ମରଣ ଯନ୍ତା ପାଲଟିଛି ରାଜସୁନାଖଳା ଷ୍ଟେସନ ରାସ୍ତା, ରାସ୍ତା ନା ନର୍ଦ୍ଦମା?

ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ରଣପୁର ବ୍ଲକ ରାଜସୁନାଖଳା ରେଳଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତାଟି ଏବେ ପାଲଟିଛି ମରଣ ଯନ୍ତା। ଅତି ନିମ୍ନମାନର କାର୍ଯ୍ୟଯୋଗୁଁ କଂକ୍ରିଟ ରାସ୍ତା ମଧ୍ୟ ଫାଟି ଆଁ କଲାଣି। ରାଜସୁନାଖଳା ଓଭର ବ୍ରିଜ ନିକଟରେ ନିର୍ମାଣ ହୋଇ ନଥିବା ରାସ୍ତାର ସାଂଘାତିକ ଚିତ୍ରକୁ ଦେଖିଲେ ଏହାକୁ ଯିଏ ବି କେହି ରାସ୍ତା ନ କହି ନର୍ଦ୍ଦମା ବୋଲି କହିବ। ତେବେ ରାସ୍ତା ନିର୍ମାଣର ଅବହେଳା ହୋଇଥିବା ନେଇ ବିଭିନ୍ନ ମହଲରୁ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ଏପରିକି ରାଜନୈତିକ ଇଛାଶକ୍ତିର ଅଭାବରୁ ଉଭୟ ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ରାଜସୁନାଖଳା ରେଳ ଷ୍ଟେସନଟି ଚରମ ଅବହେଳାର ଶିକାର ହୋଇଛି ବୋଲି କୁହାଯାଉଛି। ଫନି ବାତ୍ୟା ସମୟରୁ ନଷ୍ଟ ହୋଇଯାଇଥିବା ହୋଡିଂଟି ଏପର୍ଯ୍ୟନ୍ତ ପୁନଃ ଅବସ୍ଥାପିତ ନ ହେବାରୁ ଏହାକୁ ନେଇ ଖୁବ ଜନ ଅସନ୍ତୋଷ ଦେଖାଦେଇଛି। ଷ୍ଟେସନ ନିକଟରେ ରଣପୁର ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମାଆ କଙ୍କାଳିଙ୍କ ମନ୍ଦିର ରହିଥିବାରୁ ଏଠାରେ ପ୍ରତିଦିନ ପିକନିକ, ବିବାହ ତଥା ରାଜନେତାମାନଙ୍କ ସଭା ସମିତି ଅନୁଷ୍ଠିତ ହୋଇଥାଏ। ତେବେ ଏହି ରାସ୍ତା ଦେଇ ଜିଲ୍ଲାର ବହୁ ନାମିଦାମୀ ନେତା ମନ୍ତ୍ରୀ ଅଫିସର ଯିବାଆସିବା କରୁଥିବାବେଳେ କେଉଁ କାରଣରୁ ଏହି ରାସ୍ତାର ଅବସ୍ଥା ସେମାନଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ତାହାମଧ୍ୟ ପ୍ରଶ୍ନବାଚି ସୃଷ୍ଟି କରିଛି। ଠିକାସଂସ୍ଥା, ରେଳ କର୍ତ୍ତୃପକ୍ଷ ଏବଂ ରାଜନେତାଙ୍କ ମଧ୍ୟରେ ଭିତିରି ବୁଝାମଣା ରହିଥିବା ନେଇ ସାଧାରଣରେ ଏବେ ଜୋରଦାର ଚର୍ଚ୍ଚା ହେଉଛି। ଖୋର୍ଦ୍ଧା ଠାରୁ ନୟାଗଡ଼ ପର୍ଯ୍ୟନ୍ତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥକୁ ବିଦ୍ୟୁତିକରଣ କରାସରିଥିବା ବେଳେ ସାମାନ୍ୟ ସଡ଼କପଥଟିର ନିର୍ମାଣ କାର୍ଯ୍ୟରେ କାହିଁକି ଅବହେଳା ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ତେବେ ଏ ନେଇ ବାରମ୍ବାର ଅଞ୍ଚଳବାସୀଙ୍କ ଅଭିଯୋଗ ସତ୍ତ୍ୱେ ରେଳକର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନ କରି ଚୁପ ରହିବା ନେଇ ଉଠିଛି ପ୍ରଶ୍ନବାଚୀ। ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହୋଇଛି।
ପ୍ରଦୀପ କୁମାର ରଣା
ଆ.ପ୍ର- ମୋ-୯୯୩୮୬୮୮୪୩୨

Related posts