ରୋଟାରୀ କ୍ଳବ୍ ନୟାଗଡ଼ରେ ବିଶ୍ବ ସ୍ବାକ୍ଷରତା ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ର ସଭାପତି ଅବଦୁଲ ଆରିଫ୍ ଖାନ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ ଯୋଗ ଦେଇ ଶିକ୍ଷକ ମାନେ ଆଗାମୀ ଭବିଷ୍ଯତ ଶିଶୁ ମାନଙ୍କୁ ଉତ୍ତମ ମଣିଷ ଭାବେ ଗଢୁଥିବାରୁ ଶିକ୍ଷକ ମାନେ ହେଉଛନ୍ତି ଯୁଗ ନିର୍ମାତା ବୋଲି କହିଥିଲେ। ମୁଖ୍ଯ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଯୋଗ ଦେଇ ଶିକ୍ଷକ ମାନେ ସ୍ବାଭିମାନୀ ହେବା ଆବଶ୍ଯକ ଏବଂ ସଚ୍ଚୋଟ ତଥା ନିଷ୍ଠାପର ଭାବେ ନିଜର କର୍ତ୍ତବ୍ଯ ସମ୍ପାଦନ କରିବା ଉଚିତ୍ ବୋଲି କହିଥିଲେ। ସମ୍ମାନିତ ଅତିଥି…

Read More

ନୂଆଗାଁ ଗୋପାଳ ସମାଜର ନନ୍ଦ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କୋରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହିତମା ଠାରେ ଆୟୋଜିତ ୦୯ ରାଜ୍ୟ ପାରମ୍ପପାରିକ ଗୋପାଳ ସମାଜର ନନ୍ଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜିର ଏ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ନୟାଗଡ ଜିଲ୍ଲାର ନୂଆଗାଁ, ଦଶପଲ୍ଲା, ଖଣ୍ଡପଡା ବ୍ଲକର ଗୋପାଳ ସମାଜର ୨୦୦ରୁ ଉର୍ଦ୍ଧ ଗୋପାଳ ମାନେ ଏକତ୍ରିତ ହୋଇଥିଲେ । ନନ୍ଦଉତ୍ସବ ପାରମ୍ପରିକ କାର୍ଯ୍ୟକ୍ରମରେ ନନ୍ଦ ଉତ୍ସବ ଗ୍ରାମପରିକ୍ରମା କରଯାଇଥିଲା। ଶେଷରେ ପ୍ରସାଦ ସେବନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ତିନୋଟି ଗୋପାଳ ରାଜ୍ୟର ସଭାପତି ଯୋଗଦେଇଥିଲେ । ୯ ରାଜ୍ୟ ଗୋପ ଗୋପାଳ ସମାଜ ସଭାପତିଙ୍କ ସମେତ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ରାଜକିଶୋର…

Read More

ନବନିଯୁକ୍ତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତିଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରତ୍ୟୁଷା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହର ସ୍ଥିତ ପୁରୁଣା ରାଜବାଟିଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଯୋଗଦେଇଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦେଇଥିଲେ l ଭାରତୀୟ ଜନତା ପାର୍ଟି(କୃଷକ ମୋର୍ଚ୍ଚା)ର ନବନିଯୁକ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜେପି କୃଷକ ମୋର୍ଚ୍ଚା କୃପାସିନ୍ଧୁ ଗୌଡ଼ ଓ ନବନିଯୁକ୍ତ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀନିବାସ ପ୍ରଧାନଙ୍କୁ ଶୁଭେଚ୍ଛା ଜଣେଇବା ସହ ସମ୍ବର୍ଦ୍ଧିତ କରିଥିଲେ। ଏହି ନିଯୁକ୍ତି ନିମନ୍ତେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତିଙ୍କୁ ଧନ୍ୟବାଦ ଦେବା ସହ ନୟାଗଡ଼ ବିଜେପି ଆହୁରି ଅଧିକ ସଂଗଠିତ ହେବ ବୋଲି ଆଶା ଓ ବିଶ୍ୱାସ ରଖିଛନ୍ତି ବୋଲି ପ୍ରତ୍ୟୁଷା ସିଂହ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ଏକ ଭୟମୁକ୍ତ ତଥା…

Read More

ଐତିହାସିକ ଭାରତ ଯୋଡ ଯାତ୍ରାର ଏକବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ କଂଗ୍ରେସ ପକ୍ଷରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ଭାରତ କଂଗ୍ରେସ କମିଟି ପୁର୍ବ ସଭାପତି ସାଂସଦ ରାହୁଲ ଗାନ୍ଧୀଙ୍କ ୪000କିଲୋମିଟର ବ୍ୟାପି କନ୍ୟାକୁମାରୀ ଠାରୁ କାଶ୍ମୀର ଘାଟି ପର୍ଯ୍ୟନ୍ତ ଐତିହାସିକ ଭାରତ ଯୋଡ ଯାତ୍ରା ଏକବର୍ଷ ପୂର୍ତ୍ତି ଅବସରରେ ୭ ସେପ୍ଟେମ୍ବର ଗୁରୁବାର ଅପରାହ୍ନ ୫ ଘଟିକା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ ତ୍ରିନାଥ ଛକସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ, ଜାତୀୟ ସଙ୍ଗୀତ, ରାମଧୁନ ଗାନ କରାଯାଇ ଥିଲା l ସମ୍ପ୍ରତ୍ତି କ୍ଷମତାରେ ଅହଙ୍କାର, ଘୃଣା ବିଦ୍ବେଷ,ଅସହିଷ୍ଣୁତା ରାଜନୀତି କରି ଅଖଣ୍ଡ ଭାରତବର୍ଷ କୁ ଖଣ୍ଡବିଖଣ୍ଡ କରି ବିଭୀଧତା ଭିତରେ ଏକତା ଭାଇଚାରା କୁ ନଷ୍ଟ କରୁଥିବା ଏକଛତ୍ରବାଦ ସରକାର ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଅହିଂସା ମନ୍ତ୍ର ନେଇ ଭାରତଯୋଡ ଯାତ୍ରା ର ସ୍ମୃତିଚାରଣ କରାଯାଇ ଥିଲା l ଜିଲ୍ଲା କଂଗ୍ରେସ ସଭାପତି…

Read More

ବୀମା ସପ୍ତାହରେ ଉଦଯାପନୀ ଉତ୍ସବରେ ଭାରତୀୟ ଜୀବନବିମା ଶାଖା ତରଫରୁ ରକ୍ତଦାନ ଶିବିର

ନୟାଗଡ, (ନୟାଗଡ଼ ଦର୍ପଣ): ଭାରତୀୟ ଜୀବନଵୀମାର 67ତମ ବୀମା ସପ୍ତାହର ଉଦଯାପନୀ ଉତ୍ସବରେ ଆଜି ନୟାଗଡ଼ ଜୀବନଵୀମା ଶାଖା ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଦିନକୁଦିନ ରକ୍ତର ଅଭାବକୁ ପରିଲକ୍ଷିତ କରି ଶାଖାର କର୍ମଚାରୀ ଓ ଅଭିକର୍ତ୍ତାମାନେ ରକ୍ତଦାନ କରିବାପାଇଁ ନିଷ୍ପତି ନେଇଥିଲେ l ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମର ସ୍ବେଛାକୃତ ରକ୍ତଦାନ ଶିବିରକୁ ଶାଖା ପରିଚାଳକ ଲଳିତ କୁମାର ପରିଡା ଉଦଘାଟନ କରିଥିଲେ l ନୟାଗଡ଼ ମୁଖ୍ୟଚିକିତ୍ସାଳୟର ରକ୍ତ ଭଣ୍ଡାର ସହଯୋଗରେ 42ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ପରିଶେଷରେ ଜୀବନବୀମାର ଅଭିକର୍ତ୍ତା ଅସ୍ମିନ କୁମାର ଜେନା ଶିବିରରେ ଯୋଗଦେଇଥିବା କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Read More

ଶିକ୍ଷକମାନେ ଶିକ୍ଷାର ମେରୁଦଣ୍ଡ: ଜିଲ୍ଲା ଶିକ୍ଷା ଅଧିକାରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକର ପ୍ରଥମ ପର୍ଯ୍ୟାୟ ” ଜିଜ୍ଞାସା ” ପ୍ରଶିକ୍ଷଣ ଶିବିର ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟାମାଟି ଠାରେ ତା୭-୦୯-୨୦୨୩ ଠାରୁ ଆରମ୍ଭ ହେଉଅଛି। 5t ବିଦ୍ୟାଳୟ ରୂପାନ୍ତରଣ ଆଧାରିତ ଏହି କାର୍ଯ୍ୟକ୍ରମ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ଏହି ଶିକ୍ଷଣ ଶିବିରକୁ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଶିକ୍ଷକମାନେ ଶିକ୍ଷାର ମେରୁଦଣ୍ଡ। ଶିକ୍ଷକ ଓ ବିଦ୍ୟାର୍ଥୀ ମିଶି ଏକ ସୁସ୍ଥ ଶିକ୍ଷା ପରମ୍ପରା ସୃଷ୍ଟି କରିପାରିବେ । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଜିଜ୍ଞାସାର ସମାଧାନ ପାଇଁ ଉତ୍ସାହିତ କରିବା ସହ ସେମାନଙ୍କୁ ପ୍ରଶ୍ନ ପଚାରିବା ଦିଗରେ ସାହସ ଓ ସୁଯୋଗ ଦେବା ଶିକ୍ଷକମାନଙ୍କ ପ୍ରାଥମିକ କର୍ତ୍ତବ୍ୟ ହେବା ଆବଶ୍ୟକ। ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କ ମନୋବୃତ୍ତି ତଥା…

Read More

ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ପଵିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ପଵିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନଚାର୍ୟ୍ଯ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ମୁଖ୍ୟ ବକ୍ତା ତଥା ଅତିଥି ଙ୍କ ପରିଚୟ ରଖିଥିଲେ। ଲେଙ୍କୁଡ଼ିପଡା ମଠାଧୀଶ ଶ୍ରୀ ଶ୍ରୀ ପୂର୍ଣ୍ଣାନନ୍ଦ ମହାରାଜ ସ୍ବ କରକମଳ ରେ ମା ସରସ୍ଵତୀ ଓ ଶ୍ରୀକୃଷ୍ଣ ଭଗବାନଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ନିମନ୍ତେ କଲ୍ୟାଣ ଭିକ୍ଷା କରିଥିଲେ। ବାସ୍ତବରେ କୃଷ୍ଣନାମରସ ଆତ୍ମତୃପ୍ତି ପ୍ରଦାୟକ। ମହାରାଜା ମହୋଦୟ ନାମ ସଂକୀର୍ତ୍ତନ ଓ କୃଷ୍ଣ ଜୀବନୀ ବର୍ଣ୍ଣନା ସମଗ୍ର ପରିବେଶକୁ ରସାଣିତ କରିଥିଲା। ଜୟ ଧ୍ଵନି ରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା। ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଶିଶୁ ଭାଇଭଉଣୀ ରାଧାକୃଷ୍ଣ, ଗୋପୀ, ଗୋପାଳ, ନନ୍ଦ, କୃଷ୍ଣ ବଳରାମ ଓ ଯଶୋଦା ବେଶ ହୋଇ…

Read More

ଦଶପଲ୍ଲାରେ ଗୁରୁପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ନେତାଜୀ ମୈଦାନରେ ଗୁରୁପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ବ୍ଲକର କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସୌଜନ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାୟ ୨୫୦ଜଣ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ମାନପତ୍ର, ଉପାୟନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶାଲ, ଏନ୍‌ଏସି ଅଧ୍ୟକ୍ଷା ଇଂ. ପୁନମ୍ ପ୍ରୀୟଦର୍ଶିନୀ, ଏନ୍‌ଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ୍, ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ତହସିଲଦାର ଶ୍ରୀକୁମାର ରଥ, ବିଡିଓ ସଂଜୟ କୁମାର ଆଚାର୍ଯ୍ୟ, ଲକ୍ଷୀଧର ସାହୁ ଗୁରୁ ଦିବସର ମହତ୍ଵ ଉପରେ ପୁଖାନୁପୁଂଖ ଆଲୋଚନା…

Read More

ଗୁରୁ ଦିବସରେ ଡ.ସୁରେଶ ବରାଡ଼ଙ୍କ ପୁସ୍ତକ “ଗୁରୁ” ଉନ୍ମୋଚିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଶରଣକୁଳ ନିକଟସ୍ଥ ପଞ୍ଚିରିଡ଼ା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ଗୁରୁ ଦିବସ ଅବସରରେ ଏକ ଆୟୋଜିତ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ଡ଼. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ କବିତା ପୁସ୍ତକ “ଗୁରୁ” ଉନ୍ମୋଚିତ ହୋଇ ଯାଇଛି। ଏଥି ନିମନ୍ତେ ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦ ତଥା ଲୋକ ନୋଡ଼ାଲ ବିଦ୍ୟାପୀଠ ମିଳିତ ଆନୁକୁଲ୍ୟରେ ଆୟୋଜିତ ସଭାରେ ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରି ମହାପ୍ରଭୁ ଜଗନ୍ନାଥ ଓ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଛାତ୍ରୀମାନେ ଗୁରୁ ବନ୍ଧନା ତଥା ସ୍ବାଗତ ସଂଗୀତ ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵେତ ନାରାୟଣ ରଣସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗୁରୁ ଦିବସ ତଥା ପୁସ୍ତକ ଉନ୍ମୋଚନୀ ସଭାରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ଭାଗବତ ଆଶ୍ରମର ମଠାଧୀଶ ବାବାଜୀ ଭଗବାନ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଗୁରୁଦିବସ ପାଳନ

“ଗୁରୁ ହିଁ ଇଶ୍ବର” – ଶୀର୍ଷକ ଆଲୋଚନା ଚକ୍ର ନୟାଗଡ଼,(ନୟାଗଡ଼ ଦର୍ପଣ): ବିନା ଗୁରୁରେ ଜ୍ଞାନଲାଭ କରିବା ଅସମ୍ଭବ। ସୁତରାଂ ମୋକ୍ଷ ରୂପକ ମାର୍ଗ ଦେଖାଉଥିବା ବ୍ୟକ୍ତି ‘ଗୁରୁ’ ହିଁ ଅଟନ୍ତି। ଗୁରୁ ଶିଷ୍ୟ ମନରୁ କେବଳ ଅଜ୍ଞାନତା ନୁହେଁ, ତା’ ଭିତରେ ଥିବା ଅହଂକାରକୁ ମଧ୍ୟ ଦୂର କରନ୍ତି। ଗୁରୁ ହେଉଛନ୍ତି ସାକ୍ଷାତ ଈଶ୍ବର ବୋଲି ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ଆଲୋଚନା ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁ ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ମାନେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କର ପ୍ରତିଛବିରେ ଧୂପ ପୁଷ୍ପ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିବା ସହିତ ଗୁରୁଦିବସ ର ମାହାତ୍ମ୍ଯ ବିଷୟ ରେ ଆଲୋଚନା କରିଥିଲେ। ଅଜ୍ଞାନତା ହିଁ ସୁଖ-ଦୁଃଖ, ଜୀବନ-ମୃତ୍ୟୁ ମଧ୍ୟରେ ବିଭେଦ…

Read More