ନୂଆଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୫ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୩ ଆଜି ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେବା ଉତ୍ସବ ସମିତିର କର୍ମକର୍ତା ମାନେ ବିଭିର୍ଣ୍ଣ ଅଭାବୀ ପରିବାରଙ୍କୁ ସହାୟତାର ହାତ ବଢ଼ାଇଥିଲେ। ସେବା ଉତ୍ସବ ସମିତି ପକ୍ଷରୁ ଏହି ଅବସରରେ ସପଡା ଗ୍ରାମରେ ମିଲେଟ ମିଶନ, ବାଲ୍ୟ ବିବାହ ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଥପ୍ରାନ୍ତ ନାଟକ ମାଧ୍ୟମରେ ମାଣ୍ଡିଆ ଚାଷର ଉପକାରିତା ଓ ବାଲ୍ୟ ବିବାହକୁ ନେଇ କଲେଜ ଛାତ୍ରଛାତ୍ରୀମାନେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ। ଏହାପରେ ସଂପଡା, ଭୂଇଁରଗଡି ଗ୍ରାମରେ ସେବା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମବାସୀଙ୍କୁ ନେଇ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର, ଚପଲ, ଛତା ଓ…
Read MoreCategory: ନୟାଗଡ଼
ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ କୃଷ୍ଣସପ୍ତମୀ ତା୯/୭/୨୦୨୩ରିଖ ଦିନଶିଶୁବାଟିକା ବିଭାଗର ମାତୃସମ୍ମିଳନୀ ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଗୁରୁମା ଚାରୁ ପଟ୍ଟନାୟକ ଦ୍ୱୀପ ପ୍ରଜ୍ବଳନ କରିଥିଲେ। ପ୍ରଧାନାଚାର୍ୟ୍ଯ ଅମ୍ବିକା ପ୍ରସାଦ ପଟ୍ଟନାୟକ ସମ୍ମିଳନୀର ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ। ଶିଶୁ ମାତୃଗର୍ଭରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସଂସ୍କାର ଗ୍ରହଣ କରିବା ସମୟ। ଏହି ବୟସରେ ଶିଶୁ ତା’ର ପରିବାର, ବିଦ୍ୟାଳୟ ଓ ସମାଜରୁ ବିଭିନ୍ନ କଥା ଶିଖେ। ଶିଶୁମାନେ ବିଦ୍ୟାଳୟରେ ଯେପରି କ୍ରିୟାକଳାପ କରନ୍ତି ତାହାକୁ ଘରେ ମା’ମାନଙ୍କ ଦ୍ୱାରା ଶିଶୁ ଅଭ୍ୟାସ କରିବା ଆବଶ୍ୟକ। ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ଭାଗ୍ୟଲତା ସାହୁ ଅତିଥି ପରିଚୟ କରିଥିଲେ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମା’ ମାନଙ୍କ ପ୍ରୟୋଗିକ କାଲାଂଶ ଶିଶୁବାଟିକାର ଗୁରୁମାମାନେ କରିଥିଲେ। ପରିଚାଳନା ସମିତିର ସଦସ୍ୟା ଜ୍ୟୋଛନାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Read Moreପରିବା ଦରବୃଦ୍ଧି ମାନବକୃତ ଅଭିଯୋଗ କଲେ ସି.ପି.ଆଇ(ଏମ) ନେତା ବିଶ୍ୱନାଥ ମହାପାତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ଯଦି ବଜାରରେ ଯେତେ ଇଛା ସେତେ ପରିବା ଉପଲବ୍ଧ ହୋଇ ପାରୁଛି, ତେବେ ପରିବା ସବୁର ଆକାଶଛୁଆଁ ଦରବୃଦ୍ଧିର କାରଣ ଏକଚାଟିଆ ମହଜୁଦକାରୀଙ୍କ ମୁନଫାଖୋରୀ ଚକ୍ରାନ୍ତ ବୋଲି ସି. ପି. ଆଇ. (ଏମ )ନେତା ବିଶ୍ୱନାଥ ମହାପାତ୍ର ଅଭିଯୋଗ କରିଛନ୍ତି। ଚାଷୀଠାରୁ କେଜି ୨ଟଙ୍କାରେ କିଣାଯାଇଥିବା ଟମାଟୋ କେଉଁ ମନ୍ତ୍ରବଳରେ କିଣିଖିଆଙ୍କ ପାଖରେ ୧୫୦ଟଙ୍କାରେ ପହଂଚିପାରୁଛି। ତାକୁ ଅନୁଧ୍ୟାନ କଲେ କେନ୍ଦ୍ର ଓ ରାଜ୍ୟ ସରକାରର ଜନବାଦୀ ସତୀତ୍ୱ ବଳେ ଧରାପଡ଼ି ଯାଉଛି ବୋଲି ଶ୍ରୀ ମହାପାତ୍ର କଟାକ୍ଷ କରିଛନ୍ତି। ସରକାରୀଭାବେ ଶୀତଳଭଣ୍ଡାର ଖୋଲି ଚାଷୀଙ୍କୁ ସାହାଯ୍ୟ କରିବାପାଇଁ ହେଉଥିବା ଦାବିକୁ ଭୃକ୍ଷେପ କରୁନଥିବା ସରକାର ଘରୋଇ ଶୀତଳଭଣ୍ଡାରକୁ ପ୍ରୋତ୍ସାହନ ଦେଉଥିବାରୁ ପରୋକ୍ଷରେ ଦର ବଢ଼ାଇବାର ଚାବିକାଠି ସେଇମାନଙ୍କୁ ଧରାଇ ଦିଆଯାଇଛି ବୋଲି ଅଭିଯୋଗ କରାଯାଇଛି। ନୟାଗଡ ଜିଲ୍ଲାରେ ତୁରନ୍ତ ବିଭିନ୍ନ ପରିବା ଉତ୍ପାଦନ…
Read Moreରୋଟାରୀ କ୍ଳବ ତରଫରୁ ବୃକ୍ଷରୋପଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରୋଟାରୀ କ୍ଳବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ସଭାପତି ଅବଦୁଲ ଆରିଫ୍ ଖାଁନ୍ ଙ୍କ ଅଧ୍ଯକ୍ଷତାରେ ବିଦ୍ଯାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରଥମେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ପରିବେଶ ପ୍ରଦୂଷଣ କିପରି ରୋକିପାରିବା ସହିତ ବୃକ୍ଷ ରୋପଣ କାହିଁକି କରିବା ଓ କିପରି କରିବା ସେ ବିଷୟରେ ରୋଟାରୀ କ୍ଳବର ବରିଷ୍ଠ ସଦସ୍ଯା ବସିରନ୍ ବିବି ଓ ମିହିର ରଂଜନ ନାୟକ ଆଲୋଚନା କରିଥିଲା ବେଳେ କ୍ଳବର ପୂର୍ବତନ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ରୋଟାରୀ କ୍ଳବର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଏହାପରେ କ୍ଳବର ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ବୃକ୍ଷ ରୋପଣ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ…
Read Moreଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଇଁ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା
ନୟାଗଡ,(ନୟାଗଡ଼ ଦର୍ପଣ): ଆସନ୍ତା ଜୁଲାଇ ୨୫ ତାରିଖ ଦିନ ଓଡିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ ଜିଲ୍ଲାରେ ଜିଲ୍ଲା ସଂସ୍କୃତି ପରିଷଦ, ନୟାଗଡ ତରଫରୁ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ବିଭିନ୍ନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡିଆ ଅନୁବାଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗି ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଜୁଲାଇ ୯ରେ କନିଷ୍ଠ ବର୍ଗ ଓ ଜୁଲାଇ ୧୬ରେ ବରିଷ୍ଠ ବର୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ପୂର୍ବାହ୍ନ ୧୦ଟାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ, ଭୁବନେଶ୍ବରଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସୂଚନା ଥାଉ କି, ବିଗତ ବର୍ଷରେ…
Read Moreନୟାଗଡ଼ରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ, ଆସନ୍ତା ସେପ୍ଟେମ୍ବର ମାସ ୯ତାରିଖରେ ତୃତୀୟ ଲୋକ ଅଦାଲତ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶମତେ ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ଦ୍ୱିତୀୟ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଲୋକ ଅଦାଲତରେ ସର୍ବମୋଟ ୨୧୪୩ ଗୋଟି ମାମଲାର ଆପୋଷ ସମାଧାନ ଦ୍ବାରା ଫଇସଲା ହୋଇପାରିଛି । ଏଥରେ ୩ ଗୋଟି ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତି ପୂରଣ ବାବଦକୁ୮୫,୦୦୦/- ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୧୨୫ ଗୋଟି ରାଜସ୍ବ ମାମଲା ଫଇସଲା କରାଯାଇ ୧୮,୬୮,୯୪୪/- ଟଙ୍କା ଆଦାୟ କରାଯାଇଥିଲା । ସେହିପରି ୦୫ ଗୋଟି ବିବାହଜନିତ ମାମଲା ଏବଂ ୦୧ ଟି ଏନ.ଆଇ.ଆକୁ…
Read Moreଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓଡ଼ଗାଁରେ ବୃକ୍ଷରୋପଣ,
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓଡ଼ଗାଁରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଛାତ୍ର ଛାତ୍ରୀ,ଗୁରୁଜୀ ଗୁରୁମା ମାନଙ୍କ ଦ୍ୱାରା ଗଛଟିଏ ପିଲାଟିଏ, ବନ୍ଧୁ ଆମର ଗଛ,ନୂହେଁ ତ ଏହା ମିଛ,ଦିଏ ଆମକୁ ବାସ,ଔଷଧ ଖାଦ୍ୟ ରସ,ବସ୍ତ୍ର ସାଙ୍ଗକୁ ବାୟୁ,ବଢାଏ ଆମ ଆୟୁ,ବରଷା ଜଳମୟ,ମାଟି ନକରେ କ୍ଷୟ ଏପରି ବିଭିନ୍ନ ସ୍ଲୋଗାନ ଦେଇ ସାହି ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇଥିଲେ।ପରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶିକ୍ଷାକେନ୍ଦ୍ର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଓଡ଼ଗାଁ ବନଖଣ୍ଡ ଅଧିକାରୀ ନିଖିଲେଶ ମଲ୍ଲିକ, ସମ୍ମାନିତ ଅତିଥି ରୂପେ ବନପାଳ ସନ୍ଧ୍ୟାରାଣୀ ନାୟକ, ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ସମାଜସେବୀ ଦ୍ୱିତୀକୃଷ୍ଣ ମିଶ୍ର ଉପସ୍ଥିତ ରହି ପରିବେଶ ପ୍ରତି ବୃକ୍ଷ ର ଅବଦାନ, ବ୍ୟବହୃତ ପ୍ଳାଷ୍ଟିକ ବୋତଲ କୁ କିପରି…
Read Moreବିଜୁ ଜନତା ଦଳର ସାଂଗଠନିକ ସଭା, ସୋସିଆଲ ମିଡିଆରେ ସକ୍ରିୟ ହେବାକୁ ଆହ୍ୱାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳର ପକ୍ଷରୁ ଏକ ସାଂଗଠନିକ ଆଲୋଚନା ପର୍ବ ନୟାଗଡ଼ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ପ୍ରଥମେ ବିଜେଡି କୃଷକ ଦଳ ସଭାପତି ସ୍ୱର୍ଗତ ଜଗନ୍ନାଥ ପଣ୍ଡାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କର୍ମୀଙ୍କ ସହ ଆଲୋଚନା କରିଥିଲେ । ବିଜୁ ଜନତା ଦଳ ସାଂଗଠନିକ ସ୍ଥିତିକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ନୟାଗଡ଼ ବ୍ଲକର ୨୯ ଟି ପଞ୍ଚାୟତ ଅଧିନରେ ରହିଥିବା ସମସ୍ତ ଗାଁରେ ନବୀନ ବିକାଶକୁ କିଭଳି ଋପରେଖ ଦିଆଯିବ, ତାହା ଉପରେ ଆଲୋଚନା କରିଥିଲେ । ଗାଁର ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱତି କରିବା ଉପରେ କର୍ମୀଙ୍କ…
Read Moreଦୁଇ ପ୍ରଧାନଶିକ୍ଷକ ଏବଂ ଜଣେ ସିଆରସିସିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ କର୍ତ୍ତବ୍ୟ ପରାୟଣ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ପାଇଥାଏ । ନୟାଗଡ଼ ବ୍ଲକ ଅନ୍ତର୍ଗତ ବୋଦାପଡ଼ା କ୍ଲଷ୍ଟରରୁ ଅବସର ଗ୍ରହଣ କରିଥିବା ଦୁଇଜଣ ପ୍ରଧାନଶିକ୍ଷକ ଏବଂ ଏହି କ୍ଲଷ୍ଟର ସିଆରସିସିଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ସିଆରସିସି ନରସିଂହ ସ୍ୱାଇଁ, ପ୍ରଧାନଶିକ୍ଷକ ଗୋପାଳ ଚନ୍ଦ୍ର ମୁଦୁଲି,ଏବଂ ସୁରେନ୍ଦ୍ର କୁମାର ନାୟକଙ୍କ ନିମନ୍ତେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ସଞ୍ଜୟ କୁମାର ମଲ୍ଲିକ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ଶିକ୍ଷକନେତା ବଟକୃଷ୍ଣ ମିଶ୍ର, ସିଆରସିସି ସୁରେଶ ଦାଶ, ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର…
Read Moreଭିରୁଡା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ନୂଆଗାଁ,(ନୟାଗଡ଼ ଦର୍ପଣ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଭିରୁଡ଼ା ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ୩୪ ଜଣ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା l ସି ଆର ସି ସି ବିଭୂତି ଭୂଷଣ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯୋଗେନ୍ଦ୍ର ସ୍ୱାଇଁ, ୱାର୍ଡ ମେମ୍ୱର ରୁପେଦ୍ର କୁମାର ଭୋଇ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ପଣ୍ଡା , ସହକାରୀ ଶିକ୍ଷକ କବିରାଜ ଦାସ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ।
Read More