ରଣପୁର,(୨୨/୦୮): ରାଜ୍ୟରେ ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପରେ ବିଭିନ୍ନ ସ୍ଥାନରେ ଜନଅସନ୍ତୋଷ ସୃଷ୍ଟି ହୋଇଛି । ବିଦ୍ୟୁତ୍ କାଟଠାରୁ ଆରମ୍ଭ କରି ମନଇଚ୍ଛା ଶୁଳ୍କ ବୃଦ୍ଧି ଜନସାଧାରଣଙ୍କ ମଧ୍ୟରେ ଆନ୍ଦୋଳନର ମଞ୍ଜି ପୋତୁଛି । ଆଜି ରଣପୁର ବ୍ଲକ କନ୍ଧନୟାଗଡ଼ ବାସୀ ଟାଟାପାୱାର ବିରୁଦ୍ଧରେ ମେଳି ବାନ୍ଧିଥିବା ଜଣାଯାଇଛି । ଉକ୍ତ ଅଞ୍ଚଳରେ ଟାଟାପାୱାର ବିଦ୍ୟୁତ୍ ବିଲ୍ କଲେସ୍କନ ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦେଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ଉକ୍ତ ଅଞ୍ଚଳରେ ଲୋକଙ୍କଠାରୁ ଜୋର ଦବରଦସ୍ତ ବିଦ୍ୟୁତ୍ ବିଲ ଆଦାୟ ପାଇଁ ଚେଷ୍ଟା କରୁଛି । ଏପରିକି ଲୋକଙ୍କ ମିଟର ବଦଳାଇ ନୂଆ ମିଟର ଲଗାଇବାକୁ ବାଧ୍ୟ କରୁଛି । ଟାଟାପାୱାର ଲଗାଉଥିବା ମିଟରରେ ଅଧିକ ୟୁନିଟ ଉଠୁଥିବା ଏବଂ ଏହାକୁ ଟାଟା ନିଜସ୍ୱ ଲାଭ ପାଇଁ ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଲୋକମାନେ ମା ଡୋମଣୀ ମନ୍ଦିରଠାରେ ମେଳି ବାନ୍ଧି ଟାଟା ପାୱାର ମନମୂଖୀ କାର୍ଯ୍ୟକୁ ବିରୋଧ କରିଛନ୍ତି । ଏଭଳି କାର୍ଯ୍ୟ କରାଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।
ଟାଟା ପାୱାର ବିରୁଦ୍ଧରେ ତେଜୁଛି ଆନ୍ଦୋଳନ
