ଓଡ଼ଗାଁ,(୨୪/୦୮):- କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା ଆଜି ଓଡିଶାର ପ୍ରସିଦ୍ଧ ଶୈବପୀଠ ଶରଣକୁଳର ଲଡ଼ୁବାବା ପୀଠକୁ ଗସ୍ତ କରି ବାବାଙ୍କ ଦର୍ଶନ କରିଛନ୍ତି । ଲଡ଼ୁବାବା ମନ୍ଦିର ଦର୍ଶନ ସାରି, ଶରଣକୁଳ ମନ୍ଦିର କମିଟି ଏବଂ ସ୍ଥାନୀୟ ନେତୃ ମଣ୍ଡଳୀଙ୍କ ସହିତ ବିଭିନ୍ନ ପ୍ରକାର ଆଲୋଚନା କରିଥିଲେ । ମନ୍ଦିରର ଉନ୍ନତି ନିମନ୍ତେ ମନ୍ଦିର ପୋଖରୀ ଭିତରେ ୱାଟର ଡାନ୍ସ., ପାର୍କିଙ୍ଗ ବ୍ୟବସ୍ଥା ପାଇଁ ପର୍ୟ୍ୟଟନ ମନ୍ତ୍ରୀ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ଲଡ଼ୁବାବାଙ୍କୁ ଦର୍ଶନ କଲେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା
