ଲୋକ ବିଦ୍ୟାପୀଠରେ ରାଣୀ ଲକ୍ଷୀବାଈ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଓଡଗାଁ,(ନୟାଗଡ଼ ଦର୍ପଣ): ଲୋକ ବିଦ୍ୟାପୀଠ, ପଞ୍ଚିରିଡା ମାନପୁରରେ ଦୀର୍ଘ ୧୫ ଦିନ ଧରି ଚାଲିଥିବା ରାଣୀ ଲକ୍ଷୀବାଈ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ଏଥି ନିମନ୍ତେ ଆୟୋଜିତ ଉଦଯାପନୀ ଉତ୍ସବରେ ପୌରୋହିତ୍ୟ କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ.ସୁରେଶ ଚନ୍ଦ୍ର ବରାଡ଼। ଚଳିତ ମାସ ୧ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ହିସାବରେ ଯୋଗଦେଇଥିଲେ ବିଷ୍ଣୁ ପ୍ରିୟା ପଣ୍ଡା, ପିଇଟି, ଆନନ୍ଦ ସାହୁ ବାଳିକା ବିଦ୍ୟାଳୟ, କୁରାଳ, ଓ ଦୌପଦୀ ମହନ୍ତ, ପିଇଟି, କୁରାଳ ଉଚ୍ଚବିଦ୍ୟାଳୟ, କୁରାଳ। ବିଦ୍ୟାଳୟର ପିଇଟି ମନୋରଞ୍ଜନ ରାଉତ ସମସ୍ତ ଆୟୋଜନ ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀର ୧୦୦ଜଣ ଛାତ୍ରୀ ପ୍ରତିଦିନ ତାଲିମ ଗ୍ରହଣ କରୁଥିଲେ। ପ୍ରଧାନ ଶିକ୍ଷକ ଅଦ୍ବେତ ନାରାୟଣ ରଣସିଂହ ସମସ୍ତ ପ୍ରକାର ଆତିଥେୟତା ଯୋଗାଇବା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଆଜିର ଉତ୍ସବ ଆୟୋଜନରେ ବିଦ୍ୟାଳୟର ଶିକ୍ଷକ ଚିନ୍ତାମଣି ମହାରଣା, ମଣ୍ଟୁ ପ୍ରଧାନ, ରୋଜାଲୀନ ପଟ୍ଟନାୟକ, ଆରାଧନା ଗୌଡ଼, ମାଳତୀ ବେହେରା, ମାନସ ରଞ୍ଜନ ସାହୁ, ଶୁଭେନ୍ଦୁ ପରିଡ଼ା ଓ ଜଗନ୍ନାଥ ବାରିକ ପ୍ରମୁଖ ସହଯୋଗ କରିଥିଲେ।

Related posts