ନୟାଗଡ଼ କ୍ଳବର ସାଧାରଣ ଅଧିବେଶନ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ):- ସ୍ଥାନୀୟ ଡିଆରଡିଏ ସଭାକକ୍ଷରେ ନୟାଗଡ଼ କ୍ଳବ୍ ର ସାଧାରଣ ଅଧିବେଶନ କ୍ଳବର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ମାନ୍ଯବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ କ୍ଳବ୍ ର ମୂଳ ଲକ୍ଷ୍ଯ ଓ ଆଭିମୁଖ୍ୟ ବିଷୟରେ ସମସ୍ତ ସଦସ୍ଯ ପ୍ରଥମେ ଜାଣିବା ପାଇଁ ପରାମର୍ଶ ଦେଇଥିଲେ।

ସମସ୍ତ ସଦସ୍ଯ ମାନେ ନିଷ୍ଠାର ସହିତ କାମକଲେ କ୍ଳବ୍ ର ଉନ୍ନତି ନିଶ୍ଚୟ ହେବ ବୋଲି ବକ୍ତବ୍ଯ ରଖିଥିଲେ। ଏହି ସଭାରେ କ୍ଳବ୍ ର ଉପସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ମିହିର ରଂଜନ ନାୟକ ମଞ୍ଚାସୀନ ଥିଲା ବେଳେ କ୍ଳବର କୋଷାଧ୍ୟକ୍ଷ ଶ୍ରୀଧର ସାହୁ, ଯୁଗ୍ମ ସଂପାଦକ ହିମାଂଶୁ ପଟ୍ଟନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଳକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର କଅଁର, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ନୟାଗଡ଼ ମହାବିଦ୍ୟାଳୟର ଅଧ୍ଯକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ, ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ, ଇଟାମାଟିର ଅଧ୍ଯକ୍ଷ ଅଶୋକ କୁମାର ନାୟକ, ଡିଜିଟାଲ ପ୍ରେସ୍ ମିଡିଆର ଅଧ୍ଯକ୍ଷ ଅନଓ୍ବାର ଅଲ୍ଲୀ, ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ନାୟକ ଆଦି ବହୁ ସଦସ୍ଯ ଯୋଗଦେଇଥିଲେ। ପରିଶେଷରେ ସଂପାଦକ ଶ୍ରୀଯୁକ୍ତ ନାୟକ ଧନ୍ଯବାଦ ଅର୍ପଣ କରିଥିଲେ।

Related posts