ଅନନ୍ୟା ଫାଉଣ୍ଡେସନ୍ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ):- ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ପାଣିପୋଇଲାସ୍ଥିତ ମଦର ଆବାସିକ ବିଦ୍ୟାଳୟର ଅନାଥ ଆଶ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଏନସିସି-୧୧ର ସହଯୋଗ ରହିଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଅନନ୍ୟା ଫାଉଣ୍ଡେସନ ସଦସ୍ୟଙ୍କ ତରଫରୁ ଆଶ୍ରମରେ ରହୁଥିବା ପିଲାମାନଙ୍କ ଭିତରେ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ କରା ଯାଇଥିଲା ଓ ପରେ ଆଶ୍ରମର ଅନ୍ତେବାସୀଙ୍କ ସହ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ। ସୂଚନାଯୋଗ୍ୟ ଯେ ଗତ କିଛି ସପ୍ତାହ ଧରି ଅନନ୍ୟା ଫାଉଣ୍ଡେସନ ତରଫରୁ ବିଭିନ୍ନ ବୃଦ୍ଧାଶ୍ରମ ଓ ଅନାଥ ଆଶ୍ରମରେ ଖାଦ୍ୟ ବଣ୍ଟନ ଜାରି ରହିଛି। ପୂର୍ବ ସପ୍ତାହରେ ପଥରା ଓ ସୁନାଖଳା ବୃଦ୍ଧାଶ୍ରମରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ମଧ୍ୟ ନୟାଗଡ଼ର ସମସ୍ତ ବୃଦ୍ଧାଶ୍ରମ ଓ ଅନାଥ ଆଶ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ…

Read More

ଟାଉନ ପୋଲିସ ଦ୍ୱାରା ଗଞ୍ଜେଇ ଜବତ, ୨ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ଆଜି ଏକ ବୋଲେରୋ ପିକଅପ OD05E9298 ଗାଡ଼ିରୁ ସକାଳ ୭.୧୫ ସମୟରେ ନୟାଗଡ଼ ଦୁର୍ଗାପ୍ରସାଦ ନିକଟ ଟିଭିଏସ ସୋରୁମ ପାଖରୁ ୫୨କେଜି ୮୫୦ଗ୍ରାମ ଗଞ୍ଜେଇ ଜବତ କରି ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ରାତିଙ୍ଗିଆ ଗ୍ରାମର ପ୍ରମେଶ ପ୍ରଧାନ ଓରଫ ରାନୀ (୨୧) ଏବଂ କେ. ନୂଆଗାଁ ଥାନା କୁଦୁପକିଆ ଗ୍ରାମର ଲଳିତ ଦିଗାଲ(୨୫) ବୋଲି ଜଣାଯାଇଛି । ଏମାନେ ଏକ ପିକଅପ୍ ଭ୍ୟାନ ଯୋଗେ କନ୍ଧମାଳରୁ ଭୁବନେଶ୍ୱର ଗଞ୍ଜେଇ ନେଇ ଯାଉଥିବା ବେଳେ ନୟାଗଡ଼ ପୋଲିସ ୧୫୧/୨୧ରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି ।

Read More

ନୟାଗଡ଼ କ୍ଳବର ସାଧାରଣ ଅଧିବେଶନ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ):- ସ୍ଥାନୀୟ ଡିଆରଡିଏ ସଭାକକ୍ଷରେ ନୟାଗଡ଼ କ୍ଳବ୍ ର ସାଧାରଣ ଅଧିବେଶନ କ୍ଳବର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ମାନ୍ଯବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ କ୍ଳବ୍ ର ମୂଳ ଲକ୍ଷ୍ଯ ଓ ଆଭିମୁଖ୍ୟ ବିଷୟରେ ସମସ୍ତ ସଦସ୍ଯ ପ୍ରଥମେ ଜାଣିବା ପାଇଁ ପରାମର୍ଶ ଦେଇଥିଲେ। ସମସ୍ତ ସଦସ୍ଯ ମାନେ ନିଷ୍ଠାର ସହିତ କାମକଲେ କ୍ଳବ୍ ର ଉନ୍ନତି ନିଶ୍ଚୟ ହେବ ବୋଲି ବକ୍ତବ୍ଯ ରଖିଥିଲେ। ଏହି ସଭାରେ କ୍ଳବ୍ ର ଉପସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ମିହିର ରଂଜନ ନାୟକ ମଞ୍ଚାସୀନ ଥିଲା ବେଳେ କ୍ଳବର କୋଷାଧ୍ୟକ୍ଷ ଶ୍ରୀଧର ସାହୁ, ଯୁଗ୍ମ ସଂପାଦକ ହିମାଂଶୁ ପଟ୍ଟନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼…

Read More

ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଭାଟସାହିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ):- ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଆଜି ୧୩ ନଂ ଜିଲ୍ଲା ପରିଷଦ ଜୋନ ପକ୍ଷରୁ ରକ୍ତଦାନ ଶିବିର ଭାଟସାହିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୁରୁପ୍ରସାଦ ଜେନା, ଭାଟସାହି ସରପଞ୍ଚ କିଶୋର ସାହୁ, ବ୍ଲକ ବିଜେଡି ଯୁବ ସଭାପତି ଦୁର୍ଯ୍ୟୋଧନ ବେହେରା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଭାଟସାହି ବିଜେଡି ସଭାପତି ବିଜୟ ମିଶ୍ର, ସମିତି ସଭ୍ୟ ପବିତ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ନୟାଗଡ଼ ରକ୍ତ ଭଣ୍ଡାର କର୍ମଚାରୀମାନେ ଉପସ୍ଥିତ ରହି ବର୍ତ୍ତମାନ ସୁଦ୍ଧା ୩୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି ।

Read More

୩ୟ ଦିବସରେ ସେବା ଉତ୍ସବର ସେବା

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଆଜି ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବର କର୍ମକର୍ତାମାନେ ଏହି ଅବସରରେ ଦଶପଲ୍ଲା ଏନଏସି ସମେତ ରଙ୍ଗମାଟିଆ, ମହୁଲିଆ, ଅନ୍ଧାରକୋଟ, ମାଳିସାହି ଆଦି ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ କରିଥିଲେ। ଏହି ଅବସରରେ ଦଶପଲ୍ଲା ଅଂଚଳର କିଛି ଅସହାୟ ରୋଗୀଙ୍କୁ ସେବା ସମିତି ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦାମୋଦର ସାହୁ, ମାନସ କୁମାର ସାହୁ, ସରୋଜ କୁମାର ମିଶ୍ର, ଇଂ. ଜନ୍ମେଜୟ ଆଚାର୍ଯ୍ୟ, ସମାଜସେବୀ ମନୋଜ ସାହୁ, ଅଭୟ ପ୍ରସାଦ ଜେନା, ରଘୁନାଥ ବେହେରା, ପରମେଶ୍ୱର…

Read More

କୂଅରୁ ମିଳିଲା ମହିଳାଙ୍କ ମୃତଦେହ

ରଣପୁର,(ନୟାଗଡ଼ ଦର୍ପଣ):- କୂଅରେ ପଡି ମହିଳାଙ୍କ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରଣପୁର ଥାନା ଅନ୍ତର୍ଗତ ଚମ୍ପତ୍ତିପୁର ଗ୍ରାମରେ। ସୂଚନା ଅନୁସାରେ ଉକ୍ତ ଗ୍ରାମର ସୁଶାନ୍ତ କୁମାର ସାମନ୍ତରାୟଙ୍କ ସ୍ତ୍ରୀ ମମତା ଦୀର୍ଘ ଦିନ ହେବ ମାନସିକ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ କିନ୍ତୁ ଗତକାଲି ଘରେ କେହି ନଥିବା ଅବସ୍ଥାରେ ମମତା କୌଣସି କାରଣରୁ କୂଅକୁ ଯାଇଥିବା ବେଳେ କୂଅକୁ ଖସିପଡିଥିଲେ। କିଛି ସମୟ ପରେ ସୁଶାନ୍ତ ଘରକୁ ଫେରି ଘରେ ମମତା ନଥିବା ଦେଖି ଖୋଜାଖୋଜି କରିବାପରେ ଘର ପାଖରେ ଥିବା କୂଅରେ ପଡିଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତା ରେ କୂଅରୁ ମମତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।…

Read More

କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧିରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ନୟାଗଡ଼,(ନୟାଗଡ଼ ଦର୍ପଣ):- ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ଖାଇବା ତେଲ ଓ ଖାଦ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧିର ପ୍ରତିବାଦ। ଟାଉନ ଥାନା ନିକଟ ପେଟ୍ରୋଲ ପମ୍ପ ଠାରେ ନୟାଗଡ କଂଗ୍ରେସ ପକ୍ଷରୁ ପେଟ୍ରୋଲ, ଡିଜେଲ ଉପଭୋକ୍ତାଙ୍କ ଠାରୁ ଦସ୍ତଖତ ଅଭିଯାନ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଆଇନିଜୀବୀ ରଣଜିତ ଦାଶ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର, ରାଜ୍ୟ ଛାତ୍ର କଂଗ୍ରସ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମଲ୍ଲ, କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ଅମଜାଦ ଖାଁ, ଅଶୋକ ନାୟକ, ବିଜୟ କୁମାର ଦାସ, ଅବଦୁଲ ନିଜାମ, ଚିତ୍ତରଞ୍ଜନ ମହାଳିକ, ଜିତେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସହ ଦଳୀୟ କର୍ମୀ ମାନେ ପେଟ୍ରୋଲ ଲିଟର ୧୦୦ ପାର ପାଇଁ ବ୍ୟଙ୍ଗାତ୍ମକ ଢଙ୍ଗରେ କେକ କାଟି ଉତ୍ସବ ପାଳନ କରିଥିଲେ।

Read More

ମରଣ ଯନ୍ତା ପାଲଟିଛି ରାଜସୁନାଖଳା ଷ୍ଟେସନ ରାସ୍ତା, ରାସ୍ତା ନା ନର୍ଦ୍ଦମା?

ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ରଣପୁର ବ୍ଲକ ରାଜସୁନାଖଳା ରେଳଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତାଟି ଏବେ ପାଲଟିଛି ମରଣ ଯନ୍ତା। ଅତି ନିମ୍ନମାନର କାର୍ଯ୍ୟଯୋଗୁଁ କଂକ୍ରିଟ ରାସ୍ତା ମଧ୍ୟ ଫାଟି ଆଁ କଲାଣି। ରାଜସୁନାଖଳା ଓଭର ବ୍ରିଜ ନିକଟରେ ନିର୍ମାଣ ହୋଇ ନଥିବା ରାସ୍ତାର ସାଂଘାତିକ ଚିତ୍ରକୁ ଦେଖିଲେ ଏହାକୁ ଯିଏ ବି କେହି ରାସ୍ତା ନ କହି ନର୍ଦ୍ଦମା ବୋଲି କହିବ। ତେବେ ରାସ୍ତା ନିର୍ମାଣର ଅବହେଳା ହୋଇଥିବା ନେଇ ବିଭିନ୍ନ ମହଲରୁ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ଏପରିକି ରାଜନୈତିକ ଇଛାଶକ୍ତିର ଅଭାବରୁ ଉଭୟ ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ରାଜସୁନାଖଳା ରେଳ ଷ୍ଟେସନଟି ଚରମ ଅବହେଳାର ଶିକାର ହୋଇଛି ବୋଲି କୁହାଯାଉଛି। ଫନି ବାତ୍ୟା ସମୟରୁ ନଷ୍ଟ ହୋଇଯାଇଥିବା ହୋଡିଂଟି ଏପର୍ଯ୍ୟନ୍ତ ପୁନଃ ଅବସ୍ଥାପିତ ନ ହେବାରୁ ଏହାକୁ ନେଇ ଖୁବ…

Read More

ଦ୍ୱିତୀୟ ଦିବସରେ ସେବା ଉତ୍ସବର ସେବା

ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଆଜି ଖଣ୍ଡପଡା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବର କର୍ମକର୍ତାମାନେ ଏହି ଅବସରରେ ନୟାଗଡ଼ ଓ ଖଣ୍ଡପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ କରିଥିଲେ। ଏହି ଅବସରରେ ଖଣ୍ଡପଡ଼ା ଅଂଚଳର କିଛି ଅସହାୟ ରୋଗୀଙ୍କୁ ସେବା ସମିତି ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ନୟାଗଡ଼ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସନ୍ତୋଷ ପ୍ରଧାନ, ସଞ୍ଜୟ ନାୟକ, ସରୋଜ ଚୌଧୁରୀ, ପ୍ରଶାନ୍ତ ପ୍ରଧାନ, ବୃନ୍ଦାବନ ପ୍ରଧାନ, ମହେନ୍ଦ୍ର ବାରିକ, ଜ୍ୟୋତିରଞ୍ଜନ ମହାପାତ୍ର, ସୌମ୍ୟରଞ୍ଜନ ଦାଶ, ସୋମେଶ ପଟ୍ଟନାୟକ, ପରମେଶ୍ୱର ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଦେଶର…

Read More

ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷେତ୍ର ଦିବସ ଉପଲକ୍ଷେ ଭର୍ଚୁଆଲ ମୋଡରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି

ନୟାଗଡ଼,(ନୟାଗଡ଼ ଦର୍ପଣ):- ଆସନ୍ତା ୨୫ତାରିଖ ଦିନ ହେବାକୁ ଥିବା ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ କନିଷ୍ଠ ବର୍ଗ ଏବଂ ବରିଷ୍ଠ ବର୍ଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, କବିତା ଆବୃତ୍ତି ଓ ସାହିତ୍ୟ ସଂପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆଦି ଭର୍ଚୁଆଲ ମୋଡରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ପ୍ରାଧ୍ୟାପକ ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଦୁଇଟି ବର୍ଗ, ତିନୋଟି ବିଭାଗ ଏବଂ ୬ଗୋଟି ପର୍ଯ୍ୟାୟରେ ଆୟୋଜିତ ପ୍ରତିଯୋଗିତାରେ ଜିଲ୍ଲରୁ ପ୍ରାୟ ପାଞ୍ଚଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବକୃତା ପ୍ରତିଯୋଗୀତାର କନିଷ୍ଠ ବର୍ଗରେ ରେଶ୍ମା ସ୍ୱାଇଁ ପ୍ରଥମ, ସ୍ୱର୍ଣ୍ଣପ୍ରଦା ସାମଲ ଦ୍ୱିତୀୟ, ଶକ୍ତି ପ୍ରସାଦ ରଣା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ…

Read More