ନୟାଗଡ଼,(୨୧/୦୮): ବୃକ୍ଷ ହିଁ ଜୀବନ। ଗଛ ଗଛ ଗଛ ଆଉ ସବୁ ପଛ। ପ୍ରିନ୍ସ ଫାଉଣ୍ଡେସନ୍ ପକ୍ଷରୁ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନରେ ଥିବା ରାଜସୁନାଖଳା ଫାଣ୍ଡି ପରିସରରେ ଫାଉଣ୍ଡେସନର ଅଧ୍ୟକ୍ଷା ରିନା ସାହୁଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କରାଯାଇଛି । ଫାଣ୍ଡି ପରିସରରେ ଆମ୍ବ, ପଣସ, କାଜୁ, ଡାଳିମ୍ବ, ହରିଡା, ବାହାଡା, ପିଜୁଳି, ଅମୃତଭଣ୍ଡା ଇତ୍ୟାଦି ବିଭିନ୍ନ ପ୍ରକାରର ଗଛ ଲଗାଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଫାଣ୍ଡିର ଭାରାପ୍ରାପ୍ତ ଅଧିକାରୀ ଭୀମସେନ ମଲ୍ଲୀକଙ୍କ ସମେତ ଫାଣ୍ଡିର କର୍ମଚାରୀ ଓ ପ୍ରିନ୍ସ ଫାଉଣ୍ଡେସନ୍ ସଦସ୍ୟ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାହାର୍ଯ୍ୟ ସହଯୋଗ କରିଥିଲେ ।

