ଖଣ୍ଡପଡ଼ା,(୧୨/୦୮):- ଜାତୀୟ ଯୁବ ଦିବସ ଉପଲକ୍ଷେ ୟୁନିକ୍ ଆସୋସିଏସନ୍ ଓ ନେହେରୁ ଯୁବକେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଖଣ୍ଡପଡ଼ା ବ୍ଲକର ଶିଖରପୁର ଗ୍ରାମରେ ଆଜି ସ୍ୱଚ୍ଛତା ପଖୱାଡ଼ା କାର୍ଯ୍ୟକ୍ରମର ଦ୍ଵାଦଶ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ପଖୱାଡ଼ା କାର୍ଯ୍ୟକ୍ରମ ୦୧ଅଗଷ୍ଟରୁ ଆରମ୍ଭ ହୋଇଥିବା ବେଳେ ଏହା ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ସ୍ଵଚ୍ଛ ରହିବା ସହିତ ଆମ ଚାରିପାର୍ଶ୍ୱକୁ ସ୍ୱଚ୍ଛ ରଖିବା ପାଇଁ ଆଜି ଏହି କାର୍ଯ୍ୟକ୍ରମରେ ସଂକଳ୍ପ ନିଆଗଲା। ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ନେହେରୁ ଯୁବ କେନ୍ଦ୍ର ତରଫରୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏ କାର୍ଯ୍ୟକ୍ରମ ଜାରି ରହିଛି। ଆଜିର ଏହି କାର୍ଯ୍ୟକ୍ରମରେ ସତ୍ୟବ୍ରତ ମହାରଣା, ଦେବବ୍ରତ ମିଶ୍ର, ଦୀପକ କୁମାର, ପଦ୍ମଲୋଚନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅନନ୍ୟା ଫାଉଣ୍ଡେସନର ପ୍ରତିଷ୍ଠାତା…
Read MoreCategory: ନୟାଗଡ଼
କମ୍ରେଡ଼ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ରଣପୁର,(୧୨/୦୮):- ବର୍ଷିୟାନ କମ୍ୟୁନିଷ୍ଟ ନେତା ତଥା ରଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ କମ୍ରେଡ଼ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟଙ୍କ ବିୟୋଗରେ ଆଜି ସିପିଆଇ(ଏମ) ନୟାଗଡ଼ ଜିଲ୍ଲା କମିଟି ତରଫରୁ ଏକ ଜିଲ୍ଲାସ୍ତରୀୟ ‘ଶ୍ରଦ୍ଧାଞ୍ଜଳି ସଭା’ ରଣପୁରର ସହୀଦ ରଘୁ ଦିବାକର ଭବନ ଠାରେ ସାଥି ବିଶ୍ୱନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଦିବଂଗତ ଶ୍ରୀଯୁକ୍ତ ସାମନ୍ତରାୟଙ୍କ ଅମର ଆତ୍ମାଙ୍କର ସଦଗତି ନିମନ୍ତେ ଦୁଇ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା। ଦିବଂଗତ ଶ୍ରୀଯୁକ୍ତ ସାମନ୍ତରାୟ ଜଣେ ସଚ୍ଚା କମ୍ୟୁନିଷ୍ଟ, ସ୍ଵଛ ଓ ନିର୍ମଳ ବ୍ୟକ୍ତିତ୍ୱ, ସାଥୀ ପ୍ରେମୀ ଓ ଜନପ୍ରିୟ ନେତା ହେବା ସହିତ ଜଣେ ସାରସ୍ୱତ ସାଧକ ମଧ୍ୟ ଥିଲେ।ତାଙ୍କର ଆଵର୍ତମାନରେ ଉପସ୍ଥିତ ସମସ୍ତ ସାମନ୍ତରାୟ ପ୍ରେମୀମାନେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟିର ରାଜ୍ୟସ୍ତରୀୟ…
Read Moreପୁଲିସ ଦ୍ଵାରା ଦେଶୀ ମଦ ଜବତ, ଦୁଇ ଗିରଫ
ନୟାଗଡ,(୧୨/୦୮): ନୟାଗଡ଼ ସଦରଥାନା ପୁଲିସ ବୁଧବାର ରାତିରେ ୫୦ ଲିଟର ଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଗାନ୍ଧୀନଗର ବାସିନ୍ଦା ପ୍ରଦୀପ୍ତ ମହାନ୍ତି ଏବଂ ରବିନ୍ଦ୍ର ଜେନା । ସଦରଥାନା ପୁଲିସ ବୁଧବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଏମାନେ ବାଲୁଗାଁ ପଟୁ ନୟାଗଡ଼କୁ ଏକ ମୋଟର ସାଇକେଲ ଯୋଗେ ଆସୁଥିଲେ । ବାଇକରେ ଏକ ବସ୍ତା ଲୋଡ଼ ହୋଇଥିବା ଦେଖି ପୁଲିସର ସନ୍ଦେହ ହେବାରୁ ବାଇକକୁ ଅଟକାଇ ତନଖି କରିବାପରେ ସେମାନଙ୍କ ଠାରୁ ଏକ ବସ୍ତାରେ ୫ଶହ ଦେଶୀ ମଦ ପାଉଚ ଥିବା ଦେଖାଯାଇଥିଲା । ପୁଲିସ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।
Read Moreସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକା ପକ୍ଷରୁ ରାଜ୍ୟ ସ୍ତରୀୟ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା
ନୟାଗଡ,(12/08):- ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକା ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୮ବର୍ଷରୁ ୧୩ବର୍ଷର ଛାତ୍ରଛାତ୍ରୀ ଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେହିପରି ୧୩ରୁ ୧୮ବର୍ଷର ଛାତ୍ରଛାତ୍ରୀମାନେ ଓଡ଼ିଆ ବକ୍ତୃତା ରେ ‘ଆଜିର ଭାରତ’ ଶୀର୍ଷକ’ରେ ବକ୍ତୃତା ଦେଇଥିଲେ। ଗୀତ ପ୍ରତିଯୋଗିତାରେ କଳାହାଣ୍ଡିର ଦିବ୍ୟାଂଶ ମୁଣ୍ଡ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନୟାଗଡ ଜିଲ୍ଲାର ଅଂଶୁମାନ ପାତ୍ର ଦ୍ୱିତୀୟ, ଓଁକାର ଔଜାଲ୍ୟ ଓ ସ୍ବୟଂ ପ୍ରଭା ସାହୁ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଓଡ଼ିଆ ବକ୍ତୃତାରେ ପୁରୀ ଜ଼ିଲ୍ଲାର ସ୍ବର୍ଣ୍ଣପ୍ରଭା ପଣ୍ଡା ପ୍ରଥମ ସ୍ଥାନ, ନୟାଗଡ ଜିଲ୍ଲାର ସାଇଶ୍ରୀ ପଣ୍ଡା ଦ୍ୱିତୀୟ ଓ ସମ୍ୟକ ସ୍ୱୟଂଜିତ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ।…
Read Moreଖୁବଶୀଘ୍ର ପୁଣିଥରେ ନୟାଗଡକୁ ଗଡିବ ରେଳ
ନୟାଗଡ଼,(୧୨/୦୮):- ଭୁବନେଶ୍ୱରରୁ ନୟାଗଡ଼ ମହୀପୁର ପର୍ଯ୍ୟନ୍ତ ପୁନଃ ରେଳ ଚଳାଚଳ କରିବା ଆଶା ସଞ୍ଚାର ହୋଇଛି । ଏଥିପାଇଁ ପୂର୍ବତଟ ରେଳପଥ ଉପମୁଖ୍ଯ ଯାତ୍ରୀ ପରିବହନ ପ୍ରବନ୍ଧକ ଖୋର୍ଦ୍ଧା ଡିଭିଜନର ଡିଭିଜନାଲ ମ୍ୟାନେଜରଙ୍କୁ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ, ନୟାଗଡ଼ ଟାଉନ ଷ୍ଟେସନରୁ ସମସ୍ତ କର୍ମଚାରୀଙ୍କୁ କରୋନା ସମୟରେ ବାହାରକୁ ପଠାଇ ଦିଆଯିବା ସହ ରେଳ ଚଳାଚଳ ବାତିଲ କରାଯାଇଥିଲା । ଏନେଇ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ ନୟାଗଡ଼ ଷ୍ଟେସନକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ରେଳ ଚଳାଚଳ ନିମନ୍ତେ ବାରମ୍ବାର ଚିଠି ଲେଖି ଆସୁଥିଲେ। ତତ୍ ସହିତ ନୟାଗଡ଼ ଜିଲ୍ଲା କଂଗ୍ରେସ ମଧ୍ୟ ନୟାଗଡକୁ ପୁନଃ ରେଳ ଚଳାଚଳ ନକଲେ ଜଟଣୀ ଠାରେ ରେଳରୋକ କରିବାକୁ ଚେତାବନୀ ଦେଇଥିଲା।
Read Moreସୁରଜିତ(ବୁବୁନ)ର ୯ମ ଶ୍ରାଦ୍ଧ ବାର୍ଷିକରେ ରକ୍ତଦାନ ଶିବିର
ନୟାଗଡ଼,(୧୨/୦୮):- ଶ୍ରମିକ ନେତା ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକଙ୍କ ପୁଅ ସୁରଜିତ(ବୁବୁନ)ର ୯ମ ଶ୍ରାଦ୍ଧ ବାର୍ଷିକରେ ଆଜି ନୟାଗଡ଼ ରକ୍ତ ଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୁଅ ମୃତ୍ୟୁରେ ଭାଙ୍ଗି ନପଡ଼ି ପ୍ରତ୍ୟେକ ବର୍ଷ ଶ୍ରୀକାନ୍ତ ପଟ୍ଟନାୟକ ଏବଂ ତାଙ୍କ ଧର୍ମପତ୍ନୀ ଗୀତାରାଣୀ ପଟ୍ଟନାୟକ ରକ୍ତଦାନ ଶିବିର ଆୟୋଜନ କରିଆସୁଛନ୍ତି । ଆଜିର ଏହି ଶିବିରରେ ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଭାପତି ପ୍ରମୋଦ ପଟ୍ଟନାୟକ ଓ ସମାଜସେବୀ ଦାମୋଦର ସାହୁ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିବା ବେଳେ ପିତା ଶ୍ରୀକାନ୍ତ ପଟ୍ଟନାୟକ, ମା’ ଗୀତାରାଣୀ ପଟ୍ଟନାୟକଙ୍କ ସମେତ ୧୪ ଜଣ ରକ୍ତଦାନ କରିଥିବା ସୂଚନା ମିଳିଛି।
Read Moreଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକ, ପ୍ରମୋଦ ପଟ୍ଟନାୟକଙ୍କୁ ରାଜ୍ୟ ସଭାପତି ଦାୟିତ୍ଵ
ନୟାଗଡ଼,(12/08):- ରାଜ୍ୟର ସର୍ବପୁରାତନ ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଡ଼ଃ. ଜିମୁତ ମଙ୍ଗରାଜଙ୍କ ଅକାଳ ବିୟୋଗ ପରେ କାର୍ଯ୍ୟକାରିଣୀ ବୈଠକରେ ସର୍ଵସମ୍ମତି କ୍ରମେ ନୂତନ ରାଜ୍ୟ ସଭାପତି ଭାବେ ମନୋନୀତ ହେଲେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକ। ଆଗାମୀ କର୍ମକର୍ତ୍ତା ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ଵ ତୁଲାଇବା ପାଇଁ କାର୍ଯ୍ୟକାରିଣୀ କମିଟିରେ ନିଷ୍ପପତି ନିଆଯାଇଛି। ଏହି କାର୍ଯ୍ୟକାରିଣୀ ବୈଠକରେ ବିଭିର୍ଣ୍ଣ ଜିଲ୍ଲାର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।
Read Moreନବ ବିବାହିତା ମହିଳା ନିଖୋଜକୁ ନେଇ ଗ୍ରାମବାସୀଙ୍କ ଦ୍ବାରା ସରଣକୁଳ ଥାନା ଘେରାଉ
ସରଣକୁଳ,(୧୧/୦୮):- ନବ ବିବାହିତା ଜନୈକା ମହିଳା ନିଖୋଜ ହୋଇଥିବା ବେଳେ ମହିଳାଙ୍କ ହତ୍ୟା ସନ୍ଦେହରେ ପରିବାର ଓ ଗ୍ରାମବାସୀଙ୍କ ଦ୍ଵାରା ସରଣକୁଳ ଥାନା ଘେରାଉ। ଶରଣକୁଳ ଅଞ୍ଚଳର ଜଗବନ୍ଧୁ ସାହୁଙ୍କ ପୁଅ ସହିତ ରଣପୁର ଥାନା ଗୋଡ଼ିମଡ଼ା ଗ୍ରାମର ପ୍ରଫୁଲ ସାହୁଙ୍କ ଝିଅ ରୋଜାଲିନଙ୍କର ୨ମାସ ତଳେ ବିବାହ ହୋଇଥିଲା । ବିବାହ ପରେ ରୋଜାଲିନଙ୍କ ସହ ଆଉ ଜଣେ ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଶଶୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ଗତ ରବିବାର ଦିନ ରୋଜାଲିନ ହଠାତ ନିଖୋଜ ହେବା ପରେ ଶଶୁର ପୁଣି ଏକ ଏତଲା ଥାନାରେ ଦେଇଥିବା ଜଣାଯାଇଛି । ନିଖୋଜ ଘଟଣାକୁ ନେଇ ଆଜି ରୋଜାଲିନଙ୍କ ପରିବାର ଏବଂ ଗୋଡିପଡ଼ା ଗ୍ରାମବାସୀ ରୋଜାଲିନଙ୍କୁ…
Read Moreଅଣସ୍ୱୀକୃତି ପ୍ରାପ୍ତ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ପଢ଼ୁଥିଲେ ହୋଇଯାଅନ୍ତୁ ସାଵଧନ
ନୟାଗଡ଼(୧୧/୦୮):- “ନୟାଗଡ଼ ଜିଲ୍ଲା କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ସଂଘ” ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ତ୍ରିନାଥ ଛକସ୍ଥିତ ସତ୍ୟମ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କମ୍ପ୍ୟୁଟର ଶିଖିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ବେଆଇନ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟରେ ନପଢ଼ିବା ପାଇଁ ସୂଚନା ଦିଆଯାଇଛି । ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରେ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି । ଜିଲ୍ଲା କମ୍ପ୍ୟୁଟର ସଙ୍ଘର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ଉପସଭାପତି ଶିଶିର ରଞ୍ଜନ ସାହୁ, ସମ୍ପାଦକ ପ୍ରଫୁଲ୍ଲ କୁମାର ମହାନ୍ତି, ସହସମ୍ପାଦକ ନିର୍ମଳ କୁମାର ହୋତା ପ୍ରମ୍ମୁଖ ଯୋଗ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ୧୦ ହଜାରରୁ ଉର୍ଦ୍ଧ୍ବ ବେଆଇନ କମ୍ପ୍ୟୁଟର ତାଲିମ କେନ୍ଦ୍ର ଖୋଲିଛି। ଉକ୍ତ ଅନୁଷ୍ଠାନମାନଙ୍କ ଲାଗି ଅନେକ ଛାତ୍ରଛାତ୍ରୀ ଚାକିରୀ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଛନ୍ତି । ରାଜ୍ୟରେ ଏବେ…
Read More“ଜୟ ବୋଲ ଲଡୁବାବା କି” ଭଜନ ଉନ୍ମୋଚିତ
ଶରଣକୁଳ,(୧୧/୦୮):- ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ପକ୍ଷରୁ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଶରଣକୁଳ ଲଡୁବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ଭଜନ “ଜୟ ବୋଲ ଲଡୁବାବା କି” ବୁଧବାର ୟୁଟ୍ୟୁବ ଚାନେଲରେ ଉଦଘାଟିତ ହୋଇଯାଇଛି। ଲୋକପ୍ରିୟ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏବଂ ରବୀନ୍ଦ୍ର ତ୍ରିପାଠୀ ସଙ୍ଗୀତ ସହ କଣ୍ଠଦାନ କରିଥିବା ବେଳେ ସମୀର ରଥ ଗୀତ ରଚନା ଏବଂ ଅଶୋକ ସାହୁ ସଙ୍ଗୀତ ପରିଚାଳନା କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ପଣ୍ଡିତ କିଶୋର ଚନ୍ଦ୍ର କରଶର୍ମା, ସମୀର ରଥ, ସୁବାଷ ନାୟକ, ବିକ୍ରମ କୁମାର ଦାସ, ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଡ଼, ପରମାନନ୍ଦ ସ୍ବାଇଁଙ୍କ ସମେତ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଏବଂ ରବିନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ। ଗୀତଟି ମହାପ୍ରଭୁ ଶିବଙ୍କ ମହିମା ଉପରେ ରଚନା କରାଯାଇଥିବା ବେଳେ ଏହା…
Read More