ନୟାଗଡ଼,(୨୮/୦୯): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସୁରକ୍ଷିତ ଗର୍ଭପାତ କରାଇବାର ନିୟମ ଏବଂ ଅବଧି ସଂମ୍ପର୍କରେ ସୂଚନା ଦିଆଯାଇଛି । ୯ ସପ୍ତାହ ଗର୍ଭ ଧାରଣରେ ବଟିକା ଦ୍ୱାରା, ୧୨ ସପ୍ତାହରେ MVA ପଦ୍ଧତି ଦ୍ୱାରା ଏବଂ ୧୨ରୁ ୨୦ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁମୋଦିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ କରି ଗର୍ଭପାତ କରାଇବା ପାଇଁ ପରାମର୍ଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡା. ସୁଧାଂଶୁ ଶେଖର ଷଡଙ୍ଗୀ, DPMU ଡା. ପୂଷ୍ପା ନୀଳିମା ଲାକ୍ରା, ଡା. ସୁବାଷ ଚନ୍ଦ୍ର ନାୟକ, ଡା. ଟି.ପି ତ୍ରିପାଠୀ, ଡା. ଶରତ ଚନ୍ଦ୍ର ଦାଶ, ମେଡିକାଲ ଅଫିସର୍ ଡା. ନୱାଜ୍ ଅଲ୍ଲୀ ଖାନ, ସ୍ମୃତିଲତା ବିଶ୍ଵାଳ, ନିତ୍ୟ ରଞ୍ଜନ ବରାଳ, ଜୟକୃଷ୍ଣ ସାହୁ, ଅରୁଣ କୁମାର ସାହୁଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ସାମିଲି ଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଯୋଗଦେଇ ନିରାପଦ ଗର୍ଭପାତ ବିଷୟରେ ସୁଚିନ୍ତିତ ମନ୍ତବ୍ଯ ପ୍ରଦାନ କରିଥିଲେ।

