ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଭାଟସାହିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ):- ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଆଜି ୧୩ ନଂ ଜିଲ୍ଲା ପରିଷଦ ଜୋନ ପକ୍ଷରୁ ରକ୍ତଦାନ ଶିବିର ଭାଟସାହିଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୁରୁପ୍ରସାଦ ଜେନା, ଭାଟସାହି ସରପଞ୍ଚ କିଶୋର ସାହୁ, ବ୍ଲକ ବିଜେଡି ଯୁବ ସଭାପତି ଦୁର୍ଯ୍ୟୋଧନ ବେହେରା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଭାଟସାହି ବିଜେଡି ସଭାପତି ବିଜୟ ମିଶ୍ର, ସମିତି ସଭ୍ୟ ପବିତ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ନୟାଗଡ଼ ରକ୍ତ ଭଣ୍ଡାର କର୍ମଚାରୀମାନେ ଉପସ୍ଥିତ ରହି ବର୍ତ୍ତମାନ ସୁଦ୍ଧା ୩୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି ।

Related posts