ଜିଲ୍ଲାପାଇଁ ଗୌରବ ଆଣିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ ହେଲେ ନୋତ୍ତର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନୋତରସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ ୮୧ଜଣ ପରୀକ୍ଷା ଦେଇଥିଲେ । ଏଥିରେ ଛାତ୍ରୀ ପ୍ରତ୍ୟାଶା ଶତପଥୀ ୯୮% ମାର୍କ ରଖି ଟପ୍ପର ହୋଇଛନ୍ତି । ପ୍ରତ୍ୟାଶା ରାଜ୍ୟ ସ୍ତରରେ ଟପ୍ପର ହୋଇଛନ୍ତି । ସେ ମୋଟ ୫୦୦ ନମ୍ବରରୁ ୪୯୦ ନମ୍ବର ରଖୁଛନ୍ତି । ସେହିପରି ଭାବେ ଶୁଭକାନ୍ତ ମାଝି ଦ୍ବିତୀୟସ୍ଥାନ ଅଧିକାର କରିଛନ୍ତି । ସେ ୯୭.୨% ମାର୍କ ରଖିଛନ୍ତି। ସେ ରାଜ୍ୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ଦିବେଶ ଦାସ ୯୫.୨% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ବିଦ୍ୟାଳୟରେ ୯୫ ରୁ ୧୦୦ % ମଧ୍ୟରେ ୩ ଜଣ ମେଧାବୀ ଥିବା ବେଳେ ୯୦ ରୁ ୧୦୦% ଭିତରେ ୨୧ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି…

Read More

ରାଜପଥରେ ଲୁଟ ପାଇଁ ଡ୍ରାଇଭରକୁ ଆକ୍ରମଣ ଘଟଣା, ଜଣେ ଗିରଫ ୩ଫେରାର

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଧୀନରେ ଥିବା ଲୁଣିସରା ଗ୍ରାମ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ରେ ଦୁଇଦିନ ତଳେ କାର ଗାଡ଼ି ଡ୍ରାଇଭରକୁ ମରଣାତ୍ମକ ଆକ୍ରମଣ ଅଭିଯୋଗରେ ନୂଆଗାଁ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଦୁଇଦିନ ତଳେ କଣ୍ଟିଲୋ ଗ୍ରାମର କାର୍ ଡ଼୍ରାଇଭର କୁଲକ୍ ସାହୁ ଦୁଇଜଣ ଯାତ୍ରୀକୁ ନେଇ ଦଶପଲ୍ଲା ଯାଉଥିବା ବେଳେ, ଗାଡ଼ିରେ ବସିଥିବା ଦୁଇଜଣ ଯୁବକ ଏବଂ ବାଇକ୍ ରେ ଦୁଇଜଣ ଆସି କାରକୁ ଅଟକାଇବା ସହ ଡ୍ରାଇଭରକୁ ମରଣାତ୍ମକ ଆକ୍ରମଣ କରି ମୋବାଇଲ୍ ସହ, ୩୩୦୦ ଟଙ୍କା ନେଇ ଫେରାର ହେବା ସମୟରେ ସ୍ଥାନୀୟ ଲୋକ ଜଣକୁ କାବୁ କରି ନୂଆଗାଁ ଥାନା ପୁଲିସକୁ ଜିମା ଦେଇଥିଲେ । ଯୁବକ ଜଣକ ଗଞ୍ଜାମ ଜିଲ୍ଲାର ହାଡ଼ିବନ୍ଧୁ…

Read More

ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବେଶ୍ ସହାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହ ରେ କୃଷି ବିଭାଗ ଆନୁକୁଲ୍ଯରେ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରଶିକ୍ଷଣ ଶିବିର ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ସଚିଦା ନନ୍ଦ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସହକାରୀ କୃଷି ଅଧିକାରୀ ପୂଜା କହଁର, ଆପିକଲ ଜିଲ୍ଲା ସଂଯୋଜକ ଅବିନାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ଭାବେ ଏକ ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କିଭଳି ସହାୟକ ହେବ ସେ ନେଇ ପ୍ରଶିକ୍ଷଣ…

Read More

ମିଶନ ବାତ୍ସଲ୍ୟ କାର୍ଯ୍ୟକ୍ରମ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ରୋକିବା ଆଦି ଉପରେ ଆଲୋଚନା

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହରେ ବ୍ଲକ୍ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ଆନୁକୂଲ୍ୟରେ ମିଶନ ବାତ୍ସଲ୍ୟ, ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର, ୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ, ସିଡ଼ିପିଓ ସୁଭ୍ରକେଶି ମଲିକ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ଶିଶୁ ସୁରକ୍ଷା, ବାଲ୍ୟବିବାହା , ପଞ୍ଚାୟତ ଏବଂ ଗ୍ରାମ୍ୟ ସ୍ତରରେ ବାଲ୍ୟବିବାହା କୁ ରୋକିବା, ଝିଅ ମାନଙ୍କୁ କିପରି ମାଗଣା ଶିକ୍ଷା ଦିଆଯିବ, ବାଳ ଅପରାଧୀ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ଯୋଗ…

Read More

ମା ବାଗଦେଵୀ କ୍ରିକେଟ୍ ଟର୍ନାମେଣ୍ଟ, ଜାକେଡା ପଞ୍ଚାୟତ ଯୁବକଙ୍କ ଏକତ୍ଵ ନିଦର୍ଶନ

ନୂଆଗାଁ,(ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ଗ୍ରାମ ପଞ୍ଚାୟତ, ଶିମିଳିସାହି ଖେଳ ପଡିଆରେ ମା ବାଗଦେଵୀ କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜାକେଡ଼ା ସରପଞ୍ଚ ପ୍ରତିନିଧି ବୁଲୁ ମଳିକ ସହ ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ସ୍ୱେଚ୍ଛାସେବୀ ହରେକୃଷ୍ଣ ମଳିକ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ତା ୧୪.୫.୨୦୨୩ ରିଖ ଠାରୁ ତା ୧୯.୫.୨୦୨୩ ପର୍ଯ୍ୟନ୍ତ ଖେଳ ଚାଲୁ ରହିବ। ପ୍ରଥମ ମ୍ୟାଚ୍ ଘୁଡୁକୁବାରୀ ସହିତ ଗୁଣ୍ଠାପାଜୁ ଅନୁଷ୍ଠିତ ହୋଇଥିଲା। ଘୁଡୁକୁବାରି ଟଚ୍ ୱିନ କରି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଉଭରରେ ୬ ୱିକେଟ୍ ହରାଇ ୧୦୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଗୁଣ୍ଠାପାଜୁ ୬.୩ ବଲ ରେ…

Read More

ଖଣ୍ଡପଡା ବ୍ଳକ ପରିସରରେ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

ଖଣ୍ଡପଡା,(ନୟାଗଡ଼ ଦର୍ପଣ): ଖଣ୍ଡପଡା ବ୍ଳକ ପରିସରରେ ସୋମବାର ସକାଳୁ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ। ଏଥିରେ ମୋଟ ୧୧୬ଟି ବ୍ୟକ୍ତିଗତ ସମସ୍ୟା ଥିବାବେଳେ ୬ଟି ଗ୍ରାମ୍ୟ ସମସ୍ୟା, ଚାରିଜଣଙ୍କ ରେଡ୍ କ୍ରସ ସମସ୍ୟା, ୨୫ ଜଣ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ ଆବେଦନ କରିଥିବା ନେଇ ସୂଚନା ରହିଛି। ସମୁଦାୟ ୧୫୧ ଟି ଅଭିଯୋଗରୁ ୭୨ଟି ତୁରନ୍ତ ସମାଧାନ ହୋଇଥିବା ଜିଲ୍ଲା ପ୍ରଶାସନ ଠାରୁ ସୂଚନା ମିଳିଛି। ତେବେ ବିଭିନ୍ନ ପଞ୍ଚାୟତରୁ କିଛି ସାଧାରଣ ଲୋକ ସେମାନଙ୍କ ସମସ୍ୟାକୁ ନେଇ ବାରମ୍ବାର ଜିଲ୍ଲା ପାଳଙ୍କ ଜନଶୁଣାଣୀ ଶିବିରକୁ ଆସୁଥିବାରୁ କ୍ଷୋଭ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ କାବ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ,…

Read More

ଜିଲ୍ଲା ପାଇଁ ଗୌରବ ଆଣିଲେ ନୟାଗଡ଼ ଜିଲ୍ଲାର ୫ଜଣ ମହିଳା, ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପରିଚାଳିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ନୟାଗଡ଼ ଜିଲ୍ଲାରୁ ୫ଜଣ ମହିଳା ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି । ନୟାଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଯାଜ୍ଞସେନୀ ସାହୁ ଓଇଏସ ପରୀକ୍ଷାରେ ୧୮ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି। ସେ ସମଗ୍ର ଜିଲ୍ଲାରେ ପ୍ରଥମ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହେନ୍ଦ୍ର ସାହୁ ଓ ସୁପ୍ରିୟା ସାହୁଙ୍କ ସୁକନ୍ୟା ଅମ୍ରିତା ସାହୁ । ସେ ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଠିକା ଭାବେ ଶିକ୍ଷକତା କରୁଥିଲେ। ସେ ୧୯ ନମ୍ବର ସ୍ଥାନରେ ଓଇଏସରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ…

Read More

ଦୁଇ ଦେଶଦ୍ରୋହୀ ଗିରଫ ପରେ ଗାଁ’ ଛାଡି ଫେରାର ହେଲେ ପରିବାର ଲୋକେ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦେଶବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଏସ୍‌ଟିଏଫ୍ ଟିମ୍ ନୟାଗଡ଼ ଜିଲ୍ଲାର ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ନୟାଗଡ଼ ବ୍ଳକ ଅନ୍ତର୍ଗତ ଇଟାମାଟି ଥାନା ଅଧୀନ ବଡ଼ପଣ୍ଡୁସର ଗ୍ରାମର ପଠାଣିସାମନ୍ତ ଲେଙ୍କା(୩୫) ଓ ଦଶପଲ୍ଲା ବ୍ଳକର ସାକେଣି ଗ୍ରାମର ସରୋଜ କୁମାର ନାୟକ ଓରଫ୍ ଅମିତ୍‌(୨୬)। ନୟାଗଡ଼ ଜିଲ୍ଲାର ଏହି ଦୁଇ ଯୁବକଙ୍କ ଗିରଫ ଏବେ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବଡ଼ପଣ୍ଡୁସର ଗ୍ରାମର କିଛି ବ୍ୟକ୍ତିଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ପଠାଣିସାମନ୍ତ ଲେଙ୍କା ଆଇଟିଆଇ ଶିକ୍ଷକତା ସହିତ ଗ୍ରାମରେ ଟ୍ୟୁସନ୍ ମଧ୍ୟ କରୁଥିଲେ। ସବୁବେଳେ ଚୁପ୍‌ଚାପ୍ ରୁହନ୍ତି। ତାଙ୍କ ବିଷୟରେ କାହା ପାଖରେ ବିଶେଷ କିଛି ଖବର ନଥାଏ। ତେବେ, ଗତ ମାର୍ଚ୍ଚ ମାସରେ କୋଲକାତା ପୁଲିସର ଏକ ଟିମ୍ ଇଟାମାଟି ପୁଲିସ ସହାୟତରେ ତାଙ୍କ ଘରେ…

Read More

ମାତୃ ଦିବସରେ ମା’ଆଖିରେ ଲୁହ, ୪ବର୍ଷ ହେଲା ପୁଅ ନିଖୋଜ

ନୟାଗଡ଼,(ନୟାଗଡ଼ ଦର୍ପଣ): ମାତୃ ଦିବସରେ ମାଆ ଓ ସନ୍ତାନଙ୍କ ମଧ୍ୟରେ ଥିବା ଅନାବିଳ ସ୍ନେହ ମମତାକୁ ନେଇ ମା’ ହସି ହସି ବାତ୍ସଲ୍ୟର ସ୍ନେହଭରା ଲୁହ ଆଖିରୁ ଗଡ଼େଇ ଦେଉଥିଲା ବେଳେ ଆଜି କିନ୍ତୁ ଗୋଟିଏ ମା’ ପ୍ରାୟ ୪ ବର୍ଷ ହେଲା ଏକମାତ୍ର ପୁଅର ବିଚ୍ଛେଦରେ ଲୁହ ବଦଳରେ ରକ୍ତ ଗଡାଉଥିବା ଦେଖିବାକୁ ମିଳିଛି। ଏକମାତ୍ର ପୁଅର ବିଚ୍ଛେଦରେ ବାହୁନି ବାହୁନି ଭୂଇଁରେ କାନ୍ଦି ଲୋଟି ଗଡୁଥିବା ଏମିତି ମା’ହେଉଛି ହୁଲାସ ପେଣ୍ଠୋଇ । ଘର ହେଉଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ତଥା ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାଳିସାହି ଗ୍ରାମ ପାଟୁଳି ସାହିରେ । ଅଭିଯୋଗ ଅନୁଯାୟୀ ପୁଅ ରମେଶ (୨୮) ଫେରିବା ବାଟକୁ ଅପେକ୍ଷା କରି କରି ନିରାଶ ହେବା ପରେ ୨୦୨୧ ମସିହା ଜାନୁଆରୀ ୧୩ ରେ ପୁଅର ବାପା…

Read More

ଜିଲ୍ଲାର ବିଭିନ୍ନ ବ୍ଲକର ପଛୁଆ ବର୍ଗ ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ପର୍ଯ୍ୟବେକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ କାର୍ଯ୍ୟ ସାରା ରାଜ୍ୟରେ ଚାଲୁ ରହିଛି । ମେ ୧ ତାରିଖରୁ ମେ ୨୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ଏଥି ନିମନ୍ତେ ନୟାଗଡ଼ଜିଲ୍ଲାରେ ସମସ୍ତ ବ୍ଲକରେ ବିଭିନ୍ନ ସର୍ଭେ କେନ୍ଦ୍ର ମାନ ଖୋଲାଯାଇଛି। ନୟାଗଡ଼ ଜିଲ୍ଲା ଦାୟିତ୍ବରେ ଥିବା ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ପରିଦର୍ଶନ କରିଛନ୍ତି । ନୟାଗଡ଼ ଜିଲ୍ଲାର ନୟାଗଡ଼ ପୌରାଞ୍ଚଳ, ନୟାଗଡ଼ ବ୍ଲକ, ଓଡ଼ଗାଁ ଏନଏସି, ଓଡ଼ଗାଁ ବ୍ଲକ ଓ ନୂଆଗାଁ ବ୍ଲକ ଗସ୍ତ କରିଛନ୍ତି । ଏହି ସର୍ଭେ କେବଳ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିସୂଚୀତ ୨୧୧ ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ପରିବାରର ମୁଖ୍ୟ କିମ୍ବା ଘରର ବରିଷ୍ଠ ସଦସ୍ୟ…

Read More