ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତିକରଣ କାର୍ଯ୍ୟ ସମୀକ୍ଷା

ନୂଆଗାଁ,(୧୪/୦୮):- ଏବେ ସ୍ମାର୍ଟ ହେଉଛି ସରକାରୀ ବିଦ୍ୟାଳୟ, ୫ଟି ଅଧୀନରେ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତକରଣ କାର୍ଯ୍ୟର ଅଗ୍ରଗତିକୁ ସମୀକ୍ଷା କରିଛି “ମୋ ସ୍କୁଲ୍ ଅଭିଯାନ”। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର, ସ୍କୁଲ କମିଟି, ଶିକ୍ଷକ/ଶିକ୍ଷୟତ୍ରୀ, ବ୍ଲକ୍ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଉକ୍ତ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ପୁରାତନ ଛାତ୍ର ତଥା ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଶତପଥୀ ଯୋଗଦେଇଥିଲେ। ଶ୍ରୀଯୁକ୍ତ ଶତପଥୀ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦେବାପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ୨ଗୋଟି ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, ଆଧୁନିକ ବିଜ୍ଞାନଗାର, ସମ୍ମେଳନ କକ୍ଷ ତଥା ମଧ୍ୟାହ୍ନ ଭୋଜନାଳୟ, କମ୍ପୁଟର ଲ୍ୟାବ, ଆକର୍ଷଣୀୟ ବଗିଚା, ଖେଳ ପଡିଆ ଇତ୍ୟାଦି କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଅଛି। ନୂଆଗାଁ ବିଡିଓ ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକ ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ଆସି ସମସ୍ତ କାର୍ଯ୍ୟ ନିଜେ ତଦାରଖ କରୁଥିବାରୁ ବୈଠକରେ ପ୍ରସଂଶା କରାଯାଇଥିଲା। ଆଗାମୀ ଦିନରେ ବିଦ୍ୟାଳୟର ଭିତ୍ତିଭୂମିକୁ ଉପଯୋଗ କରି ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷାର ସୁଯୋଗ ପାଇପାରିବେ ବୋଲି ପୁରାତନ ଛାତ୍ର ସଂସଦ ସମ୍ପାଦକ ଜ୍ଞାନ ପ୍ରକାଶ ବାରିକ ପ୍ରକାଶ କରିଛନ୍ତି। ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିନାଥ ମହାପାତ୍ର, ପୁରାତନ ଛାତ୍ର ବଂଶୀଧର ସାହୁ, ସୁରେନ୍ଦ୍ର କୁମାର ସାହୁ, ଗୁଣନିଧି ଶତପଥୀ, ଦିଲ୍ଲିପ ମିଶ୍ର ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts