ସୁନାଚେନ ଲୁଟେରା ଗିରଫ, ସୁନାଚେନ ଜବତ

ନୟାଗଡ଼(୨୪/୦୮):- ନୟାଗଡ଼ ଟାଉନଥାନା ପୁଲିସ ଆଜି ଜଣେ ସୁନାଚେନ ଲୁଟେରାକୁ ଗିରଫ କରିଛି । ଲୁଟେରା ଜଣଙ୍କ ଶରଣକୁଳ ଥାନା ଗମ୍ଭାରିଡିିହି ଗ୍ରାମର ଦେବାଶିଷ ପ୍ରଧାନ ବୋଲି ସୂଚନା ମିଳିଛି । କିଛିଦିନ ତଳେ ସେ ନୟାଗଡ଼ ସହରରେ ଜଣେ ମହିଳା ବ୍ୟବସାୟୀଙ୍କ ବେକରୁ ଚେନ ଭିଡ଼ି ଚାଲି ଯାଇଥିଲେ । ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆଜି ଦେବାଶିଷକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତାଙ୍କ ନିକଟରୁ ଲୁଟ ହୋଇଥିବା ସୁନାଚେନକୁ ଜବତ କରାଯାଇଛି।

Related posts