ନୟାଗଡ଼ ହସ୍ପିଟାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଉପକଣ୍ଠ ରାଉତରାପୁରର ଏକ ଅଢେ଼ଇ ମାସର ଶିଶୁ ମୃତ୍ୟୁକୁ ନେଇ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା କରିବାରୁ ଶିଶୁଟି ମୃତ୍ୟୁବରଣ କରିଥିବା ଅଭିଯୋଗ କରିବା ସହ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବିରେ ହସ୍ପିଟାଲ ଗେଟ୍ ବନ୍ଦ କରି ପ୍ରତିବାଦ କରିଥିଲେ ପରିବାର ବର୍ଗ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା।

Read More

ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଏବିଭିପିର ଦାବି ପତ୍ର ପ୍ରଦାନ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ, କୁରାଳ ଓଡ଼ଗାଁର ବିଦ୍ୟାର୍ଥୀ ମାନେ ନିଜ ମିହାବିଦ୍ୟାଳୟର କିଛି ସମସ୍ୟାକୁ ନେଇ ୬ଦଫା ସମ୍ବଳିତ ଦାବିପତ୍ର ଅଧକ୍ଷଙ୍କୁ ପ୍ରଦାନ କରାଯାଇଛି। ଅଧ୍ୟକ୍ଷଙ୍କ ମାଧ୍ୟମରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଏହି ଦାବିପତ୍ରକୁ ପଠାଯିବ। ୬ଦଫା ଦାବିପତ୍ରରେ ମହାବିଦ୍ୟାଳୟର ପ୍ରତି ପାର୍ଶ୍ଵରେ ପ୍ରାଚୀର ନିର୍ମାଣ, ଛାତ୍ର ସାଧାରଣ କକ୍ଷର ନିର୍ମାଣ, ଶୌଚାଳୟର ଉନ୍ନତି କରଣ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି, ମହାବିଦ୍ୟାଳୟ ନିମନ୍ତେ ଏକ ଖେଳ ପଡିଆର ନିର୍ମାଣ ଆଦି ବିଷୟ ଉଲ୍ଲେଖ କରାଯାଇଛି। ପ୍ରକାଶ ଥାଉକି ଯେ ମହବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଦସ୍ତଖତ ଅଭିଯାନ କରାଯାଇ ପ୍ରମୁଖ ଅସୁବିଧା ଗୁଡିକର ସ୍ଥାୟୀ ସମାଧାନ ନିମନ୍ତେ ଦାବି ଉପସ୍ଥାପନ କରାଯାଇଅଛି। ଦାବି ନମାନିଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରାଯିବ ବୋଲି ଛାତ୍ର…

Read More

ଓଡ଼ଗାଁ ରଘୁନାଥଜୀଉଙ୍କ ହୁଣ୍ଡି ଖୋଲିଲା, ୩ ଲକ୍ଷ ୬୭ହଜାର ୪୪୪ ଟଙ୍କା ଆଦାୟ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଦେବୋତ୍ତର ବିଭାଗ, ରାଜସ୍ୱ ବିଭାଗ ଓ ପୁଲିସ ଉପସ୍ଥିତିରେ ଶ୍ରୀ ରଘୁନାଥ ଜୀଉଙ୍କ ହୁଣ୍ଡି ଖୋଲାଯାଇଛି।ହୁଣ୍ଡି ମଧ୍ୟରୁ ନଗଦ ୩ ଲକ୍ଷ ୬୭ ହଜାର ୪୪୪ ଟଙ୍କା ସମେତ ସୁନା ୧୪୧ ମିଲିଗ୍ରାମ,ରୁପା ୪୦୦ ମିଲିଗ୍ରାମ ଓ ୪୦୦ ଗ୍ରାମର ଗୋଟିଏ ଘଣ୍ଟି ମିଳିଥିବା ନେଇ ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ମିଳିଅଛି।ଏଥିରେ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଦେବୋତ୍ତର ମ୍ୟାନେଜର ତାପସରଞ୍ଜନ ପଟ୍ଟନାୟକ, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର,ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଜ୍ୟୋସ୍ନା ଦେଇ,ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର,ସୁଆର ପରିଷଦ ସଭାପତି ସୁବ୍ରତ କୁମାର ପଣ୍ଡା,ସମ୍ପାଦକ କାର୍ତ୍ତିକଚନ୍ଦ୍ର ପଣ୍ଡା, ତହସିଲ କର୍ମଚାରୀ ଓ ପୁଲିସ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା।ସୂଚନା ଥାଉ କି ୨୦୨୫ ମସିହା ଫେବୃଆରୀ ମାସ ୨୧ ତାରିଖରେ ଶ୍ରୀ ରଘୁନାଥ ଜୀଉଙ୍କ ହୁଣ୍ଡିରୁ…

Read More

ବରିଷ୍ଠ ଆଇନଜୀଵୀ ବୃନ୍ଦାବନ ପଣ୍ଡାଙ୍କ ବିୟୋଗରେ ଜିଲ୍ଲା ଓକିଲ ସଙ୍ଘ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଖ୍ୟାତନାମା ଆଇନଜୀବୀ ତଥା ଜିଲ୍ଲା ଓକିଲ ସଙ୍ଘ ପ୍ରାକ୍ତନ ସଭାପତି ବୃନ୍ଦାବନ ପଣ୍ଡାଙ୍କ ବିୟୋଗରେ ଆଜି ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୋର୍ଟ ସମ୍ମିଳନୀ କକ୍ଷଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଶ୍ରୀ ପଣ୍ଡାଙ୍କ ବିୟୋଗ ନୟାଗଡ଼ ଜିଲ୍ଲା ଆଇନ ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଥିବା କୁହାଯାଇଛି। ବାର ବେଞ୍ଚ ମିଳିତ ଶୋକ ସଭାରେ ସ୍ବର୍ଗତ ପଣ୍ଡାଙ୍କ ଅମର ଆତ୍ମା ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା। ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଜିଲ୍ଲା ପରିବାର ଅଦାଲତ ଜଜ ଇନ୍ଦୁ ଶର୍ମା, ସ୍ୱତନ୍ତ୍ର ପୋକ୍ସ ଜଜ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ରୀଜା ରାୟଙ୍କ ସମେତ ଅନ୍ୟନ୍ୟ ବିଚାର ବିଭାଗୀୟ ଅଧିକାରୀ ମାନେ ସ୍ବର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ…

Read More

ଏବିଭିପି ଦଶପଲ୍ଲା ପକ୍ଷରୁ ନଗର ସମ୍ମିଳନୀ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ବିଶ୍ବର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଦଶପଲ୍ଲା ଶାଖା ପକ୍ଷରୁ ଦଶପଲ୍ଲା ମହାବୀର ମନ୍ଦିର ଠାରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଚଳିତ ଶିକ୍ଷାବର୍ଷ ପାଇଁ ଏବିଭିପି ନଗର ଟିମ୍ ଘୋଷଣା କରାଯାଇଛି। ନଗର ସଭାପତି ଭାବେ ଅଧ୍ୟାପକ ସରୋଜ କୁମାର ପଣ୍ଡା ମନୋନୀତ ହୋଇଛନ୍ତି। ନଗର ସମ୍ପାଦକ ଭାବେ ମାନସ୍ ବାରିକ, ସାହସମ୍ପାଦକ ଭାବେ- ଚନ୍ଦନ ନାୟକ, ଯାଜ୍ଞସେନି ନାୟକ, ଜାନକୀ ମହାକୁଡ଼, ଶୁଭମ ବାରିକ, ଅଙ୍କିତା ବେହେରା, ଗାୟତ୍ରୀ ପୃଷ୍ଟି, ସୁନୀଲ କିରଣ ବାରିକ, ସୋସିଆଲ ମିଡିଆ- ସତ୍ୟବ୍ରତ ପ୍ରଧାନ, ଗୋକୁଳ ପ୍ରଧାନ, ସେବା ପ୍ରମୁଖ- ପୁଷ୍ପାଞ୍ଜଳି ସାହୁ, ଲିଜାରାଣୀ ମୁଦୁଲି, ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ- ସୋନାଲି ନାୟକ, ଦୀପିକା ଖିଲାର, ଖେଲୋ ଭାରତ- ପିଙ୍କୁ ବେହେରା, ରାକେଶ ରଣା, କାର୍ଯ୍ୟକାରିଣୀ ସଦସ୍ୟ-…

Read More

ଡ୍ୟାନ୍ସ ନୟାଗଡ ଡ୍ୟାନ୍ସରେ ନୈନା ତନୟା ଡ୍ୟାନ୍ସ ଟପ୍ପର

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ଆନୁକୁଲ୍ୟରେ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସର ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ସ୍ଥାନୀୟ ନୀଳମାଧବ ହୋଟେଲରେ ଏହା ଅନୁଷ୍ଠିତ ହୋଇଥିଲା। ସେମି ଫାଇନାଲରେ ଥିବା ୨୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୧୦ ଜଣ ଫାଇନାଲକୁ ଉନ୍ନୀତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ନୈନା ତନୟା, ସୃଷ୍ଟି ମୟୀ ସାହୁ ଓ ସାଇଶ୍ରୀ ମହାପାତ୍ର ଯଥାକ୍ରମେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ଭାବରେ ଯୋଗ୍ୟ ବିବେଚିତ ହୋଇଥିଲେ। ନୈନା ତନୟା ନୟାଗଡ ଡ୍ୟାନ୍ସ ଟପ୍ପର ଭାବେ ବିଜୟୀ ହୋଇ ଟ୍ରଫି ସହ ପ୍ରଶଂସା ପତ୍ର ଏବଂ ୧୦ ହଜାର ଟଙ୍କା ପୁରସ୍କାର ରାଶି ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ। ଦ୍ଵିତୀୟ ବିଜେତାଙ୍କୁ ୭ ହଜାର ଟଙ୍କା ଟ୍ରଫି ଓ ପ୍ରଶଂସା ପତ୍ର ଏବଂ ତୃତୀୟ…

Read More

ସେବା ପକ୍ଷ ୨୦୨୫ ଉପଲକ୍ଷେ ଯୁବ ଓ କ୍ରୀଡ଼ା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ମାରାଥନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ “ସେବା ପକ୍ଷ- ୨୦୨୫” ଅଧୀନରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏଵଂ ଯୁବ କଲ୍ୟାଣ ବିଭାଗ ନିର୍ଦ୍ଦେଶ ଅନୁସାରେ ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ମାରାଥନର ଆୟୋଜନ କରାଯାଇଥିଲା। ଏ ଅବସରରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଳାପାଳ ରୋଜିନା ଦାସ, ଏସଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ, ଜିଲ୍ଲା କ୍ରୀଡା ଅଧିକାରିଣୀ ସୁଜାତା ସାହୁ ଓ ଅନ୍ୟ ସମସ୍ତ ଅଧିକାରୀଙ୍କ ସହ ୫୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ଜନ ସାଧାରଣ ଯୋଗ ଦେଇଥିଲେ। ମାରାଥନ୍ ସକାଳ ୭.୦୦ଘଟିକା ରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ନୟାଗଡ଼ ଷ୍ଟାଡିୟମ୍ ଠାରେ ସମାପ୍ତ ହେଇଥିଲା।

Read More

ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସଂଯୁକ୍ତ ରାଷ୍ଟ୍ରସଙ୍ଘ ଦେଶ ସମୁହ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୧ତାରିଖକୁ ଆନ୍ତଜାତୀୟ ଶାନ୍ତି ଦିବସ ରୂପେ ପାଳନ ୧୯୮୧ମସିହାରୁ ପାଳନ କରି ଆସୁଛନ୍ତି। ଏକ ଅନ୍ତର୍ଜାତୀୟ ଅନୁଷ୍ଠାନ ଭାବେ ସ୍କାଉଟ ଗାଇଡ଼ ଏହାର ପାଳନ କରିବା ସହିତ କପୋତ ପକ୍ଷୀକୁ ଶାନ୍ତିର ପ୍ରତୀକ ଭାବେ ନେଇ ଦୁଇହାତର ଓଲଟା ପାପୁଲିକୁ ସାଂକେତିକ ଚି଼ହ୍ନ ଭାବେ ଅନ୍ୟକୁ ପ୍ରଦର୍ଶିତ କରାନ୍ତି। ନୟାଗଡ ଜିଲ୍ଲା ତରଫରୁ  ଭାରତ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ ଓ ସ୍କାଉଟ ମାଷ୍ଟର ଏବଂ ଗାଇଡ଼ କ୍ୟାପଟେନ ମାନଙ୍କୁ ନେଇ ଓଡଗାଁ ବ୍ଲକ ଅନ୍ତର୍ଗତ ପି ଏମ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ ହୋଇସାରିଛି। ଜିଲ୍ଲା ତରଫରୁ ନୟାଗଡ଼ ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ସମ୍ପାଦକ ତଥା ଆଇ ପି ଅନିଲ କୁମାର…

Read More

ଦଶପଲ୍ଲା ବ୍ଲକ ୧୮ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଆଦି କର୍ମଯୋଗୀ ଅଭିଯାନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ତରଫରୁ ଧରିତ୍ ଆବା- ଜନଜାତି ଗ୍ରାମ ଉତ୍କର୍ଷ  ଅଭିଯାନରେ ଦଶପଲ୍ଲା ବ୍ଲକ ୧୮ଗୋଟି ଗ୍ରାମ ପଞ୍ଚାୟତକୁ ଆଦି କର୍ମଯୋଗୀ ଅଭିଯାନରେ ସାମିଲ କରାଯାଇଛି। ଯାହା ଦଶପଲ୍ଲା  ବ୍ଲକର ବାଣିଗୋଛା, କୁଜାମେଣ୍ଢି, ଡୁଡା, କୁଲୁରୁକୁମ୍ପା, ଚଢୟାପଲ୍ଲି, କଳସଖମଣ, ନୂଆଗାଁ, ଖମାରସାହି, ତେଣ୍ଡାବାଡି, ଭୋଗବାଡି, ପୋଖରୀଗୋଛା, ତୁମ୍ମାଣ୍ଡି, ସାରିଗଣ୍ଡା, ଟାକରା, ଘୋଳାହାଣ୍ଡି  ଘୁଗୁଡିପଡା ଓ ନଛିପୁର ଆଦି ଗ୍ରାମ ପଞ୍ଚାୟତର ସମୁଦାୟ ୧୧୦ ଟି  ଅନୂସୁଚିତ ଜନଜାତି ବହୁଳ ଗ୍ରାମକୁ ଆଦିବାସୀ ମନ୍ତ୍ରଣାଳୟ ଦ୍ବାରା ଅନ୍ତର୍ଭୁକ୍ତ କରାଯାଇଛି। ଉକ୍ତ ଗ୍ରାମ ଗୁଡିକର ସାମଗ୍ରିକ ବିକାଶ ନିମନ୍ତେ  ସମସ୍ତ ବିଭାଗର ସହମତିରେ ପ୍ରତେକ ଗ୍ରାମ ପାଇଁ ଏକ ଭିଲେଜ ଭିଜନ ପ୍ଲାନ ପ୍ରସ୍ତୁତ ସହ ଆଗାମୀ ଅକ୍ଟୋବର ୨ତାରିଖରେ ଡିଏ ଯୁଗା ଗ୍ରାମର ସମସ୍ତ ଭିଲେଜ ପ୍ଲାନ ଉକ୍ତ ପଞ୍ଚାୟତର ଗ୍ରାମ…

Read More

ଗୋପାଳପୁର ମଣ୍ଡଳରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର ମଣ୍ଡଳରେ ଏକ ମଣ୍ଡଳ ସ୍ତରୀୟ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ଆଜି ମୋଟ ୬୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି। ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଭାରତର ଜସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ “ସେବା ପକ୍ଷ” କାର୍ଯ୍ୟକ୍ରମରେ ଗୋପାଳପୁର ମଣ୍ଡଳରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ଶହଶହ ଲୋକଙ୍କ ସମାଗମ ହୋଇଥିଲା। ରକ୍ତଦାନ ଶିବିରରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଲଷ୍ମୀପ୍ରିୟା ତରେଇ, ଅଭିଷେକ ସାମନ୍ତରାୟ, ନିର୍ମଳ କୁମାର ମତ୍ତଗଜସିଂହ, ପରେଶ ମିଶ୍ର, ଜୟନ୍ତ କୁମାର ନାୟକ, ଭରତ ରଣସିଂହ, ଗଣେଶ୍ୱର ମାନ୍ଧାତା, ଭାସ୍କର ନାୟକ…

Read More