ନୟାଗଡ଼ରେ ଆରମ୍ଭ ହେଲା ମୋବାଇଲ ମେଡିକାଲ ସେବା

ନୟାଗଡ଼,(ନୟାଗଡ଼ ଦର୍ପଣ): ବରିଷ୍ଠ ନାଗରିକଙ୍କୁ ଘରପାଖରେ ମେଡିକାଲ ସୁବିଧା ଯୋଗାଇବାକୁ ନୟାଗଡ଼ରେ ଆରମ୍ଭ ହେଲା ମୋବାଇଲ ମେଡିକାଲ ସେବା। ଶୁଭଦ୍ରା ମହତାବ ସେବାସଦନ ପକ୍ଷରୁ ନୟାଗଡ଼ ସିନ୍ଦୁରିଆ ଠାରେ ଏହି ମୋବାଇଲ ମେଡିକାଲ ସେବାର ଶୁଭ ଉଦଘାଟନ ହୋଇଛି। ଓଡିଶା ସରକାରଙ୍କ SSEPD ବିଭାଗ ସହାୟତାରେ ନୟାଗଡ଼ ସିନ୍ଦୁରିଆଠାରେ ଏହି ପ୍ରକଳ୍ପର ଶୁଭ ଉଦଘାଟନ କରାଯାଇଥିବା ବେଳେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଁହର ଏବଂ ସୁଭଦ୍ରା ମହତାବ ସେବାସଦନ ସମ୍ପାଦିକା ଅନିତା ମଞ୍ଜରୀ ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଆଗାମୀ ଦିନରେ ଏହି ମେଡିକାଲ ସେବା ବରିଷ୍ଠ ନାଗରିକମାନଙ୍କୁ ଘର ଘର ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ନିଭାଇବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଆଜିର…

Read More

ଦଶପଲ୍ଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା କୋର୍ଟ ପରିସରରେ ଥିବା ବାର ଲାଇବ୍ରେରୀ କକ୍ଷରେ ଆଜି ଦଶପଲ୍ଲା ବାର(ଓଡ଼ିଶା ବାର କାଉନସିଲ ସହବନ୍ଧିତ)ର ଚଳିତ ବର୍ଷ ପାଇଁ ନିର୍ବାଚିତ କର୍ମକର୍ତ୍ତା ମାନଙ୍କପାଇଁ ଏକ ସମ୍ବର୍ଦ୍ଧନା ସଭା ବରିଷ୍ଠ ଆଡଭୋକେଟ୍ ଗୌରଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଭାର ପ୍ରାରମ୍ଭରେ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦାସ ନବ ନିର୍ବାଚିତ ସଦସ୍ୟ ମାନଙ୍କ ନାମ ଘୋଷଣା କରିବା ସହିତ ସେମାନଙ୍କୁ ସ୍ବାଗତ କରିଥିଲେ। ନବ ନିର୍ବାଚିତ କର୍ମକର୍ତ୍ତା ମାନେ ହେଲେ ଶ୍ରୀଯୁକ୍ତ ଶୁଶାନ୍ତ କୁମାର ପାତ୍ର ସଭାପତି, ଶରତ ଚନ୍ଦ୍ର ବେହେରା ଉପ ସଭାପତି, ପ୍ରମୋଦ କୁମାର ସାହୁ ସମ୍ପାଦକ, ମାନସ କୁମାର ମହାକୁଡ଼ ଲାଇବ୍ରେରୀ ସମ୍ପାଦକ, ସୁନିଲ କୁମାର ପାତ୍ର କୋଷାଧ୍ୟକ୍ଷ, ସୁଦାମ ଚରଣ ପରିଡ଼ା ସହ ସମ୍ପାଦକ ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ଆଇନଜୀବୀ ଗୌରଚନ୍ଦ୍ର ମିଶ୍ର,…

Read More

ଦୁଇବର୍ଷ ପରେ ଧୁମଧାମରେ ପାଳନ ହେବ ମା ଦକ୍ଷିଣକାଳୀଙ୍କ ପଣା ଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଅପରାହ୍ନ ୪ଘଟିକା ସମୟରେ ନୟାଗଡ଼ ପୁରୁଣା ସହରରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ପଣା ସଂକ୍ରାନ୍ତି ଯାତ୍ରାର ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଇଛି ।ଏହି ଯାତ୍ରା ଆସନ୍ତା ୧୪.୦୪.୨୦୨୨ରିଖ ଠାରୁ ଆରମ୍ଭ ହୋଇ ତା.୨୦.୦୪.୨୦୨୨ରିଖ ପର୍ଯ୍ୟନ୍ତ ୭ଦିନ ଧରି ପାଳନ କରାଯିବ ବୋଲି ନିଷ୍ପତି ହୋଇଛି । ଏହି ଯାତ୍ରା କିପରି ସୁପରିଚାଳନା ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ ଏହା ଉପରେ ନବ ନିର୍ବାଚିତ ପୌରାଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ମା ଦକ୍ଷିଣକାଳୀ ଯାତ୍ରା ପରିଚାଳନା କମିଟିର ସଂପାଦକ ଶ୍ରୀ କିଷାନ୍ କୁମାର ଦାଶ ଠାକୁରାଣୀଙ୍କ ଦୈନନ୍ଦିନ ନିତିକାନ୍ତି ଓ କାର୍ଯ୍ୟକ୍ରମ ସଂପର୍କରେ ସମସ୍ତଙ୍କୁ ଜଣାଇଥିଲେ । ପୂର୍ବ ବର୍ଷର…

Read More

ରଣପୁର ଅଞ୍ଚଳର ଗୌରବ ସହିଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ରଣପୁର,(ନୟାଗଡ଼ ଦର୍ପଣ): ପ୍ରଜାମେଳି ଆନ୍ଦୋଳନର ପୁରୋଧା, ସ୍ଵତନ୍ତ୍ରତା ସେନାନୀ, ବେଜେଲଗେଟ ଭଳି ଅତ୍ୟାଚାରୀ ଇଂରେଜ ଶାସକ ବିରୁଦ୍ଧରେ ଲଢ଼େଇ କରି ଆଜିର ଦିନରେ ଫାଶି ପାଇଥିବା ରଣପୁର ଅଞ୍ଚଳର ଗୌରବ ସହିଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା। ବିଭିନ୍ନ ସ୍ଥାନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବିଧାୟକ ସତ୍ୟନାରାୟଣ ପ୍ରଧାନ, ରଣପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଏପରି କାର୍ଯ୍ୟକ୍ରମମାନଙ୍କରେ ସାମିଲ ହୋଇଥିଲେ । ସହିଦ ରଘୁନାଥ ମହାନ୍ତି ୧୯୧୪ ମସିହା ଜୁଲାଇ ମାସ ୦୧ ତାରିଖରେ ବାଦଭୂଇଁ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ଗଡବାଣିକିଲୋ ଗ୍ରାମରେ ୧୯୧୧ ମସିହା ନଭେମ୍ବର ୩୦ ତାରିଖରେ…

Read More

ଆଇ ଲେନ୍ସ କମ୍ପାନୀର ଶୁଭ ଉଦଘାଟନ ଓ ଚକ୍ଷୁ ରୋଗ ସଚେତନତା ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଆଇ ଲେନ୍ସ କମ୍ପାନୀର ଶୁଭ ଉଦଘାଟନ ହେବା ସହିତ ଦୁଇ ଦିନିଆ ଚକ୍ଷୁ ରୋଗ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମୁଖ୍ଯ ଅତିଥି ଭାବେ ଓଡ଼ିଶାର ମାନ୍ଯବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲାବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ପ୍ରଥମ ମହିଳା ପୌରାଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଯୋଗଦେଇଥିଲେ। ସମାଜସେବୀ ଶ୍ରୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଚେତନତା ଶିବିରରେ ଭୁବନେଶ୍ୱର ଅଗ୍ରଓ୍ୱାଲ ଚକ୍ଷୁ ଚିକିତ୍ସାଳୟର ଡାକ୍ତର ସୌମେନ୍ଦୁ ମହାନ୍ତି, ଡାକ୍ତର ଗରିମା ରଥ ଓ ଡାକ୍ତର ଈଶାନିରଗୁରକର୍ ଯୋଗଦେଇ ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ। ନୟାଗଡ଼ ଲୋକନାଥ ନଗର ନିବାସୀ ଲକ୍ଷ୍ମଣ…

Read More

ମହାମହୀମ ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର ଗଣେଶୀ ଲାଲଙ୍କ ଖଣ୍ଡପଡ଼ା ଗସ୍ତ

ନୟାଗଡ଼/ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ଆଜି ପୂର୍ବାହ୍ନ ଘ.୧୧.୩୦ମି. ସମୟରେ ମହାମହୀମ ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର ଗଣେଶୀ ଲାଲ ଖଣ୍ଡପଡ଼ା ସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇଥିଲେ । ଆମର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ ଉଦ୍ଦେଶ୍ୟରେ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଗାନ କରି ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଆରମ୍ଭ କରିଥିଲେ । ବିଦ୍ୟା କଣ ତାହାକୁ ବୁଝାଇବାକୁ ଯାଇ କହିଥିଲେ ଯେ, ସା ବିଦ୍ୟା ୟା ବିମୁକ୍ତଏ । ମାନବତା ହିଁ ପରମ ଧର୍ମ । ପ୍ରତ୍ୟେକ ମାନବ ଭିତରେ ସୁନ୍ଦରତା ଭରପୁର । ସେବା ହିଁ ସୌଭାଗ୍ୟ । ପ୍ରତ୍ୟେକ ବ୍ୟକ୍ତିର ସ୍ୱତନ୍ତ୍ରତା ଅଛି । ସଂଜମ ପ୍ରଚେଷ୍ଟା, ପରିଶ୍ରମ, ସହଜ ରହିବା, ସରଳ ରହିବା ସିଦ୍ଧି ଲାଭର ମୂଳମନ୍ତ୍ର । ଭଗବାନଙ୍କ…

Read More

ସେବା ପରିବାରର ବନ୍ଧୁ ମିଳନ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ସେବା ପରିବାରର ବନ୍ଧୁମିଳନ ଉତ୍ସବ ନୟାଗଡ଼ ନିକଟସ୍ଥ ଝରଦେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତା ମାନେ ଏକାଠି ହୋଇଥିବା ବେଳେ ଆଗାମୀ ଦିନରେ ସାରା ନୟାଗଡ଼ରେ କିଭଳି ସେବା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବା ସହ ଯୁବକମାନଙ୍କୁ ଏଥିରେ ଯୋଡ଼ାଯିବ ସେନେଇ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲାରେ ସମସ୍ତ ସ୍ବେଛାସେବୀ ସଂଗଠନମାନଙ୍କୁ ନେଇ ଜିଲ୍ଲାରେ କିଭଳି ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ଏନେଇ ଉପସ୍ଥିତ ଯୁବ ସ୍ବେଛାସେବୀମାନେ ନିଜର ମତ ରଖିଥିଲେ। ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବନ୍ଧୁମିଳନ ଉତ୍ସବରେ ବିଶିଷ୍ଠ ସମାଜସେବୀ ବଂଶୀଧର ସାହୁ, ଦାମୋଦର ସାହୁ, ସମାଜ ଜିଲ୍ଲାପ୍ରତିନିଧି ଶୁଭେନ୍ଦୁ ଦାଶ, ସମାଜସେବୀ ସନ୍ତୋଷ ପ୍ରଧାନ,…

Read More

ସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକାର “ସ୍ୱାତୀଲଗ୍ନା କଳା ସମ୍ମାନ-୨୦୨୨” ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ସାହିତ୍ୟ ଇ ପତ୍ରିକା ତରଫରୁ ନୟାଗଡ଼ ଜିଲ୍ଲାର ରାବରା ଗ୍ରାମର ଶ୍ରୀଯୁକ୍ତ ସୀତାରାମ ଚୌଧୁରୀ ଓ ଶରଣକୁଳ ନିକଟସ୍ଥ ଗୋଡିପଲ୍ଲୀ ଗ୍ରାମର ସଂଗ୍ରାମ କେଶରୀ ସ୍ୱାଇଁକୁ “ସ୍ୱାତୀଲଗ୍ନା କଳା ସମ୍ମାନ 2022″ରେ ସମ୍ମାନିତ କରାଯାଇଛି। ଶ୍ରୀଯୁକ୍ତ ସୀତାରାମ ଚୌଧୁରୀ ଏକକ ଅଭିନୟ କ୍ଷେତ୍ରରେଜଣେ ଅନନ୍ୟ ଅଗ୍ରଦୂତ। ଆନ୍ଧ୍ର, ଓଡ଼ିଶା ତଥା ପଶ୍ଚିମବଙ୍ଗ ଭଳି ପଡୋଶୀ ରାଜ୍ୟମାନଙ୍କରେ ଏକକ ଅଭିନୟ କରି ସେ ଅନେକ ସୁଖ୍ୟାତି ଅର୍ଜ୍ଜନ କରି ପାରିଅଛନ୍ତି। ସମୟ ଶ୍ରୋତରେ ହଜିଯାଉଥିବା ବିଲୁପ୍ତପ୍ରାୟ “ଏକକ ଅଭିନୟ”କୁ ସେ ନିଜ ଅଧ୍ୟବସାୟ ବଳରେ ଉଜ୍ଜୀବିତ କରି ଆଜିପର୍ଯ୍ୟନ୍ତ ବଞ୍ଚେଇ ରଖି ଆସିଥିବାରୁ ଶ୍ରୀ ଚୌଧୁରୀ ମହୋଦୟଙ୍କୁ ଚଳିତ ବର୍ଷ ପାଇଁ “ସ୍ଵାତୀଲଗ୍ନା କଳା ସମ୍ମାନ ୨୦୨୨” ରେ ସମ୍ମାନିତ କରାଯାଇଛି ସେହିପରିହେ ଅନନ୍ୟ ପ୍ରତିଭୂ ସଂଗ୍ରାମ କେଶରୀ…

Read More

କିଶୋର କିଶୋରୀଙ୍କୁ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମିଶନ ଶକ୍ତି ଭବନ ଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଶଙ୍କର ଜେନାଙ୍କ ଅଧ୍ଯକ୍ଷତାରେ କିଶୋର କିଶୋରୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ କିଶୋର କିଶୋରୀଙ୍କ ନିମନ୍ତେ ବିଭିନ୍ନ ବିଭାଗ ତରଫରୁ ଥିବା ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରଯାଇଥିଲା। ବିଶେଷଭାବରେ ଆଦ୍ଵିକା କାର୍ଯକ୍ରମ, ଆଶୀର୍ବାଦ ଯୋଜନା, ଦୀନଦୟାଲ ଉପଧାୟ ଗ୍ରାମୀଣ କୌଶଳ ଯୋଜନା, ଜୀବନ କୌଶଳଶିକ୍ଷା, ଆର୍ଥିକ ସ୍ବାକ୍ଷରତା ଉପରେ ବିଶେଷ ଭାବରେ ଗୁରୁତ୍ଵାରୋପ କରାଯାଇଥିଲା। କିଶୋର କିଶୋରୀମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ଏଥି ନିମନ୍ତେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରଯାଇଥିଲା। ଏହି କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଉପେନ୍ଦ୍ରନାଥ ବଡଜେନା, ଏସ ଡେପୁଟି ସିଇଓ- ଓରମାସ ଶ୍ରୀ ପ୍ରବିନ କୁମାର ଝା, ସ୍କିଲ କୋଡିନେଟର- କେଲୁଚରଣ ସେଠୀ,…

Read More

ଦ୍ୱିତୀୟ ଦିବସରେ ଧର୍ମଘଟ, ଦଶପଲ୍ଲା ବନ୍ଦ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଆହୂତ ଦୁଇ ଦିନିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଦ୍ୱିତୀୟ ଦିବସରେ ମଧ୍ୟ ଦଶପଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ କୃଷକ ଓ ଶ୍ରମିକ ସଂଗଠନର କର୍ମୀମାନେ ଦଶପଲ୍ଲା ବ୍ଲକ ସମ୍ମୁଖ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଧାରଣା ଦେଇ ବସି ରହିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଥିବାର ଦେଖିବାକୁ ମିଳିଥିଲା। ସେହିଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ସମ୍ମୁଖରେ ଆନ୍ଦୋଳନକାରୀମାନେ ପିକେଟିଂ କରିବା ଫଳରେ ସ୍ଥାନୀୟ ବିଚାର ବିଭାଗ ଅଦାଲତ, ତହସିଲ ଅଫିସ୍, ସବ ରେଜିଷ୍ଟ୍ରାର ଅଫିସ୍, ଟ୍ରେଜେରି ଅଫିସ୍, ଷ୍ଟେଟ ବ୍ୟାଙ୍କ, ବ୍ଲକ କାର୍ଯ୍ୟାଳୟ, ଜୀବନ ବୀମା ଅଫିସ୍, ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ସମେତ ଡାକଘର, ବିଦ୍ୟୁତ୍ ଓ…

Read More