ରଣପୁର,(୨୨/୦୮): ରାଜ୍ୟରେ ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପରେ ବିଭିନ୍ନ ସ୍ଥାନରେ ଜନଅସନ୍ତୋଷ ସୃଷ୍ଟି ହୋଇଛି । ବିଦ୍ୟୁତ୍ କାଟଠାରୁ ଆରମ୍ଭ କରି ମନଇଚ୍ଛା ଶୁଳ୍କ ବୃଦ୍ଧି ଜନସାଧାରଣଙ୍କ ମଧ୍ୟରେ ଆନ୍ଦୋଳନର ମଞ୍ଜି ପୋତୁଛି । ଆଜି ରଣପୁର ବ୍ଲକ କନ୍ଧନୟାଗଡ଼ ବାସୀ ଟାଟାପାୱାର ବିରୁଦ୍ଧରେ ମେଳି ବାନ୍ଧିଥିବା ଜଣାଯାଇଛି । ଉକ୍ତ ଅଞ୍ଚଳରେ ଟାଟାପାୱାର ବିଦ୍ୟୁତ୍ ବିଲ୍ କଲେସ୍କନ ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦେଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ଉକ୍ତ ଅଞ୍ଚଳରେ ଲୋକଙ୍କଠାରୁ ଜୋର ଦବରଦସ୍ତ ବିଦ୍ୟୁତ୍ ବିଲ ଆଦାୟ ପାଇଁ ଚେଷ୍ଟା କରୁଛି । ଏପରିକି ଲୋକଙ୍କ ମିଟର ବଦଳାଇ ନୂଆ ମିଟର ଲଗାଇବାକୁ ବାଧ୍ୟ କରୁଛି । ଟାଟାପାୱାର ଲଗାଉଥିବା ମିଟରରେ ଅଧିକ ୟୁନିଟ ଉଠୁଥିବା ଏବଂ ଏହାକୁ ଟାଟା ନିଜସ୍ୱ ଲାଭ ପାଇଁ ନିର୍ମାଣ କରିଥିବା…
Read MoreCategory: ନୟାଗଡ଼
ରାଜସୁନାଖଳା ଫାଣ୍ଡି ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ନୟାଗଡ଼,(୨୧/୦୮): ବୃକ୍ଷ ହିଁ ଜୀବନ। ଗଛ ଗଛ ଗଛ ଆଉ ସବୁ ପଛ। ପ୍ରିନ୍ସ ଫାଉଣ୍ଡେସନ୍ ପକ୍ଷରୁ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନରେ ଥିବା ରାଜସୁନାଖଳା ଫାଣ୍ଡି ପରିସରରେ ଫାଉଣ୍ଡେସନର ଅଧ୍ୟକ୍ଷା ରିନା ସାହୁଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କରାଯାଇଛି । ଫାଣ୍ଡି ପରିସରରେ ଆମ୍ବ, ପଣସ, କାଜୁ, ଡାଳିମ୍ବ, ହରିଡା, ବାହାଡା, ପିଜୁଳି, ଅମୃତଭଣ୍ଡା ଇତ୍ୟାଦି ବିଭିନ୍ନ ପ୍ରକାରର ଗଛ ଲଗାଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଫାଣ୍ଡିର ଭାରାପ୍ରାପ୍ତ ଅଧିକାରୀ ଭୀମସେନ ମଲ୍ଲୀକଙ୍କ ସମେତ ଫାଣ୍ଡିର କର୍ମଚାରୀ ଓ ପ୍ରିନ୍ସ ଫାଉଣ୍ଡେସନ୍ ସଦସ୍ୟ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାହାର୍ଯ୍ୟ ସହଯୋଗ କରିଥିଲେ ।
Read Moreକମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦି)ତରଫରୁ ଶିଖରପୁର ଶାଖା ସମ୍ମିଳନୀ
ନୟାଗଡ଼,(୨୧/୦୮): ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦି) ତରଫରୁ ଶିଖରପୁର ଶାଖା ସମ୍ମିଳନୀ ଆଙ୍ଗିସିଙ୍ଗି କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବରିଷ୍ଠ କମ୍ୟୁନିଷ୍ଟ ନେତା ବିଶ୍ୱନାଥ ମହାପାତ୍ର ଦଳୀୟ ପତାକା ଉତ୍ତୋଳନ କରିଥିଲେ । ସରୋଜ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅହେତୁକ ବିଦ୍ୟୁତ ଶୁକ୍ଳ ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ, ସମସ୍ତ ସେବା ସମବାୟ ସମିତିରେ ପର୍ଯ୍ୟାପ୍ତ ପରିମାଣ ଋଣ ଯୋଗାଇବା, ସମସ୍ତ ଚାଷୀଙ୍କୁ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିବା, ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକୃତ କରିବା ପାଇଁ ଜିଲ୍ଲା ଶାଖା ମୁଖ୍ୟ ବିଶ୍ୱନାଥ ମହାପାତ୍ର ଦାବି ରଖିଥିଲେ । ଗୋଲକ ବିହାରି ମୁଦୁଲି ସମ୍ମିଳନୀ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପବିତ୍ର ଇନ୍ଦ୍ରଜିତ ଆଞ୍ଚଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶାଖା ସମ୍ପାଦକ ବିଗତ ୩ବର୍ଷର ସମସ୍ୟା…
Read Moreଓଡଗାଁକୁ ରାଜସ୍ବ ସବ ଡିଭିଜନ ମାନ୍ୟତା ଏବଂ ସବ ଟ୍ରେଜେରି ଅଫିସ ଖୋଲିବା ପାଇଁ ଦାବୀ
ନୟାଗଡ଼,(୨୦/୦୮):- ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଆଧୁନିକ ଭାରତବର୍ଷର ନିର୍ମାତା ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୭୭ତମ ଜନ୍ମ ଜୟନ୍ତୀ ଉତ୍ସବ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଦଲକ ସାହିଠାରେ ଆୟୋଜିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ପ୍ରଶାନ୍ତ କୁମାର ପାଇକେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ରାଜୀବ ଗାନ୍ଧୀଙ୍କ ସ୍ମୃତିଚାରଣ କରି ୧୮ବର୍ଷ ବୟସ୍କଙ୍କୁ ମତଦାନ ଅଧିକାର, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ, ମୋବାଇଲ ଇଣ୍ଟରନେଟ, ଏଟିଏମ ଶୁଭାରମ୍ଭ ଏବଂ ଶ୍ରୀଲଙ୍କାକୁ ଶାନ୍ତି ସେନା ପ୍ରେରଣ ଭଳି ଯୁଗପୋଯୋଗୀ କାର୍ଯ୍ୟାବଳୀ ଆଜି ମଧ୍ୟ ଦେଶବାସୀଙ୍କ ପାଖରେ ଆଦୃତ ହୋଇ ପାରିଛି ବୋଲି କହିଥିଲେ। ଓଡଗାଁ ବ୍ଲକ/ତହସିଲକୁ ରାଜସ୍ବ ସବ-ଡିଭିଜନ ମାନ୍ୟତା, ଓଡଗାଁରେ ସବ ଟ୍ରେଜେରି ଅଫିସ ଖୋଲିବା ଏବଂ ଓଡଗାଁ ଓଏସଆରଟିସି…
Read Moreଟ୍ରେନ ବଗି ସଦୃଶ ଶ୍ରେଣୀରେ ପଢ଼ିବେ ଭାଟସାହି ବିଦ୍ୟାଳୟର ଛାତ୍ରଛାତ୍ରୀ
ନୟାଗଡ଼,(୨୦/୦୮): ନୟାଗଡ଼ ବ୍ଲକ ଭାଟସାହି ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ରୂପରେଖ ପରିବର୍ତ୍ତନ ନେଇ ଆରମ୍ଭ ହେଲା କାର୍ଯ୍ୟ। ବିଦ୍ୟାଳୟର ଟ୍ରେନ ବଗି ସଦୃଶ ଶ୍ରେଣୀ ଗୃହରେ ହେବ ପାଠ ପଢ଼ା। ଏଥିପାଇଁ ଭାଟସାହି ସରପଞ୍ଚ କିଶୋର ଚନ୍ଦ୍ର ସାହୁଙ୍କ ଉଦ୍ୟମରେ ଆରମ୍ଭ ହୋଇଛି ରଙ୍ଗକାର୍ଯ୍ୟ । ବିଦ୍ୟାଳୟ ଚାରିପାଖେ ଥିବା ପାଚେରୀରେ ସମସ୍ତ ମହାପୁରୁଷଙ୍କ ଚିତ୍ର ଏବଂ ଶ୍ରେଣୀ ଗୃହକୁ ରଙ୍ଗ ଦ୍ୱାରା ଟ୍ରେନ ବଗି ଭଳି ସଜାଇବାକୁ ଭାଟସାହି ସରପଞ୍ଚ ପରିକଳ୍ପନା କରିଛନ୍ତି । ଛାତ୍ର ସଂସଦ ସମ୍ପାଦକ ପବିତ୍ର କୁମାର ସ୍ୱାଇଁ, ମୋ ସ୍କୁଲ ଉପଦେଷ୍ଟା ବିଜୟ କୁମାର ଭଟ୍ଟ, ସଭାପତି ମାଗୁଣି ସ୍ୱାଇଁଙ୍କ ସହଯୋଗରେ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି ।
Read Moreୟ୍ଯୂଟ୍ୟୁବ୍ ଅନଲାଇନ୍ ପାଠପଢ଼ାରେ ଓଡ଼ଗାଁର ଶିକ୍ଷକ
ନୟାଗଡ଼,(୨୦/୦୮):- କରୋନା ମହାମାରୀ ପ୍ରଭାବରେ ଦୀର୍ଘ ଦିନ ଧରି ବିଦ୍ୟାଳୟଗୁଡିକ ବନ୍ଦରହିଥିବା ଯୋଗୁଁ ଛାତ୍ର ଛାତ୍ରୀମାନଙ୍କ ଶିକ୍ଷା ଗ୍ରହଣ କରିବାରେ ବହୁତ ଅସୁବିଧା ହୋଇଛି। ଏହାକୁ ଆଖି ଆଗରେ ରଖି କୋମଳମତି ଛାତ୍ର ଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ୟ୍ଯୂଟ୍ୟୁବ୍ ଅନ୍ ଲାଇନ୍ ମାଧ୍ୟମରେ ଶିକ୍ଷଣ କାର୍ଯ୍ୟ କରାଯାଉଛି। ଏହାଦ୍ୱାରା ପିଲାମାନେ ନିଜ ନିଜର ଘରେ ରହି ସ୍ମାର୍ଟ ଫୋନ୍ ମାଧ୍ୟମରେ ବିଭିନ୍ନ ଜିଲ୍ଲାର କୃତୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ଶିକ୍ଷଣ କାର୍ଯ୍ୟର ଲାଇଭ୍ କ୍ଳାସରେ ଅଂଶଗ୍ରହଣ କରୁଛନ୍ତି। ଆମ ଓଡଗାଁ ବ୍ଳକର ସରକାରୀ ପ୍ରାଥମିକ ବିଦ୍ୟାଳୟ, ବିଲମାନପୁରର ସହକାରୀ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗିରିଡିପଲ୍ଲୀର ସହକାରୀ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ସାହୁ ଓଡିଶା…
Read Moreଉତ୍କଳ ସାମ୍ବାଦିକ ସଙ୍ଘ ନୟାଗଡ଼ ଶାଖାର ବାର୍ଷିକ ଉତ୍ସବ ପାଳିତ
ନୟାଗଡ଼,(୨୦/୦୮): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖାର ଆଜି ବାର୍ଷିକ ଉତ୍ସବ ନୟାଗଡ ଖଣ୍ଡପଡ଼ା ରୋଡ଼ସ୍ଥିତ ନୀଳମାଧଵ କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସଂଘ ସଭାପତି ବିଭୂତି ଭୂଷଣ କର, ରାଜ୍ୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ରାଜେନ ଚୈାଧୁରୀ, ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ, ଜିଲ୍ଲା ସମ୍ପାଦକ ଆଦର୍ଶ ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ କର ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ବୀମା ରାଶିକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ସାମ୍ବାଦିକଙ୍କ ବିରୁଦ୍ଧରେ କରାଯାଉଥିବା ମିଥ୍ୟା ମକୋଦ୍ଦମା ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । ଏଥିସହିତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ପ୍ରଣୟନ କ୍ଷେତ୍ରରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଭୂମିକାକୁ ପ୍ରଶଂସା…
Read Moreଉତ୍କଳ ସାମ୍ବାଦିକ ସଙ୍ଘର ନବନିଯୁକ୍ତ ରାଜ୍ୟ ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା
ନୟାଗଡ଼,(୨୦/୦୮):- ଓଡ଼ିଶାର ସର୍ଵ ପୁରାତନ ଉତ୍କଳ ସାମ୍ବାଦିକ ସଂଘର ନବନିଯୁକ୍ତ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରମୋଦ ପଟ୍ଟନାୟକଙ୍କୁ ନୟାଗଡ଼ ସହର ସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମରେ ଆଜି ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟତମ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ସମ୍ପାଦକ ବେଣୁଧର ପଣ୍ଡା, ଉପସଭାପତି ବିନାୟକ ମିଶ୍ର, ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ୱାଦିକ ସଙ୍ଘ ସଭାପତି ଅନୱାର ଅଲ୍ଲୀ, ସମାଜସେବୀ କିଷାନ ଦାସ, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଦାସ, କିଶୋର ମହାପାତ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ସଂଘର ସମ୍ବିଧାନ ଏବଂ ଲକ୍ଷ ବିଷୟରେ ଶ୍ରୀଯୁକ୍ତ ପଣ୍ଡା ଆଲୋଚନା କରିଥିବା ବେଳେ ଜୀବନର ଶେଷ ବିନ୍ଦୁ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ଲଢ଼େଇ କରିବାକୁ ନବନିଯୁକ୍ତ ରାଜ୍ୟ…
Read More‘ନୟାଗଡ଼ ଖବରକାଗଜ ବିତରକ ସଙ୍ଘ’ ଗଠିତ
ନୟାଗଡ଼,(୧୯/୦୮): ନୟାଗଡ଼ ସହର ଖବରକାଗଜ ବିତରକମାନଙ୍କ ଏକ ବୈଠକ ନୟାଗଡ଼ ପୁରୁଣା ସହରସ୍ଥିତ ପୁରୁଣାସହର ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । କାଶୀନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସଂମ୍ପାଦକ ତଥା ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଯୋଗ ଦେଇଥିଲେ । ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସଂଘ ଗଠନର ଆବଶ୍ୟକତା ଏବଂ ଗୁରୁତ୍ୱ ବିଷୟରେ ଶ୍ରୀଯୁକ୍ତ ପଟ୍ଟନାୟକ ଆଲୋଚନା କରିଥିଲେ। ସର୍ବ ସମ୍ମତି କ୍ରମେ ଆଜି ‘ନୟାଗଡ଼ ଖବରକାଗଜ ବିତରକ ସଂଘ’ ଗଠନ କରାଯାଇଛି । ସଂଘକୁ ସୁପରିଚାଳନା କରିବା ପାଇଁ ଉପଦେଷ୍ଟା ଭାବେ ଶ୍ରୀକାନ୍ତ ପଟ୍ଟନାୟକ, ସଭାପତି ଭାବେ କାଶୀନାଥ ମିଶ୍ର, ସମ୍ପାଦକ ଭାବେ ବୈକୁଣ୍ଠ ନାଥ ନାୟକ, କୋଷାଧ୍ୟକ୍ଷ ଭାବେ ପ୍ରଫୁଲ ଚନ୍ଦ୍ର ମହାପାତ୍ର, ସହ ସଂମ୍ପାଦକ ଭାବେ…
Read Moreନୟାଗଡ଼ରେ ସଦ୍ଦ୍ଭାବନା ଦିବସ ପାଳିତ
ନୟାଗଡ଼,(୧୯/୦୮): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧୀଙ୍କ ଜନ୍ମଦିବସ ଅବସରରେ ସଦ୍ଭାବନା ଦିବସ ପାଳନ କରାଯାଇଛି । ଏହି ଅବସରରେ ଏକ ଶପଥ ପାଠ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ସମସ୍ତ କର୍ମଚାରୀଙ୍କୁ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।
Read More