ନୟାଗଡ଼, (୨୮/୦୯): ଭାଟସାହି ଗ୍ରାମ ପଞ୍ଚାୟତର ବିଜେପି ସଭାପତି ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ସାଶନ, ବିକାଶମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହେବା ସହିତ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଭୁବନେଶ୍ୱର ସ୍ଥିତ ମନ୍ତ୍ରୀଙ୍କ ବାସ ଭବନରେ ଭାଟସାହି ପଞ୍ଚାୟତର ବିଜେପି ସଭାପତି ପ୍ରଭାତ କୁମାର ମହାପାତ୍ର ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ରାଜ୍ୟ ବିଜୁ ମହିଳା ଜନତା ଦଳର କୋଷାଧ୍ୟକ୍ଷ ଜୟଶ୍ରୀ ଦାସ, ନୟାଗଡ଼ ବ୍ଲକ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା ଓ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ସାହୁ, ପର୍ଯବେକ୍ଷକ ହସମତ୍ ଖାଁ, ସଭାପତି ବିଜୟ କୁମାର ମିଶ୍ର, ଯୁବ ସଂଗଠକ ପବିତ୍ର ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ ଅତିଥିବୃନ୍ଦ ସାମିଲ ହୋଇଥିଲେ ।
ବିଜେପି ସଭାପତି ସାମିଲ ହେଲେ ବିଜେଡିରେ, ସ୍ଵାଗତ କଲେ ମନ୍ତ୍ରୀ
