ନୟାଗଡ଼ ସାମ୍ବାଦିକ ଭବନରେ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(୨୫/୦୯): ମୁଣ୍ଡୁଳି ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ବୋଟ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବା ଓଟିଭିର ଯୁବ ଦକ୍ଷ ବରିଷ୍ଠ ସାମ୍ବାଦିକ ଅରିନ୍ଦମ୍ ଦାଶଙ୍କ ଉଦ୍ଦେଶ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏନେଇ ନୟାଗଡ଼ ସାମ୍ବାଦିକ ଭବନରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ୨ମିନିଟ ନୀରବ ପାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଶ୍ରୀକାନ୍ତ ଖଟେଇ, ସଞ୍ଜୟ କୁମାର ସ୍ୱାଇଁ, ଆର୍ତ୍ତତ୍ରlଣ ପ୍ରଧାନ, ଯଯାତି କେଶରୀ, ସୁଧାକର ମିଶ୍ର, ଶୁଭାଶିଷ ପଟ୍ଟନାୟକ, ବିଶ୍ଵଜିତ ପଟ୍ଟନାୟକ, ଗୋକୁଳ ଷଡ଼ଙ୍ଗୀ, ଦିନବନ୍ଧୁ ମହାନ୍ତି, ଟୁକୁ, ଭାଲୁ ରଥ, ପ୍ରଦୀପ ରଣାଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ରହିଥିଲେ ।

Related posts