ନୟାଗଡ଼,(୨୬/୦୮):- ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଣିଆ ଉନୟନ କମିଟି କାଯ୍ୟଳୟ ଘଡୁଆଳ ତାଲିମ ଗୃହରେ ଗତ ଦୁଇଦିନ ଧରି ଜିଲ୍ଲାର ୨୫ଜଣ କିନ୍ନରଙ୍କୁ ନେଇ “ବ୍ୟକ୍ତିତ୍ୱର ବିକାଶ” ସମ୍ପର୍କୀୟ ତାଲିମ ଅନୁଷ୍ଠିତ ହୋଇଯାଇଛି। ଗଣିଆ ଉନୟନ କମିଟିର ସଭାପତି ଉଷା ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କିନର ମାନଙ୍କର ସାମଗ୍ରୀକ ବିକାଶ କିପରି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଗଣିଆ ଉନୟନ କମିଟି ଦ୍ୱାରା ପରିଚାଳିତ ସ୍ୱୀକୃତି ପ୍ରକଳ୍ପ ମାଧ୍ୟମରେ କିନ୍ନରମାନଙ୍କୁ ଚିନ୍ହଟ କରିବା ସେମାନଙ୍କର ଆଧାରକାର୍ଡ ସଂଶୋଧନ କରିବା ସେମାନଙ୍କୁ ସ୍ୱତନ୍ତ ପରିଚୟ ପ୍ରଦାନ କରିବା, କିନର ମାନଙ୍କୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବା, ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଇବା ବିଶେଷ କରି କିନ୍ନରମାନେ କିପରି ଆତ୍ମ ସମ୍ମାନର ସହିତ ବଞ୍ଚିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାପରେ ଗଣିଆ ଉନୟନ କମିଟିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ତାଲିମ କାର୍ଯ୍ୟ ପରିଚାଳନା କରିଥିଲେ। ତାଲିମରେ କିନ୍ନର ମାନଙ୍କର ବ୍ୟକ୍ତିତ୍ୱର ବିକାଶ କିପରି ହେବ ତାଙ୍କର ଭାବନାରେ ପରିବର୍ତ୍ତନ କିପରି ହେବ ସେମାନଙ୍କର ଦକ୍ଷତା ଜ୍ଞାନ ଏବଂ ମନଭାବର ବିକାଶ ହେବ ସେମାନଙ୍କର ପରସ୍ପର ଭିତରେ ବୁଝାମଣା କିପରି ରହିବ, ଜୋଗାଯୋଗ କିପରି ରହିବ, ନେତୃତ୍ୱର ବିକାଶ କିପରି ହେବ, ସେମାନେ ସଂଗଠିତ ହୋଇ କିନ୍ନରମାନେ ସଂଗଠନ କିପରି କରିବେ, ସ୍ୱୟଂସହାୟକ ଗୋଷ୍ଠୀ ଗଠନ, ବ୍ୟାଙ୍କ ଲିଂକେଜ ଗୋଷ୍ଠୀ ପରିଚାଳନା ଆଦି ସମ୍ପର୍କରେ ବୁଝାଇଥିଲେ। ପ୍ରକଳ୍ପ ସଂଯୋଜିକା ରାଜସ୍ମିତା କର ଧନ୍ୟବାଦ ଅର୍ପଣ କରିଥିଲେ।
ନୟାଗଡ ଜିଲ୍ଲାରେ କିନ୍ନର ମାନଙ୍କର ଦକ୍ଷତା ବୃଦ୍ଧି ତାଲିମ ଶିବିର
