ଟାଉନ ପୋଲିସ ଦ୍ୱାରା ଗଞ୍ଜେଇ ଜବତ, ୨ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ଆଜି ଏକ ବୋଲେରୋ ପିକଅପ OD05E9298 ଗାଡ଼ିରୁ ସକାଳ ୭.୧୫ ସମୟରେ ନୟାଗଡ଼ ଦୁର୍ଗାପ୍ରସାଦ ନିକଟ ଟିଭିଏସ ସୋରୁମ ପାଖରୁ ୫୨କେଜି ୮୫୦ଗ୍ରାମ ଗଞ୍ଜେଇ ଜବତ କରି ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ରାତିଙ୍ଗିଆ ଗ୍ରାମର ପ୍ରମେଶ ପ୍ରଧାନ ଓରଫ ରାନୀ (୨୧) ଏବଂ କେ. ନୂଆଗାଁ ଥାନା କୁଦୁପକିଆ ଗ୍ରାମର ଲଳିତ ଦିଗାଲ(୨୫) ବୋଲି ଜଣାଯାଇଛି । ଏମାନେ ଏକ ପିକଅପ୍ ଭ୍ୟାନ ଯୋଗେ କନ୍ଧମାଳରୁ ଭୁବନେଶ୍ୱର ଗଞ୍ଜେଇ ନେଇ ଯାଉଥିବା ବେଳେ ନୟାଗଡ଼ ପୋଲିସ ୧୫୧/୨୧ରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି ।

Related posts