ଦଶପଲ୍ଲା ବିଇଓ ଭକ୍ତି ବିନୋଦ ସଲଙ୍କୁ ‘ସଙ୍ଗୀତଧାରା’ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷା ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ପ୍ରଶାସନିକ ଦକ୍ଷତା ପାଇଁ ଦଶପଲ୍ଲା ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ଭକ୍ତି ବିନୋଦ ସଲଙ୍କୁ ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସଙ୍ଗୀତଧାରାର ଏକ ପ୍ରତିନିଧି ଦଳ ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଉପଢୌକନ ଓ ସମ୍ମାନ ସୂଚକ ଫଳକ ପ୍ରଦାନ କରି ଏହି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।ସୂଚନାଯୋଗ୍ୟ ଯେ, ନିକଟରେ ‘ସଙ୍ଗୀତଧାରା’ ପକ୍ଷରୁ ଦଶପଲ୍ଲାରେ ଅନୁଷ୍ଠିତ ବ୍ଲକସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ସ୍ଥାନୀୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଚୟନ କରିବାରେ ଏବଂ ସେମାନଙ୍କୁ ଏହି ମଞ୍ଚରେ ସାମିଲ କରିବାରେ ଶ୍ରୀ ସଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ସହିତ ଜଣେ ଦକ୍ଷ ଶିକ୍ଷାଧିକାରୀ ଭାବେ ଦଶପଲ୍ଲା ବ୍ଲକରେ ସେ ଅନେକ ଗୁଡ଼ିଏ ଜନହିତକର ଓ ଉଲ୍ଲେଖନୀୟ କାର୍ଯ୍ୟ କରି ସ୍ଥାନୀୟ…

Read More

ସରଣକୁଳ ଥାନା ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଖଣ୍ଡପଡା ଏସଡିପିଓ ମହିଳାଙ୍କୁ ଫେବର ମାଗିବା ଘଟଣା ଲୋକଙ୍କ ମନରୁ ନ ଯାଇଥିବା ବେଳେ ଶରଣକୂଳ ଥାନା ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଅନ୍ୟ ଜଣେ ମହିଳା । ଏଭଳି ଅଭିଯୋଗ ଆସିଛି ସରଣକୁଳ ଥାନା ଅଧିକାରୀଙ୍କ ନାମରେ । କିଛି ଦିନ ତଳେ ସରଣକୁଳ ଥାନା ଅଞ୍ଚଳର ଜଣେ ମହିଳାଙ୍କ ପରିବାର ଓ ଗାଁ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏନେଇ ମହିଳା ଓ ତାଙ୍କ ପରିବାର ନାମରେ ସରଣକୁଳ ଥାନାରେ କେଶ ହୋଇଥିଲା । ଥାନା ଅଧିକାରୀ ସୁଜିତ କୁମାର ଦାସ ମହିଳାଙ୍କୁ କେଶରେ ସହଯୋଗ କରିବାକୁ କହି ଫୋନ ନମ୍ବର ନେଇଥିଲେ । ପରେ ଥାନା ଅଧିକାରୀ ଫୋନରେ ଭିଡିଓ କଲ, ଅଶ୍ଳୀଳ ମେସେଜ, ଫଟୋ ଓ ଅଶ୍ଳୀଳ କଥା କହିଥିବା ମହିଳା ଅଭିଯୋଗ…

Read More

ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିରରେ ଅଭିଭାବକ ସମ୍ମିଳନୀ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ପାଣିପୋଇଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ମା ଘାଟି ଠାକୁରାଣୀ କଲ୍ୟାଣ ମଣ୍ଡପ, ଯୋଗିଆପଲ୍ଲୀ ଠାରେ ଶିଶୁର ସାମଗ୍ରିକ ବିକାଶରେ ଅଭିଭାବକମାନଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି | ଉକ୍ତ ଆଲୋଚନା ଚକ୍ରରେ ବିଦ୍ୟାମନ୍ଦିରର ସମ୍ପାଦକ ମନୋରଞ୍ଜନ ପଣ୍ଡା  ବିଦ୍ୟାମନ୍ଦିରର ବାର୍ଷିକ ଯୋଜନା, ବିଦ୍ୟାଳୟର ଵିଧି ବ୍ୟବସ୍ଥା ଏବଂ ବିଦ୍ୟାମନ୍ଦିରର ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ | ମୁଖ୍ୟ ଅତିଥି ଭାବେ ବ୍ୟଙ୍ଗକଵି ତଥା ବିଶିଷ୍ଟ ଶିକ୍ଷାବିତ୍ ରବିନ୍ଦ୍ର କୁମାର ମହାପାତ୍ର ଯୋଗଦେଇ ଶିଶୁଙ୍କର ଶୈକ୍ଷିକ ବିକାଶରେ ପିତାମାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହିତ ଅଭିଭାବକମାନେ ପ୍ରତିଦିନ ଶିଶୁଙ୍କ ସହ କିଛି ସମୟ ଅତିବାହିତ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ | ମୁଖ୍ୟବକ୍ତାଭାବେ ବିଶିଷ୍ଟ ଶିକ୍ଷାବିତ୍…

Read More

ଭଞ୍ଜପୀଠ ମାଳିସାହିରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର  ପୀଠ  ମାଳିସାହି ଠାରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ପବିତ୍ର ସୁବୁଦ୍ଧି, ସମ୍ମାନିତ ଅତିଥି ଭାବେ ପଶ୍ଚିମବଙ୍ଗ ୟୁକୋ ବ୍ୟାଙ୍କର ଡିଜିଏମ୍ ରମେଶ କୁମାର ସାହୁ ଯୋଗଦେଇ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ମାଳିସାହି ଉପରେ ଆଲୋଚନା କରିଥିଲେ। ଏପରିକି ଅନାଲୋଚିତ ହୋଇ ରହିଥିବା ଏଭରି ଏକ ପବିତ୍ର ପୀଠର ଉନ୍ନତିକରଣ ପାଇଁ  ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇ ଥିଲା। ମୁଖ୍ୟବକ୍ତା…

Read More

ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ, ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀ ଦାବି କଲା ସାମ୍ବାଦିକ ସଂଘ

ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍‍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଗଣିଆ ବ୍ଲକ ନିକଟ ରାଉତପଡାଠାରେ ବହୁ ପ୍ରତିକ୍ଷିତ ମହାନଦୀ ବ୍ୟାରେଜ ନିର୍ମାଣ ପାଇଁ ବହୁ ବର୍ଷ ହେଲା ଦାବି ହୋଇ ଆସୁଛି । ଆଜି ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ଜଣିଆ ଟିମ ରାଉତପଡା ଗସ୍ତ କରି ଏହି ପ୍ରସ୍ତାବିତ ମହାନଦୀ ବ୍ୟାରେଜସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବଡ କଥା ହେଲା ଏହି ବ୍ୟାରେଜ ପାଇଁ ଆର୍ଥିକ ଅନୁଦାନ ଆସିଥିଲେ ବି କ୍ୟାବିନେଟ ମଂଜୁରୀ ନମିଳିବାରୁ ଏହା ହୋଇପାରୁନାହିଁ । ତେଣୁ କ୍ୟାବିନେଟ ମଂଜୁରୀ ତୁରନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ସଂଘ ଦାବି କରିଛି । ନୟାଗଡ ଜିଲ୍ଲା ଏକ କୃଷି ପ୍ରଧାନ ଅଞ୍ଚଳ । ଧାନ ଓ ଆଖୁ ଏଠାକାର…

Read More

ବିଦ୍ୟୁତ ସଂସ୍ପର୍ଶରେ ୭ ମଇଁଷିଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବଡ଼ ବାଣପୁର ପଞ୍ଚାୟତର ଘଣାଶାଳିଆ ଗ୍ରାମରେ ସୋମବାର ଏକ ହୃଦୟବିଦାରକ ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ୭ଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ପ୍ରତିବାଦରେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ଘଣାଶାଳିଆ ଗ୍ରାମର ଗୋପାଳକ ନିରୁପମା ବେହେରା ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ତାଙ୍କ ମଇଁଷିମାନଙ୍କୁ ଚରାଇବା ପାଇଁ କୁମୁଣ୍ଡି ଅଞ୍ଚଳରେ ଥିବା ବିଲକୁ ନେଇଥିଲେ। ସେହି ସମୟରେ ବିଲ ନିକଟରେ ଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ପରେ ଗୋଟିଏ କରି ୭ଟି ମଇଁଷି ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣାସ୍ଥଳରେ ହିଁ ସମସ୍ତ ମଇଁଷିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ଗୋପାଳକ…

Read More

ଗଣିଆ ପାଣ୍ଡରାସିଂଘାରେ ଯୁବକଙ୍କୁ ଗୁଳିମାଡ଼, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

ଗଣିଆ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କିଶୋରପ୍ରସାଦ ପଞ୍ଚାୟତର ପାଣ୍ଡରାସିଙ୍ଗା ଛକରେ ଘଟିଥିବା ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଏହି ଘଟଣାରେ ପତୁରିଆ ଗ୍ରାମର କୁଳମଣୀ ନାୟକଙ୍କ ପୁଅ ରବିନ୍ଦ୍ର ନାୟକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରବିନ୍ଦ୍ର ନାୟକ ପାଣ୍ଡରାସିଙ୍ଗା ଛକସ୍ଥିତ ତାଙ୍କ ନିଜ ଗ୍ୟାରେଜରେ ବସିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ହଠାତ୍ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।ଘଟଣା ଖବର ପାଇ ଗଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ବୈଜ୍ଞାନିକ ଟିମ୍ ଓ ପୋଲିସ…

Read More

ନୟାଗଡ଼ରେ ଉତ୍ସାହର ସହ ପାଳିତ ହେଲା ରଜ ପର୍ବ, ସାମିଲ ହେଲେ ବିଧାୟକ ଡ଼ ଅରୁଣ ସାହୁ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ଲୋକପ୍ରିୟ ଗଣପର୍ବ ରଜ ଅବସରରେ ନୟାଗଡ଼ରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ନୟାଗଡ଼ ବିଧାୟକ ଅରୁଣ ସାହୁ ବିଭିନ୍ନ ପଞ୍ଚାୟତ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ରଜ ପର୍ବ ପାଳନ କରିଥିଲେ। ଏହି ଅବସରରେ ସେ ରଜ ଦୋଳି ଖେଳିବା ସହ ପୋଡ଼ ପିଠା ଓ ରଜ ପାନର ସ୍ୱାଦ ଉପଭୋଗ କରିଥିଲେ। ରଜ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ସଭ୍ୟତାର ଏକ ଅନନ୍ୟ ପର୍ବ ହୋଇଥିବା ବେଳେ ଏହା ମାଟି ଓ ମେଘର ମିଳନର ପ୍ରତୀକ ଭାବେ ପରିଚିତ। ଏହି ପର୍ବରେ କୁମାରୀ ଓ ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି, ପାଦରେ ଅଳତା ଲଗାଇ ଦୋଳି ଖେଳିବା ସହ ବିଭିନ୍ନ ପାରମ୍ପରିକ ଖେଳରେ ଭାଗ ନେଇଥାନ୍ତି। ଘରେ ଘରେ ପୋଡ଼ ପିଠା, ମଣ୍ଡା, ଆରିସା ଭଳି ବିଭିନ୍ନ ସୁସ୍ୱାଦୁ…

Read More

ନିଖିଳ ଓଡ଼ିଆ ପାଠକ ମଞ୍ଚରେ “ସାହିତ୍ୟର ପାର୍ବଣ”

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ‘ନିଖିଳ ଓଡ଼ିଆ ପାଠକ ମଞ୍ଚ’ ପକ୍ଷରୁ ଏକ ସରସ ଓ ବିଦଗ୍ଧ ସାହିତ୍ୟ ଆସର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ, ପାଠକୀୟ ଚର୍ଚ୍ଚା ଓ ସୃଜନଶୀଳ ଅଭିବ୍ୟକ୍ତିର ଏହି ମିଳନ ମଞ୍ଚରେ ସାହିତ୍ୟପ୍ରେମୀମାନଙ୍କ ଉତ୍ସାହଜନକ ଉପସ୍ଥିତି ପରିଲକ୍ଷିତ ହୋଇଥିଲା।କାର୍ଯ୍ୟକ୍ରମର ଶୁଭାରମ୍ଭ ବିଶିଷ୍ଟ ନାଟ୍ୟକାର ଓ ସମାଜସେବୀ କମ୍ରେଡ୍ ବିଶ୍ୱନାଥ ମହାପାତ୍ର ଏବଂ ବରିଷ୍ଠ ସାହିତ୍ୟ ସଂଗଠକ ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ପ୍ରଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ ହୋଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା-ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ନିଜ ଅଭିଭାଷଣରେ *‘ନିଖିଳ ଓଡ଼ିଆ ପାଠକ ମଞ୍ଚ’ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଗତ ୧୫ ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ଏହାର ସୃଜନମୂଳକ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଆସରର ମୁଖ୍ୟ ଆକର୍ଷଣ ଥିଲା କବିତା ଆବୃତ୍ତି ଓ ଗଳ୍ପ ପଠନର…

Read More

ଜିଲ୍ଲା ସ୍ତରୀୟ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ, ହିତାଧିକାରୀଙ୍କୁ ବଣ୍ଟନ ହେଲା ବିଭିନ୍ନ ସହାୟତା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଶୁକ୍ରବାର ଅପରାହ୍ନ ୪ଟାରେ ନୟାଗଡ଼ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମବାୟ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଏବଂ ଜନସାଧାରଣଙ୍କ ଉନ୍ନତି ପାଇଁ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ ଓ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଜିଲ୍ଲାର ବିକାଶ ଧାରାକୁ ଆହୁରି…

Read More