ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଉପକଣ୍ଠ ଲେଖନପୁର ଠାରେ ଗଢିଉଠିଥିବା ବୃଦ୍ଧାଶ୍ରମ (ସମର୍ପଣ) ହେଉଛି ଅସହାୟ ମାନଙ୍କର ସହାୟ। ଗରିବ, ଦୁଃସ୍ଥ, ନିଷ୍ପେଷିତ, ଅବହେଳିତ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ଏହା ଏକ ସୁନ୍ଦର ଆଶ୍ରୟସ୍ଥଳୀ। ବଦାନ୍ଯ ବ୍ଯକ୍ତି ମାନଙ୍କର ସାହାଯ୍ୟ ସହଯୋଗ ତଥା ମାନ୍ଯବର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ପ୍ରତ୍ଯେକ୍ଷ ମାର୍ଗଦର୍ଶନରେ ପରିଚାଳିତ ହେଉଥିବା ଏହି ବୃଦ୍ଧାଶ୍ରମର ଅନ୍ତେବାସୀ ମାନଙ୍କର ମାସିକ ସ୍ବାସ୍ଥ୍ଯ ଚିକିତ୍ସା ଓ ସ୍ବାସ୍ଥ୍ଯ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯନିର୍ବାହୀ ସଦସ୍ଯ ସମାଜସେବୀ ଶ୍ରୀଧର ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ସ୍ବାସ୍ଥ୍ଯ ସେବା କାର୍ଯ୍ୟକ୍ରମରେ ଶଙ୍ଖେଇ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ବିଭୁତି ଭୂଷଣ ଦଳେଇ ଓ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ସମ୍ବିତ୍ ଜେନା ଯୋଗଦେଇ…
Read MoreCategory: ନୟାଗଡ଼
ଓଡ଼ଗାଁ ବ୍ଲକର ନୂତନ କଂଗ୍ରେସ କମିଟି ଗଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ କଂଗ୍ରେସର ନୁତନ କମିଟି ଗଠନ କରାଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏବଂ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରଣଜିତ ଦାସଙ୍କ ଅନୁମୋଦନ କ୍ରମେ ଓଡ଼ଗାଁ ବ୍ଲକ କଂଗ୍ରେସ କମିଟି ଘୋଷଣା କରିଛନ୍ତି। ଉକ୍ତ କମିଟିରେ ୨୫ ଜଣ ସଦସ୍ୟ ଅଛନ୍ତି। ଉପସଭାପତି ଭାବେ ବିଭୁତି ଭୁଷଣ ରାଉତ, ବିମଳ କୁମାର ଦାସ, ନବ କିଶୋର ସାହୁ। ସାଧାରଣ ସମ୍ପାଦକ ଭାବେ ରାଧାକାନ୍ତ ମହାପାତ୍ର, ନିଶାନ୍ତ କୁମାର ଦାଶ, ପ୍ରକାଶ କୁମାର ପାଣିଗ୍ରାହୀ, ପ୍ରଭାତ କୁମାର ପୃଷ୍ଟି, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପାଣୁ ଚରଣ ମହାରଣା। ସମ୍ପାଦକ ଭାବେ ପ୍ରଦୀପ କୁମାର ମହାରଣା, ସୀତାରାମ ଦଳବେହେରା, ଗୋପାଳ କୃଷ୍ଣ ସାହୁ, ସୁଧିର କୁମାର ଦାସ, ମହେଶ୍ଵର ମାର୍ଥା, ଚନ୍ଦନ ବରାଡ, ପ୍ରକାଶ କୁମାର ମହାପାତ୍ର, ସୁବାଷ ଚନ୍ଦ୍ର ନାୟକ।…
Read Moreରଘୁନାଥ ସମବାୟ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ସହାୟତାରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ୟାଙ୍କ ତରଫରୁ ଶାଖା ପରିଚାଳକ ସନ୍ତୋଷ କୁମାର ସେଠୀ, ଉପଶାଖା ପରିଚାଳକ ସନ୍ଦିପ ପଣ୍ଡା ଓ ଶୁଭଜିତ ପୃଷ୍ଟି ଅଂଶଗ୍ରହଣ କରି ୟୋନୋ ବ୍ୟାଙ୍କ ସମ୍ପର୍କରେ ବୁଝାଇଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମହମ୍ମଦ୍ ଓମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଏହା ପରେ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀମାନେ ମହାବିଦ୍ୟାଳୟ ପରିସରରେ ଏକ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶୁକାନ୍ତ କୁମାର ସାହୁ, ନିରୋଜ ପ୍ରଧାନ, ପ୍ରଶାନ୍ତ ପଣ୍ଡା, ଶୁଭଶ୍ରୀ ଶୁଭସ୍ମିତା ନନ୍ଦ, ମନୋଜ କୁମାର ବିଶ୍ବାଳ, ସୁରୋଜ କୁମାର ରାଉତ,…
Read Moreଅନନ୍ୟା ଫାଉଣ୍ଡେସନ୍ ଓ ରାଜସୁନାଖଳା ମହୋତ୍ସବ କମିଟି ପକ୍ଷରୁ ସୂର୍ଯ୍ୟଙ୍କୁ ଆର୍ଥିକ ସହାୟତା
ରଣପୁର,(ନୟାଗଡ଼ ଦର୍ପଣ): ଗତ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରୁ ଖବର ପାଇ ଉଭୟ ବୃକକ ଖରାପ ଥିବା ଚବିଶି ବର୍ଷୀୟ ଯୁବକକୁ କୋଡ଼ିଏ ହଜାର ଟଙ୍କାର ଆର୍ଥିକ ସହାୟତା କରିଛନ୍ତି ଅନନ୍ୟା ଫାଉଣ୍ଡେସନ ଓ ରାଜସୁନାଖଳା ମହୋତ୍ସବ କମିଟି। ରଣପୁର ବ୍ଲକ ଅନ୍ତର୍ଗତ କାସନ୍ଦା ଗ୍ରାମର ଯୁବକ ସୂର୍ଯ୍ୟକାନ୍ତ କିଛି ଦିନ ହେବ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି। କିନ୍ତୁ କିଛି ଦିନ ପରେ ଜଣା ପଡ଼ିଲା ତାଙ୍କର ଉଭୟ ବୃକକ ରୋଗାକ୍ରାନ୍ତ। ସେ ମଧ୍ୟବିତ୍ତ ପରିବାରର ହୋଇଥିବାରୁ ତାଙ୍କ ପକ୍ଷେ ବୃକକ ପ୍ରତିରୋପଣ ସମ୍ଭବ ହୋଇନଥିଲା। ସେ ଅସହାୟ ହୋଇ ସାମାଜିକ ଗଣମାଧ୍ୟମରେ ସହାୟତା ଭିକ୍ଷା କରିଥିଲେ। ପରେ ଏହି ଖବର ବିଭନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହି ଖବର ପ୍ରକାଶିତ ହେବା ପରେ ଜୈନିକ ସାମ୍ବାଦିକଙ୍କ ବ୍ୟକ୍ତିଗତ ଅନୁରୋଧକ୍ରମେ ରାଜସୁନାଖଳା ମହୋତ୍ସବ…
Read Moreଓଡ଼ିଶାର ନୂତନ ଡିଜିପଙ୍କ ନାମ ଘୋଷଣା
ଭୁବନେଶ୍ବର,(ନୟାଗଡ଼ ଦର୍ପଣ): ଓଡିଶାର ନୂଆ ଡିଜିପି ଭାବେ ମୁଖ୍ୟମନ୍ତ୍ରୀ ଜଣଙ୍କୁ ନିଯୁକ୍ତ କରିଛନ୍ତି। ସେ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ। ସେ ବର୍ତ୍ତମାନ ଆଇବିର ନିର୍ଦ୍ଦେଶକ ଅଛନ୍ତି। ବିଧବଧ ଭାବେ ତାଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫଳରେ ସେ ନୂଆ ବର୍ଷରେ ନୂଆ ଡିଜିପି ଦ୍ବାୟିତ୍ବ ଗ୍ରହଣ କରିବେ। ଚଳିତ ଡିସେମ୍ବରରେ ଶେଷରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେଥିପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ତରଫରୁ 14 ଜଣିଆ ନାମ ପଠାଯାଇଥିଲା। ଏଥିରେ କେନ୍ଦ୍ର ସରକାର ତିନିଜଣଙ୍କ ନାମ ମନୋନିତ କରି ପଠାଇଥିଲେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ସୁନୀଲ ବଂଶଲ ନାମକୁ ନୂଆ ଡିଜିପି ଭାବେ ଘୋଷଣା କରିଛନ୍ତି।
Read Moreନୟାଗଡ଼ ଏସ୍ପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ଝିଅ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦବୀରେ ଆନ୍ଦୋଳନରତ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅମାନୁଷିକ ଆକ୍ରମଣ, କଂଗ୍ରେସ ଭବନ ଭିତରେ ପୋଲିସ ଜୋର ଜବରଦସ୍ତ ପଶି କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଆହ୍ୱାନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଚାରିଘଣ୍ଟା ଧରି ଘେରାଓ କରାଯାଇଥିଲା। ଏହି ବିକ୍ଷୋଭ ସଭାରେ ଓଡିଶା ପୋଲିସ ଶାଳୀନତା କର୍ତ୍ତବ୍ୟବୋଧତାର ସବୁ ସୀମା ଲଂଘନ କରି ବିଜେଡ଼ି ସରକାରର ବୋଲକରା ସାଜି ଗୁଣ୍ଡାରାଜ କାର୍ଯ୍ୟକୁ ତୀବ୍ର ନିନ୍ଦା କରାଯାଇ ପୋଲିସ କମିଶନରଙ୍କ ନିଲମ୍ବନ ଦାବୀ ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଉପରେ ଗୁରୁତ୍ୱ ଆରୋପ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ବିଧାୟକ ରବି…
Read Moreଛାତ୍ରଙ୍କ ଉତ୍ତରରେ ଖୁସି ହୋଇ ପ୍ରଦାନ କଲେ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ
ନୟାଗଡ଼,(ନୟାଗଡ଼ ଦର୍ପଣ): 5T ଆଧାରରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡ଼ିକର ସମୀକ୍ଷା କରିବାକୁ ଯାଇ 5T ସଚିବ ଭି. କେ ପାଣ୍ଡିଆନଙ୍କ ଦ୍ୱାରା ଗତକାଲି ଭର୍ଚୁଆଲ ମୋଡ଼ରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଏବଂ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟର କିଛି ଛାତ୍ରଛାତ୍ରୀଙ୍କୁ ନେଇ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଗୋପାଳପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭ୍ରଶାଶ୍ୱତ ମାଝୀଙ୍କୁ 5T ସଚିବ ପଚାରିଥିଲେ ତୁମେ ଭବିଷ୍ୟତରେ କ’ଣ ହେବ? ଉତ୍ତରରେ ଛାତ୍ର ଜଣଙ୍କ ପାଇଲଟ ହେବି ବୋଲି କହିଥିଲେ। ସଚିବ ପୁଣି ପ୍ରଶ୍ନ କରିଥିଲେ ଦେଶରେ ଜଣେ ଭଲ ପାଇଲଟଙ୍କ ନାମ କୁହ? ଉତ୍ତରରେ ଝଡ଼ର ଇଗଲ ବିଜୁ ପଟ୍ଟନାୟକଙ୍କ ନାମ କହିଥିଲେ। ବାସ ଏତିକିରେ ତା’ପରଦିନ ଅର୍ଥାତ ଆଜି ବିଜୁ ପଟ୍ଟନାୟକଙ୍କ ଉପରେ ଆଧାରିତ ପୁସ୍ତକ “The…
Read Moreଛେଳି ଚୋରୀକରି ଦୁଇ ଯୁବକ ଗିରଫ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ଥାନା ପୁଲିସ ଦ୍ୱାରା ଛେଳି ଚୋରି କରି ଦୁଇଜଣ ଯୁବକ ଗିରଫ ହୋଇଛନ୍ତି । ଦୁଇଜଣ ଯାକ ଲୁଟେରା ହେଲେ ନୟାଗଡ଼ ବ୍ଳକ ନୂଆ ଜୟପୁରର ସନ୍ତୋଷ କୁମାର ସେଠୀ ଓ ଭାଟସାହି ଗ୍ରାମର ପୁର୍ଣ୍ଣଚନ୍ଦ୍ର ବରାଡ଼ । ଗତ ୧୦ ତାରିଖ ଦିନ ନୁଆଗାଁ ଥାନା ଅଭୟପୁର ଗ୍ରାମର ତପନ ବେହେରା ଛେଳି ଗୋଠ ନେଇ ଯାଉଥିବା ବେଳେ ଗୋଟିଏ ଛେଳି ଗୋଠରୁ ରହିଯାଇଥିଲା । ଏହାର ସୁଯୋଗ ନେଇ ସନ୍ତୋଷ ଓ ପୁର୍ଣ୍ଣଚନ୍ଦ୍ର ୟାମା ଫେଜର ଗାଡ଼ିରେ ଛେଳିଟିକୁ ଉଠାଇ ନେଇଥିଲେ । ଏହି ସମୟରେ ସ୍ଥାନୀୟ ଲୋକ ଦେଖିବା ସହ ଗାଡ଼ିଟିର ନମ୍ବର ଜାଣିଥିଲେ। ଏ ନେଇ ତପନ ବେହେରା ନୁଆଗାଁ ଥାନାରେ ଏତେଲା ଦେଇଥିଲେ । ନୁଆଗାଁ ପୁଲିସ ପକ୍ଷରୁ ୧୬୦/୨୦୨୧ରେ ଏକ ମାମଲା ରୁଜ କରି…
Read More“ସୋହମ” ପରିସରରେ ଶୋକସଭା ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): “ସୋହମ” ସଂଗଠନ କାର୍ଯ୍ୟାଳୟ ଠାରେ ଭାରତର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ଓ ବୈଜ୍ଞାନିକ ପଦ୍ମଭୂଷଣ ଡଃ. ତ୍ରିଲୋଚନ ପ୍ରଧାନ, ପଦ୍ମଶ୍ରୀ ନନ୍ଦ ସାର୍ ଓ ଭାରତର ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସମେତ ଅନ୍ୟ ୧୨ ଜଣ ସହିଦଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବିଦ୍ୟାଧର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଯାଇଛି । ପ୍ରଥମେ ସମସ୍ତ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ ଓ ପଦ୍ମଶ୍ରୀ ନନ୍ଦ ସାରଙ୍କ ଶିକ୍ଷା ପ୍ରତି ଅବଦାନ ଓ ସହିଦ ମାନଙ୍କ ବୀର ଗାଥାର ସ୍ମୃତି ଚାରଣ କରିଥିଲେ । ତତ୍ପରେ ସଂଗଠନ ର ସଂପାଦକ ଶ୍ରୀ କାମାକ୍ଷା ପ୍ରସାଦ ଦାଶ ବୈଜ୍ଞାନିକ…
Read Moreବୀରଯବାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ):- ବିମାନ ଦୁର୍ଘଟଣାରେ ସହିଦ ବୀର ଯବାନ ମାନଙ୍କ ଉଦେଶ୍ୟରେ ନୟାଗଡ଼ ସେବା ଉତ୍ସବ ସମିତି ଓ ୟୁଥ ଫର ଆକ୍ସନ ମିଳିତ ଆନୁକୂଲ୍ୟରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ଅନୁଷ୍ଠିତ ହୋଇଯାଇଛି l ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ସିଡିଏସ ବିପିନ ରାୱତଙ୍କ ସମେତ ଅନ୍ୟ 12ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଏହି ଅବସରରେ ପଦ୍ମଶ୍ରୀ ନନ୍ଦ ପୃଷ୍ଟି, ନୟାଗଡ଼ର ବରପୁତ୍ର ବୈଜ୍ଞାନିକ ତ୍ରିଲୋଚନ ପ୍ରଧାନ ଓ ସେବା ଉତ୍ସବ ସମିତିର ସ୍ବେଛାସେବୀ କାହ୍ନାଙ୍କ ସ୍ମୃତି ଉଦେଶ୍ୟରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା l ଦେଶ ଓ ଜାତି ପାଇଁ ଏହି ସବୁ ବ୍ୟକ୍ତିତ୍ୱ ମାନେ ଆମ ପାଇଁ ଅଜସ୍ର ପ୍ରେରଣାର…
Read More