ଜାଲ କମ୍ପ୍ୟୁଟର ପ୍ରମାଣପତ୍ର ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ଗ୍ରାମ୍ୟ ରୋଜଗାର ସେବକ ପଦବୀ ପାଇଁ ଗଞ୍ଜାମ ଏବଂ ଢେ଼ଙ୍କାନାଳ ଜିଲ୍ଲାରେ, ଘରୋଇ ଶିକ୍ଷା ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଉଥିବା କମ୍ପ୍ୟୁଟର ପ୍ରମାଣପତ୍ର ପ୍ରତ୍ୟାଖ୍ୟାନ ହବା ପରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କର ସ୍ବାର୍ଥ ରକ୍ଷା ଉଦ୍ଧେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାର ସ୍ବୀକୃତି ପ୍ରାପ୍ତ କମ୍ପ୍ୟୁଟର ଶିକ୍ଷା ସଂସ୍ଥା ମାନଙ୍କ ତରଫରୁ ଧିରେନ୍ଦ୍ର ପଟ୍ଟନାୟକ, ପ୍ରଫୁଲ୍ଲ ମହାନ୍ତି, ଶିରିଶ ରଞ୍ଜନ ସାହୁ, ଅଜୟକାନ୍ତ ପୃଷ୍ଟି, ରାଇ ରଞନ ଦାସ ପ୍ରମୂଖ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Read More

ନୟାଗଡ଼ ପୁଲିସ ବିଭାଗରେ ଅଦଳବଦଳରେ ସାମାନ୍ୟ ପରିବର୍ତ୍ତନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ କିଛିଦିନ ତଳେ ଓଡ଼ଗାଁ ଥାନା ଓ ନୟାଗଡ଼ ଟାଉନ ଥାନା ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ କରାଯାଇଥିଲା । ନୟାଗଡ଼ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କୁ ଓଡ଼ଗାଁ ଥାନାକୁ ଓ ଓଡ଼ଗାଁ ଥାନା ଅଧିକାରିଣୀ ପ୍ରଜ୍ଞା ପରମିତା ଜେନାଙ୍କୁ ନୟାଗଡ଼ ଟାଉନ ଥାନାକୁ ବଦଳି କରାଯାଇଥିଲା। ତେବେ ଏହି ବଦଳିରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ଜଣାପଡିଛି। ପରିବର୍ତ୍ତନ ହେବା ପରେ ଶ୍ରୀଯୁକ୍ତ ମହାନ୍ତି ଓଡ଼ଗାଁ ଥାନା ବଦଳରେ ଶରଣକୁଳ ଥାନାରେ ଯୋଗଦେବା ପାଇଁ ନିର୍ଦେଶ ନାମା ପ୍ରକାଶ ପାଇଥିବା ବେଳେ ଶରଣକୁଳ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କୁ ଓଡ଼ଗାଁ ଥାନା ଅଧିକାରୀ ଭାବେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ନାମା ଜାରି ହୋଇଛି।

Read More

ଏବିଭିପି ପକ୍ଷରୁ ନୟାଗଡ଼ ନଗର କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ ଜିଲ୍ଲାର ନୟାଗଡ ନଗର କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପ୍ରମୁଖ ଶ୍ରୀମାନ ପରମେଶ୍ୱର ମହାନ୍ତି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଏବଂ ଶ୍ରୀମାନ ସଚିକାନ୍ତ ବାଇ ଏହାକୁ ପରିଚାଳନା କରିଥିଲେ। ଏଥିରେ ନଗର ସଭାପତି ଅଶୋକ କୁମାର ସାହୁ ଏବଂ ନଗର ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ଜଣ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଏହି ବୈଠକଟି RSS ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

Read More

ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନୟାଗଡ଼ ଜିଳ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଏକ ଆଇନ ସଚେତନତା ପଦଯାତ୍ରା ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଆଜି ସକାଳ ୮ଘଟିକା ସମୟରେ ଜିଲ୍ଲା କୋର୍ଟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ଥିଲା। ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର, ସବ ଜଜ୍ ପବିତ୍ରନନ୍ଦ ପ୍ରଧାନ, ସଚିବ ରଞ୍ଜୁଲତା ଲେଙ୍କାଙ୍କ ନେତୃତ୍ୱରେ ସ୍ଥାନୀୟ ଗ୍ରାମୀଣ ଆଇନ ସେବା କର୍ମୀ ଏନ.ସି.ସି ଛାତ୍ରଛାତ୍ରୀ, ନର୍ସିଙ୍ଗ କଲେଜ ଛାତ୍ରଛାତ୍ରୀ ଜିଲ୍ଲା କୋର୍ଟ ପ୍ରାଧିକରଣଙ୍କ କର୍ମଚାରୀ ବୃନ୍ଦ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସହର ପରିକ୍ରମା କରି ଜାତୀୟ ଆଇନ ସେବା…

Read More

ଅଟୋରିକ୍ସା ଓଲଟି ଦୁଇ ଗୁରୁତର

ଅଳ୍ପକେ ବର୍ତ୍ତିଲେ ଚାରି ବର୍ଷର ଶିଶୁପୁତ୍ର ଓ ଚାଳକ ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟବର୍ତ୍ତୀ ବିନୋଦପଡା ଛକ ଠାରୁ ଅଳ୍ପ ଦୂରରେ ଭୁବନେଶ୍ୱର ଆଡୁ ନୟାଗଡ଼ ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ ଅଟୋ ରିକ୍ସା ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଟଣା ସ୍ଥଳରେ ଦୁଇଜଣ ମହିଳା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଦୁର୍ଘଟଣାରେ ଅତିଶୟ ଗୁରୁତର ହୋଇଥିବା ମହିଳାଙ୍କ ୪ବର୍ଷର ଶିଶୁପୁତ୍ରଟି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ ଯେ ଗୁରୁତର ମହିଳା ଦୁଇଜଣ ଅଟୋ ଚାଳକଙ୍କ ସମ୍ପର୍କୀୟ ହୋଇଥିବାବେଳେ ସେମାନେ ଓଡ଼ଗାଁ ଅଭିମୁଖେ ଯାତ୍ରା କରୁଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଦୁର୍ଘଟଣା ଗ୍ରସ୍ତଙ୍କ ଦେବଦୂତ ଭାବେ ପରିଚିତ ରାଜସୁନାଖଳାର ଯୁବ ସାମାଜସେବୀ ଗଗନ ନାୟକ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର…

Read More

ଖଣି ନିଲାମ ବାତିଲ ଦାବୀରେ ରଣପୁରରେ ତହସିଲ ଘେରାଉ

ପଦାରେ ପଡ଼ିଲା ଖଣି ମାଫିଆ ଏବଂ ପ୍ରଶାସନର ଭିତିରି ବୁଝାମଣା। ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ଛପରି କୋଇଲମା ମୌଜାରେ ତହସିଲଦାର ନିଲାମ ଦେଇଥିବା ୪ଟି ମୁଗୁନି ପଥରଖଣିରେ ଖଣିମାଫିଆଙ୍କ ଆତଙ୍କ ରାଜ ବିରୋଧରେ ଗର୍ଜିଛନ୍ତି ଅଞ୍ଚଳବାସୀ। ଦୀର୍ଘଦିନ ଧରି ପ୍ରଶାସନ ଏବଂ ଖଣି ମାଫିଆଙ୍କ ଭିତିରି ବୁଝାମଣାରେ ଚାଲିଥିବା ମନମାନିର ଖୁଲୁମଖୁଲ୍ଲା ବିରୋଧ କରିଛି ସ୍ଥାନୀୟ ଜଙ୍ଗଲ ଓ ପରିବେଶ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି। ଏହିକ୍ରମରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବିଶାଳ ଜନ ଶୋଭାଯାତ୍ରା ରଣପୁର ପଞ୍ଚୁଦୋଳ ପଡିଆସ୍ଥିତ ସହୀଦମଣ୍ଡପ ଠାରୁ ବାହାରି ରଣପୁର ବଜ଼ାର ପରିକ୍ରମା କରିବା ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ତେବେ କ୍ରିୟାନୁଷ୍ଠାନ କମିଟି ସଭାପତି ଶରତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ବକ୍ତାମାନେ ପ୍ରଶାସନ ଏବଂ ଅସାଧୁ ଖଣି…

Read More

ନୟାଗଡ ରୋଟାରୀ କ୍ଲବର ୩୨ତମ ପ୍ରତିଷ୍ଠା ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ୭ ନଭେମ୍ବର ୧୯୯୦ରେ ଗଢି ଉଠିଥିବା ନୟାଗଡ଼ ରୋଟାରୀ କ୍ଲବ ପାଳନ କରିଛି ତାର ୩୨ତମ ପ୍ରତିଷ୍ଠା ଦିବସ । ଏହି ଅବସରରରେ ସମର୍ପଣ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ଖାଦ୍ୟ ପରିବେଷଣ କରିବା ସହିତ ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ସଂନ୍ଧ୍ୟା ୭.୩୦ରେ ଏକ ସାଧାରଣ ସଭା ରୋଟାରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉପସ୍ଥିତ କ୍ଲବର ପ୍ରତିଷ୍ଠାତା ସଭ୍ୟ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଏବଂ ରୋଟାରିଆନ ଅବଦୁଲ ଆରିଫ୍ ଖାନ ନୟାଗଡରେ ରୋଟାରୀର ମୂଳଦୁଆ କିପରି ପଡିଥିଲା ଏବଂ ରୋଟାରୀର ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ ଆଲୋଚନା କରିଥିଲେ, ସଂପାଦକ ମିହିର ରଞନ ନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ । କ୍ଲବର ସଦସ୍ୟମାନେ ରୋଟାରୀରେ ନିଜର ଅନୁଭୁତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପରିଶେଷରେ ରୋଟାରିଆନ ପ୍ରବୀର ପୃଷ୍ଟି…

Read More

ଅତିରିକ୍ତ ଉପ-ଜିଲ୍ଲାପାଳଙ୍କ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବୁଥ୍ ପରିଦର୍ଶନ

ଓଡ଼ଗାଁ,(ନୟାଗଡ଼ ଦାର୍ପଣ): ଆଜି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଦିବସରେ ନୟାଗଡ଼ର ଅତିରିକ୍ତ ଉପଜିଲ୍ଲାପାଳ ଅବନୀ କୁମାର ସାହୁ ନୟାଗଡ଼ ନିର୍ବାଚନ ମଣ୍ଡଳୀର କେତେକ ବୁଥ୍ ପରିଦର୍ଶନ କରିଛନ୍ତି। ନନ୍ଦିଘୋର, ଘସାଦେଈପୁର, ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ, ବାହାଡାପିଠା, ମଶାବାରୀ, ରଙ୍ଗଣୀପାଟଣା, ପଥରା, କୋମଣ୍ଡ, ରୋହିବାଙ୍କର ବୁଥ୍ ଗୁଡିକୁ ବୁଲି ଦେଖିବା ସହିତ ବି.ଏଲ୍.ଓ ମାନଙ୍କୁ ବିଭିନ୍ନ ଫର୍ମ ବିଷୟରେ ପଚାରି ବୁଝିଥିଲେ।ଭୋଟର ତାଲିକାରେ ଯୋଗ କରିବାକୁ ଆସିଥିବା ନୂତନ ଭୋଟର ମାନଙ୍କୁ ଉତ୍ସାହିତ କରିଥିଲେ। ଘରଘର ବୁଲି ବୁଝି ଅନଲାଇନ୍ ଓ ଅଫଲାଇନରେ ଯୋଗ, ବାଦ, ସଂଶୋଧନ କିପରି କରାଯିବ ବି.ଏଲ୍.ଓ ମାନଙ୍କଠାରୁ ପଚାରି ବୁଝିଥିଲେ। କୋମଣ୍ଡ ଏବଂ ରୋହିବାଙ୍କ ବି.ଏଲ୍.ଓ ମାନଙ୍କ ଠାରୁ ବି.ଏଲ୍.ଓ ରେଜିଷ୍ଟର, ଆବେଦନ ଫର୍ମ ଗୁଡିକ ପୁଙ୍ଖାନୁପୁଙ୍ଖ ଭାବରେ ଦେଖି ଶ୍ରୀ ସାହୁ ବି.ଏଲ୍.ଓ ବନୀତା ମାଝି, ରଞ୍ଜୁରାଣୀ ସାହୁ,…

Read More

ବୋମା ବିସ୍ଫୋରଣ ଘଟଣାରେ ୨ଜଣଙ୍କୁ ଗିରଫ କଲା ଓଡଗାଁ ପୋଲିସ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ପୋଲିସକୁ ବଡ଼ ସଫଳତା। ବାହାଡାଝୋଲା ବୋମା ବିସ୍ଫୋରଣରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଓଡଗାଁ ପୋଲିସ। ଗତ କାଲି ରାତ୍ର ୭ଘଟିକା ସମୟରେ ବାହାଡାଝୋଲା ବଜାରରେ ଦୁଇ ଭାଇଙ୍କ ମଧ୍ୟ୍ୟରେ ଘରୋଇ କଳହକୁ କେନ୍ଦ୍ର କରି ସାନଭାଇ ବଡଭାଇ ଉପରକୁ ଷଡଯନ୍ତ୍ର କରି ବୋମା ମାଡ କରିଥିଲା। ଏହି ବୋମା ମାଡ଼ରେ ପ୍ରଦୀପ ନାଏକଙ୍କ ମୃତ୍ୟୁ ହୋଇଥିଲା। ମୃତ ପ୍ରଦୀପ ନାଏକଙ୍କ ସାନଭାଇ ହେଉଛି ଅଭିଯୁକ୍ତ ଦିଲ୍ଲୀପ ନାଏକ ଏବଂ ଅନ୍ୟ ଜଣେ ସେହି ବାହାଡାଝୋଲା ଅଞ୍ଚଳର ମନୋଜ ସାହୁ ବୋଲି ଜଣାପଡିଛି। ମନୋଜ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ଅପରାଧୀ ବୋଲି ବାହାଡ଼ାଝୋଲା ଅଞ୍ଚଳରେ ଚର୍ଚା ଜୋର ଧରିଛି। ଗତକାଲି ବିଳମ୍ବିତ ରାତିରେ ଓଡଗାଁ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ମନୋଜ ଘରୁ ଚାରିଟି ବୋମା ଜବତ…

Read More

ପାଣିପଇଲାସ୍ଥିତ ମଦର ଆବାସିକ ବିଦ୍ୟାଳୟର ନୂତନ କର୍ମକର୍ତ୍ତା ଚୟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅନ୍ତର୍ଗତ ପାଣିପଇଲାସ୍ଥିତ ମଦର ଆବାସିକ ବିଦ୍ୟାଳୟର ନୂତନ କର୍ମକର୍ତ୍ତା ଚୟନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଦର ଆବାସିକ ବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଭାସୀନି ନନ୍ଦଙ୍କ ଅଧ୍ୟକ୍ଷତାରେ ଆଜି କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ନୂତନ କର୍ମକର୍ତ୍ତା ଚୟନରେ ଚିନ୍ତାମଣୀ ଆଚାର୍ଯ୍ୟଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଉପ ସଭାପତି ଭାବେ ଯୁବ ସମାଜସେବୀ ଆଶୁତୋଷ ଦାସଙ୍କୁ ମନୋନୀତ କରାଯାଇଛି । ସେହିପରି ସଂପାଦକ ଭାବେ ପ୍ରଭାସୀନି ନନ୍ଦ, ସହ ସଂପାଦକ ପ୍ରିୟମ୍ବଦା ଦାସଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ସନାତନ ସାହୁ, ବିଭୂତି ଭୂଷଣ ସାହୁ, ଡ଼ଃ.ସନ୍ତୋଷ ଭୁଜବଳ, ଅମିତ୍ କୁମାର ସାହୁ, ଅସ୍ୱନୀ କୁମାର ପଣ୍ଡା, ପ୍ରମୋଦ କୁମାର ବେହେରାଙ୍କୁ ନୂତନ କର୍ମକର୍ତ୍ତା ଚୟନରେ ସାମିଲ କାରଯାଇଛି । ଏହି ନୂତନ…

Read More