ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ):- ୭୨ତମ ବନ ମହୋତ୍ସବ ପାଳନ ଅବସରରେ ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଆମ୍ବ,ପଣସ,ପିଜୁଳି, ଲେମ୍ବୁ,ଜାମୁ ଇତ୍ୟାଦି ବିଭିନ୍ନ କିସମର ଫଳ ଚାରା ରୋପଣ କରାଯାଇଛି । ରୋଟାରିଆନ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରଥମେ ଆମ୍ବ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ମିହିର ରଞ୍ଜନ ନାୟକ, ପୂର୍ବତନ ସଭାପତି ନିରୂପମା ପଟ୍ଟନାୟକ, ମଦନ ମୋହନ ମହାପାତ୍ର, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରଣଜିତ ଦାଶ, ବ୍ରଜେନ୍ଦ୍ର ପଟ୍ଟନାୟକ, ପ୍ରବୀର ପୃଷ୍ଟି, ଲକ୍ଷ୍ମୀନାରାୟଣ ରଥ, ପ୍ରସନ୍ନ ବସନ୍ତିଆ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Read More

ଦରବୃଦ୍ଧି ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବିଭିନ୍ନ ଗ୍ରାମ ପରିକ୍ରମା

ଶରଣକୁଳ,(ନୟାଗଡ଼ ଦର୍ପଣ):- ଦରବୃଦ୍ଧି ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଅଭିଯାନ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ବିଦ୍ୟୁତ ଶୁକ୍ଳର ମୂଲ୍ୟ ବୃଦ୍ଧି ସହିତ ପ୍ରତ୍ୟେକ ଖାଉଟି ଦ୍ରବ୍ୟର ଆଶାତୀତ ଦରବୃଦ୍ଧି ଘଟିଥିବାରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଓଡଗାଁ ଓ ନୟାଗଡ଼ ବ୍ଲକର ବିଭିନ୍ନ ଗ୍ରାମରେ ପରିକ୍ରମା ସହିତ ପଥପ୍ରାନ୍ତ ସଂଗଠିତ କରାଯାଇଛି । ପେଟ୍ରୋଲର ଏଭଳି ଅହେତୁକ ଦରବୃଦ୍ଧି କେନ୍ଦ୍ର ମୋଦି ସରକାରର ଅସଲ ଚେହେରାକୁ ପଦାରେ ପକାଇଛି ଏବଂ ଏହାର ପ୍ରତିବାଦରେ ଆସନ୍ତା ୧୫ତାରିଖରେ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶରଣକୁଳ, କଲ୍ୟାଣପୁର, ଗୋତିସାହି, ସୋଲପଟା, ରଘୁନାଥପୁର ଓ କୁଶାପାଣ୍ଡେରି ଗ୍ରାମ ମାନଙ୍କରେ ପ୍ରଚାରକ ଅଭିଯାନ ହୋଇଥିଲା । ଏହି ଅଭିଯାତ୍ରୀ ଦଳରେ ମୋର୍ଚ୍ଚାର ବରିଷ୍ଠନେତା ବିଶ୍ୱନାଥ ମହାପାତ୍ର, ଗୋଲକ ବିହାରୀ ମୁଦୁଲି, କୃଷ୍ଣଚନ୍ଦ୍ର…

Read More

ନୟାଗଡ଼ ବଲାଙ୍ଗୀ ପାର୍କର ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ପର୍ଯ୍ୟଟନ ମନ୍ତ୍ରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଆଜି ନୟାଗଡ଼ ବଲାଙ୍ଗୀ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପାର୍କ ନିର୍ମାଣ ସଂମ୍ପର୍କରେ ଆଲୋଚନା କରିବା ସହ କିଭଳି ଅଧିକ ଅନୁଦାନ ମିଳିପାରିବ ସେ ନେଇ ସହଯୋଗ କରିବେ ବୋଲି କହିଛନ୍ତି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ପୈାରନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହିଥିବା ଜଣାଯାଇଛି ।

Read More

ଓଡ଼ଗାଁ ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ ସମ୍ମୁଖରେ ଧାରଣା

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଅଖିଳ ଭାରତ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ, ଖାଇବା ତେଲ ସହ ଅତ୍ୟାବଶ୍ୟଳ ଖାଦ୍ୟସାମଗ୍ରୀ ଉପରେ କେନ୍ଦ୍ର ମୋଦି ସରକାରଙ୍କ ଅହେତୁକ ମୂଲ୍ୟବୃଦ୍ଧି ସାଙ୍ଗକୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ଟଙ୍କାକୁ ବୃଦ୍ଧି, ଧାନ କିଣା ସମୟ ସୀମାକୁ ଜୁନ ୩୦ପରିବର୍ତ୍ତେ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି, ସରକାର ଯେଉଁ ଚାଷୀଙ୍କ ଠାରୁ ଧାନ କିଣି ପାରି ନାହାଁନ୍ତି ସେମାନଙ୍କୁ ଆର୍ଥିକ କ୍ଷତିପୂରଣ ଏବଂ ରିହାତି ମୂଲ୍ୟରେ ଚାଷୀଙ୍କୁ ସାର କୀଟନାଶକ ଔଷଧ ପ୍ରଦାନ ଦାବି ପ୍ରତିବାଦରେ ଦେଶବ୍ୟାପି କଂଗ୍ରେସ ଦଳ ବିକ୍ଷୋଭ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଓଡଗାଁ ବ୍ଲକ କଂଗ୍ରେସ ପକ୍ଷରୁ ଓଡଗାଁ ବ୍ଲକ ସାମ୍ନାରେ ଆଜି ପୂର୍ବାହ୍ନ ୧୧.୦୦ଘଟିକା ସମୟରେ ଦୁଇ ଘଣ୍ଟିଆ ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପେଟ୍ରୋଲ…

Read More

ନୟାଗଡ଼ରେ ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ନୂତନ କାର୍ଯ୍ୟାଳୟ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ):- ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦରର ନୂତନ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ରାଜ୍ୟ ସଭାପତି ମୀନକେତନ ପଟ୍ଟନାୟକ ନୟାଗଡ଼ ଜିଲ୍ଲାରେ ଶିବାଜୀ ନଗରରେ ନୂତନ କାର୍ଯ୍ୟାଳୟର ଉଦଘାଟନ କରିବା ସହ ଜିଲ୍ଲାରେ ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ଏହି ବୋର୍ଡ ଗଠନର ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବୋର୍ଡର ସଭାପତି ଭବାନୀ ଶଙ୍କର ଦାସ, ସଂଯୁକ୍ତା ପଢିଆରୀ ନିଯୁକ୍ତ ହୋଇଥିବା ବେଳେ ଉପ ସଭାପତି ଭାବେ ଯଯାତି କେଶରୀ ମହାପାତ୍ର, ସଂପାଦକ ଭାବେ ଅନ୍ୱଅର ଅଲ୍ଲୀଙ୍କୁ ନିଯୁକ୍ତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ । ଏହି ନୂତନ କାର୍ଯ୍ୟାଳୟର ଉଦଘାଟନୀ ଉତ୍ସବରେ ସମସ୍ତ କୋଭିଡ୍-୧୯ ନିୟମ ପାଳନ କରି ଉପସ୍ଥିତ…

Read More

ବେଫିକର ଠିକାସଂସ୍ଥା, ନିମ୍ନମାନର ରାସ୍ତା କାମକୁ ନେଇ ତେଜିଲା ଜନ ଅସନ୍ତୋଷ

ରାଜସୁନାଖଳା, (ନୟାଗଡ଼ ଦର୍ପଣ):- ବିଗତ ଦିନରେ ଅତି ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ, ନିର୍ମାଣ କାର୍ଯ୍ୟରେ ଅହେତୁକ ଅବହେଳା ଏବଂ ଅଞ୍ଚଳବାସୀଙ୍କ ବାରମ୍ବାର ଦାବୀ ସତ୍ତ୍ୱେ ଠିକା ସଂସ୍ଥାର ବେଫିକର ମନୋଭାବକୁ ନେଇ ତେଜିଲା ଜନ ଅସନ୍ତୋଷ। ଏ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମର ଶିରୋନାମା ପାଲଟିଥିବା ଠିକାସଂସ୍ଥା ପ୍ରତି ପ୍ରଶାସନର ନୀରବତାକୁ ନେଇ କ୍ଷୋଭ ପ୍ରକାଶ କଲେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ। ପ୍ରକାଶ ଥାଉକି, ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଜାତୀୟ ରାଜପଥ ନିର୍ମାଣ ପ୍ରାଧିକରଣ ବିଭାଗ ତରଫରୁ ଠିକାସଂସ୍ଥା ଏ.ଆର.ଏସ.ଏସ. ଦ୍ୱାରା ଚାଲୁଅଛି। ମାତ୍ର ସମୟ ଅବଧି ଶେଷ ହୋଇସାରିଥିବା ପରେ ବି ଦୀର୍ଘଦିନ ଧରି ରାଜସୁନାଖଳା ଗଣେଶ ବଜାର ଠାରୁ ହଡ଼ାନଈ ପର୍ଯ୍ୟନ୍ତ ମାତ୍ର ଦେଢ଼ କିଲୋମିଟର ରାସ୍ତାନିର୍ମାଣ କାର୍ଯ୍ୟକୁ ଦେଢ଼…

Read More

ମହିପୁର ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ

ନୂଆଗାଁ,(ନୟାଗଡ଼ ଦର୍ପଣ):- ନୂଆଗାଁ ବ୍ଲକ ମହିପୁର ବନ ବିଭାଗ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବନମହୋତ୍ସବ ସପ୍ତାହର ଶେଷ ଦିନରେ ବନ ବିଭାଗ ପକ୍ଷରୁ ଜାତୀୟ ରାଜପଥଠାରୁ ମିନାଗାଡିଆ ପର୍ଯ୍ୟନ୍ତ ଚାରା ରୋପଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ବନଖଣ୍ତ ଅଧିକାରୀ ଧନରାଜ ଏଚ.ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମରେ ଏସସିଏଫ ଶ୍ବେତାଲିନା ସାହୁ, ମହିପୁର ବନାଂଚଳ ଅଧିକାରୀ ଅଭୟକାନ୍ତ ରଥ, ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ମହିତମା ବନପାଳ ରାକେଶ କୁମାର ସାହୁ, କୋରଡା ସରପଂଚ ଗୋଲାପ ନାୟକ, ପୂର୍ବତନ ସରପଂଚ ଗୋଲଖ ବିହାରୀ ଗୋଚ୍ଛାୟତ, ବନରକ୍ଷୀ ସୁଧାକର ସାହୁ, ବିନାୟକ ଜେନା, ବିଜୟ କୁମାର ସାହୁ, ଶ୍ରଦ୍ଧାଞ୍ଜଳୀ ସାହୁ, ଶ୍ରୀକାନ୍ତ ସାହୁ, ସମାଜସେବୀ ସାଇ ପ୍ରସାଦ ମିଶ୍ର, ପ୍ରଶାନ୍ତ ଗୋଚ୍ଛାୟତ,…

Read More

ଓଡ଼ଗାଁ ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ ଡ଼ା. ପୋମା ଟୁଡୁ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଆଜି ଓଡ଼ଗାଁ ବ୍ଲକ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ନନ୍ଦିଘୋର ପଞ୍ଚାୟତରେ ମନରେଗାରେ ନିର୍ମାଣ ହୋଇଥିବା ଖେଳପଡ଼ିଆ, ନେଳୀ ପୋଖରୀ, ପାଣିଖିଆ ପୋଖରୀ କାର୍ଯ୍ୟର ସମୀକ୍ଷା କରିବା ସହ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ବେଡ଼ ପୋଖରୀକୁ ବୁଲି ଦେଖିଥିଲେ। ହରିହରପୁରଠାରେ ଏକ ଛତୁ ଫାର୍ମକୁ ମଧ୍ୟ ପରିଦର୍ଶନ କରିଥିଲେ । କୁରାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାବେରା ନୂତନ ପଞ୍ଚାୟତ ଗୃହ, ପନ୍ତିଖାରୀ ପୋଖରୀ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଗସ୍ତରେ ଜିଲ୍ଲାପାଳଙ୍କ ସହିତ ବିଡିଓ ସ୍ୱାତୀଲେଖା ଦାଶ, ତହସିଲଦାର ବିଜୟୀତା ସାମନ୍ତସିଂହାର, ଏନଏସି ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ…

Read More

ଓଡ଼ିଆ କବିତାର ସ୍ୱର ବେଶ୍ ସମୃଦ୍ଧ

ନୟାଗଡ଼,(ନୟାଗଡ଼ ଦର୍ପଣ):- କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ “ତଥାସ୍ତୁ” ଆନୁକୁଲ୍ୟରେ ଆୟୋଜିତ ଅନ୍ ଲାଇନ୍ କବିତା ପାଠ କାର୍ଯ୍ୟକ୍ରମରେ ଅନ୍ୟ ରାଜ୍ୟ ଓ ବିଦେଶରେ ରହୁଥିବା କବିମାନେ ଅଂଶଗ୍ରହଣ କରିବାସହ ଆମ ମାତୃଭାଷା ଓଡ଼ିଆ ଏବଂ ଆମେ ଓଡ଼ିଶାର ସନ୍ତାନ, ଓଡ଼ିଆ ସାହିତ୍ୟ ବେଶ୍ ସମୃଦ୍ଧ, ବିଶେଷଭାବେ ରାଜ୍ୟ ବାହାରେ ବା ବିଦେଶରେ ଥାଇ ମଧ୍ୟ ଓଡ଼ିଆ ଗଳ୍ପ, କବିତା, ପ୍ରବନ୍ଧ ଆଦି ପଢ଼ିବା ବେଳେ ମନ ଗର୍ବରେ ପୁରିଉଠେ ବୋଲି ଭାବଗର୍ଭକ ବକ୍ତବ୍ୟ ଉପସ୍ଥାପନା କରିଥିଲେ। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ଆସରରେ ବିଶିଷ୍ଟ ସାହିତ୍ୟିକ ତଥା ଖଡ଼ଗପୁର ମହାବିଦ୍ୟାଳୟ ସଂସ୍କୃତ ବିଭାଗର ପ୍ରାଧ୍ୟାପକ ଡ଼.ଜଗମୋହନ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ, ଦେଶ ବିଦେଶରେ ଓଡ଼ିଆ କାବ୍ୟ-କବିତାର ଯଥେଷ୍ଟ ସମ୍ମାନ ଅଛି…

Read More