ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ଅଦାଲତ ସମେତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ୧୧୮୭ ଗୋଟି ଦେୱାନି ଓ ଫୌଜଦାରୀ ମାମଲା ଆଗତ ହୋଇ ତନ୍ମଧ୍ୟରୁ ୧୩୩ ଗୋଟି ମାମଲା ଫଇସଲା ହୋଇଛି । ଏଥି ନିମନ୍ତେ ୩୬ଲକ୍ଷ ୯୬ହଜାର ୯୪୮ଟଙ୍କା ହିତାଧିକାରୀ ମାନଙ୍କୁ ପ୍ରଦାନ ଲାଗି ସ୍ଥିରିକୃତ ହୋଇଅଛି । ସେହିପରି ୧୬୪୮ ଗୋଟି ବ୍ୟାଙ୍କ ଋଣ ଅନାଦେୟ ମାମଲାର ଆଗତ ହୋଇ ୧୬୬ ଗୋଟି ମାମଲାର ଫଇସଲା ହୋଇ ୫୨ଲକ୍ଷ ୪୧ହଜାର ୨୮ଟଙ୍କା ବ୍ୟାଙ୍କ ଋଣ ରାଶି ସେଟଲମେଣ୍ଟ (ରାଜିନାମା) ସ୍ୱାକ୍ଷରିତ ହୋଇଛି। ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଜଜ୍ ରୁପଶ୍ରୀ…
Read MoreCategory: ନୟାଗଡ଼
ବିଜେଡ଼ିରେ ଯୋଗଦେଲେ ଭୁବନେଶ୍ୱର ଆଇନ ମହାବିଦ୍ୟାଳୟର ପୂର୍ବତନ ସଭାପତି ଚିନ୍ମୟ ପ୍ରଧାନ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦିନକୁ ଦିନ ବିଜୁ ଜନତା ଦଳ ସାରା ରାଜ୍ୟରେ ସକ୍ରିୟ ହେବାକୁ ଲାଗିଛି। ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରମୁଖ ବିରୋଧୀ ଦଳର ନେତୃତ୍ୱ ନେଉଥିବା ନେତାମାନେ ଏବେ ବିଜେଡିରେ ଯୋଗ ଦେଉଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ମଳ ଆଦର୍ଶ, ସ୍ୱଚ୍ଛ ଶାସନ ଓ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ପ୍ରତ୍ୟେକ ଦିନ ହଜାର ହଜାର ବିରୋଧୀ ଶିବିର ଛାଡି ବିଜେଡିରେ ସାମିଲ ହେଉଛନ୍ତି। ଏ ପରିପ୍ରେକ୍ଷୀରେ ଭୁବନେଶ୍ୱର ଆଇନ ମହାବିଦ୍ୟାଳୟର ପୂର୍ବତନ ସଭାପତି ଚିନ୍ମୟ ପ୍ରଧାନଙ୍କ ସହ ଭୁବନେଶ୍ୱର ଏବଂ ଦଶପଲ୍ଲାର ବହୁ ଯୁବ ସଂଗଠକ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସଂପାଦକ ତଥା ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ…
Read Moreବୋମା ଆଣିଥିଲା ମାରିବାକୁ ହେଲେ ଫୁଟିଗଲା ନିଜ ହାତରେ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା ରଙ୍ଗଣୀପାଟଣା ହରିଜନ ସାହିରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବୋମା ମାରିବାକୁ ଆଣିଥିବା ବ୍ୟକ୍ତି ଅସାବଧାନତା ଯୋଗୁଁ ତଳେପଡି ନିଜ ହାତରେ ବୋମାଟି ଫୁଟି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଓଡ଼ଗାଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ସେଠାରୁ ତାକୁ ପୁଲିସ ଉଠାଇ ନେଇଛି। ଅନ୍ୟ ଜଣେ ସହଯୋଗୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ପନ୍ତିଖାରୀ ଶାସନର ଶ୍ବେତପଦ୍ମା ସାହୁ ଓରଫ ଫକୁ(୨୭) ଏବଂ ତାର ଅନ୍ୟ ଜଣେ ସହଯୋଗୀ ମାନସ ସାହୁ ଗତକାଲି ରାତି ୧୧ଟା ସମୟରେ ଦୁହେଁ ରଙ୍ଗଣିପାଟଣାରେ କିଛି କୌଣସି କାଣ୍ତ ଘଟାଇବାକୁ ଆସୁଥିବା ସମୟରେ ଅସାବଧାନତା ହୋଇ ଶ୍ବେତପଦ୍ମା ତଳେପଡି ଯାଇଥିଲେ। ସେ ହାତରେ ଧରିଥିବା ଦୁଇଟି ବୋମାରୁ ଗୋଟିଏ ବୋମା ତଳେ ମାଡ଼ହୋଇ ଫୁଟି ଯାଇଥିଲା। ବୋମା ମାଡ଼ରେ ତାଙ୍କର…
Read Moreଅଭିଭାବକ, ଶିକ୍ଷକ ବୈଠକ ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓଡ଼ଗାଁରେ ଆଜି ଛାତ୍ର ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦିନ ପରେ କରୋନା ପ୍ରଭାବରେ ବିଦ୍ୟାଳୟ ବନ୍ଦ ଥିଲା। ଗତ ୨୨ତାରିଖ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପ୍ରାରମ୍ଭିକ ଆକଳନ କରାଯାଇଥିଲା। ସେମାନେ କେତେ ଦକ୍ଷତା ହାସଲ କରିଛନ୍ତି ସେ ବିଷୟରେ ସଭିଙ୍କୁ ଅବଗତ କରାଯାଇଥିଲା।ବିଦ୍ୟାଳୟକୁ ଛାତ୍ର ଛାତ୍ରୀମାନେ ନିୟମିତ ଆସିବା, ଛାତ୍ରଛାତ୍ରୀଙ୍କ ଶିକ୍ଷା ସମ୍ବନ୍ଧୀୟ ସମସ୍ୟା ଉପରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ପଟ୍ଟନାୟକ, ସୌଦାମିନୀ ମହାପାତ୍ର ବିଷଦ ଭାବରେ ଆଲୋଚନା କରିଥିଲେ। ପରେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାକେଶ କୁମାର ସାହୁଙ୍କ ସହିତ ସ୍ୱାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ମାସ୍କ ଓ ସାନିଟାଇଜର ବ୍ୟବହାର,…
Read Moreଦଶପଲ୍ଲାରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିଜୟ ଦିବସ ପାଳିତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ସଂଯୁକ୍ତ କିଶାନ ମୋର୍ଚ୍ଚା ଆହ୍ବାନ କ୍ରମେ ଆଜି ଦେଶବ୍ୟାପୀ ବିଜୟ ଦିବସ ପାଳନ ଅବସରରେ ଦଶପଲ୍ଲା ଠାରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିଜୟ ଦିବସ ପାଳିତ ହୋଇଯାଇଛି। ବର୍ଷାଧିକ କାଳ କେନ୍ଦ୍ରର ମୋଦୀ ସରକାର ଆଣିଥିବା ତିନୋଟି କଳା କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଚାଲି ଆସିଥିବା ଆନ୍ଦୋଳନ ସଫଳ ହୋଇଥିବାରୁ ଅର୍ଥାତ୍ ଏକଛାତ୍ର ବାଦୀ ମୋଦୀ ସରକାର ଆଣିଥିବା କୃଷି ଆଇନକୁ ପ୍ରତ୍ୟାହାର କରିଥିବାରୁ ଏହା ଦେଶର କେବଳ ଚାଷୀ ଆନ୍ଦୋଳନର ବିଜୟ ନୁହେଁ ଏହା ଗଣତନ୍ତ୍ରର ବିଜୟ ବୋଲି ସଂଯୁକ୍ତ କିଶାନ ମୋର୍ଚ୍ଚା ଦାବୀ କରୁଛି।ତିନୋଟି କୃଷି ଆଇନ ବାତିଲ ପରେ ବି ଏମ୍ଏସପିକୁ ସୁନିଶ୍ଚିତ କରିବା ସହିତ ଆନ୍ଦୋଳନରେ ମୃତ୍ୟୁ ବରଣ କରିଥିବା ୭୧୫ଜଣ ସହିଦ ଚାଷୀଙ୍କୁ କ୍ଷତିପୂରଣ ଏବଂ ଆନ୍ଦୋଳନକାରୀ ଚାଷୀ ମାନଙ୍କ ନାମରେ ରୁଜୁ…
Read Moreନୟାଗଡ଼ ବିଜେପି ଓ କଂଗ୍ରେସର ଶହ ଶହ କର୍ମୀ ବିଜେଡିରେ ସାମିଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ବିଜେପି ଓ କଂଗ୍ରେସର ଶହଶହ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି।ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ବିଧାୟକ ଡ.ସାହୁଙ୍କ ବିକାଶ ମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଉକ୍ତ ବିରୋଧି ଦଳର ପ୍ରମୁଖ ନେତାମାନେ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ନୟାଗଡ଼ ବ୍ଲକର ୬ ଗୋଟି ପଞ୍ଚାୟତର ଶହ ଶହ କର୍ମି ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ସମାଜସେବୀ ଶ୍ରୀକାନ୍ତ ଖଟେଇ ଏବଂ ତାଙ୍କ ସହଧର୍ମିଣୀ ତଥା ନୟାଗଡ଼ ବିଜ୍ଞାପିତ…
Read Moreନାଟୁଗାଁରେ ନୂତନ ଶାଖା ଡାକ କାର୍ଯ୍ୟାଳୟ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟୁଗାଁ ଜନସାଧାରଣଙ୍କ ଦୀର୍ଘଦିନର ସ୍ୱପ୍ନ ଆଜି ପୁରଣ ହୋଇଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି । ସୂଚନାନୁସାରେ, ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ନାଟୁଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ଶାଖା ଡାକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ନାଟୁଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ପଦ୍ମଚରଣ ଉଦୟଭାନୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଦୀର୍ଘ ବର୍ଷ ଦାବି ପରେ ନାଟୁଗାଁ ପଞ୍ଚାୟତ ପରିସରରେ ଡାକ ବିଭାଗ ପକ୍ଷରୁ ଏକ ଶାଖା କାର୍ଯ୍ୟାଳୟର କାର୍ଯ୍ୟ ଆରମ୍ଭ କରିଥିବାରୁ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖା ଦେଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପୂର୍ବାଞ୍ଚଳ ଡାକ ବିଭାଗର ନିରୀକ୍ଷକ ବିଭୂତି ଭୂଷଣ ପଣ୍ଡା, ୱାର୍ଡ ମେମ୍ବର ଦିଲ୍ଲୀପ…
Read More“ଜିତିବ ଓଡିଶା”ରେ ନୟାଗଡ଼ର “ଅନନ୍ୟା”
ନୟାଗଡ଼,(ନୟାଗଡ଼ ଦର୍ପଣ): ସମାଜସେବା କ୍ଷେତ୍ରରେ ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ପରିଚିତ ଲାଭ କରିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଅନନ୍ୟା ଫାଉଣ୍ଡେସନ”ର ସଦସ୍ୟମାନେ ମନୋରଞ୍ଜନ ଧର୍ମୀ ଓଡ଼ିଆ ଚ୍ୟାନେଲର ଲୋକପ୍ରିୟ ଧାରାବାହିକ “ଜିତିବ ଓଡ଼ିଶା”ରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ସବ୍ୟସାଚୀ ମିଶ୍ରଙ୍କ ଠାରୁ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ କୋଡିଏ ହଜାର ଟଙ୍କାର ଏକ ମାଈକ୍ରୋଓଭନ୍, ପାଞ୍ଚ ହଜାର ଟଙ୍କାର ଗିଫ୍ଟ ଭାଉଚର୍, ଦଶ ହଜାର ଟଙ୍କାର ଡାକ୍ତରୀ ଚିକିତ୍ସା ପାଇଁ କୁପନ୍ ଏବଂ ଦଶ ହଜାର ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ରାଶନ ସାମଗ୍ରୀ ବିଭିନ୍ନ ଖେଳ ମାଧ୍ୟମରେ ଜିତିଛନ୍ତି। ଏହି ଶୋ ମାଧ୍ୟମରେ ଜିତିଥିବା ସମସ୍ତ ସାମଗ୍ରୀ ଓ ଅର୍ଥ ରାଶି ଅସହାୟ ନିରାଶ୍ରୟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ ବୋଲି ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି…
Read Moreନେହେରୁ ଯୁବ କେନ୍ଦ୍ର ନୟାଗଡ ତରଫରୁ ବକୃତା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନେହେରୁ ଯୁବ କେନ୍ଦ୍ର ନୟାଗଡ ତରଫରୁ ବକୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଜାତୀୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ ଯୁବ କେନ୍ଦ୍ର ନୟାଗଡ ପକ୍ଷରୁ ନୟାଗଡ ସ୍ଵଂୟଶାସିତ ମହାବିଦ୍ୟାଳୟ ପରିସରରେ ଦେଶ ପ୍ରେମ ଓ ରାଷ୍ଟ୍ରବାଦ୍ ଉପରେ ଜିଲ୍ଲା ସ୍ତରୀୟ ବକୃତା ପ୍ରତିଯୋଗୀତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଅନୁରାଗ କୁମାର ପରିଚାଳନା କରିଥିଲେ ଏଥିରେ ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରୁ ବ୍ଲକ ସ୍ତରରେ କୃତକାର୍ଯ୍ୟ ହୋଇଥିବା ୧୭ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ରମେଶ ଚନ୍ଦ୍ର ବିଶ୍ବାଳ, ଡ. ଚିତ୍ତରଞ୍ଜନ ଦାସ (ଡିପିଓ ଜାତୀୟ ସେବା ଯୋଜନା ) ଏବଂ କେଶବ ଚନ୍ଦ୍ର ରାଉତରାୟ ବିଚାରପତିର ଦାୟିତ୍ଵ…
Read Moreପାଳିତ ହେଲା ମହୋତ୍ସବ କମିଟିର ପ୍ରତିଷ୍ଠା ଦିବସ
ମଶାଲ ଶୋଭାଯାତ୍ରାରେ ସାମିଲ ହେଲେ ବହୁ ଯୁବକ ଯୁବତୀ, ନଗର ପରିକ୍ରମା କଲା ମା କାଉଁରୀଙ୍କ ଆଜ୍ଞାମାଳ ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରାଜସୁନାଖଳା ମହୋତ୍ସବ କମିଟିର ଆଜି ପାଳିତ ହୋଇଯାଇଛି ପ୍ରତିଷ୍ଠା ଦିବସ। ଏହିକ୍ରମରେ ଆଜି ସକାଳେ ପ୍ରଥମେ ରାଜସୁନାଖଳାର ଅଧିଷ୍ଠାତ୍ରୀ ଦେବୀ ମା କାଉଁରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ମାଆଙ୍କର ଆଜ୍ଞାମାଳ ପ୍ରାପ୍ତ ହେବାପରେ ଏକ ବିଶାଳ ଶୋଭାଯାତ୍ରାରେ ଏହାକୁ ନେଇ ନଗର ପରିକ୍ରମା କରାଯାଇଥିଲା। ଏଥିସହିତ ଏକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ଅଞ୍ଚଳର ବହୁ ଶିକ୍ଷିତ ଗୋଷ୍ଠୀ ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ରାଜସୁନାଖଳାର ସମସ୍ତ ଅଞ୍ଚଳ ପରିକ୍ରମା ହୋଇସାରିବା ପରେ ମହୋତ୍ସବ ପଡ଼ିଆ ଠାରେ ଭୂମିପୂଜନ ଏବଂ ହୋମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହୋତ୍ସବ କମିଟି ଉପାଧ୍ୟକ୍ଷ ପ୍ରସନ୍ନ କୁମାର ପ୍ରଧାନ ମୁଖ୍ୟ ପୁରୋଧା ସାଜିଥିଲେ। ଅନ୍ୟପକ୍ଷରେ ମହୋତ୍ସବ କମିଟିର…
Read More