ପରିବେଶ ଉପରେ ସଚେତନତା ବାର୍ତ୍ତା ବାଣ୍ଟିଲେ ଛାତ୍ରଛାତ୍ରୀ ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରାଜସୁନାଖଳାର ପ୍ରମୁଖ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ଆଜି ଭାରତ ସ୍କାଉଟ ଏବଂ ଗାଇଡର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ସ୍କାଉଟ ଓ ଗାଇଡ଼ ମାନଙ୍କୁ ନେଇ ଏକ ପରିବେଶ ସଚେତନତା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିସରରେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରାସ ଉକ୍ତ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ସ୍କାଉଟ ମାଷ୍ଟର ଲକ୍ଷ୍ମୀଧର ମହାପାତ୍ର ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଶୋଭାଯାତ୍ରାଟି ରାଜସୁନାଖଳାର ସମସ୍ତ ଅଞ୍ଚଳ ପରିକ୍ରମା କରି ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ସ୍କାଉଟ ଏବଂ ଗାଇଡ଼ର ଏଭଳି ଜନ ହିତକର କାର୍ଯ୍ୟପାଇଁ ଅଞ୍ଚଳବାସୀଙ୍କ ଠାରୁ ବେଶ ପ୍ରଶଂସା ସାଉଁଟିଛନ୍ତି। ପ୍ରଦୀପ କୁମାର ରଣାଆମ ପ୍ରତିନିଧି, ମୋ-୯୯୩୮୬୮୮୪୩୨
Read MoreCategory: ନୟାଗଡ଼
ଶବ୍ଦ ନୁହେଁ, ଅନୁବାଦ ପାଇଁ ଭାବର ଗୁରୁତ୍ୱ ବେଶୀ
ଅନଲାଇନରେ ଉଦଘାଟିତ ହେଲା ଭାରତୀୟ ଅନୁବାଦ ସାହିତ୍ୟ ନୟାଗଡ଼,(ନୟାଗଡ଼ ଦର୍ପଣ): ଭାଷାଗତ ଦୂରତାକୁ ଦୂର କରିବା ଦିଗରେ ଅନୁବାଦକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନୁବାଦ ଏକମାତ୍ର ମାଧ୍ୟମ ଯାହାଦ୍ୱ।ରା ପୃଥିବୀର ବିଭିନ୍ନ ଭାଷା, ସାହିତ୍ୟକୁ ଜାଣିହୁଏ, ବୁଝିହୁଏ । ଏହା କେବଳ ଅନୁବାଦକଙ୍କ ଯୋଗୁଁ ହିଁ ସମ୍ଭବ ହୋଇଥାଏ।କେବଳ ଶବ୍ଦ ଜ୍ଞାନ ଥିଲେ ଜଣେ ଯଥାର୍ଥ ଅନୁବାଦକ ହୋଇପାରିବ ନାହିଁ,ଅନୁବାଦ ପାଇଁ ଶବ୍ଦ ସହ ଭାବର ସମନ୍ୱୟ ରହିବା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଆୟୋଜିତ ଜାତୀୟସ୍ତରୀୟ ଅନୁବାଦ ସାହିତ୍ୟ ଆଲୋଚନାଚକ୍ରରେ ବିଶିଷ୍ଟ ଅନୁବାଦକମାନେ ମତବ୍ୟକ୍ତ କରିଥିଲେ। ଖ୍ୟାତିପ୍ରାପ୍ତ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ବିଭିନ୍ନ ଭାରତୀୟ ଭାଷାର ପ୍ରାୟ ୭୦ ଜଣ ଅନୁବାଦକଙ୍କୁ ନେଇ ଗଠିତ ଭାରତୀୟ ଅନୁବାଦ ସାହିତ୍ୟ ସଂଗଠନ ଅନଲାଇନ୍ ମାଧ୍ୟମରେ ଉଦଘାଟିତ ହୋଇଥିଲା।ଉଦଘାଟନ ସମାରୋହ…
Read Moreସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆଜି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମକୁ ନେଇ ସଦଭାବନା ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଚଳିତ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ସଂଶୋଧନ କାର୍ଯ୍ୟକ୍ରମ ଚାଲିବ। ଭୋଟରମାନେ ନିଜ ନିଜର ତଥ୍ୟ ଯୋଗ କରିବା ପାଇଁ ଫର୍ମ ସଂଖ୍ୟା ୬, ବାଦ ଦେବା ପାଇଁ ଫର୍ମ ସଂଖ୍ୟା ୭ ଏବଂ ସଂଶୋଧନ କରିବା ପାଇଁ ଫର୍ମ ସଂଖ୍ୟା ୮ ମାଧ୍ୟମରେ ଆବେଦନ କରିବାକୁ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡା. ଟୁଡୁ ସୂଚନା ଦେଇଛନ୍ତି । ଭୋଟରମାନଙ୍କ ସ୍ଥାନ ପରିବର୍ତ୍ତନ ପାଇଁ ଫର୍ମ ସଂଖ୍ୟା ୮(କ) ମାଧ୍ୟମରେ ଆବେଦନ କରିବାକୁ କୁହାଯାଇଛି । ଏହା ବାଦ ଭୋଟରମାନେ…
Read Moreଭାରତ ବିକାଶ ପରିଷଦ ତରଫରୁ ରାଷ୍ରୀୟ ଏକତା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସର୍କିଟ ହାଉସ ନିକଟ ଭାରତ ବିକାଶ ପରିଷଦ କାର୍ଯ୍ଯାଳୟ ତଥା ପରିଷଦର ଶ୍ରୀକମଳାଦେବୀନ୍ଯାସ ପରିସରରେ ଶାଖା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ଶାଖା ଅଧ୍ଯକ୍ଷ ପ୍ରାଧ୍ୟାପକ ହରେକୃଷ୍ଣ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ସର୍ବପ୍ରଥମେ ଜଗତର ନାଥ ଶ୍ରୀଜଗନ୍ନାଥ, ଭାରତ ମାତା,ସ୍ବାମୀ ବିବେକାନନ୍ଦ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିଛବିରେ ପୁଷ୍ପ ଧୂପ ଓ ଦୀପ ଅର୍ପଣ କରାଯାଇ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ସଭାକାର୍ଯ୍ୟ ପ୍ରାରମ୍ଭ ହୋଇଥିଲା।ଶାଖା ସଦସ୍ଯା ସୌଦାମିନୀ ସ୍ବାଇଁ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲା ବେଳେ ଶାଖା ସଚିବ ଅନାଦି ଚରଣ ମହାନ୍ତି ଶାଖାର ବାର୍ଷିକ ବିବରଣୀ ପଠନ କରିଥିଲେ। ମୁଖ୍ଯ ଅତିଥି ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ଯକ୍ଷ ସୁରେଶ କୁମାର ପ୍ରଧାନ,ମୁଖ୍ଯବକ୍ତା ଭାବେ ବିଶିଷ୍ଟ ବୈଦିକ ପ୍ରବକ୍ତା ବିରେନ୍ଦ୍ର କୁମାର…
Read Moreଓଡ଼ଗାଁରେ ରଘୁନାଥ ହସକ୍ଳବ ତରଫରୁ ମନ୍ଦିର ସଫେଇ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ରଘୁନାଥ ହସକ୍ଳବ ଓଡ଼ଗାଁ ତରଫରୁ ଆଜି ଶ୍ରୀ ରଘୁନାଥ ମନ୍ଦିର ବେଢ଼ା, ଗର୍ଭଗୃହ,ପାର୍ଶ୍ବଦେବତା ଓ ରୋଷଗୃହ ଇତ୍ୟାଦି କ୍ଳବ୍ ର ସଭାପତି ବସନ୍ତ କୁମାର ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଉପସ୍ଥିତ ସଭ୍ୟ ମାନଙ୍କ ଦ୍ୱାରା କରୋନା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷ ଏବଂ ଶହୀଦ ହୋଇଥିବା ସୈନିକ ମାନଙ୍କ ଅମର ଆତ୍ମା ର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ପ୍ରଭୁ ଶ୍ରୀ ରଘୁନାଥ ଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରାଯାଇଥିଲା।ଉକ୍ତ ସଫେଇ କାର୍ଯ୍ୟକ୍ରମ ରେ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ସହଯୋଗୀ, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର, ସହଯୋଗୀ, ହସକ୍ଳବର ସମ୍ପାଦକ ପ୍ରଫୁଲ୍ଲ ମହାପାତ୍ର, କୋଷାଧ୍ୟକ୍ଷ ଅର୍ଜୁନ ବିଶ୍ୱାଳ,ହାସ୍ୟରଥୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ନୃସିଂହ…
Read Moreଦଣ୍ଡୋର ଉ.ପ୍ରା.ବିଦ୍ୟାଳୟରେ ପରିଚାଳନା କମିଟି ଗଠନ
ନୟାଗଡ଼,(ନୟାଗଡ଼ଦର୍ପଣ): ଓଡ଼ଗାଁ ବ୍ଲକ୍ କୁରାଳ କ୍ଲଷ୍ଟର ଅଧୀନରେ ଥିବା ସରକାରୀ ଉନ୍ନୀତ ଉ.ପ୍ରା.ବିଦ୍ୟାଳୟ ଦଣ୍ଡୋର ରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ସମଗ୍ର ବ୍ଲକରେ ବେଶ୍ ସୁନାମ ଅର୍ଜନ କରିଥିବା ଏହି ବିଦ୍ୟାଳୟରେ ସମୁଦାୟ ୨୪୨ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି।ସରକାରୀ ନିର୍ଦ୍ଦେଶ ମୁତାବକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିସେସ୍ ଲୋଟସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାୟ ୧୬୭ ଜଣ ପିତାମାତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ସେମାନଙ୍କ ମଧ୍ୟରୁ ଉଭୟ ପୁରୁଷ ଓ ମହିଳାବର୍ଗରୁ ତଫସିଲଭୁକ୍ତ ଜାତି,ଜନଜାତି ଓ ସାଧାରଣଜାତିରୁ ଛଅଜଣ ଲେଖାଏଁ ମୋଟ୍ ବାରଜଣ ସଦସ୍ୟ ସଦସ୍ୟା ମନୋନୟନ ଭିତ୍ତିରେ ଚୟନ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ସଭାପତି ଏବଂ ଉପସଭାପତିଙ୍କୁ ମଧ୍ୟ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା। କୈଳାସ ଚନ୍ଦ୍ର ନାୟକ, ଶାନ୍ତନୁ କୁମାର ବିଶୋୟୀ,ରାମଚନ୍ଦ୍ର ଆଲଟିଆ, ପ୍ରସନ୍ନ…
Read Moreଗାନ୍ଧିବାଦୀ ପଦ୍ମଶ୍ରୀ ଏସ. ଏନ ସୁବାରାଓଙ୍କ ଉଦେଶ୍ୟରେ ସ୍ମୃତିସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଏସ, ଏନ ସୁବାରାଓଙ୍କ ସ୍ମୃତିରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀମୂର୍ତ୍ତି ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ପଦ୍ମଶ୍ରୀ ସୁବାରାଓଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସମାଜସେବୀ ଦାମୋଦର ସାହୁ, ଅରୁଣ କୁମାର ମହାନ୍ତି, ସନ୍ତୋଷ କୁମାର ପ୍ରଧାନ, ପ୍ରଦୀପ କୁମାର ସାହୁ, ସମାଜ ଜିଲ୍ଲା ପ୍ରତିନିଧି ଶୁଭେନ୍ଦୁ ଦାଶ, ୟୁଥଫର ଆକ୍ସନ ଜିଲ୍ଲା ସଭାପତି ପରମେଶ୍ୱର ସାହୁ, ସମଜସେବୀ ସଞ୍ଜୟ ନାୟକ, ତାପସ ରଞ୍ଜନ ମାର୍ଥା, ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର, ଅନନ୍ୟା ଫାଉଣ୍ଡେସନ ଅଧକ୍ଷ ଆଶୁତୋଷ ଦାସ , ଜ୍ୟୋତିରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି…
Read Moreସ୍ବୟଂଶାସିତ ମହାବିଦ୍ୟାଳୟରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଅଛି। ଯୁବରେଡ଼କ୍ରସର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନା ସଂସ୍ଥା। ଏହି ସଭାରେ ଅଧକ୍ଷତା କରିଥିଲେ ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ଶିବ ପ୍ରସାଦ ଦାଶ। ରେଡ଼କ୍ରସର ଜିଲ୍ଲା ସଂଯୋଜକ ଡ଼ ଆଦିତ୍ୟ ମିଶ୍ର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସର ମୁଖ୍ୟବକ୍ତା ଭାବେ ଯୋଗଦେଇ ସମସ୍ତ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଯୁବ ରେଡ଼କ୍ରସର ପରାମର୍ଶଦାତା ଦୀପାନିତା କର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏଲ.ଟି ଗୋଲୋକ ବିହାରୀ ନାୟକ, ଏଲ.ଟି ବିନ୍ଦୁଲତା ଷଣ୍ଢ, କମଲ କୁମାର ବର୍ମା, ଜାତୀୟ ସେବା ଯୋଜନା ଅଧିକାରୀ ସସ୍ମିତା ନାୟକ, ଆଶ୍ଚର୍ଯ୍ୟ କର, ଜ୍ୟୋତିଭୂଷଣ ନାୟକ, ଲଷ୍ମୀକାନ୍ତ ମହାପାତ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଉତ୍ସାହିତ କରିଥିଲେ।…
Read Moreବାଲ୍ୟ ବିବାହ ରୋକିବାରେ ସହାୟକ ହେବ ଉପଯୁକ୍ତ ଶିକ୍ଷା
ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ଅଧିବେଶନ ନୟାଗଡ଼,(ନୟାଗଡ଼ ଦର୍ପଣ): ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଓ ଯୁନିସେଫ ର ମିଳିତ ସହଯୋଗରେ କିଶୋରକିଶୋରୀ ମାନଙ୍କୁ ନେଇ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର ଜିଲ୍ଲା ସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ଏହି ଅଧିବେଶନରେ ଜିଲ୍ଲାପାଳ ଡାଃ।ପୋମା ଟୁଡୁ ଅଧ୍ୟକ୍ଷତା କରିଥିଲେ। ବାଲ୍ୟ ବିବାହ ର କାରଣ, ଏହାର କୁପରିଣାମ ବିଷୟରେ କିଶୋର କିଶୋରୀ ମାନଙ୍କୁ ଜିଲ୍ଲାପାଳ ବୁଝାଇଥିଲେ। ଶିକ୍ଷା ଗ୍ରହଣ ବାଲ୍ୟ ବିବାହ ରୋକିବାରେ କିପରି ସହାୟକ ହୋଇପାରିବ ଏ ବିଷୟରେ ଜଣାଇଥିଲେ।ଶିକ୍ଷା ସହ ଅଧାରୁ ପାଠ ଛାଡିଥିବା ତଥା ବାଲ୍ୟ ବିବାହ ଭଳି କୁ ପ୍ରଥାର ଶିକାର ହେଉଥିବା ପିଲାମାନଙ୍କର ଥଇଥାନ କରିବା ଦିଗରେ ଆଲୋକପାତ କରିଥିଲେ। ତୃଣମୂଳ ସ୍ତରରେ…
Read Moreନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଚଳିତ ବର୍ଷର ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଡା. ପୋମା ଟୁଡୁ କହିଲେ ଯେ, ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ବେଳେ ସତ୍ୟନିଷ୍ଠ ଓ ଆତ୍ମନିର୍ଭରତା ପ୍ରସଙ୍ଗ ଗୁରୁତ୍ୱ ବହନ କରେ । ଯେଉଁ ସତ୍ୟ, ଅହିଂସା ବଳରେ ଆମେ ସ୍ୱାଧୀନତା ଲାଭ କଲେ ଓ ପ୍ରଗତି ପଥରେ ଅଗ୍ରସର ହେଉଛେ, ସେହି ସତ୍ୟନିଷ୍ଠ ଓ ଆତ୍ମନିର୍ଭରତା ଆଦର୍ଶ ଆମକୁ ଆହୁରି ଆଗକୁ ଯିବାକୁ ପ୍ରେରଣା ଦେବ । କିନ୍ତୁ ପ୍ରଗତି ସାମନାରେ ଦୁର୍ନୀତି ଏକ ପ୍ରତିରୋଧକ ଅଟେ । ଦୁର୍ନୀତି ଭଳି ପଥରୋଧକକୁ ହଟାଇବା ସହ ମୂଳୋତ୍ପାଟନ କରିପାରିଲେ ରାଜ୍ୟ ତଥା ଦେଶର…
Read More