ଦଶପଲ୍ଲା, (ନୟାଗଡ଼ ଦର୍ପଣ): ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ଥାନା ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମରେ। ସୂଚନା ମୁତାବକ, ମଧ୍ୟଖଣ୍ଡ ପଞ୍ଚାୟତ ଅନ୍ତର୍ଗତ ମଦନପୁର ଗ୍ରାମର ସୁମିତ୍ରା ନାୟକ(୧୯) ସେହି ପଞ୍ଚାୟତର ବିଘ୍ନେସ୍ୱର ମାଝୀ(୨୨)ଙ୍କୁ ପ୍ରେମ କରି ଆସୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଉଭୟ ଉଭୟଙ୍କୁ ବିବାହ କରିବା ପାଇଁ ଇଛା ପ୍ରକାଶ କରିଥିଲେ ମଧ୍ୟ ଉଭୟ ପରିବାର ପକ୍ଷରୁ ବାରଣ କରାଯାଇଥିଲା । ଏହାକୁ ସହ୍ୟନକରିପାରି ଝିଅ ସୁମିତ୍ରା ସୋମବାର ରାତ୍ର ସମୟରେ ଆତ୍ମହତ୍ୟା କରିଦେଇଥିଲା। ପ୍ରମାଣ ନଷ୍ଟ କରିବାକୁ ଯାଇ ପରିବାର ଲୋକେ ସୁମିତ୍ରାକୁ ରାତାରାତି ପୋଡି ଦେଇଥିଲେ। ସୁମିତ୍ରାର ମୃତ୍ୟୁ ଖବର ପାଇ ତହିଁ ଅରଦିନ ଅର୍ଥାତ ମଙ୍ଗଳବାର ଦିନ ସକାଳ ସମୟରେ ବିଘ୍ନେଶ୍ୱର ନିଜେ ଆତ୍ମହତ୍ୟା କରିଦେଇଥିଲା। ଏହା ଜାଣି ପାରିବା ପରେ ପୁଅର ପରିବାର…
Read MoreCategory: ନୟାଗଡ଼
୧୦୮ ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ବିଧାୟକ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ସାରା ରାଜ୍ୟରେ ଲୋକମାନଙ୍କର ସ୍ବାର୍ଥ ଦୃଷ୍ଟିରୁ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ସେବାକୁ ବୃଦ୍ଧି କରିଥିବା ବେଳେ ଦଶପଲ୍ଲା ବ୍ଲକ ଓ ଗଣିଆ ବ୍ଲକ ପାଇଁ ନୂତନ ୩ଗୋଟି ୧୦୮ ଆମ୍ବୁଲାନ୍ସ ଗାଡି ଯୋଗାଇ ଦିଆଯାଇଛି। ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଆନୁଷ୍ଠାନିକଭାବେ ରିବନ କାଟି ସବୁଜ ପତାକା ଦେଖାଇ ସାଧାରଣ ଲୋକଙ୍କ ହିତ ପାଇଁ ଲୋକାର୍ପିତ୍ କରିଛନ୍ତି। ଏହି ୩ଗୋଟି ଆମ୍ବୁଲାନ୍ସ ମଧ୍ୟରୁ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ଓ ବାଣୀଗୋଛା ସବ -ସେଣ୍ଟର ପାଇଁ ୨ ଗୋଟି ଓ ଗଣିଆ ବ୍ଲକ ଅନ୍ତର୍ଗତ ଛାମୁଣ୍ଡିଆ ସବ ସେଣ୍ଟର ପାଇଁ ଗୋଟିଏ ଆମ୍ବୁଲାନ୍ସ୍ ଉଦ୍ଧିଷ୍ଟ ଅଟେ । ଏହି ଲୋକାର୍ପଣ ସମୟରେ ବିଧାୟକଙ୍କ ସମେତ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ଗୋଷ୍ଟି…
Read Moreଶିକ୍ଷୟିତ୍ରୀଙ୍କ ହୃଦଘାତରେ ପରଲୋକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ଅନ୍ତର୍ଗତ ଇଟାମାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦମୟନ୍ତୀ ଜାନୀ(୫୦)ଙ୍କ ହୃଦଘାତରେ ପରଲୋକ ଘଟିଛି। ସେ କିଛି ବର୍ଷ ଧରି ଥାଲାସେମିଆ ରୋଗରେ ଆକ୍ରାନ୍ତ ଥିବା ବେଳେ ନିୟମିତ ବ୍ୟବଧାନରେ ଚିକିତ୍ସିତ ହେଉଥିଲେ। ତେବେ ଗତ ଦୁଇ ଦିନ ତଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ତାଙ୍କର ଏହି ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଏବଂ ବିଭିନ୍ନ ଶିକ୍ଷକ ସଙ୍ଗଠନର କର୍ମକର୍ତ୍ତା ତଥା ଶିକ୍ଷକ ସମାଜ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି।
Read Moreଧନ୍ଦାମୂଳକ ଶିକ୍ଷାର୍ଥୀ ଙ୍କ ଶିଳ୍ପ ପରିଭ୍ରମଣ
ଓଡଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀ ଛାତ୍ରଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ଏହି ପରିଭ୍ରମଣରେ ନାରାୟଣ ଉଚ୍ଚ ବିଦ୍ୟାଳୟର ନବନ ଓ ଦଶମ ଶ୍ରେଣୀର ୭୦ ଶିକ୍ଷାର୍ଥୀ ଏବଂ(ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ୧୧ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ ଓଡ଼ଗାଁ ସ୍ଥିତ ଅମନ ଟେକ୍ସଟାଇଲକୁ ପରିଭ୍ରମଣ କରିଥିଲେ।ପ୍ରତିଷ୍ଠାତା ଶ୍ରୀମତୀ ମିନତୀ ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ଶ୍ରୀମତୀ ରୋଜାଲିନ ମିଶ୍ରଙ୍କ ସହାୟତା ରେ…
Read Moreଜିଲ୍ଲା ବିଜ୍ଞାନମେଳା ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଡିସେମ୍ବର ୫ ଏବଂ ୬ତାରିଖରେ ହେବାକୁ ଥିବା ଜିଲ୍ଲା ବିଜ୍ଞାନ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସୃଜନୀ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ବସନ୍ତ ନାୟକ, ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ, ଓଡ଼ଗାଁ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ,ରଣପୁର ବ୍ଲକ ଶିକ୍ଷାଧିକାରୀ ବନଲତା ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ ସାହୁଙ୍କ ସମେତ ବିଭିନ୍ନ ଶିକ୍ଷକ ସଂଗଠନ କର୍ମକର୍ତ୍ତା ଏବଂ ଶିକ୍ଷକ ମାନେ ଉପସ୍ଥିତ ଥିଲେ। ନୟାଗଡ଼ ବ୍ରଜେନ୍ଦ୍ୱ ହାଇସ୍କୁଲରେ ଅନୁଷ୍ଠିତ ହେବାକୁ ଥିବା ବିଜ୍ଞାନ ମେଳାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା। ଚଳିତ ବର୍ଷ…
Read Moreସଙ୍ଗୀତଧାରା ପକ୍ଷରୁ ଭକ୍ତିସଙ୍ଗୀତ ପ୍ରତିଯୋଗୀତା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ଜିଲ୍ଲାର ଲୁକ୍କାୟିତ ସଙ୍ଗୀତ ପ୍ରତିଭା ତଥା କଣ୍ଠଶିଳ୍ପୀ ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏକ ଭକ୍ତି ସଙ୍ଗୀତ ପ୍ରତିଯୋଗୀତା ଆସନ୍ତା ଡିସେମ୍ବର ମାସ ୩ ତାରିଖ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ କରି ପାରିବେ । ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ ଓ ଏହା ବାହାରେ ଥିବା ପୁଅଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ପ୍ରତିଯୋଗୀମାନେ ଶାଳୀନତାଭିିକ ଭଜନ,ଜଣାଣ,ଧର୍ମୀୟ ଲଘୁସଙ୍ଗୀତ ଆଦି ପରିବେଷଣ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ପ୍ରତିଯୋଗୀମାନେ ବିନା ବାଦ୍ୟ ଯନ୍ତ୍ରରେ ସଙ୍ଗୀତ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ଦ୍ୱିତୀୟ ପର୍ଯ୍ୟାୟରେ ବାଦ୍ୟଯନ୍ତ୍ର ସହିତ…
Read Moreବ୍ଳକସ୍ତରୀୟ ବିଜ୍ଞାନମେଳା,ବିଜ୍ଞାନକୁ ବ୍ୟବହାର କଲେ ମେଳାର ସାର୍ଥକତା ମିଳିଥାଏ: ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ୨୮ତମ ବ୍ଲକସ୍ତରୀୟ ବିଜ୍ଞାନମେଳା ଆଙ୍କୁଲାଇ ସରକାରୀ ଉଚ୍ଚ ବିଦ୍ୟାଳୟ ମାନଧାତାପୁରଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ବିଜ୍ଞାନମେଳା ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରି ବିଜ୍ଞାନମେଳାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ବିଜ୍ଞାନର ବିଭିନ୍ନ ତଥ୍ୟକୁ ଦୈନନ୍ଦିନ ଜୀବନରେ ବ୍ୟବହାର କଲେ ବିଜ୍ଞାନମେଳାର ସାର୍ଥକତା ମିଳିଥାଏ ବୋଲି କହିଥାଏ । ଆଧୁନିକତାର ବଶବର୍ତ୍ତି ହୋଇ ଆମେ କଂସା ପିତ୍ତଳ ବାସନର ବ୍ୟବହାର ନକରି ଷ୍ଟିଲ ଆଲୁମିନିୟମ ପାତ୍ରର ବହୁଳ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛେ । ପୂର୍ବରୁ ଲୋକମାନେ ମାଟି ପାତ୍ରରେ ରୋଷେଇ କରିବା ସହିତ ବିଶୁଦ୍ଧ ଖାଦ୍ୟ ଖାଇ ନୀରୋଗ ରହୁଥିଲେ । ସେହିପରି ପ୍ୟାକେଟ ଯୁକ୍ତ ମସଲାର…
Read Moreସମ୍ବର୍ଦ୍ଧନା ପରିବାରର ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋଡିପଡା ଶିକ୍ଷାନୁଷ୍ଠାନ ଚାଣକ୍ୟ ପରିସରରେ ଶରଣକୁଳ ସମ୍ବର୍ଦ୍ଧନା ପରିବାରର ବାର୍ଷିକ ଉତ୍ସବ ସାରସ୍ବତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସମ୍ବର୍ଦ୍ଧନା ପରିବାରର ପ୍ରତିଷ୍ଠାତା ସଦସ୍ୟ ଦୀନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ ଓ ଶୁସାନ୍ତ କୁମାର ପାତ୍ରଙ୍କ ତତ୍ୱବାଧାନରେ ପାଞ୍ଚ ବର୍ଷ ଧରି ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାୟୀ ସଭାପତି ନିରାକାର ସ୍ୱାଇଁଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ଓଡ଼ିଆ ବିଭାଗ ପ୍ରଫେସର ଡ଼ଃ ବେଣୁଧର ଦାସ ମୁଖ୍ୟ ଅତିଥି, ପ୍ରାକ୍ତନ ମନସତ୍ତ୍ୱ ବିଭାଗ ପ୍ରଫେସର ପ୍ରତିଭା ମହାରଥୀ ମୁଖ୍ୟବକ୍ତା, ଡ଼ଃ ଗୀତଶ୍ରୀ ପ୍ରିୟମ୍ବଦା ଅଧ୍ୟାପିକା ଖଡ଼ିଆଳ ମହାବିଦ୍ୟାଳୟ ଓ ଅଧ୍ୟାପିକା ମହାଶ୍ୱେତା ସାହୁ ସୁଶୀଳା ଦେବୀ ବାଳିକା ମହାବିଦ୍ୟାଳୟ ସମ୍ମାନିତ ଅତିଥିଭାବରେ ଯୋଗଦେଇ ଭାଷା ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ…
Read Moreପୃଷ୍ଠପୋଷକତା ରାଶି ଗ୍ରହଣ କରୁଥିବା ଶିଶୁମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ପୋଷ୍ୟ ସନ୍ତାନ ସଚେତନତା ମାସ ଅବସରରେ ଆଜି ଜିଲ୍ଲାପାଳଙ୍କ ସମୀକ୍ଷା କକ୍ଷରେ ପୃଷ୍ଠପୋଷକତା ଗ୍ରହଣ କରିଥିବା ଶିଶୁ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲିପ୍ କୁମାର ବଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ମିଶନ ବାତ୍ସଲ୍ୟ ଯୋଜନା ଅନୁଯାୟୀ ବର୍ତମାନ ସୁଦ୍ଧା ୨୨ଜଣ ଶିଶୁଙ୍କୁ ମାସିକ ୪୦୦୦/- ଟଙ୍କା ପୃଷ୍ଠପୋଷକତା ରାଶି ଗ୍ରହଣ କରୁଛନ୍ତି। ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ଚଳଣୀରେ ଉନ୍ନତି ହେବା ସଙ୍ଗେ ସଙ୍ଗେ ଶିକ୍ଷାର ଅଗ୍ରଗତି ସମ୍ପର୍କରେ ଏକ ବିସ୍ତୃତ ଆଲୋଚନା ହୋଇଥିଲା । ଉକ୍ତ ସଭାରେ ଶିଶୁମାନଙ୍କ ଅଭିଭାବକମାନେ ଏବଂ ସହାୟତା ରାଶି ପାଉଥିବା ଶିଶୁମାନେ ଏହିଭଳି ସର୍ବମୋଟ ୬୦ଜଣ ଅଂଶଗ୍ରହଣ କରିଥିଲେ ଏବଂ ସେମାନେ ନିଜ ନିଜର ମତ ପ୍ରକାଶ କରି…
Read Moreଗୋଡ଼ ଭାଙ୍ଗି ଅସହାୟ ଅବସ୍ଥାରେ ଶିକ୍ଷକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଜଣା ଶୁଣା କବି, ଲେଖକ, ମଞ୍ଚଉପସ୍ଥାପକ ତଥା ଆକାଶବାଣୀର କଳାକାର ବିଭୂତି ଭୂଷଣ ମିଶ୍ର ସାଇ ସାହାରା ରେସିଡେନସିଆଲ୍ ସ୍କୁଲ୍ ଓ କୋଚିଙ୍ଗ ସେଣ୍ଟରରେ ପାଠ ପଢ଼ାଇ ପରିବାର ଭରଣ ପୋଷଣ କରୁଥିଲେ। ଗତ ଦୁଇ ଦିନ ତଳେ ଉକ୍ତ କୋଚିଙ୍ଗ ସେଣ୍ଟରକୁ ପାଠ ପଢାଇବା ପାଇଁ ଲିଫ୍ଟ ମାଧ୍ୟମରେ ପଞ୍ଚମ ମହଲାକୁ ଯାଉଥିବା ବେଳେ ହଠାତ ଲିଫ୍ଟ ତାର ୫ମ ମହଲାରୁ ଛିଡ଼ି ପଡ଼ିବାରୁ ଲିଫ୍ଟ ଭିତରେ ଚାପି ହୋଇ ତାଙ୍କ ଡାହାଣ ଗୋଡ଼ ଦୁଇ ଖଣ୍ଡ ହୋଇ ବାହାରକୁ ବାହାରିପଡିଲା। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଇ ଦିଆଗଲା। ବର୍ତ୍ତମାନ ସେ କିମ୍ସ ପରି ବ୍ୟୟ ବହୁଳ ଚିକିତ୍ସାଳୟରେ ଚିକିତ୍ସ୍ୱିତ ହେଉଛନ୍ତି। ତାଙ୍କ ପରିବାର ସୂତ୍ରରୁ ପ୍ରକାଶ…
Read More