକପାତ କରିଥିଲେ ଓ ଏହି ଡାକଘର କୁ କୋର୍ ବ୍ୟାଙ୍କିଙ୍ଗ ରେ ପରିଣତ କରିବା ପାଇଁ ଅଙ୍କୁଲାଈ ୟୁଥ୍ କ୍ଲବ ର ସଭାପତି ଶଶି ଭୂଷଣ ମିଶ୍ରଙ୍କ ଯଥେଷ୍ଟ ପ୍ରଚେଷ୍ଟା ରୁ ଏହା ସମ୍ଭବପର ହୋଇପାରିଛି ବୋଲି କହିଥିଲେ ଏବଂ ଏହା ସହ ଶଶି ଭୂଷଣ ମିଶ୍ର ଦୀର୍ଘ ଦୁଇ ବର୍ଷ ଧରି ଜିଲ୍ଲା ଦପ୍ତର ଠାରୁ ଆରମ୍ଭ କରି ରାଜ୍ୟ ତଥା ଦେଶ ଦପ୍ତର ପର୍ଯ୍ୟନ୍ତ ଯାଇ ଏହାକୁ ସଫଳ କରିପାରିଲେ ତାହା ବର୍ଣ୍ଣନା କରିଥିଲେ ଏବଂ ଏହି ପୋଷ୍ଟ ଅଫିସ୍ ଅନ୍ତର୍ଗତ ୧୧ ଟି ଶାଖା-ପୋଷ୍ଟ ଅଫିସ୍ ର ଏକ ଲକ୍ଷ ଲୋକ ଏହା ଦ୍ଵାରା ଉପକୃତ ହୋଇପାରିବେ ବୋଲି କହିଥିଲେ।

ଉପ-ଡ଼ାକପାଳ ପ୍ରଜ୍ଞା ପାରମିତା ମଲ୍ଲିକ ଙ୍କ ତତ୍ତ୍ଵାବଧାନରେ କୋଭିଡ କଟକଣା କୁ ପାଳନ କରାଯାଇ ଉପ-ଡ଼ାକଘର କୁ କୋର୍ ବ୍ୟାଙ୍କିଙ୍ଗ ଗୋ ଲାଇଫ୍ କରାଯାଇଥିଲା। ଏବଂ ପ୍ରଥମ କାରବାର ଶ୍ରୀଯୁକ୍ତ ରାମକୃଷ୍ଣ ମିଶ୍ର ଅବସର ପ୍ରାପ୍ତ ଡାକପାଳଙ୍କ ଦ୍ଵାରା କରାଯାଇଥିଲା ଏହି ପରିପ୍ରେକ୍ଷୀରେ ପୋଷ୍ଟାଲ୍ ଡିଭିଜନ ର କର୍ମଚାରୀ କବିରାଜ ନାୟକ ଓ ବିଷ୍ଣୁ ପ୍ରସାଦ ମହାପାତ୍ର, ଅଙ୍କୁଲାଇ ୟୁଥ୍ କ୍ଲବ୍ ର ସଦସ୍ୟ ଶକ୍ତି ପ୍ରସାଦ ମିଶ୍ର, ସିତେଶ୍ ରଥ ଉକ୍ତ ଉପସ୍ଥିତ ଥିଲେ ।

Related posts