୪ ପଞ୍ଚାୟତରେ ମନ୍ତ୍ରୀଙ୍କ ସମୀକ୍ଷା

ନୟାଗଡ଼,(୩୦/୦୮): ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଳକର ୪ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପହଞ୍ଚି ସମୀକ୍ଷା କରିଛନ୍ତି । ଚଣ୍ଡିବସ୍ତ, ନବଘନପୁର, ଲକ୍ଷ୍ମୀପ୍ରସାଦ ଓ ନାଟୁଗାଁ ପଞ୍ଚାୟତର ବିଭିନ୍ନ ଗାଁରେ ପହଞ୍ଚି ଲୋକଙ୍କ ପାଇଁ କରା ଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗ୍ରାମରେ ଲୋକଙ୍କ ଆବଶ୍ୟକତା ପାଇଁ କରାଯିବାକୁ ଥିବା କାମର ତାଲିକା ପ୍ରସ୍ତୁତ କରାଯାଇଛି । ଏଥିସହିତ ଲୋକଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ବିଭିନ୍ନ ଜନହିତକର କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହି ଗସ୍ତରେ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର, ପୂର୍ବତନ ନଗରପାଳ…

Read More

ଅତ୍ୟାଧୁନିକ ନୂତନ ଥାନାର ଉଦଘାଟନ ସହ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ପୋଲିସ DGP ଅଭୟ

ରଣପୁର,(୩୦/୦୮):- ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଚାନ୍ଦପୁର ଥାନାରେ ପୋଲିସ DGP ଅଭୟ। ନୟାଗଡ଼ ଜିଲ୍ଲାର ଏକମାତ୍ର ତଥା ରାଜ୍ୟର ୩ନଂ ଅତ୍ୟାଧୁନିକ ଚାନ୍ଦପୁର ଥାନାକୁ ଉଦଘାଟନ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଭୟ। ବହୁ ପ୍ରତୀକ୍ଷାର ଅନ୍ତ ସହ ଆଇନ ଶୃଙ୍ଖଳା ଦିଗରେ ଗୁରୁତ୍ୱ ବହନ କରୁଥିବା ଚାନ୍ଦପୁର ଥାନାକୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଉଦଘାଟନ ସମୟରେ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଥାନା ପୋଲିସ -ଜନସାଧାରଣଙ୍କ ମଧ୍ୟରେ ଏକ ସୁସମ୍ପର୍କ ସ୍ଥାପନ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିୟା ଶରଣକୂଳ ଏସଡ଼ିପିଓ ଏସ ଟପ୍ପୋ, ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ…

Read More

ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକଙ୍କ ଯୋଗଦାନ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ଼ାଝୋଲା ଠାରେ ସାଇକମିଟି ଆନୁକୁଲ୍ୟରେ ଜନ୍ମାଷ୍ଟମୀ ଉପଲକ୍ଷେ ସାଇବାବାଙ୍କ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ବାହାଡ଼ାଝୋଲା ସମିତି ସଭ୍ୟା ଛବିରାଣୀ ସାହୁ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ବେହେରା, କାପ୍ତାପଲ୍ଲୀ ସମିତି ସଭ୍ୟ ବିଭୂତି ଭୂଷଣ ବେହେରା, ବରିଷ୍ଠ ବିଜେଡ଼ି କର୍ମୀ ତ୍ରିନାଥ ସ୍ୱାଇଁ, ସନାତନ ବେହେରା, କେଦାର ସେଠୀ, ସମାଜସେବୀ ସୂର୍ଯ୍ୟନାରାୟଣ ସାହୁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୌରାଣିକ ନାଟକ ପରିବେଷଣ ସହ ଯୋଗଦେଇଥିବା ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର…

Read More

ନିର୍ମାଣ ଚାଲିଛି ନୟାଗଡ଼ରେ ଦ୍ୱିତୀୟ ଅଯୋଧ୍ୟା

ନୟାଗଡ଼ରେ ଦ୍ୱିତୀୟ ଅଯୋଧ୍ୟା ! ପାହାଡ଼ ଉପରେ ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ l ଭାପୁର ବ୍ଲକ ଫତେଗଡ଼ ପାହାଡ଼ ଶିଖରରେ ନିର୍ମାଣ ହେଉଛି ଏକ ସୁନ୍ଦର ଏବଂ ଆକର୍ଷଣୀୟ ମନ୍ଦିର l

Read More

ଆଜି ପବିତ୍ର ଜନ୍ମାଷ୍ଠମୀରେ ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ଧରାଵତରଣ ବିଷୟରେ

ସଂସ୍କୃତି,(୩୦/୦୮):- ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁ ଧର୍ମର ଏହା ହେଉଛି ଏକ ବଡ ପର୍ବ। ଏହି ଦିନ ପ୍ରାୟତଃ ସମସ୍ତେ ଉପବାସ ଗ୍ରହଣ କରିଥାନ୍ତି। ଓଡିଶାର ବିଭିନ୍ନ ସ୍ଥାନରେ ଏହି ଦିନ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଠମୀ ପର୍ବ ଦିନ ସ୍ବତନ୍ତ୍ର ନୀତି କରାଯାଇଥାଏ। ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ, ଦ୍ବାପର ଯୁଗ ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ । ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହେଇଛି। ବର୍ତ୍ତମାନ କଳିଯୁଗ ଯୁଗାଦ୍ଦ ୫୧୧୩ ଚାଲିଛି । ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ…

Read More

ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ପାଠ୍ୟଚକ୍ର ଅନୁଷ୍ଠିତ

ଓଡ଼ଗାଁ,(୨୯/୦୮):- ଓଡ଼ଗାଁ ବ୍ଲକ ବିଜୟମଣ୍ଡପ ସାହିରେ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ପିଲାମାନଙ୍କ ମନରେ ଆତ୍ମବିଶ୍ବାସ ବଢାଇବାର ଉପାୟ ଏବଂ ଶ୍ରୀ ଅରବିନ୍ଦ ଓ ଆଦର୍ଶ ଶିଶୁର ଲକ୍ଷଣ ଉପରେ ଆଲୋଚନା ହୋଇଥିଲା। ଏହି ପାଠଚକ୍ରରେ ଓଡ଼ଗାଁ ଓ ଆଖପାଖ ଅଞ୍ଚଳର ପ୍ରାୟ ୫୦ଜଣ ମାତୃପ୍ରେମୀ ଯୋଗଦେଇଥିଲେ। ବ୍ଲକ ଯୁଗ୍ମ ଆବାହକ ଶ୍ରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ଶ୍ରୀ ରାଜକିଶୋର ନାୟକ, ଶ୍ରୀ ରଞ୍ଜିତ କୁମାର ମହନ୍ତ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଭ୍ୟା ଅପର୍ଣ୍ଣା ବିଶୋଇ, ଓଡ଼ଗାଁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ସାହୁ, ହରିହର ଡାକୁଆ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ବୃନ୍ଦାବନ ରାଉତ, ଅର୍ଚନା ବିଶୋଇ, ବାସନ୍ତି ରାଉତ ଏବଂ ସ୍ବେଛାସେବୀ ଶ୍ରୀ କିଶୋର…

Read More

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରୀ ଡ଼ଃ. ଅରୁଣ

ନୟାଗଡ଼,(୨୯/୦୮):- ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଳକ ବଢ଼ିଆଳି ଏବଂ ଖୁଣ୍ଟୁବନ୍ଧ ପଞ୍ଚାୟତର ବିଭିନ୍ନ ଗାଁରେ ପହଞ୍ଚି ଲୋକଙ୍କ ପାଇଁ କରାଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ନଡ଼ିଆଳି ପଞ୍ଚାୟତର ଗବନଳ ଓ ଉଦୟପୁର ଗ୍ରାମରେ ଲୋକଙ୍କ ଆବଶ୍ୟକତା ପାଇଁ କରାଯିବାକୁ ଥିବା କାର୍ଯ୍ୟର ତାଲିକା ପ୍ରସ୍ତୁତ କରାଯାଇଛି । ସେହିଭଳି ବେଗୁନିଆପାଟଣା, ଖୁଣ୍ଟୁବନ୍ଧ ଏବଂ କଇଁଥଗାଡ଼ିଆ ଗ୍ରାମରେ ଲୋକଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ବିଭିନ୍ନ ଜନହିତକର କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଲୋକଙ୍କ ସହ ଆଲୋଚନା କରିଛନ୍ତି । କେତେକ ଗ୍ରାମରେ ମନ୍ତ୍ରୀ ଆଜି ଯୁବକ ଏବଂ ବରିଷ୍ଠ ଉଭୟଙ୍କ ସହ ଆଲୋଚନା କରିଥିବା ଦେଖାଯାଇଛି ।…

Read More

ନିୟମିତ ହୋଇଥିବା ଶିକ୍ଷକଙ୍କୁ ଓଡ଼ଗାଁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ

ଓଡ଼ଗାଁ,(୨୯/୦୮):- ଶରଣକୁଳ ମାଆ ଝାଡେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଓଡ଼ଗାଁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଭାବେ ନିୟମିତ ହୋଇଥିବା ୪୬ ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଥିଲା। ଉକ୍ତ କାର୍ୟ୍ୟକ୍ରମକୁ ସଂଘର ସଭାପତି ନରେଶ ପାଣିଗ୍ରାହୀ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସଂପାଦକ ସୁକାନ୍ତ ସାହୁ, ସମସ୍ତ କର୍ମକର୍ତ୍ତା, ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବନ୍ଧୁମାନେ, ଶ୍ରୀଧର ପରିଡ଼ା, ରାଜସିଂ ବେହେରା, ବିଭୂତି ଘଡେଇ, ସୋମନାଥ ଚୌଧୁରୀ ଓ ଗଙ୍ଗାଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଦେବାଶିଷ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Read More

ସମ୍ବର୍ଦ୍ଧନା ମ୍ୟୁଜିକର କ୍ୟାସେଟ୍ ଉନ୍ମୋଚନ

ଓଡ଼ଗାଁ,(୨୯/୦୮):- ଆଜି ସମ୍ବର୍ଦ୍ଧନା ମ୍ୟୁଜିକ ତରଫରୁ ‘ହାଟବାହୁଡା’ ନାମରେ ଗୋଟିଏ ଭଜନ କ୍ୟାସେଟ୍ ଓ ‘ଫେରିଆ ପ୍ରିୟା’, ‘କୁହୁଳା ସ୍ମୃତି’ ନାମରେ ଦୁଇଟି ଆଧୁନିକ ଆଲବମ୍ ଏହିପରି ତିନୋଟି କ୍ୟାସେଟ୍ ଓଡ଼ଗାଁର ଶ୍ରୀ ରାଧାମାଧବ ମନ୍ଦିର, ରାମସାଗର ପାର୍କ ଓ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଉନ୍ମୋଚିତ ହୋଇଛି।ଗୀତ ଗୁଡିକୁ ବନ୍ଦନା ମହାପାତ୍ର ରଚନା କରିଥିବା ବେଳେ ସ୍ୱରରେ ସଜାଇଛନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅଞ୍ଜନ କୁମାର।ଏମ୍. ଦୀନବନ୍ଧୁଙ୍କ ପ୍ରଯୋଜନାରେ ଉକ୍ତ କ୍ୟାସେଟ୍ ଗୁଡ଼ିକରେ କଣ୍ଠଦାନ କରିଛନ୍ତି ସୁନାମଧନ୍ୟ ଦୂରଦର୍ଶନ ଧାରାବାହିକ ଅଭିନେତ୍ରୀ ସବିତା ସାହୁ, ମୋନାଲି ପ୍ରିୟଦର୍ଶିନୀ ଓ ପ୍ରୟାତତ୍ମା ରଥ। “କୁହୁଳା ସ୍ମୃତି”କୁ ନେଇ ପ୍ରସ୍ତୁତ ଆଲବମ ଭିଡିଓରେ ଅଭିନୟ କରିଛନ୍ତି ଲିଟନ୍, ସବିତା ଓ କୁମାର୍ ଜ୍ୟୋତି। ଉକ୍ତ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଯୋଜକ ଏମ୍. ଦୀନବନ୍ଧୁଙ୍କ ସମେତ ସମସ୍ତ ଆଲବମ ଭିଡିଓ କଳାକାର,…

Read More