ଦାଶିଆ ଅଜାଙ୍କ ୧୧୪ତମ ଜନ୍ମ ଦିବସରେ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲା ତଥା ରାଜ୍ୟ ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ମହାନ ସଂଗ୍ରାହକ, ସାରସତ୍ୱ ସାଧକ ତଥା ଦଶ ପଇସାର ରଜା ଦାଶିଆ ଅଜାଙ୍କ ୧୧୪ତମ ଜନ୍ମବାର୍ଷିକୀ ଅବସରରେ ଦାସିଆ ଅଜା ସ୍ମୃତି ସଂସଦ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ମୃତି ସଂସଦ ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗଦାନ କରି କଚେରୀ ବଜାର ଛକରେ ଥିବା ଦାଶିଆ ଅଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଡ.ପ୍ରମୋଦ ନାୟକ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଯୋଗଦାନ କରିଥିବା ବେଳେ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ,…

Read More

ମହିଷା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାହାପାଇଁ ? ଚାଷୀଙ୍କ ଚାଷ ପାଇଁ ନାଁ ମାଛଚାଷ ପାଇଁ ?

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ସାକେଣୀ ଗ୍ରାମ ନିକଟରେ ଥିବା “ମହିଷା“ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାହା ସ୍ୱାର୍ଥରେ ? ଏହି ପ୍ରକଳ୍ପରେ ବର୍ଷା ଋତୁରେ ପାଣି ଗଛିତ ରଖାଯାଇ , ଗ୍ରୀଷ୍ମ ଋତୁରେ ଚାଷୀମାନଙ୍କ ଚାଷକାର୍ଯ୍ୟରେ ସହାୟକ ହେବ ବୋଲି ନିର୍ମାଣ କରାଯାଇଥିଲା ଏହି ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ବାରା ସାକେଣୀ, ନୁଆ ସାହି, ମଶାବାଡି, ବାରିହାପିଟା, ପୋଇବାଡି ଆଦି ଗ୍ରାମ ସହିତ ଆଖପାଖ ବହୁ ଗ୍ରାମର ଚାଷୀ ପରିବାର ଉପକୃତ ହେଉଥିଲେ। କିନ୍ତୁ ବର୍ତ୍ତମାନ ଖରାଦିନେ ଏହି ପ୍ରକଳ୍ପରେ ପାଣି ଟୋପାଏ ରହୁନାହିଁ । ନାମକୁ ମାତ୍ର ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇ କିଛି ଦଲାଲ୍ଙ୍କ ସହାୟତାରେ ବିଭାଗୀୟ କତ୍ତୁର୍ପକ୍ଷ ମାଛଚାଷ କରି ନିଜ ପକେଟ ଗରମ କରୁଛନ୍ତି । ଗ୍ରୀଷ୍ମ ଋତୁରେ ଚାଷ ପଛେ…

Read More

ନୂଆଗାଁ ବ୍ଲକ ଭୂଇଁରଗଡ଼ି ଗ୍ରାମରେ ଅଧାଗଢା ହୋଇ ପଡିରହିଛି ଆବାସ ଯୋଜନା

ନୂଆଗାଁ,(ନୟାଗଡ ଦର୍ପଣ):– ନୂଆଗାଁ ବ୍ଲକ ମାଇଛେଳି ଗ୍ରାମପଂଚାୟତ ଭୂଇଁରଗଡି ଗ୍ରାମ ଏକ ଆଦିବାସୀ ଗ୍ରାମ ହୋଇଥିବା ବେଳେ ଗ୍ରାମରେ ପାଖାପାଖି ୧୫ ପରିବାର ବର୍ଷ ବର୍ଷଧରି ବସବାସ କରି ଆସୁଛନ୍ତି। ଏହି ଗ୍ରାମର ଲବଣି ବେୱା, ଯୁଗଳ ପ୍ରଧାନ ଓ ମହାଦେଇ ପ୍ରଧାନଙ୍କ ନାମରେ ୨୦୧୭ ମସିହା ଠାରୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିଲା। ସେମାନେ ଘର କରିବାରେ ସକ୍ଷମ ନଥିବା ଜାଣିପାରି ଜଣେ ଠିକାଦାର ଘରକାମ କରିବା ପାଇଁ ଗ୍ରାମରେ ପହଂଚି ପ୍ରତିଶ୍ରୃତି ଦେଇଥିଲେ। ଲବଣି ବେୱାଙ୍କର ୨୦୧୭ ମସିହା ନଭେମ୍ବର ୧୮ ତାରିଖରୁ ଘର କରିବା ପାଇଁ ଅର୍ଥ ପଠା ଯାଇଥିବା ବେଳେ ବର୍ତ୍ତମାନ ବର୍ଷ ପରେ ଛାତପତନ ହୋଇ କାର୍ଯ୍ୟ ଅଟକି ରହିଛି। ସେହିଭଳି ଯୁଗଳ ପ୍ରଧାନଙ୍କର ୨୦୧୭ ମସିହା ନଭେମ୍ବର ୧୭ ତାରିଖରୁ ଆସିଥିବା ବେଳେ ଆଜି ପର୍ଯ୍ୟନ୍ତ ପ୍ଲିନ୍ଥ…

Read More

ତିନି ଇଞ୍ଚର ତିନି ରଥ, ଦିଆସିଲ କାଠିରେ ଝଲସିଲେ ଦାରୁଦେଵତା

ନିଆରା କୀର୍ତ୍ତିମାନ ରଚିଲେ କୁନି ଭକ୍ତ ଶୁଭ୍ରାଂଶୁ ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ହେଉଛନ୍ତି ଶ୍ରୀଜଗନ୍ନାଥ। ସମଗ୍ର ବିଶ୍ୱରେ ଆଜି ଜଗନ୍ନାଥ ସଂସ୍କୃତିର ଚର୍ଚ୍ଚା, ସମୀକ୍ଷା ଏବଂ ପ୍ରଚାର ପ୍ରସାର ଲାଗିରହିଛି। ସେଇ ଲୀଳାମୟଙ୍କ ବିଚିତ୍ର ଲୀଳାଭୂମିରେ କେତେବେଳେ ସେ ଅବ୍ୟକ୍ତ ମଧ୍ୟରେ ବ୍ୟକ୍ତ ତ ପୁଣି କେବେ ଆକାର ମଧ୍ୟରେ ଅଣାକାର ବ୍ରହ୍ମ।ପୁରୁଷ ମଧ୍ୟରେ ଶ୍ରୀପୁରୁଷୋତ୍ତମ ସେ। ଆବେଗମୟ ପୂର୍ଣ୍ଣବ୍ରହ୍ମ ଲୀଳାମୟ ଠାକୁର ଭାବରେ ଭକ୍ତର ଭାବାବେଗ ସହ ବାନ୍ଧିହୋଇ ରଚନା କରି ଚାଲିଛନ୍ତି ଭାବମୟ ଲୀଳା। ଯେଉଁ ଲୀଳାମୟଙ୍କ ଅନନ୍ୟ ଲୀଳାକୁ ଆର୍ଯ୍ୟ ମୁନୀ ଋଷି ଗଣ ବୁଝି ପାରିନାହାଁନ୍ତି ସେଇ ଲୀଳାକୁ କିଶୋର ବୟସରେ ବୁଝି ପାରିଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମଥୁରାପୁର ସାହିର କୁନିଭକ୍ତ ଶୁଭ୍ରାଂଶୁ ନାୟକ।              ଆଦ୍ୟ ଯୌବନର ପ୍ରଥମ ପାହାଚରେ ରହିଥିବା ସବୁ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବୃକ୍ଷ ରୋପଣ କଲେ ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ

ନୟାଗଡ଼,(ନୟାଗଡ଼ ଦର୍ପଣ):- “ଗଛ ଆମ ସଭିଙ୍କ ପାଇଁ – ଗଛ ବିନା ବଞ୍ଚିବା ନାହିଁ “। ଏହି ଉକ୍ତିକୁ ସାର୍ଥକ କରିବା ପାଇଁ ନୟାଗଡ଼ ହାଉସିଂ ବୋର୍ଡ ନିକଟରେ ଗଢି ଉଠିଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ନିଜସ୍ବ ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ତଥା ଅଧ୍ଯକ୍ଷ ଶ୍ରୀଧର ସାହୁଙ୍କ ସଂଯୋଜନାରେ ବନମହୋତ୍ସବ ସପ୍ତାହର ପ୍ରଥମ ଦିବସରୁ ଆଜି ପର୍ଯ୍ୟନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ଆଜିର ଏହି ଗଛଲଗା କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଓଡିଶାର ମାନ୍ଯବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ଯୋଗଦେଇ ଦୁଇଟି ଆମ୍ବ ଚାରା ରୋପଣ କରିଥିଲେ । ଗଛ ଗୁଡିକର ନିରାପଦ ସଂରକ୍ଷଣ ପାଇଁ ବିଦ୍ଯାଳୟର ବିସ୍ତୃତ…

Read More

ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ଦୋହରାଉଛନ୍ତି ଗୁଡୁପାଙ୍ଗିବାସୀ

ନୂଆଗାଁ,(ନୟାଗଡ଼ ଦର୍ପଣ):- ନୂଆଗାଁ ବ୍ଲକ ମାଳିସାହି ଗ୍ରାମପଂଚାୟତ ଅନ୍ତର୍ଗତ ବଳଭଦ୍ରପୁର-ଢିପାମାଳ ରାସ୍ତା ବିବାଦକୁ ନେଇ ଗତକାଲି ୧୭ ଖଣ୍ତ ମୌଜାର ଗ୍ରାମବାସୀ ଏକାଠି ହୋଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଆଜି ଗୁଡୁପାଙ୍ଗି ଗ୍ରାମର ଗ୍ରାମବାସୀମାନେ ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ଦୋହରାଇଥିବା ଜଣାପଡିଛି। ଜଙ୍ଗଲରେ ନୂତନ ରାସ୍ତା ନିର୍ମାଣ କରିବା ଫଳରେ ଜଙ୍ଗଲ ଧ୍ୱଂସ ହେବା ସଙ୍ଗେ ସଙ୍ଗେ ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ମାନବ ସମାଜ ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ଏହାର ପ୍ରଭାବ ପଡିବା ନେଇ ଗ୍ରାମବାସୀ ମାନେ ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ବଳଭଦ୍ରପୁର–ଢିପାମାଳ ରାସ୍ତା ବିବାଦ ଯେତିକି ଦିନ ଗଡି ଗଡି ଯାଉଛି ଘଟଣା ସେତିକି ଜଟିଳ ହେଉଛି। ଗତ ୪ମାସ ଧରି ଗୁଡୁପାଙ୍ଗି ଗ୍ରାମର ମୁଖ୍ୟ ରାସ୍ତା ସମେତ ବଳଭଦ୍ରପୁର ଠାରୁ ଗୁଡୁପାଙ୍ଗି ଏବଂ ଢିପାମାଳ ଠାରୁ…

Read More

ୟୁଥ୍ ଫର୍ ଆକ୍ସନ ଟିମର ନୟାଗଡ଼ ଜିଲ୍ଲା ସଭାପତି ହେଲେ ଦେଶପ୍ରେମୀ ପରମେଶ୍ୱର

ନୟାଗଡ଼,(ନୟାଗଡ଼ ଦର୍ପଣ):- ଓଡ଼ିଶା ପ୍ରଦେଶର ୟୁଥ୍ ଫର୍ ଆକ୍ସନର ରାଜ୍ୟ ଟିମ୍ ଏବଂ ରାଜ୍ୟର ସମସ୍ତ ଜିଲ୍ଲା ଟିମ୍ ଘୋଷଣା କରାଯାଇଛି। ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ବରେ ରାଜ୍ୟରେ ଯୁବ ପ୍ରତିଭା ମାନଙ୍କୁ ସଙ୍ଗଠନର ଦାୟିତ୍ଵ ଦିଆଯାଇଛି। ନୟାଗଡ଼ ଜିଲ୍ଲାର ସଭାପତି ଭାବେ ଯୁବ ଛାତ୍ର ନେତା ପରମେଶ୍ୱର ସାହୁଙ୍କୁ ଦାୟିତ୍ଵ ଦିଆଯାଇଛି। ଶ୍ରୀ ସାହୁ ପୂର୍ବରୁ ନୟାଗଡ଼ ଜିଲ୍ଲା ଏବିଭିପିର ଜିଲ୍ଲା ସହ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ। ବିଭିନ୍ନ ସାମାଜିକ କ୍ଷେତ୍ରରେ ନୟାଗଡ଼ ଜିଲ୍ଲାର କିପରି ଉନ୍ନତି ହୋଇପାରିବ, ଲୋକଙ୍କ ଉନ୍ନତି ସହିତ କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗଠନକୁ କିପରି ମଜବୁତ କରିହେବ ସେ ସମ୍ପର୍କରେ ରାଜ୍ୟର ସମସ୍ତ କର୍ମକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ। ନୟାଗଡ଼ ଜିଲ୍ଲାରେ ଦଶହଜାର ସଭ୍ୟ ସଂଗ୍ରହର ଲକ୍ଷ ରଖିଥିବା ସଭାପତି ଶ୍ରୀ ସାହୁ ଲକ୍ଷ…

Read More

ଘୋଳାହାଣ୍ଡି ଉଚ୍ଚ ବିଦ୍ୟାଳୟରେ ୭୨ତମ ବନ ମହୋତ୍ସବ ପାଳିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ରଘୁନାଥ ଉ.ପ୍ରା ବିଦ୍ୟାଳୟର ମିଳିତ ସହଯୋଗରେ ଏହି ବନ ମହୋତ୍ସବରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରା ଓ ରଘୁନାଥ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ସେଠୀଙ୍କ ସମେତ ଦୁଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ବନପାଳ ପବିତ୍ର କୁମାର ପରିଡ଼ା, ସୌମ୍ୟରଂଜନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ମଧ୍ୟଖଣ୍ଡ ସେକ୍ସନ ପକ୍ଷରୁସହାୟତା ଓ ସହଯୋଗ କରାଯାଇଥିଲା।

Read More

ଗଣିଆ ତହସିଲଦାରଙ୍କ କାର୍ଯ୍ୟାଳୟରେ ରଥଯାତ୍ରା ପାଳନ ନେଇ ପ୍ରସ୍ତୁତି ବୈଠକ

ଗଣିଆ,(ନୟାଗଡ଼ ଦର୍ପଣ):- ଗଣିଆ ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ଅପରାର୍ହ୍ନରେ ତହସିଲଦାର ଶ୍ରୀଯୁକ୍ତ କିଶୋର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଣିଆ ବ୍ଲକରେ ଚଳିତବର୍ଷ ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ, ଗଣିଆ ଥାନା ଏଏସଆଇ ପ୍ରମୋଦ କୁମାର ନନ୍ଦ ଯୋଗଦେଇଥିଲେ। କୋଭିଡ କଟକଣାକୁ ଆଖି ଆଗରେ ରଖି କେବଳ ସେବାୟତମାନଙ୍କୁ ନେଇ ଶ୍ରୀ ଜୀଉଙ୍କ ରୀତିନୀତି ପାଳନ କରାଯିବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା। ରଥଯାତ୍ରା ସମୟରେ ରଥ ଟଣା ହେବନାହିଁ କି ଶ୍ରୀଜୀଉଙ୍କୁ ବାହାରକୁ ଅଣାଯିବ ନାହିଁ। ସର୍ବସାଧରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ମନ୍ଦିର ସାମ୍ନା ଗେଟ ସମ୍ପୂର୍ଣ୍ଣ ବନ୍ଦ କରି ଯାତ୍ରା ସମୟର ସମସ୍ତ ନୀତିକାନ୍ତି ପାଳନ କରାଯିବ। ବିନା ଭକ୍ତରେ କେବଳ ପାରମ୍ପରିକ…

Read More

ଓଡ଼ଗାଁର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନୟାଗଡ଼ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ବେଳେ ବୁଗୁଡ଼ାରୁ ମନ୍ତ୍ରୀ ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିବା ଜଣାଯାଇଛି । ଓଡ଼ଗାଁରେ ନିର୍ମାଣ ହୋଇଥିବା ରାମସାଗର ପାର୍କ ବୁଲି ଦେଖିବା ସହ ଏହାର ବିକାଶ ଉପରେ ଆଲୋଚନା କରିଛନ୍ତି । ସେହିଭଳି ଭାବେ ରଘୁନାଥ ମନ୍ଦିର ବିକାଶ ନିମନ୍ତେ ମନ୍ତ୍ରୀ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ତହସିଲଦାର ବିଜୟୀତା ସାମନ୍ତସିଂହାର, ବିଡିଓ ସ୍ୱାତୀଲେଖା ଦାଶ, ଏନ୍ଏସି ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ…

Read More