ନୟାଗଡ଼ ଜିଲ୍ଲାର ସର୍ବ ବୃହତ୍ତ ପୁସ୍ତକ “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ):- “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ। ମହାମହିମ ରାଜ୍ୟପାଳ ଡ଼. ଗଣେଶୀ ଲାଲଙ୍କ କରକମଳରେ ପ୍ରଫେସର ଡ଼ଃ. ପ୍ରେମାନନ୍ଦ ମହାପାତ୍ରଙ୍କ ଲିଖିତ “ନୟାଗଡ଼ ଇତିହାସ” ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରରେ ଏକ ସ୍ୱତନ୍ତ୍ର ପରିବେଶରେ ରାଜ୍ୟପାଳ ଏହି ଐତିହାସିକ ତଥ୍ୟ ସମ୍ବଳିତ ନୟାଗଡ଼ ଇତିହାସ ପୁସ୍ତକର ସଫଳତା କାମନା କରିବା ସହିତ ନୟାଗଡ଼ ଜିଲ୍ଲା ସମେତ ରାଜ୍ୟର ବୁଦ୍ଧିଜୀବୀ ତଥା ପାଠକ ମହଲରେ ଏହି ପୁସ୍ତକଟି ବେଶ ଆଦୃତି ଲାଭ କରିବ ବୋଲି ଆଶାପୋଷଣ କରିଛନ୍ତି। ପ୍ରଫେସର ମହାପାତ୍ର ହେଉଛନ୍ତି ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ମହାପାତ୍ର ଏବଂ ସ୍ୱର୍ଗତ ସୁଶିଲା ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ତଥା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟର ବିଭାଗୀୟ ମୁଖ୍ୟ ଅଟନ୍ତି। ଉଲ୍ଲେଖଯୋଗ୍ୟ ପ୍ରଫେସର…

Read More

ଜୈବିକ ସାର ପ୍ରସ୍ତୁତ ଖାଦ୍ୟ ଆପଣାଇ ନେବା, ସୁସ୍ଥ ନିରୋଗ ରହି ଦୀର୍ଘ ଜୀବନ ଆମେ ବଞ୍ଚିବା

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଶିକ୍ଷିତ ଯୁବକଙ୍କ ଜୈବିକ କୃଷିର ନୂଆ ଅଧ୍ୟାୟ ଦିନ ଥିଲା ଲୋକେ ସାର ଭାବିଲେ ଗାଈ ଗୋରୁ, ଛେଳି, ମହିଷି ଇତ୍ୟାଦିଙ୍କ ଖତକୁ ବୁଝୁଥିଲେ। କେତେକ କ୍ଷେତ୍ରରେ ରାଶି, ବାଦାମ, କରଞ୍ଜ, ମହୁଲ ଓ ନିମରୁ ପ୍ରସ୍ତୁତ ପିଡ଼ିଆ ସହିତ ଦେଶୀୟ ବିହନକୁ ପାରମ୍ପରିକ ଉପାୟରେ ବ୍ୟବହାର କରି ସୁସ୍ଥ ଓ ନିରୋଗ ଜୀବନ ଯାପନ କରୁଥିଲେ। ସେତେବେଳେ ନା ଥିଲା କୃତ୍ରିମ ସାର ନା ସରକାରୀ ବିହନ ଅଭାବର ଅଭିଯୋଗ। କିନ୍ତୁ ସମୟ ବଦଳିବା ସହିତ ଲୋକେ ହାଇବ୍ରିଡ୍ ବିହନ ଓ ରାସାୟନିକ ସାର ସହିତ ଏତେ ଅଭ୍ୟସ୍ତ ଯେ ନିଜ ନିଜ ହାତ ପାଆନ୍ତାର ଜିନିଷକୁ ଭୁଲିଗଲେ। କୃଷି ଉତ୍ପାଦନ ବଢିଲା ସତ ହେଲେ ରାସାୟନିକ ସାର ପ୍ରୟୋଗ ଜନିତ ରୋଗ ବ୍ୟାଧିରେ ଲୋକ ହନ୍ତସନ୍ତ ହୋଇ ପୁଣି ସେହି ଜୈବିକ…

Read More

କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ):- ଓଡ଼ିଶାରେ ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ପ୍ରତି ବଢ଼ି ଚାଲିଥିବା ଦୁର୍ବ୍ୟବହାର ଓ ଅନ୍ୟାୟ ବିରୁଦ୍ଧରେ ଆଜି ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଙ୍ଘର ସାମ୍ବାଦିକମାନେ ପୁଣି ଥରେ ସ୍ୱର ଉତ୍ତୋଳନ କରିଛନ୍ତି । ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ଅନୱର ଅଲ୍ଲୀଙ୍କ ଆହ୍ୱାନ କ୍ରମେ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଟୁଡୁଙ୍କ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ବାହ୍ନରେ ନୟାଗଡ଼ ପିଡବ୍ଲୁଡି ଡାକ ବଙ୍ଗଳାଠାରୁ ସାମ୍ବାଦିକମାନେ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ସାମ୍ବାଦିକଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାରକୁ ବିରୋଧ କରି ନାରାବାଜି କରିଥିଲେ । ଏଥିସହିତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ଦୃଢ଼ ଦାବି ରଖିଥିଲେ । ଏହି ପ୍ରତିବାଦ ଶୋଭାଯାତ୍ରାରେ ସଭାପତି ଅନୱାର ଅଲ୍ଲୀ, ସଂପାଦକ କିଶୋର ମହାପାତ୍ର, ଉପସଭାପତି ଯତାତୀ…

Read More

ନୟାଗଡ଼ ରୋଟାରୀ କ୍ଲବର ଚାରା ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ):- ରୋଟାରୀ ଗ୍ରୀନ ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ନୟାଗଡ ରୋଟାରୀ କ୍ଲବ ତରଫରୁ ଗମ୍ଭାରୀଡିହି ଗ୍ରାମରେ ୩୦୦ ଫଳ ଚାରା ସ୍ଥାନୀୟ ସରପଞ୍ଚଙ୍କ ସହାୟତା ଓ କ୍ଲବ ଅଧ୍ୟକ୍ଷ ଧିରେନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଗ୍ରାମବାସୀଙ୍କୁ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୋଟାରିଆନ ଆରିଫ ଖାନ ଏବଂ ସହାୟତା କରିଥିଲେ ରୋଟାରିଆନ ପ୍ରସନ୍ନ ବସନ୍ତିଆ, ଆଦିତ୍ୟ ମିଶ୍ର ଓ କ୍ଲବ କୋଷାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ରଥ ।

Read More

ଟିପି ଟିପି ବର୍ଷାରେ ଭିଜିଲେ କବିମାନେ

ନୟାଗଡ଼,(ନୟାଗଡ଼ ଦର୍ପଣ):- ବର୍ଷା ସବୁକାଳେ କବିଙ୍କୁ ଆକୃଷ୍ଟ କରେ। ପ୍ରାଚୀନ ଲୋକଗୀତରୁ ଆରମ୍ଭ କରି ବର୍ତ୍ତମାନ ସାହିତ୍ୟ ଯାଏଁ କବିର ଆବେଗାନୁଭୂତିରେ ବର୍ଷା ସ୍ୱତନ୍ତ୍ର ଭାବେ ପରିପୁଷ୍ଟ ହୋଇପାରିଛି। ଏହା ସତ୍ୟ ଯେ ବର୍ଷା କେବଳ ଆଶା ସଂଚାର କରେ ନାହିଁ ବରଂ ସମ୍ଭାବନାର ସ୍ୱର ଟିଏ। ବର୍ଷାକୁ ନେଇ ଓଡ଼ିଆ ସାହିତ୍ୟ ମଧ୍ୟ ବେଶ୍ ସମୃଦ୍ଧ। କଳା, ସାହିତ୍ୟ, ସଂସ୍କୃତି ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଆନୁକୁଲ୍ୟରେ ଆୟୋଜିତ କବିତା ଆସର “ଟିପି ଟିପି ବରଷାରାଣୀ” କାର୍ଯ୍ୟକ୍ରମ ସୁସାହିତ୍ୟିକା ବସିରନ୍ ବିବିଙ୍କ ସଭାପତିତ୍ୱ ଓ ଶରତ ଆଚାର୍ଯ୍ୟଙ୍କ ସଂଯୋଜନାରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ବିଶିଷ୍ଟ କବି ତଥା ଅଧ୍ୟାପକ ରବି ଶତପଥି, କବି ଓ ନିର୍ଦ୍ଦେଶକ ପବିତ୍ର ମହାନ୍ତି ଅତିଥିଭାବେ ଯୋଗଦେଇଥିବା ବେଳେ ବିଦେଶରେ ରହୁଥିବା ନୟାଗଡ଼ର କବି ପ୍ରିୟଦର୍ଶୀ ଚନ୍ଦନ, ସୁଶାନ୍ତ ପାତ୍ରଙ୍କ…

Read More

ଓଡ଼ଗାଁ ବନାଞ୍ଚଳ ତରଫରୁ ଗାଁ’ ଗାଁ’ରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ସ୍ଥାନୀୟ ଜନସାଧାରଣଙ୍କ ଆଗ୍ରହ ଓ ଆବଶ୍ୟକତାକୁ ନେଇ ଓଡ଼ଗାଁ ବନାଞ୍ଚଳ ତରଫରୁ ବାହାଡ଼ାଝୋଲା ରିଜର୍ଭ ଜଙ୍ଗଲ ପାଖ ଗାଁ’ ଗୁଡିକରେ ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ ଓ ବନପାଳ ସରିତା ବରାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଲିମ୍ବ, ପେସ୍ତା, କାଜୁ, ଗଙ୍ଗଶିଉଳି, ତେକ୍ମା ଓ ବେଲ ଇତ୍ୟାଦି ସାତ ଶହରୁ ଉର୍ଦ୍ଧ୍ବ ଚାରା ବଣ୍ଟନ କରାଯାଇଥିଲା। ସମାଜସେବୀ ତଥା ପରିବେଶବିତ ସୁକାନ୍ତ ଚୌଧୁରୀ ଉପସ୍ଥିତ ରହି ଲୋକମାନଙ୍କୁ ଗଛ ଲଗାଇବାର ଆବଶ୍ୟକତା ଓ ପରିବେଶର ଯତ୍ନ ସମ୍ବନ୍ଧେ ବକ୍ତବ୍ୟ ସହିତ ପିଲାଟିଏ ଗଛଟିଏ, ଗଛ ଲଗାଅ ପରିବେଶ ବଞ୍ଚାଅ ଇତ୍ୟାଦି ସ୍ଳୋଗାନ ଦେଇ ସଚେତନ କରାଇଥିଲେ । ପରିକ୍ରମା କାଳରେ ଚାଳିଶ ପରିବାର ବିଶିଷ୍ଟ ହରିଜନ ଗ୍ରାମ ଖଜୁରିଆ ଜନସାଧାରଣଙ୍କ ଆଗ୍ରହକୁ ଦ୍ଵିଗୁଣିତ କରିବା ପାଇଁ ପରିବେଶ ସାଥି ୯୦ଟି ଚାରା କିଣି ପରିବାର…

Read More

ପଞ୍ଚମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଯାପିତ”ଗରିବ ଓ ଅସହାୟଙ୍କ ପାଇଁ ସମର୍ପିତ ସେବା ଉତ୍ସବ”

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଗତ ଜୁଲାଇ ୧୬ତାରିଖରୁ ଆରମ୍ଭ ହୋଇଥିବା ଦୀର୍ଘ ଦଶଦିନ ଧରି ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଆଜି ବାହାଡାଝୋଲା ଠାରେ ଉଦଯାପିତ ହୋଇଯାଇଛି। ଦୀର୍ଘ ୧୦ଦିନ ଧରି ସେବା ଉତ୍ସବ ସମିତିର କର୍ମକର୍ତ୍ତାମାନେ ଜିଲ୍ଲାର ସମସ୍ତ ଆଠୋଟି ବ୍ଲକରେ ପ୍ରାୟ ଦେଢ଼ ହଜାର ଅସହାୟ ଲୋକଙ୍କୁ ବସ୍ତ୍ର, ରାସନ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ବେଳେ ପ୍ରାୟ ୨୦ଜଣ ଅସହାୟ ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ତେବେ ଆଜି ସେବା ଉତ୍ସବର ଉଦଯାପନୀ ଦିବସରେ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭାଡ଼ିକିଳା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବାହାଡାଝୋଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅସହାୟ ଓ ମାନସିକ ଅନଗ୍ରସର ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଶେଷରେ ବାହାଡାଝୋଲା…

Read More

ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଙ୍କ ପାଖେ ପହଁଚିଲା ସେବା ଉତ୍ସବ

ଭାପୁର,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଆଜି ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ର ହେଲପିଂ ହାଣ୍ଡସ ଫାଉଣ୍ଡେସନ ଓ ସେବା ଉତ୍ସବ ସମିତି ମିଳିତ ଆନୁକୂଲ୍ୟରେ ଆଜି ଭାପୁର ବ୍ଲକରେ ଏହି ସେବା ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର, ସମାଜସେବୀ ଦାମୋଦର ସାହୁ, ହେଲପିଂ ହାଣ୍ଡ ଫାଉଣ୍ଡେସନର ବିଭୂତି ଭୂଷଣ ମହାନ୍ତି, ମୃତ୍ୟୁଞ୍ଜୟ ନନ୍ଦ, ଚିନ୍ମୟ କୁମାର ମହାପାତ୍ର, ରଘୁନାଥ ପ୍ରଧାନ, ସମାଜସେବୀ ପ୍ରଭାତ କୁମାର ବରାଡ଼, ବିଭୂତି ଭୂଷଣ ସାହୁ, ସମ୍ବିତ…

Read More

ସରଣକୁଳ ପୋଲିସ ଦ୍ୱାରା ଗଞ୍ଜେଇ ଜବତ, ବ୍ୟବସାୟୀ ଗିରଫ

ସରଣକୁଳ,(ନୟାଗଡ଼ ଦର୍ପଣ):- ଦିନକୁ ଦିନ ନୟାଗଡ଼ ଜିଲ୍ଲାରେ ଚୋରା ଗଞ୍ଜେଇ ବ୍ୟବସାୟୀଙ୍କ ପାଦୃଭାବ ବଢିବାରେ ଲାଗିଥିବା ବେଳେ ପୁଲିସ୍ ପକ୍ଷରୁ ଯେତେ ପ୍ରକାରର ଚଢଉ କରାଯଉଥିଲେ ମଧ୍ୟ ଚୋରା ଗଞ୍ଜେଇ ଚାଲାଣ ଉପରେ ରୋକ ଲଗେଇ ପାରୁନି ଜିଲ୍ଲା ପୋଲିସ। ସେହି କ୍ରମରେ ଗତକାଲି ବିଳମ୍ବିତ ରାତିରେ ଶରଣକୁଳ ଦୋସମା ଛକ ନିକଟରେ ଜଣେ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା ନେଇ ଶରଣକୁଳ ପୁଲିସ୍ କୌଣସି ସୁତ୍ରରୁ ଖବର ପାଇ ଚଢଉ କରିଥିଲା। ତେବେ ଚଢଉ ସମୟରେ ଦୋସମା ଗାଁର ରାଜେଶ ବେହେରା(୨୬)ଙ୍କ ଠାରୁ ୨୦କେଜି ୬ଶହ ଗ୍ରାମ ଗଞ୍ଜେଇ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରି ଥାନାକୁ ଆଣି ପଚରାଉଚରା କରିବା ପରେ ଥାନାରେ କେସ୍ ନଂ-୯୪/୨୦୨୧ରେ ମାମଲା ରୁଜୁ ସହିତ ରାଜେଶକୁ ଗିରଫ୍ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ସରଣକୁଳ…

Read More

ଗାଁ କଲ୍ୟାଣ ସମିତି ପକ୍ଷରୁ ଘର ଘର ବୁଲି ଲୋକମାନଙ୍କୁ କଲେ ସଚେତନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି । ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତର ଲିଙ୍ଗରାଜ ପ୍ରସାଦ ଓ କୋମଣ୍ଡ ପଞ୍ଚାୟତର ପଥରା, ନୋତରପଲ୍ଲି ଏବଂ ନବରତ୍ନପୁର ଗାଁ’କଲ୍ୟାଣ ସମିତି ତରଫରୁ ଆଜି ଘରକୁ ଘର ବୁଲି ଲୋକମାନଙ୍କୁ କରୋନା ସଚେତନତା କରିବା ସହିତ ପ୍ରତ୍ୟେକଙ୍କୁ ସାବୁନ ଓ ମାକ୍ସ ବଣ୍ଟନ କରାଯାଇଛି । ତା’ସହିତ କରୋନା ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ସମସ୍ତେ ସାମାଜିକ ଦୁରତା ରକ୍ଷା କରିବା, ନିୟମିତ ମାକ୍ସ ପିନ୍ଧିବା ସହିତ ବାରମ୍ବାର ହାତ ଧୋଇବା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇଛି । ଏହି ସଚେତନତା କାର୍ଯ୍ୟରେ…

Read More