ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାର ପାଇଁ ଚାଷୀଙ୍କ ବିକ୍ଷୋଭ

ନୟାଗଡ,(୨୮/୦୯): ସୋଲପଟା ରଘୁନାଥପୁର ସେବା ସମବାୟ ସମିତିର ଚାଷୀମାନଙ୍କୁ ସର୍ବନିମ୍ନ ସାର ଯୋଗାଇବାରେ ବିଫଳତା ପ୍ରତିବାଦରେ ଆଜି ବହୁ ଚାଷୀ ତ୍ରିନାଥ ଛକଠାରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଆମକୁ ସାର ଦିଅ ସ୍ଲୋଗାନ ବାଜି କରିଥିଲେ l ଚଳିତ ଖରିଫ ଋତୁରେ ସମିତି ସମ୍ପାଦକ ମାତ୍ର ୧୫୦ବସ୍ତା ସାର ମାର୍କଫେଡ଼ରୁ ଉଠାଇ ଥିବା ବେଳେ ଉଭୟ ଗ୍ରାମର ପ୍ରାୟ ହଜାରେ ଚାଷୀଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ହୋଇଥିଲା l ସାର ଅଭାବ କାରଣରୁ ଧାନଫସଲ ବାଧାପ୍ରାପ୍ତ ଯୋଗୁଁ ଆଜି ପ୍ରବଳ ବର୍ଷା ସତ୍ୱେ ପୁରୁଷ ମହିଳା ଚାଷୀମାନେ ଦୀର୍ଘ ୩ଘଣ୍ଟା ଧରି ଜିଲ୍ଲାପାଳଙ୍କ ଫାଟକ ଆଗରେ ଧାରଣା ଦେଇଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ଏବଂ ଏଆରସିଏସ ଆସି ଚାଷୀଙ୍କ ସହ ଆଲୋଚନା କରି ଆସନ୍ତା କାଲି ସମିତି ମାଧ୍ୟମରେ ୨୫୦…

Read More

ବିଜେପି ସଭାପତି ସାମିଲ ହେଲେ ବିଜେଡିରେ, ସ୍ଵାଗତ କଲେ ମନ୍ତ୍ରୀ

ନୟାଗଡ଼, (୨୮/୦୯): ଭାଟସାହି ଗ୍ରାମ ପଞ୍ଚାୟତର ବିଜେପି ସଭାପତି ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ସାଶନ, ବିକାଶମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହେବା ସହିତ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଭୁବନେଶ୍ୱର ସ୍ଥିତ ମନ୍ତ୍ରୀଙ୍କ ବାସ ଭବନରେ ଭାଟସାହି ପଞ୍ଚାୟତର ବିଜେପି ସଭାପତି ପ୍ରଭାତ କୁମାର ମହାପାତ୍ର ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ରାଜ୍ୟ ବିଜୁ ମହିଳା ଜନତା ଦଳର କୋଷାଧ୍ୟକ୍ଷ ଜୟଶ୍ରୀ ଦାସ, ନୟାଗଡ଼ ବ୍ଲକ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ…

Read More

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ

ନୟାଗଡ଼,(୨୮/୦୯): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସୁରକ୍ଷିତ ଗର୍ଭପାତ କରାଇବାର ନିୟମ ଏବଂ ଅବଧି ସଂମ୍ପର୍କରେ ସୂଚନା ଦିଆଯାଇଛି । ୯ ସପ୍ତାହ ଗର୍ଭ ଧାରଣରେ ବଟିକା ଦ୍ୱାରା, ୧୨ ସପ୍ତାହରେ MVA ପଦ୍ଧତି ଦ୍ୱାରା ଏବଂ ୧୨ରୁ ୨୦ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁମୋଦିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ କରି ଗର୍ଭପାତ କରାଇବା ପାଇଁ ପରାମର୍ଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡା. ସୁଧାଂଶୁ ଶେଖର ଷଡଙ୍ଗୀ, DPMU ଡା. ପୂଷ୍ପା ନୀଳିମା ଲାକ୍ରା, ଡା. ସୁବାଷ ଚନ୍ଦ୍ର ନାୟକ, ଡା. ଟି.ପି ତ୍ରିପାଠୀ, ଡା. ଶରତ ଚନ୍ଦ୍ର ଦାଶ, ମେଡିକାଲ ଅଫିସର୍…

Read More

ନୟାଗଡ଼ରେ ବିଶ୍ୱସ୍ତରୀୟ ରେବିଜ୍ ଦିବସ ପାଳିତ

ନୟାଗଡ଼,(୨୮/୦୯): ରାଜ୍ୟ ପ୍ରାଣୀ ଚିକିତ୍ସା ସେବା ସଂଘ ନୟାଗଡ଼ ଶାଖା ତରଫରୁ ଆଜି ବିଶ୍ୱସ୍ତରୀୟ ରେବିଜ୍ ଦିବସ ସିନ୍ଦୁରିଆ ଠାରେ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସତ୍ୟନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ରେବିଜ୍ ନିରାକରଣ ଦିବସରେ ପ୍ରାଣୀ ଚିକିତ୍ସା ଓ ସଚେତନତା ଉପରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମକୁ ଡା. ପ୍ରତାପ ପ୍ରଧାନ ସଂଯୋଜନା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଡା. ଦେବରାଜ ନାୟକ ଓ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶ୍ରୀନିବାସ କର, ଡା. ଦିଲ୍ଲୀପ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଆୟୋଜିତ ଶିବିରରେ ୩୦ରୁ ଊର୍ଦ୍ଧ୍ଵ ପ୍ରାଣୀ…

Read More

ପ୍ରଚଣ୍ଡ ବଜ୍ରପାତରେ ଭାଙ୍ଗିଲା ମନ୍ଦିର ଦଧିନଉତି

ନୟାଗଡ଼,(୨୮/୦୯): ନୟାଗଡ଼ ବ୍ଲକ୍ କେନ୍ଦୁଢିପି ପଞ୍ଚାୟତ ଅନ୍ତର୍ଗତ ଖଇରପଟି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଘଟଣ, ଆଜି ଅପରାହ୍ନରେ ବଜ୍ରପାତରେ ଖଇରପଟି ଗ୍ରାମର ଶିବ ମନ୍ଦିରର ଦଧିନଉତି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଏକ ପ୍ରଚଣ୍ଡ ବଜ୍ରପାତ ମନ୍ଦିରର ଅଗ୍ରଭାଗରେ ମାଡ଼ ହୋଇଥିଲା ଯାହା ଫଳରେ ଦଧିନଉତିଟି ଭାଙ୍ଗି ଖଣ୍ଡ ବିଖଣ୍ଡିତ ହୋଇ ତଳେ ପଡ଼ି ଯାଇଥିଲା। ୭୦ ବର୍ଷର ପୁରୁଣା ମନ୍ଦିର ଏଭଳି କ୍ଷତିଗ୍ରସ୍ତ ହେବା ଦେଖି କେହି କେହି ଗ୍ରାମକୁ ବିପଦ ଥିବା କହିଥିବା ବେଳେ କେହି କେହି ବିଜ୍ଞାନ ସମ୍ମତ କାରଣ ଦର୍ଶାଇଛନ୍ତି। ଗ୍ରାମର ଶିକ୍ଷିତ ଯୁବକମାନେ କହିଛନ୍ତି ପଚାଶ ଫୁଟର ଏହି ଉଚ୍ଚ ମନ୍ଦିର ପାଇଁ ବିଦ୍ୟୁତ ପରିବାହିର ସୁବିଧା କରାଯିବାର ଆବଶ୍ୟକତା ଥିଲା। ଏହି ଘଟଣାଟିକୁ ଦେଖିବା ପାଇଁ ଖଇରପଟି ଗ୍ରାମରେ ପ୍ରବଳ ଭିଡ଼ ହୋଇଥିବା ଜଣାପଡିଛି…

Read More

ବର୍ଦ୍ଧିତ ହୋଲ୍ଡିଂ ଟାକ୍ସକୁ ନେଇ ସହରବାସୀଙ୍କ ସହ ଆଲୋଚନା କଲେ ମନ୍ତ୍ରୀ

ବର୍ଦ୍ଧିତ ଦର ଦେବା ସମ୍ଭବ ନୁହେଁ ନୟାଗଡ଼,(୨୬/୦୯): ନୟାଗଡ଼ ପୈାର ପରିଷଦ ଟିକସ ବୃଦ୍ଧି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ସହରବାସୀଙ୍କ ସହ ଆଲୋଚନା କରିଛନ୍ତି। ନୟାଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନା ବୈଠକରେ ମନ୍ତ୍ରୀ ସହରବାସୀଙ୍କୁ ନିର୍ଭୟ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ବର୍ଦ୍ଧିତ ଟିକସ ଦେବା ସମ୍ଭବ ପର ନୁହେଁ । ଯଦି ବର୍ଦ୍ଧିତ ଦର ଲାଗୁ କରାଯାଏ, ତେବେ ବିଧାୟକ ଭାବେ ମୁଁ ଆପଣଙ୍କର ନେତୃତ୍ୱ ନେବି ବୋଲି ମନ୍ତ୍ରୀ ନିଜେ ସହରବାସୀଙ୍କୁ କହିଛନ୍ତି । ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ…

Read More

ଆସନ୍ତାକାଲି ବନ୍ଦ ରହିବ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ

ନୟାଗଡ଼,(୨୬/୦୯): ଆଜି ମଧ୍ୟରାତ୍ରରେ ବାତ୍ୟା ‘ଗୁଲାବ’ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୧ଟି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ସ୍ଥିତି ନେଇ ଆଜି ନୂଆଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ଅବସରରେ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଦେଇଥିଲେ ଏହି ନିର୍ଦ୍ଦେଶ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମଙ୍ଗଳବାର ଦିନ ସ୍ଥିତିକୁ…

Read More

ଭୋଦୁଅ କବିତା ଆସର ଅନୁଷ୍ଠିତ

ଓଡ଼ଗାଁ,(୨୬/୦୯):- ଓଡ଼ଗାଁର ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ତରଫରୁ ଆଜି ଅପରାହ୍ନ ୨ଟା ରୁ ୫ଟା ପର୍ଯ୍ୟନ୍ତ ତିନିଘଣ୍ଟା ଧରି ଗୁଗୁଲ ମିଟ୍ ମାଧ୍ୟମରେ “ଭୋଦୁଅ ଆସର” ନାମରେ ଏକ କବିତା ଆସର ନୂଆଗାଁ ଓ ଗଣିଆର କବି କବୟିତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ରାମନାଥ ଦାଶ ଉକ୍ତ କବିତା ଆସରର ମୁଖ୍ୟ ଅତିଥି ଓ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ୱଜ)ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଉପସଭାପତି ଶରତ ଚନ୍ଦ୍ର ଷଡ଼ଙ୍ଗୀ ଓ ମନୋଜ କୁମାର ନାୟକ, ଆବାହକ ପ୍ରହଲ୍ଲାଦ ବେହେରା, ପ୍ରିୟଦର୍ଶନୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଥରର କବିତା ଆସରରେ ଗଣିଆ ଓ ନୂଆଗାଁ ବ୍ଲକର କବି କବୟିତ୍ରୀମାନଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା।ଏ…

Read More

ରୋଟାରୀ ଫିଜିଓଥେରାପି ଚିକିତ୍ସା ଶିବିର

ନୟାଗଡ଼,(୨୬/୦୯): ନୟାଗଡ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ଫିଜିଓଥେରାପି ଚିକିତ୍ସା ଶିବିର ଖଣ୍ଡପଡା ବ୍ଲକର ଶିଖରପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ୫୦ରୁ ଉର୍ଦ୍ଧ୍ବ ରୋଗୀ ଯୋଗଦେଇ ଫିଜିଓଥେରାପି କସରତ ଶିଖିବା ସହ ଫିଜିଓଥେରାପିଷ୍ଟ ଅଭିଳାଷ ଦାସ ଓ ସହଯୋଗୀ ନମିତା ନନ୍ଦଙ୍କ ପରାମର୍ଶ ନେଇଥିଲେ। ନୟାଗଡ଼ ରୋଟାରୀ କ୍ଲବର ସଭାପତି ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଏହି ଶିବିର ର ପରିଚାଳନାରେ ସହଯୋଗ କରିଥିଲେ ରୋଟାରିଆନ ଆରିଫ ଖାନ୍, ପ୍ରବିର ପୃଷ୍ଟି, ଲକ୍ଷ୍ମୀ ନାରାୟଣ ରଥ ଓ ଆର.ସି.ସି. ଶିଖରପୁର ର ଯୁବ ସମାଜ ସେବୀ ମାନେ । ସ୍ଥାନୀୟ ଗ୍ରାମବାସୀମାନେ ଏପରି ଚିକିତ୍ସା ଶିବିରକୁ ଆଗାମୀ ଦିନ ମାନଙ୍କରେ ଜାରି ରଖିବା ପାଇଁ ଅନୁରୋଧ କରିଥିଲେ ।

Read More

ନୟାଗଡ଼ ସାମ୍ବାଦିକ ଭବନରେ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(୨୫/୦୯): ମୁଣ୍ଡୁଳି ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ବୋଟ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବା ଓଟିଭିର ଯୁବ ଦକ୍ଷ ବରିଷ୍ଠ ସାମ୍ବାଦିକ ଅରିନ୍ଦମ୍ ଦାଶଙ୍କ ଉଦ୍ଦେଶ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏନେଇ ନୟାଗଡ଼ ସାମ୍ବାଦିକ ଭବନରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ୨ମିନିଟ ନୀରବ ପାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଶ୍ରୀକାନ୍ତ ଖଟେଇ, ସଞ୍ଜୟ କୁମାର ସ୍ୱାଇଁ, ଆର୍ତ୍ତତ୍ରlଣ ପ୍ରଧାନ, ଯଯାତି କେଶରୀ, ସୁଧାକର ମିଶ୍ର, ଶୁଭାଶିଷ ପଟ୍ଟନାୟକ, ବିଶ୍ଵଜିତ ପଟ୍ଟନାୟକ, ଗୋକୁଳ ଷଡ଼ଙ୍ଗୀ, ଦିନବନ୍ଧୁ ମହାନ୍ତି, ଟୁକୁ, ଭାଲୁ ରଥ, ପ୍ରଦୀପ ରଣାଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ରହିଥିଲେ ।

Read More