ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଗଣିଆ ବ୍ଲକ ନିକଟ ରାଉତପଡାଠାରେ ବହୁ ପ୍ରତିକ୍ଷିତ ମହାନଦୀ ବ୍ୟାରେଜ ନିର୍ମାଣ ପାଇଁ ବହୁ ବର୍ଷ ହେଲା ଦାବି ହୋଇ ଆସୁଛି । ଆଜି ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ଜଣିଆ ଟିମ ରାଉତପଡା ଗସ୍ତ କରି ଏହି ପ୍ରସ୍ତାବିତ ମହାନଦୀ ବ୍ୟାରେଜସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବଡ କଥା ହେଲା ଏହି ବ୍ୟାରେଜ ପାଇଁ ଆର୍ଥିକ ଅନୁଦାନ ଆସିଥିଲେ ବି କ୍ୟାବିନେଟ ମଂଜୁରୀ ନମିଳିବାରୁ ଏହା ହୋଇପାରୁନାହିଁ । ତେଣୁ କ୍ୟାବିନେଟ ମଂଜୁରୀ ତୁରନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ସଂଘ ଦାବି କରିଛି । ନୟାଗଡ ଜିଲ୍ଲା ଏକ କୃଷି ପ୍ରଧାନ ଅଞ୍ଚଳ । ଧାନ ଓ ଆଖୁ ଏଠାକାର…
Read MoreCategory: ନୟାଗଡ଼
ବିଦ୍ୟୁତ ସଂସ୍ପର୍ଶରେ ୭ ମଇଁଷିଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବଡ଼ ବାଣପୁର ପଞ୍ଚାୟତର ଘଣାଶାଳିଆ ଗ୍ରାମରେ ସୋମବାର ଏକ ହୃଦୟବିଦାରକ ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ୭ଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ପ୍ରତିବାଦରେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ଘଣାଶାଳିଆ ଗ୍ରାମର ଗୋପାଳକ ନିରୁପମା ବେହେରା ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ତାଙ୍କ ମଇଁଷିମାନଙ୍କୁ ଚରାଇବା ପାଇଁ କୁମୁଣ୍ଡି ଅଞ୍ଚଳରେ ଥିବା ବିଲକୁ ନେଇଥିଲେ। ସେହି ସମୟରେ ବିଲ ନିକଟରେ ଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ପରେ ଗୋଟିଏ କରି ୭ଟି ମଇଁଷି ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣାସ୍ଥଳରେ ହିଁ ସମସ୍ତ ମଇଁଷିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ଗୋପାଳକ…
Read Moreଗଣିଆ ପାଣ୍ଡରାସିଂଘାରେ ଯୁବକଙ୍କୁ ଗୁଳିମାଡ଼, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ
ଗଣିଆ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କିଶୋରପ୍ରସାଦ ପଞ୍ଚାୟତର ପାଣ୍ଡରାସିଙ୍ଗା ଛକରେ ଘଟିଥିବା ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଏହି ଘଟଣାରେ ପତୁରିଆ ଗ୍ରାମର କୁଳମଣୀ ନାୟକଙ୍କ ପୁଅ ରବିନ୍ଦ୍ର ନାୟକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରବିନ୍ଦ୍ର ନାୟକ ପାଣ୍ଡରାସିଙ୍ଗା ଛକସ୍ଥିତ ତାଙ୍କ ନିଜ ଗ୍ୟାରେଜରେ ବସିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ହଠାତ୍ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।ଘଟଣା ଖବର ପାଇ ଗଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ବୈଜ୍ଞାନିକ ଟିମ୍ ଓ ପୋଲିସ…
Read Moreନୟାଗଡ଼ରେ ଉତ୍ସାହର ସହ ପାଳିତ ହେଲା ରଜ ପର୍ବ, ସାମିଲ ହେଲେ ବିଧାୟକ ଡ଼ ଅରୁଣ ସାହୁ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ଲୋକପ୍ରିୟ ଗଣପର୍ବ ରଜ ଅବସରରେ ନୟାଗଡ଼ରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ନୟାଗଡ଼ ବିଧାୟକ ଅରୁଣ ସାହୁ ବିଭିନ୍ନ ପଞ୍ଚାୟତ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ରଜ ପର୍ବ ପାଳନ କରିଥିଲେ। ଏହି ଅବସରରେ ସେ ରଜ ଦୋଳି ଖେଳିବା ସହ ପୋଡ଼ ପିଠା ଓ ରଜ ପାନର ସ୍ୱାଦ ଉପଭୋଗ କରିଥିଲେ। ରଜ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ସଭ୍ୟତାର ଏକ ଅନନ୍ୟ ପର୍ବ ହୋଇଥିବା ବେଳେ ଏହା ମାଟି ଓ ମେଘର ମିଳନର ପ୍ରତୀକ ଭାବେ ପରିଚିତ। ଏହି ପର୍ବରେ କୁମାରୀ ଓ ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି, ପାଦରେ ଅଳତା ଲଗାଇ ଦୋଳି ଖେଳିବା ସହ ବିଭିନ୍ନ ପାରମ୍ପରିକ ଖେଳରେ ଭାଗ ନେଇଥାନ୍ତି। ଘରେ ଘରେ ପୋଡ଼ ପିଠା, ମଣ୍ଡା, ଆରିସା ଭଳି ବିଭିନ୍ନ ସୁସ୍ୱାଦୁ…
Read Moreନିଖିଳ ଓଡ଼ିଆ ପାଠକ ମଞ୍ଚରେ “ସାହିତ୍ୟର ପାର୍ବଣ”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ‘ନିଖିଳ ଓଡ଼ିଆ ପାଠକ ମଞ୍ଚ’ ପକ୍ଷରୁ ଏକ ସରସ ଓ ବିଦଗ୍ଧ ସାହିତ୍ୟ ଆସର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ, ପାଠକୀୟ ଚର୍ଚ୍ଚା ଓ ସୃଜନଶୀଳ ଅଭିବ୍ୟକ୍ତିର ଏହି ମିଳନ ମଞ୍ଚରେ ସାହିତ୍ୟପ୍ରେମୀମାନଙ୍କ ଉତ୍ସାହଜନକ ଉପସ୍ଥିତି ପରିଲକ୍ଷିତ ହୋଇଥିଲା।କାର୍ଯ୍ୟକ୍ରମର ଶୁଭାରମ୍ଭ ବିଶିଷ୍ଟ ନାଟ୍ୟକାର ଓ ସମାଜସେବୀ କମ୍ରେଡ୍ ବିଶ୍ୱନାଥ ମହାପାତ୍ର ଏବଂ ବରିଷ୍ଠ ସାହିତ୍ୟ ସଂଗଠକ ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ପ୍ରଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ ହୋଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା-ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ନିଜ ଅଭିଭାଷଣରେ *‘ନିଖିଳ ଓଡ଼ିଆ ପାଠକ ମଞ୍ଚ’ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଗତ ୧୫ ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ଏହାର ସୃଜନମୂଳକ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଆସରର ମୁଖ୍ୟ ଆକର୍ଷଣ ଥିଲା କବିତା ଆବୃତ୍ତି ଓ ଗଳ୍ପ ପଠନର…
Read Moreଜିଲ୍ଲା ସ୍ତରୀୟ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ, ହିତାଧିକାରୀଙ୍କୁ ବଣ୍ଟନ ହେଲା ବିଭିନ୍ନ ସହାୟତା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଶୁକ୍ରବାର ଅପରାହ୍ନ ୪ଟାରେ ନୟାଗଡ଼ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମବାୟ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଏବଂ ଜନସାଧାରଣଙ୍କ ଉନ୍ନତି ପାଇଁ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ ଓ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଜିଲ୍ଲାର ବିକାଶ ଧାରାକୁ ଆହୁରି…
Read Moreରଣପୁର ବ୍ଲକ ATMAର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ନିର୍ମଳ କୁମାର ମତ୍ତଗଜସିଂହ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକରେ ନୂତନ ଭାବେ ଗଠିତ ବ୍ଲକ କୃଷକ ପରାମର୍ଶଦାତା କମିଟି (BFAC)କୁ ଜିଲ୍ଲାପାଳ ତଥା ଜିଲ୍ଲା ATMAର ଅଧ୍ୟକ୍ଷଙ୍କ ଅନୁମୋଦନ ମିଳିବା ପରେ ଶୁକ୍ରବାର ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସର୍ବସମ୍ମତିକ୍ରମେ ନିର୍ମଳ କୁମାର ମତ୍ତଗଜସିଂହ ATMA (Agricultural Technology Management Agency)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ରଣପୁର ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ସକାଳ ୧୦ଟାରେ ଆୟୋଜିତ ଏହି ବୈଠକରେ ବ୍ଲକ କୃଷି ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟିର ସଦସ୍ୟ ଉର୍ମିଳା ମାନ୍ଧାତା,ରଶ୍ମିତା ନାୟକ, କୈଳାସ ବିଶ୍ବାଳ,ଶରତ ଚନ୍ଦ୍ର ପ୍ରଧାନ, ଅଶୋକ ପ୍ରଧାନ, ଦେବସ୍ମିତା ଗୁମାନସିଂହ,ଅର୍ଚ୍ଚନା ସମାନ୍ତରାୟ,ନିର୍ମଳ କୁମାର ମତ୍ତଗଜସିଂହ,ପ୍ରଶାନ୍ତ ଜୟସିଂହ,ସୋମନାଥ ମାର୍ଥା, କୌଶଲ୍ୟା ପାଇକରାୟ, ସୁନୀତା ମହାପାତ୍ର, ରତ୍ନାକର ନିଶଙ୍କ, ଆଲୋକ କୁମାର ପ୍ରଧାନ, ପ୍ରଦୀପ କୁମାର ରାୟ, ମଧୁସ୍ମିତା ସାହୁ, ଦୀପକ କୁମାର ପ୍ରଧାନ, ଭାସ୍କର…
Read Moreଜନ ଶିକ୍ଷଣ ସଂସ୍ଥାନ, ନୟାଗଡ଼ରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ (World Day Against Child Labour) ଅବସରରେ ଆଜି ନୟାଗଡ଼ ସହରର ବାରମାସୀ ଲେନ୍ସ୍ଥିତ ଜନ ଶିକ୍ଷଣ ସଂସ୍ଥାନ ପରିସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଶ୍ରମ ବିରୋଧରେ ସମାଜରେ ସଚେତନତା ସୃଷ୍ଟି ଏବଂ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ ସମିତି ନୟାଗଡ଼ର ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଏବଂ ଅବିନାଶ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମନୋଜ କୁମାର ସେଠି ସଭାପତିତ୍ୱ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରାରମ୍ଭରେ କାର୍ଯ୍ୟକ୍ରମ ଅଧିକାରୀ ସନ୍ଧ୍ୟାରାଣୀ ସାହୁ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସର ଉଦ୍ଦେଶ୍ୟ ଓ ତାହାର ସାମାଜିକ…
Read Moreଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ସାଇକେଲ ରାଲି, ଗ୍ରାମବାସୀଙ୍କୁ ଦିଆଗଲା ପରିବେଶ ସୁରକ୍ଷା ବାର୍ତ୍ତା
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ସାଇକେଲ ଦିବସ ଅବସରରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରସ୍ଥିତ ଭାଗିରଥୀ ହାଇସ୍କୁଲ ପକ୍ଷରୁ ଏକ ସଚେତନତାମୂଳକ ସାଇକେଲ ରାଲି ଆୟୋଜିତ ହୋଇଛି। ଜୁନ୍ ୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବିଶ୍ୱ ସାଇକେଲ ଦିବସ ସପ୍ତାହ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନୂତନ ଭାବେ ଯୋଗଦେଇଥିବା ପ୍ରଧାନଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରୀପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସାଇକେଲ ଧରି ଗ୍ରାମ ପରିକ୍ରମା କରିଥିଲେ। ରାଲି ସମୟରେ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେବା ସହ ସାଇକେଲ ବ୍ୟବହାରର ଉପକାରିତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ରାଲିରେ ଅଂଶଗ୍ରହଣକାରୀମାନେ ସାଇକେଲ ଚଳାଇବା ଦ୍ୱାରା ପରିବେଶ ପ୍ରଦୂଷଣ ହ୍ରାସ, ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ପେଟ୍ରୋଲ-ଡିଜେଲ ଭଳି ଇନ୍ଧନର ବ୍ୟବହାର କମିବା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ସାଇକେଲ ଏକ ପରିବେଶ…
Read Moreଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ
ସଚେତନତା ପାଇଁ ଝୋଟି ଓ ଦାସକାଠିଆ କାର୍ଯ୍ୟକ୍ରମ ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision) ଅଭିଯାନ ଓଡ଼ିଶାରେ ଆରମ୍ଭ ହୋଇଛି। ଏନେଇ ନୟାଗଡ଼ ଜିଲ୍ଲାରେ ଗତ ୩୦ ମେ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ୍ ଲେଭେଲ ଅଫିସର (BLO) ମାନେ ଘରକୁ ଘର ଯାଇ ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହିଳା BLOମାନଙ୍କ ଦ୍ୱାରା ଆକର୍ଷଣୀୟ ଝୋଟି ପ୍ରଦର୍ଶନ କରାଯାଇଥିଲା। ସେହିପରି ଜନସାଧାରଣଙ୍କୁ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ସଚେତନ କରିବା ପାଇଁ ଦାସକାଠିଆ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା…
Read More