ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ସିଟ୍ ବୃଦ୍ଧି ଦାବି କଲା ଅଭିଭାବକ ସଂଘ

ନୟାଗଡ଼,(15/08):– ନୟାଗଡ଼ ଜିଲ୍ଲାରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ସିଟ ସଂଖ୍ୟା ବୃଦ୍ଧି କରିବା ପାଇଁ ଦାବି ଜୋର ଧରିଛି । ଏ ନେଇ ଅଭିଭାବକ ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରୀୟ ବିଦ୍ୟାଳୟର ଚେୟାରମ୍ୟାନ ତଥା ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ବିଧିବଦ୍ଧଭାବେ ଦାବି କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଏକାଦଶ ଶ୍ରେଣୀ ଖୋଲିଥିଲା ଏବଂ ପରିସ୍ଥିତି ଦୃଷ୍ଟିରୁ ମାତ୍ର ୫୦ଟି ସିଟ ପାଇଁ ଅନୁମୋଦନ ମିଳିଥିଲା । ଜିଲ୍ଲାର ଅନ୍ୟାନ୍ୟ ବିଦ୍ୟାଳୟରୁ ସିବିଏସଇରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଏକାଦଶ କିମ୍ବା ଦ୍ୱାଦଶ ଶ୍ରେଣୀ ପଢ଼ିବାରୁ ବଞ୍ôଚତ ହେଉଛନ୍ତି । ଫଳରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସିଟ ବୃଦ୍ଧିର ଆବଶ୍ୟକତା ରହିଛି । ନୟାଗଡ଼ ଜିଲ୍ଲାରୁ ସିବିଏସଇ ପାଠ୍ୟକ୍ରମରେ…

Read More

ପ୍ରକାଶ ପାଇଲା ପରୀକ୍ଷା ଫଳ, ଧନ୍ଦାମୂଳକ ଶିକ୍ଷାରେ ନୟାଗଡ଼ ରାଜ୍ୟରେ ଟପ୍ପର

ନୟାଗଡ,(୧୫/୦୮):- ଆଜି ସାରା ରାଜ୍ୟରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। କରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ଅନୁଷ୍ଠିତ ହୋଇପାରିନଥିବା ବେଳେ ପୂର୍ବ ମାର୍କ ଉପାୟ ଜରିଆରେ ଫାଇନାଲ ମାର୍କ ଦିଆଯାଇଛି। ଏଭଳି ସ୍ଥିତିରେ ନୟାଗଡ଼ ଜିଲ୍ଲାରେ କଳାରେ ୯୩.୪୧ ପ୍ରତିଶତ ପାଶ୍ ହାର ଥିବା ଜଣାପଡ଼ିଛି। ୬୪୩୮ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ, ୬୪୩୪ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୨୧୮ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ୧୬୬୯ ଜଣ ଦ୍ବିତୀୟ ଓ ୩୧୧୭ ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଛନ୍ତି। କୌଣସି କାରଣରୁ ୮୩ଜଣଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି। ସେହିଭଳି ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାରେ ୯୫.୬୫ ପ୍ରତିଶତ ପାଶ୍ ହାର ରହିଥିବା ବେଳେ ନୟାଗଡ଼ ଜିଲ୍ଲା…

Read More

ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ଅବସରରେ ଉଦଘାଟନୀ ଉତ୍ସବ ପାଳିତ

ଓଡ଼ଗାଁ (୧୫/୦୮):- ଆଜି ଅପରାହ୍ନ ୨ଟା ସମୟରେ ଓଡ଼ଗାଁସ୍ଥିତ ଇନଡୋର ଷ୍ଟାଡିୟମ ପରିସରରେ ମହାନ୍ ଦାର୍ଶନିକ, ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନର ଶୁଭ ଉଦଘାଟନ ଉତ୍ସବ ପାଳିତ ହୋଇଯାଇଛି। ସୁକାନ୍ତ କୁମାର ଚୌଧୁରୀଙ୍କ ସଭାପତିତ୍ୱରେ ଉକ୍ତ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ବେହେରା, ଜିଲ୍ଲା ପରିଷଦ ଜୋନ୍-୧ ସଭ୍ୟ ଲୋକନାଥ ସାହୁ, ଡା. ଜ୍ଞାନଜ୍ୟୋତି ଦାଶ, ଡଃ ଅଧିବାସ ପଣ୍ଡା, ରାଜକିଶୋର ନାୟକ, ଶିକ୍ଷକ ପଞ୍ଚାନନ ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଶ୍ରୀ ଅରବିନ୍ଦଙ୍କ ଜୀବନୀ, ସ୍ୱାଧିନତା ସଂଗ୍ରାମରେ ତାଙ୍କର ଅବଦାନ, ବିଭିନ୍ନ ଲୋକହିତକର କାର୍ଯ୍ୟାବଳୀ, ପୂର୍ଣ୍ଣାଙ୍ଗ ଶିକ୍ଷା, ଅରବିନ୍ଦଙ୍କ ସ୍ୱପ୍ନବିଳାସୀ ପାଗଳାମି ଇତ୍ୟାଦି ସମ୍ବନ୍ଧରେ ବିଷଦଭାବେ ଆଲୋଚନା କରିଥିଲେ। ଓଡ଼ଗାଁ ଏବଂ କୁରାଳସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ପାଠଚକ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ସ୍ବାଧୀନତା ଦିବସ ପାଳିତ

ନୟାଗଡ଼,(୧୫/୦୮):- ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ନିଜସ୍ବ ଭବନରେ ୭୫ତମ ସ୍ବାଧୀନତା ଦିବସ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ କୋଭିଡ ଗାଇଡଲାଇନକୁ ଅନୁପାଳନ କରି ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାପାତ୍ର ଯୋଗ ଦେଇ ପତାକା ଉତ୍ତୋଳନ କରି ଉପସ୍ଥିତ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କ ଉପଲକ୍ଷେ ସ୍ବାଧୀନତା ଦିବସର ତାତ୍ପର୍ଯ୍ୟ ଓ ସ୍ବାଧୀନତା ସଂଗ୍ରାମୀ ମହାପୁରୁଷମାନଙ୍କ ଅମରଗାଥା ବିଷୟରେ ବକ୍ତବ୍ଯ ରଖିଥିଲେ। ଏହି ସ୍ବାଧୀନତା ଦିବସ ପାଳନ ପାଇଁ ଗତକାଲି ଅନଲାଇନ୍ ମାଧ୍ଯମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କ ସହିତ ଭାଗନେଇଥିବା ସମସ୍ତ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ…

Read More

ନୟାଗଡ଼ରେ ୭୫ତମ ସ୍ୱାଧୀନତା ଦିବସ ପାଳନ

ନୟାଗଡ଼ ପୁଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ୭୫ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଜିଲ୍ଲାର ସମସ୍ତ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। https://youtu.be/8FkeznlIYhQ

Read More

ପବିତ୍ର ସ୍ଵାଧୀନତା ଦିବସ ଅବସରରେ ଏକ ସୁନ୍ଦର ସଙ୍ଗୀତ ଭିଡ଼ିଓ ଦେଖନ୍ତୁ….

ଆଜି ସାରା ଦେଶ ପାଳନ କରୁଛି ୭୫ତମ ସ୍ଵାଧୀନତା ଦିବସ…ଏହି ଅବସରରେ ଆମ ନୟାଗଡ଼ ଜିଲ୍ଲାରୁ ପ୍ରସ୍ତୁତ ହୋଇଥିବା ଏକ ସୁନ୍ଦର ଦେଶାତ୍ମବୋଧକ ସଙ୍ଗୀତ ଶୁଣନ୍ତୁ…

Read More

ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତିକରଣ କାର୍ଯ୍ୟ ସମୀକ୍ଷା

ନୂଆଗାଁ,(୧୪/୦୮):- ଏବେ ସ୍ମାର୍ଟ ହେଉଛି ସରକାରୀ ବିଦ୍ୟାଳୟ, ୫ଟି ଅଧୀନରେ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତକରଣ କାର୍ଯ୍ୟର ଅଗ୍ରଗତିକୁ ସମୀକ୍ଷା କରିଛି “ମୋ ସ୍କୁଲ୍ ଅଭିଯାନ”। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର, ସ୍କୁଲ କମିଟି, ଶିକ୍ଷକ/ଶିକ୍ଷୟତ୍ରୀ, ବ୍ଲକ୍ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଉକ୍ତ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ପୁରାତନ ଛାତ୍ର ତଥା ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଶତପଥୀ ଯୋଗଦେଇଥିଲେ। ଶ୍ରୀଯୁକ୍ତ ଶତପଥୀ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦେବାପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ୨ଗୋଟି ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, ଆଧୁନିକ ବିଜ୍ଞାନଗାର, ସମ୍ମେଳନ କକ୍ଷ ତଥା ମଧ୍ୟାହ୍ନ ଭୋଜନାଳୟ, କମ୍ପୁଟର ଲ୍ୟାବ, ଆକର୍ଷଣୀୟ ବଗିଚା, ଖେଳ ପଡିଆ ଇତ୍ୟାଦି କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଅଛି। ନୂଆଗାଁ ବିଡିଓ…

Read More

ବିଦ୍ୟାଳୟ ବନ୍ଦ ନକରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ନୂଆଗାଁ(୧୪/୦୮):- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହରିପୁର ପଞ୍ଚାୟତ ଜୟପୁର ଗ୍ରାମରେ ଥିବା ବିଦ୍ୟାଳୟକୁ ବନ୍ଦ ନକରିବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ଗ୍ରାମ ବାସୀ। ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ ହରିପୁର ପଞ୍ଚାୟତର ଜୟପୁର ଗ୍ରାମରେ ୨୦୧୨ ମସିହାରେ ଜୟପୁର ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ୨ଜଣ ଶିକ୍ଷକଙ୍କ ଶିକ୍ଷାଦାନରେ ଏହି ବିଦ୍ୟାଳୟରୁ ବହୁ ଛାତ୍ର ଛାତ୍ରୀ ଶିକ୍ଷା ଅଧ୍ୟୟନ କରି ଉଚ୍ଚଶିକ୍ଷା ଲାଭ କରୁଛନ୍ତି। ବଣ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଜୟପୁର ଗ୍ରାମ ଅବସ୍ଥିତ। ଲୋକମାନଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଏଭଳି ପରିସ୍ଥିତିରେ ପିଲାମାନଙ୍କ ଶିକ୍ଷାଦାନ ପାଇଁ ଏହି ବିଦ୍ୟାଳୟ ବହୁତ୍ ସହାୟକ ହେଉଥିଲା। କିନ୍ତୁ କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ଯୋଗୁଁ ବିଦ୍ୟାଳୟ ବନ୍ଦ ପାଇଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରୁ ନିର୍ଦ୍ଦେଶ କରାଗଲା।…

Read More

ଦଶପଲ୍ଲାରେ ରେଲୱେ ଟ୍ରାକ ନିର୍ମାଣ ନାଁ’ରେ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଥିବା ଅଭିଯୋଗ କଲା ଜିଲ୍ଲା କଂଗ୍ରେସ

ଦଶପଲ୍ଲା,(୧୪/୦୮):- ଦଶପଲ୍ଲା ରେଲୱେ ଟ୍ରାକ ନିର୍ମାଣ ପାଇଁ ଦଶପଲ୍ଲା ତହସିଲ ଅନ୍ତର୍ଗତ ପୁରୁଣା ଦଶପଲ୍ଲା ନୁଆସାହି ସରହଦର ପ୍ରାୟ ୨କିମି ରେଳ ଲାଇନ ଭୂଇଁଠାରୁ ୨୧ ମିଟର ଗଭୀର ଖୋଳାଯିବା ସହ ଦୁଇଟି ପାହାଡ଼ କଟାଯାଇଛି। ବର୍ତମାନ ପ୍ରାୟ ୧୦ ମିଟର ତଳକୁ ଖୋଳାଯିବା ଦ୍ୱାରା ତଳୁ ବହୁ ପରିମାଣର କଳାମୁଗୁନି ପଥର ବାହାରିଛି ଏବଂ ପାହାଡ଼ କଟାଯିବା ଯୋଗୁଁ ପ୍ରାୟ ଆନୁମାନିକ ୫ହଜାର ଟ୍ରିପ ପଥର ଏବଂ ମାଟିତଳୁ ପ୍ରାୟ ୨ହଜାର ଟ୍ରିପ ପଥର ବାହାରି ଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଣି ଆଉ ଅବଶିଷ୍ଟ ପାହାଡ଼ କଟାଯିବା ସହ ମାଟିତଳୁ ଆଉ ସେତିକି ବଡ଼ବଡ଼ ମୂଲ୍ୟବାନ କଳାମୁଗୁନି ପଥର ବାହାରିବ। ଆଜକୁ ଦୁଇ ତିନି ମାସ ଧରି ରେଲୱେ ଠିକାଦାର ଶ୍ରୀ ଦୁର୍ଗା କନଷ୍ଟ୍ରକସନ କମ୍ପାନୀ ବ୍ଲାଷ୍ଟିଙ୍ଗ କରି ପାହାଡ଼ ଫଟାଇ ପ୍ରାୟ…

Read More

କିଶୋରପ୍ରସାଦରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର

ଗଣିଆ(୧୪,୦୮):- କୋରୋନା ମହାମାରୀ ସମୟରେ ସାରା ରାଜ୍ୟରେ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ରକ୍ତ ଅଭାବ ସମସ୍ୟାକୁ ଦୂର କରିବା ପାଇଁ ଜୀବନ ବିନ୍ଦୁ ତଥା ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରମାନ ଚାଲୁ ରହିଛି । ଏହି ପରିପ୍ରେକ୍ଷିରେ ଆଜି ଗଣିଆ ବିଜୁଯୁବ ଛାତ୍ର ଜନତା ଦଳ ଆନୁକୂଲ୍ୟରେ କିଶୋରପ୍ରସାଦ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥିଭାବେ ବିଧାୟକ ଶ୍ରୀଯୁକ୍ତ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କନ୍ଧମାଳ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଶଦାଶିଵ ମିଶ୍ର, ଗଣିଆ ସରପଞ୍ଚ…

Read More