ନୟାଗଡ଼,(୨୧/୦୮): ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦି) ତରଫରୁ ଶିଖରପୁର ଶାଖା ସମ୍ମିଳନୀ ଆଙ୍ଗିସିଙ୍ଗି କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବରିଷ୍ଠ କମ୍ୟୁନିଷ୍ଟ ନେତା ବିଶ୍ୱନାଥ ମହାପାତ୍ର ଦଳୀୟ ପତାକା ଉତ୍ତୋଳନ କରିଥିଲେ । ସରୋଜ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅହେତୁକ ବିଦ୍ୟୁତ ଶୁକ୍ଳ ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ, ସମସ୍ତ ସେବା ସମବାୟ ସମିତିରେ ପର୍ଯ୍ୟାପ୍ତ ପରିମାଣ ଋଣ ଯୋଗାଇବା, ସମସ୍ତ ଚାଷୀଙ୍କୁ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିବା, ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକୃତ କରିବା ପାଇଁ ଜିଲ୍ଲା ଶାଖା ମୁଖ୍ୟ ବିଶ୍ୱନାଥ ମହାପାତ୍ର ଦାବି ରଖିଥିଲେ । ଗୋଲକ ବିହାରି ମୁଦୁଲି ସମ୍ମିଳନୀ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପବିତ୍ର ଇନ୍ଦ୍ରଜିତ ଆଞ୍ଚଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶାଖା ସମ୍ପାଦକ ବିଗତ ୩ବର୍ଷର ସମସ୍ୟା ଆଳୋଚନା କରି ପ୍ରସ୍ତାବ ଗୁଡ଼ିକ ଆଗତ କରିଥିଲେ । ଶେଷରେ ଆଗାମୀ ୩ବର୍ଷ ପାଇଁ ନୂତନ ସମ୍ପାଦକ ଭାବେ ଧିରେନ ପାତ୍ରଙ୍କୁ ସର୍ବସମ୍ମତି କର୍ମ ନିର୍ବାଚିତ କରାଯାଇଥିବା ଜଣାଯାଇଛି ।
କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦି)ତରଫରୁ ଶିଖରପୁର ଶାଖା ସମ୍ମିଳନୀ
